Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଧୂସର ଦୁର୍ଗ - ୧

ଧୂସର ଦୁର୍ଗ - ୧

3 mins
7.8K


ଅତିକାୟ ପକ୍ଷୀ ଉପରେ ବସି ଚନ୍ଦ୍ରବର୍ମା ଆରାମ୍ରେ ଉଡି ଚାଲିଥିଲେ । ହଠାତ୍ ପକ୍ଷୀଟି ଗୋଟିଏ ସରୋବରରେ ଭାସୁଥିବା କୁମ୍ଭୀରକୁ ଲକ୍ଷ୍ୟ କରି ଝାମ୍ପ ମାରିବା ଫଳରେ ଚନ୍ଦ୍ରବର୍ମା ଖସି ପଡିଲେ । କୌଣସି ମତେ ସେ କୂଳକୁ ଆସି ତାନ୍ତ୍ରିକ ଶଂଖୁ ଥିବା ପାହାଡ ଆଡେ ଗଲା ବେଳକୁ କାପାଳିନୀ ବୁଢୀର ଆର୍ତ୍ତନାଦ ଶୁଣି ତା’ ପାଖରେ ସେ ପହଁଚିଲେ ।

ଦୁଇ ଶିଳାଖଣ୍ଡ ମଝିରେ କାପାଳିନୀ ପଡି ରହି ଅତ୍ୟନ୍ତ ନିମ୍ନ କଣ୍ଠରେ ଆର୍ତ୍ତନାଦ କରୁଥିବାର ଦେଖି ଚନ୍ଦ୍ରବର୍ମାଙ୍କ ବିସ୍ମୟର ସୀମା ରହିଲା ନାହିଁ । ଅତିକାୟ ଦୁଇ ପକ୍ଷୀ ଓ ଅଗ୍ନିପକ୍ଷୀ ଭିତରେ ଯେଉଁ ଆଲୋଚନା ସେ ଶୁଣିଥିଲେ, ତାହା ମନେ ପଡିଲା । ଅତିକାୟ ପକ୍ଷୀ କବଳରେ ପଡି କାପାଳିନୀ ଏଯାଏଁ ଆସିଛି ବୋଲି ବୁଝିବାକୁ ତାଙ୍କର ଅସୁବିଧା ହେଲା ନାହିଁ ।

ଚନ୍ଦ୍ରବର୍ମା ପଚାରିଲେ “କାପାଳିନୀ! ତମେ ଆହତ ହୋଇ ନାହଁ ତ? ସେ ଅତିକାୟ ପକ୍ଷୀ କୁଆଡେ ଗଲା?”

କାପାଳିନୀ ଧୀର କଣ୍ଠରେ କହିଲା, “ଚନ୍ଦ୍ରବର୍ମା! ବଡ ପାଟିରେ କଥା କହିବ ନାହିଁ । ଚାଲ, ଆଖପାଖରେ କୌଣସି ଗୁମ୍ଫା ଥିଲେ ଆଗେ ତା’ ଭିତରକୁ ଚାଲ । ସେଠାରେ ସବୁ କଥା କହିବି । ବ୍ୟସ୍ତ ହେବାର କିଛି ନାହିଁ ନା, ମୁଁ ଆହତ ହୋଇ ନାହିଁ ।”

ଚନ୍ଦ୍ରବର୍ମା ବୁଢୀକୁ ଧରି ଉଠାଇ ଦେଲେ ଓ ତା’ ହାତ ଧରି ଧିରେ ଧିରେ ଆଗକୁ ନେଇଗଲେ । କାପାଳିନୀ ଏଣେ ତେଣେ ଅନାଇ କହିଲା, “ଚନ୍ଦ୍ରବର୍ମା! ଆଗରେ ସେ ବୁଦା ଗୁଡିକଙ୍କ ସେପଟେ ଗୋଟିଏ ଗୁମ୍ଫା ଅଛି ବୋଲି ମନେ ହେଉଛି । ତମେ ଦେଖି ପାରୁଥିବ । ସେଆଡେ ଚାଲ ।”

କାପାଳିନୀର ଦୃଷ୍ଟି ପ୍ରଖର କହିବାକୁ ହେବ । ବଣବୁଦା ଆଢୁଆଳରେ ସତରେ ଗୋଟିଏ ଗୁମ୍ଫା ଥିବାର ଚନ୍ଦ୍ରବର୍ମା ଦେଖି ପାରିଲେ । ସେମାନେ ତହିଁ ଭିତରେ ସତର୍କ ଭାବରେ ପ୍ରବେଶ କଲେ । ଆଗରେ ଏକଜାତୀୟ ଉଚ୍ଚ ଘାସ ଗଛମାନ ଥିବାରୁ ବାହାରୁ ସେମାନଙ୍କୁ କେହି ଦେଖିବା ସହଜ ନଥିଲା ।

ଗୁମ୍ଫା ଭିତରେ ବେଶ୍ ପ୍ରଶସ୍ତ । ଗଛଲତା ଭେଦ କରି କିଛି ଆଲୁଅ ଭିତରେ ଆସି ପଡୁଥିଲା ।

କାପାଳିନୀ ଖଣ୍ଡିଏ ପଥରକୁ ଆଉଜି ପଡି ବସିଲା । ଚନ୍ଦ୍ରବର୍ମା ତା’ ସାମନାରେ ବସି ପଡି ତାକୁ ପଚାରିଲେ, “କାପାଳିନୀ, ପ୍ରଥମେ ଗୋଟାଏ କଥା କୁହ । ତମେ ଏଠିକି ଆସିଛ ବୋଲି ତାନ୍ତ୍ରିକ ଶଂଖୁ ଜାଣେ କି?”

କାପାଳିନୀ ହସିଲା । “ଆରେ ବାବୁ, ଶଂଖୁ ଯଦି ମୁଁ ଏତେଦୂର ଆସିଯାଇଥିବା କଥା ଜାଣନ୍ତା, ତେବେ କି ସେ ଗୋଟିଏ ମୁହୂର୍ତ୍ତ ଶାନ୍ତିରେ ଆଉ ରହି ପାରନ୍ତା? ମୋତେ ମାରି ପକାଇବା ନିମନ୍ତେ ସେ କ’ଣ ଚେଷ୍ଟା କରନ୍ତା ନାହିଁ? ମୁଁ ଗତ କାଲିଠାରୁ ଏଠାରେ ଆସି ରହିଛି । ମୋତେ ସେ ଅତିକାୟ ପକ୍ଷୀ ଦୁଇଟି ଧରିନେଇ ଯିବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ କାଳନାଗ ସେମାନଙ୍କୁ ଭୀଷଣ ଯୁଦ୍ଧ କରି ମାରି ପକାଇଛି ।”

“ତେବେ ତ ଚିନ୍ତା ନାହିଁ! ବର୍ତ୍ତମାନ ରାତି । ଜହ୍ନ ଆଲୁଅ ସାହାଯ୍ୟରେ ମୁଁ ତାନ୍ତ୍ରିକ ଶଂଖୁର ଘର କେଉଁଠି ତାହା ଠଉରାଇବାକୁ ଚେଷ୍ଟା କରେ ।” ଚନ୍ଦ୍ରବର୍ମା ଏହା କହି ଉଠି ଠିଆ ହେଲେ ।

କାପାଳିନୀ ଚନ୍ଦ୍ରବର୍ମାକୁ ଅଟକାଇ କହିଲା, “ତମେ କ’ଣ ଅଗ୍ନିପକ୍ଷୀ କଥା ଭୁଲିଗଲ? ରାତିରେ ଯଦି ଆମେ କାହାକୁ ହେଲେ ଡରିବା କଥା, ତେବେ ସେହି ଅଗ୍ନିପକ୍ଷୀକୁ । ଯଦି କାଳନାଗ କୌଣସି ପ୍ରକାରେ ତାକୁ ମାରି ପକାଇବାକୁ ସକ୍ଷମ ହେବ, ତେବେ ଆମର ବଡ ବିପଦ କଟିଯିବ । କଳାନାଗ ତା’ ସାଧ୍ୟମତେ ନିଶ୍ଚୟ ଚେଷ୍ଟା କରିବ ।”

ଚନ୍ଦ୍ରବର୍ମା ବିସ୍ମିତ ହୋଇ ପଚାରିଲା “କାଳନାଗ କ’ଣ ତମ ସହ ଏଠାକୁ ଆସିଛି?”

କାପାଳିନୀ ପୁଣି ହସିଲା ଓ କହିଲା, “ରାଜକୁମାର! କାଳନାଗ ମୋ ଅପେକ୍ଷା ତମକୁ ଅଧିକ ଶ୍ରଦ୍ଧା କରେ ବୋଲି ମୋର ଧାରଣା । କାଳନାଗଠାରୁ ତମେ ସେ ଯାଦୁ ଗଛର ଫଳ ଖାଇବା କଥା ଶୁଣିଛ । ସେତେବେଳଠୁଁ ମୁଁ ଜାଣିଛି ଯେ ତମେ ଆସି ଏଠି ସୁରୁଖୁରୁରେ ପହଁଚିଯିବ । ତେଣୁ ତମକୁ ଏଠାରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇନାହିଁ ।”

କାପାଳିନୀ ଆହୁରି କିଛି କହିବାକୁ ଯାଉଥିଲା, କିନ୍ତୁ ହଠାତ୍ ସେ ଅଂଚଳ ଝଲସି ଉଠିଲା । ମନେ ହେଲା ବାହାରେ ଯେମିତି ଆଲୋକିତ ହେଇଛି ।

ଚନ୍ଦ୍ରବର୍ମା ଗୁମ୍ଫାର ଦ୍ୱାର ପାଖକୁ ଯାଇ ଅନାଇଲେ । ଅଳ୍ପ ଦୂରରେ କାଳନାଗ ଅଗ୍ନିପକ୍ଷୀ ସହ ଲଢୁଥିବାର ତାଙ୍କର ଦୃଷ୍ଟିଗୋଚର ହେଲା । ସେ ଉତ୍ତେଜିତ ହୋଇ କହିଲେ, “କାପାଳିନୀ! ମୁଁ ଯାଇ କାଳନାଗକୁ ସାହାଯ୍ୟ କରେ ।”

“ନା, ରାଜକୁମାର, ନା । ତମେ ନିଜ ଶକ୍ତି ବର୍ତ୍ତମାନଠାରୁ ଖର୍ଚ୍ଚ କରନାହିଁ । ମୋର ବିଶ୍ୱାସ, କାଳନାଗ ଅଗ୍ନିପକ୍ଷୀକୁ ଶେଷ କରିଦେବ ।” କାପାଳିନୀ ଏହା କହି ଗୁମ୍ଫା ମୁହଁ ପାଖକୁ ଆସି ଚନ୍ଦ୍ରବର୍ମାଙ୍କ ଦୃଷ୍ଟି ଅନୁସରଣ କରି ଅନାଇଲା ଓ କହିଲା, “ଅଗ୍ନିପକ୍ଷୀ ମୁଁ ଏ ଅଂଚଳରେ ଆସି ପହଁଚିଥିବା କଥା ଜାଣି ଯାଇଛି ବୋଲି ମନେ ହୁଏ । ସେ ଯଦି ଶଂଖୁକୁ ଯାଇ ସେ ଖବର ଦେଇଦେବ, ତେବେ ଅଡୁଆ ହେବ । ତେଣୁ କାଳନାଗ ତାକୁ ଶୀଘ୍ର ଶେଷ କରିଦେଲେ ମଙ୍ଗଳ ହେବ ।”

ସେମାନେ ଲକ୍ଷ୍ୟ କରି ଦେଖିଲେ, କାଳନାଗ ଓ ଅଗ୍ନିପକ୍ଷୀ ଭିତରେ ଲଢେଇ ତୁମୁଳ ହେଲାଣି । ଦୁହେଁ ପରସ୍ପରକୁ ଯଥାଶୀଘ୍ର ମାରିଦେବାକୁ ଖୁବ୍ ବ୍ୟଗ୍ର ଥିଲେ । ନିଜର ତୀକ୍ଷ୍ନ ଚଂଚୁ ସାହାଯ୍ୟରେ ଅଗ୍ନିପକ୍ଷୀ କାଳନାଗର ତିନି ମୁଣ୍ଡକୁ ଭିନ୍ନଭିନ୍ନ କରିଦେବାକୁ ଚେଷ୍ଟା କରୁଥିଲା । କାଳନାଗ ନିଜ ଲାଙ୍ଗୁଡକୁ ଅଗ୍ନିପକ୍ଷୀ ଦେହରେ ଗୁଡାଇ ତାକୁ କାବୁ କରିବାକୁ ତତ୍ପର ଥିଲା ।


Rate this content
Log in

Similar oriya story from Classics