Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational

2  

Amiya Bej

Inspirational

'ମା' ହେବା

'ମା' ହେବା

2 mins
7.2K


ମା' ଗୁଡା ନୋଇଲେ ଭାରି ତାଡିପକାନ୍ତି ତ ?

ଭୋଓରୁ ଭୋଓରୁ , ସରକାରୀ ଡାକରା ନେଇ ତା ମା' ଭୋବନେଶ୍ୱର ବାହାରିଗଲା । ଗଲାବେଳେ ତରତରରେ କହିଲା , ଦିନଟେ ସମ୍ଭାଳିନେବ ।

- ହୁଃ! ମା' ଗୁଡା ନୋଇଲେ ଭାରି ତାଡିପକାନ୍ତି ତ ?

ସରକାର ବି କହିଲେ ଜାଣ ଭୁବନେଶ୍ୱର ! କର୍ମଚାରୀଟେ ଯିବା ଫେରିବା ଖାଇବା ରହିବାରେ ଯେ କି ହନ୍ତସନ୍ତ , ସରକାର ଜାଣିବନି ସେକଥା । ଉଆସରୁ ଥାଇ ଡାକିବ ଏଇଠିକି ଆ , ଏଇଠିକି ଆ । ମହିଳା ହେଇଥିଲେ ସଇଲା । ରାଜଧାନୀ ନୁହଁ ତ ରାଜଧନୀ ।

ସରକାରଟା ପୁରା ନାରୀ ପାଲଟିଯାନ୍ତା ନି ???

★★★

ଓକେ ! ଆଜି ପୁରା ଦିନକର ଦାୟିତ୍ୱ ମୋର ।

ଫୁଃ! ଏଇଟା ଗୋଟେ କଥା ?

ଛ'ଟାରେ ଉଠେଇଲି । ଉଠିଲା ସାତଟାରେ । ମେଗି କର କହି ଲଙ୍ଗଳା ହୋଇ ପଶିଗଲା ଟଏଲେଟ୍ ରେ ।

- ଈଈଈ!

- କଣ ?

- ଏଡୁଟେ ହେଲୁଣି , ନଙ୍ଗଳା ?

- ମାମା ତ କିଛି କୁଏନି ?

- ଓଃ! ହଉ ଯା ଯା ।

ଘଡି ଦେଖି ଠିକ୍ ଦି'ମିନିଟରେ ମ୍ୟାଗିଟା ଚୂଲିରୁ କାଢି , ବାଢି ଦେବାରୁ -

- ଅଃ ଅଃ

- କଣ ଅଃ ?

- ହେଇଛି ନା ?

- ଆରେ ଘଡି ଦେଖି ଠିକ୍ ଦି'ମିନିଟରେ କାଢିଥିଲି ତ ?

- ଛି ।

- ହଉ ଚାଲେଏ । ବାଟରେ କେକ୍ ଫେକ୍ ନେଇଯିବା ।

ମୁଣ୍ଡଟା ବାଁକୁ କୁଣ୍ଡାଏ ନା ଡାହାଣ ପଟିଆ ? ମୋବାଇଲରୁ ତା' ଫଟୋଟେ ଦେଖି ଜାଣିହେବ ବୋଲି ଭାବିବାରୁ , ହାତରୁ ଛଡେଇନେଲା ପାନିଆଁ।

ହଉ । ଶିଖୁ ନିଜେ ।

- ଆଉ ପାଞ୍ଚ ମିନିଟ୍ । ଗେଟ୍ ବନ୍ଦ ହେଇଯିବ ।

ସାଏଁ ସାଏଁ କରି ସ୍କୁଟି ମୋଡିଲି । ବାଟରେ ଛେକିଲା ବିଲେଇ ! ଏକ୍ସିଲେଟର୍ ଟାକୁ କମେଇଲାରୁ , କହିଲା -

- ଅନ୍ଧବିଶ୍ୱାସୀ । ଚାଲ ଶିଘ୍ର ।

ସ୍କୁଟି ଥକିଯାଇ ଧକେଇଲା ।

ଏ କ'ଣ ? ସ୍କୁଲ ଆଗରେ କାଉ କୋଇଲିର ଦେଖାନାହିଁ ? ସେ ପାନୁଆଁ ଗାର୍ଡଟା ବାହାରି , ତା' ତେରଟା ପଚାଦାନ୍ତ ଦେଖେଇ କହିଲା -

- ମେସେଜ୍ ଦେଖିନାହାନ୍ତି କି ଆଜ୍ଞା ? କାଲି ଖୋଲିବ ପା ???

- ଏଁଏଁଏଁ ?

ଗୁମ୍ କି ମୋ ପଛକୁ ଖୁନ୍ଦିଦେଇ କହିଲା -

- କିଛିଗୋଟେ ଅପଡେଟ୍ ନାହିଁ ! ଯେତେବେଳେ ତ ଦେଖିବ ଫେସବୁକ ନହେଲେ ହ୍ୱଆର୍ଟସ୍ଆପ୍ । ମୋ ସ୍କୁଲ ମେସେଜ୍ ଦେଖିବ କିଏ ???

ଆଗକୁ ଆଉରି ଦୁର୍ଘଟଣା ଘଟିଛି।

ଏ ଦିନଟା କେତେବେଳେ ସରିବ ଯେ ??

ନା ମଁ ! ବାପା ହେବାଟା ଭାରି ସହଜ।

ଥରକର ଝାଳ ପୋଛିଦେଇ ଭୁଲିହୋଇଯାଏ । ମା' ଗୁଡା ତ ସାରା ଜୀବନ ଝାଳ ଲତପତ ହେଉଥାନ୍ତି !!!

■ ଅମୀୟ ବେଜ୍ ■


Rate this content
Log in

Similar oriya story from Inspirational