Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Tragedy Inspirational

2  

Bikesh Sahu

Tragedy Inspirational

ସ୍ୱାଭିମାନର ଅନ୍ୟ ଏକ ରୂପ

ସ୍ୱାଭିମାନର ଅନ୍ୟ ଏକ ରୂପ

6 mins
7.5K


ଦୁନିଆରେ ଅନେକ କିସମର ଲୋକ ଅଛନ୍ତି ତାରି ଭିତରୁ ଏମିତି ମଣିଷ ବି ଅଛନ୍ତି ସେଇ କଥା ପ୍ରଶାନ୍ତକୁ କୁ ନ ଦେଖିଲେ କିଏ ବିଶ୍ୱାସ ବି କରନ୍ତେ ବା କାହିଁକି ଯେ । ତା ପରିକା ମଣିଷ ଏ ସହରରେ କାହିଁକି ଆଖ ପାଖ ଚଉତିରିଶ ଖଣ୍ଡ ଗାଁରେ ବି ନ ଥିବେ ।ଆଉ ସେଇ କଥା ପାଇଁ ତାଙ୍କ ଗୁଣବତୀ ଘରଣୀ ରାଣୀ ସୁମତି ସଗର୍ବେ ସମସ୍ତଙ୍କ ଆଗରେ ଘୋଷଣା କରନ୍ତି ସ୍ୱାମୀ ତାଙ୍କର ହଜାରରେ ଗୋଟିଏ ।ଆଉ ଖାସ ସେଇଥି ପାଇଁ ସେ ନିଜେ ନିଜକୁ ନିଜର ନିଜସ୍ୱ କୋଟି ପୁଣ୍ୟର ଫଳ ମନେ କରେ । ସେମିତିରେ ଭଗବାନଙ୍କ ଦୟାରୁ ପ୍ରଶାନ୍ତର କୌଣସି ପ୍ରକାର ଅସୁବିଧା ନାହିଁ । ସହର ମ୍ୟୁନ୍ସିପାଲଟି ଅଫିସରେ ଛୋଟ ଚାକିରୀଟିଏ ।ଯେଉଁଥିରୁ ଆରମରେ ମାସିକ ଘର ଖର୍ଚ୍ଚ ସହିତ କିଛି ପଇସା ସଞ୍ଚୟ ହୋଇଯାଏ । ଆହୁରି ତା ସାଙ୍ଗକୁ ପ୍ରଶାନ୍ତର ଅଣ୍ଟାଗୁଞ୍ଜା ବାବଦକୁ ବେଳ କାଳ ଦେଖି ମାଆ ଚଂଚଳାଙ୍କ ଆଗମନ ଘଟେ । ପ୍ରଶାନ୍ତ ବି କୋଉ କମ ସିଆଣିଆ କି ?କୌଣସି ମଉକା ଛାଡିବା ମଣିଷ ନୁହେଁ ,ସେଇ ସବୁ କାମ ପାଇଁ ସେ ଆଗୁଆ ପ୍ରସ୍ତୁତି କରିଦେଇ ସାରିଛି ।ତାରି ସାଥିରେ ଗୋଟେ ମେନୁ କାର୍ଡ ମଧ୍ୟ ସେ ତିଆରି କରିଦେଇଛି । ଟେଣ୍ଡର ପାଇଁ ପନ୍ଦର ହଜାର,ଦସ୍ତଖତ ପାଇଁ କାମ ଜାଣି ଦାମ,ମେୟରଙ୍କ ସାକ୍ଷାତକାର ପାଇଁ ଦୁଇ ହଜାର ଏମିତି ପ୍ରତ୍ୟକ କାମରେ ତା ମେନୁ କାର୍ଡ

ସୁସଜ୍ଜିତ ହୋଇ ରହିଛି ।

             ପାଞ୍ଚ ବର୍ଷ ବୟସରେ ପ୍ରଶାନ୍ତର ମାଆ ତାକୁ ଏକା କରି ଦୁନିଆ ଛାଡି ଚାଲିଗଲା । ଏତେ ବଡ଼ ଦୁନିଆରେ ତାର ନିଜର କହିଲେ କେବଳ ତା ବାପା ମଧୁସୂଦନ ପଣ୍ଡା । ଅବଶ୍ୟ ଅତି ଯତ୍ନରେ ସେ ପ୍ରଶାନ୍ତକୁ ଦେଖାଶୁଣା କଲେ ।କେବେ ବି ତାକୁ ମାଆର ଅନୁପସ୍ଥିତିର ଆଭାସ ବି ଅନୁଭବ କରିବାକୁ ଦେଇ ନ ଥିଲେ । ସମୟ ସାଥିରେ ତାଳ ଦେଇ ଧୀରେ ଧୀରେ ପ୍ରଶାନ୍ତ ଯୌବନ ଅବସ୍ଥାରେ ପଦାର୍ପଣ କଲା ।ତା ସାଙ୍ଗକୁ ବାପାଙ୍କ ରୋଗ ବି ଆହୁରି ଅସମ୍ଭାଳ ହେବାରେ ଲାଗିଲା । ତେଣୁ ମଧୁସୂଦନ ବାବୁ ପ୍ରଶାନ୍ତକୁ ତାଙ୍କ ବନ୍ଧୁ ଭକ୍ତବନ୍ଧୁ ବାବୁଙ୍କ ଝିଅ ସୁମତି ସହ ବାହା କରି ଦେଇଛନ୍ତି ।ବହାଘରକୁ ଦୁଇ ମାସ ହୋଇଛି କି ନାଇଁ ସେ ମଧ୍ୟ ପ୍ରଶାନ୍ତକୁ ଛାଡି ଚାଲିଗଲେ ।ବର୍ତ୍ତମାନ ପ୍ରଶାନ୍ତର ନିଜର କହିଲେ ସୁମତିକୁ ଛାଡି ଏତେ ବଡ଼ ଦୁନିଆରେ ଆଉ କେହି ନାହାନ୍ତି କହିବା ଠିକ ହେବ ।

   ଛୋଟ ବେଳୁ ପ୍ରଶାନ୍ତର ପଇସା ପ୍ରତି ଖୁବ ଲୋଭ ।ଏତେ ଦିନ ଭିତରେ ସେ କେବେ ବି ଛୋଟିଆ ଚକଲେଟଟିଏ ବି କିଣିନି ବାକି ସବୁ କଥା ଛାଡ଼ନ୍ତୁ ।ଟଙ୍କା ପଇସା ପ୍ରତି ସେ ଖୁବ ଯତ୍ନବାନ । ଠିକ ତା ପରି ସମାନ ପ୍ରବୃତ୍ତିର ମଣିଷ ହେଉଛି ସୁମତି ।ସେ ହେଲେ କ'ଣ କମ ଯେ ? ସତରେ ଭଗବାନଙ୍କୁ ମାନିବାକୁ ପଡିବ କେମିତି ଯୋଡି ଜୁଟେଇଛନ୍ତି ।ଦୁହେଁ କେହି କାହାଠୁ କମ ନୁହନ୍ତି । ସେମିତି ସୁଖ ସୁବିଧାରେ ଦୁହିଁଙ୍କ ଜୀବନ ଆରମରେ ବିତିଯାଏ । ପ୍ରତିଦିନ ପ୍ରଶାନ୍ତ ଅଫିସ ଯାଏ ।ସୁମତିର ବାପା ଗୋଟେ ସୁନ୍ଦର ଗାଡି ତାକୁ ଯୌତୁକ ସୂତ୍ରରେ ଦେଇଛନ୍ତି କିନ୍ତୁ ବରଧରା ସମୟକୁ ଛାଡିଦେଲେ ଏ ଯାଏ ଗାଡି ଉପରେ ବସି କୁଆଡେ ଯିବା କଥା ତ ଦୂରରେ ଥାଉ ଏ ଯାଏ ଗାଡିଟାରେ ଟିକିଏ ବସିବା ବି ଉଚିତ ଭାବିନି ,କାଲେ ପୁରୁଣା ହୋଇଯିବ ।ଅଫିସ ଗଲାବେଳେ ଟିକେ ଗାଡିଟା ଉପରେ ଟିକିଏ ଆଖି ପକେଇ ଦିଅ ଆଉ ଫେରିବା ବେଳେ ।ବେଶ ସେତିକି ମାତ୍ର । ବହୁତ ଦିନ ହେବ ଗାଡି ଟାକୁ ଧୋଇବ ବୋଲି ଭାବିଛି ହେଲେ କରିବ କ'ଣ ରବିବାରକୁ ଛାଡି ପ୍ରତି ଦିନ ତା ଅଫିସ କାମ ଫୁରସତ ବା କୋଉଠି ଯେ କରିବ ।

        ତା ଆରଦିନ ରବିବାର ।ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ସେ ଯେମିତି ହେଲେ ଗାଡିକୁ ସଫା କରିବ ।ଦାଣ୍ଡଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡିଯାଇଛି । ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲଟି ଧରି ଯାଇ ଗାଡି ଧୋଇବାରେ ଲାଗିଗଲା ।ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତକୁ କହିଲା,"ଆଜ୍ଞା ଯଦି କିଛି ଟଙ୍କା ଦେବେ,ମୁଁ ଧୋଇଦେବି ।" ପ୍ରଶାନ୍ତ ତାକୁ ଚାହିଁ କହିଲା, ତୁମକୁ ଗାଡି ଧୋଇଆସେ ?" ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା ।ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର ଚାଳିଶ ପଚାଶ ଟଙ୍କା ଦେଇ ଏହାକୁ ବିଦା କରିଦେବି ।ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ । ସେ ରାଜି ହୋଇଗଲା ।ଲୋକଟାକୁ ବାଲଟି ଦେଉ ଦେଉ ପଚାରିଲା "ହଇ ହୋ ଭାଇ ତମକୁ ତ ମୁଁ କେବେ ଏଇ ସହରରେ ଦେଖିନି ,ତମେ କୋଉଠୁ ଆସୁଛ କି? ତୁମ ଘର

କେଉଁଠି ? ଦେଖିବାକୁ ତ ଭଲ ପୋଷାକ ପତ୍ର ପିନ୍ଧିଛ ? ତୁମ ନା ଟା କ'ଣ କହିଲ?"

    ଏକା ସାଙ୍ଗରେ ପ୍ରଶାନ୍ତ ମୁହଁରୁ ଏତେ ଗୁଡ଼ାଏ ପ୍ରଶ୍ନ ଶୁଣି ସେଇ ବ୍ୟକ୍ତି ଜଣକ କିଛି ସମୟ ନିସ୍ତବ୍ଧ ଭାବରେ ଗାଡିର ରିଙ୍ଗଟାକୁ କପଡ଼ାରେ ଘଷୁଥାନ୍ତି ।ପ୍ରଶାନ୍ତ ଟିକିଏ ଚୁପ ହୋଇ ଦାଣ୍ଡ ପିଣ୍ଡାରେ ବସି ପଡ଼ିଲା ।ଏତିକି ବେଳେ ଗୋଟେ ଅଜଣା କରୁଣ ସ୍ୱର ତା ଆଡ଼କୁ ଭାସି ଆସିଲା ।ପ୍ରଶାନ୍ତ ଏପଟ ସେପଟ ହୋଇ ଅନାଇଲା ।ତା ପରେ ଦେଖିଲା ସ୍ୱରଟା ସେଇ ଅଚିହ୍ନା ବ୍ୟକ୍ତିର ।ତା ସ୍ୱରରେ ସତେ କି ଅନେକ ଦୁଖଃ ଓ ଯନ୍ତ୍ରଣା ଭରି ରହିଥିବା ଭଳି ମନେହେଉଥାଏ ।ପ୍ରଶାନ୍ତ କିଛି କହିବା ପୂର୍ବରୁ ସେଇ ଅଚିହ୍ନା ମଣିଷଟା ଆରମ୍ଭ କରି ଦେଇ ସାରିଥିଲା ତା ଜୀବନର ସେଇ ଅଭୁଲା ଅତୀତର ଦୁଃଖଦ କାହାଣୀ।ସତେ କି ସେ ଖୋଜୁଥିଲା ସାଥିଟିଏ ତା ଦୁଃଖ ସବୁକୁ ବାଣ୍ଟିବାକୁ ।ତା କରୁଣ ସ୍ୱର ସତରେ କେତେ ଯେ ହୃଦୟ ବିଦାରକ ଥିଲା ।

 ଆଉ ଏତିକି ବେଳକୁ ପ୍ରଶାନ୍ତ ନିସ୍ତବ୍ଧ ପାଷାଣଟେ ପରି ନିର୍ବାକ ହୋଇ ସେଇ ଅଜଣା ମଣିଷ ଆଡକୁ ଚାହିଁ ରହିଥାଏ ।

ଅଜଣା ମଣିଷଟି ଅସ୍ପଷ୍ଟ ସ୍ୱରରେ କହିଚାଳିଲା "ସତରେ ବାବୁ ଏଇ ଦୁନିଆଟା କେଡେ ବିଚିତ୍ର ଦେଖୁନ ।ଏଇଠି ଯିଏ ଧର୍ମ କରୁଛି ତା କର୍ମ ଚାଲିଯାଉଛି ଆଉ ଯିଏ ଅଧର୍ମ କରୁଛି ଆରାମରେ ରହୁଛି ...ଏମିତି କାହିଁକି ବାବୁ ?।ଏଇ କଣ ଧର୍ମର ଫଳ?"

ପ୍ରଶାନ୍ତ ପାଖରେ ଏଇ ସବୁ ପ୍ରଶ୍ନର ଉତ୍ତର ନ ଥିଲା ।କେବଳ ନିର୍ବାକ ହୋଇ ଚାହିଁ ରହିଥିଲା ସେଇ ମଣିଷଟା ଆଡକୁ ।ସେଇ ଅଜଣା ମଣିଷର ପ୍ରତିଟି ଶବ୍ଦ ସତେକି ପ୍ରଶାନ୍ତକୁ ଦୋହଲାଇ ଦେଉଥିଲା..।ପୁଣି ସେ ଆରମ୍ଭ କରିଦେଲା ତା ଜୀବନର ସେଇ ଘଟଣା ସବୁର ଦରଦ ଭରା କାହାଣୀ ।ଆଉ ପ୍ରଶାନ୍ତ ସାଜି ଯାଇଥିଲା ସେଇ ସମୟ ପାଇଁ ନିର୍ବାକ ଓ ନିସ୍ତବ୍ଧ ବିମୋହିତ ଶ୍ରୋତାଟିଏ ।

             ଗୁଣୁଗୁଣୁ ହୋଇ ଅସ୍ପଷ୍ଟ ସ୍ୱରରେ ସେ କହି ଚାଲିଥାନ୍ତି ତାଙ୍କ ସେଇ ହସଖୁସିର ପରିବାର କଥା ।ତାଙ୍କ ସ୍ତ୍ରୀ ସାଙ୍ଗକୁ ତାଙ୍କ ଅମୂଲ୍ୟ ରତ୍ନ ପିଙ୍କୁକୁ ନେଇ ଗୋଟିଏ ସୁନା ସଂସାର ।ସତେକି ସରଗଠୁ ବି ବଳିପଡୁଥିଲା ଘରର ହସଖୁସି ।ବେସରକାରୀ ଇସ୍ପାତ କାରଖାନାରେ ତାଙ୍କ ଛୋଟିଆ ଚାକିରି ।ଆଉ ସେତକ ବେତନରେ ସୁରୁଖୁରୁରେ କଟି ଯାଉଥିଲା ତିନି ପ୍ରାଣୀ ଙ୍କ ଜୀବନ ।ଏତେ ଦିନ ଜୀବନ ଭିତରେ କେବେ କାହା ସହ ଝଗଡା ତ ଦୂରର କଥା ଟିକିଏ ବଡ଼ ପାଟିରେ କଥା ବି ହେଇ ନାହାନ୍ତି ସେ ।

ବାପାଙ୍କ ନୀତି ଆଦର୍ଶରେ ସେ ଗଢ଼ା ।ତାଙ୍କ ବାପାଙ୍କ ସେଇ ଗୋଟିଏ ପଦ କଥା ଆଜିବି ତାଙ୍କ ମନେଅଛି ।ସେ ସବୁ ବେଳେ କହୁଥିଲେ..

 "ଜୀବନ ଥିଲେ ଭାଇ ପାତିବା ନାହିଁ ହାତ

ମଣିଷ ପରି ଦିନେ ମଣିଷ ହୋଇବା ତ ।।"

   ଏଇ ପଦିଏ କଥା କୁ ନିଜ ଜୀବନର ମୂଳ ମନ୍ତ୍ର କରିଦେଇ ଆଜି ଯାଏ ମୁଣ୍ଡ ଉଠେଇ ବାଟ

ଚାଲିଛନ୍ତି । ଯେତେ ଝଡ଼ ଝଞ୍ଜା ଆସୁନା କାହିଁକି ଜୀବନ ଥିବା ଯାଏ ସେ କେବେ କା ଆଗରେ ହାତ ପତେଇ ନାହାନ୍ତି କି ପତେଇବେ ନାହିଁ ।ଏଇ ହି ତାଙ୍କ ଜୀବନର ବୀଜମନ୍ତ୍ର ପାଲଟି ଯାଇଛି ।ବାପାଙ୍କ ସ୍ୱର୍ଗବାସକୁ ଦଶ ବର୍ଷ ବିତିଗଲାଣି ।ତଥାପି ସବୁବେଳେ ତାଙ୍କ ହାତ ମୁଣ୍ଡ ଉପରେ ଥିବାର ସେ ଅନୁଭବ କରନ୍ତି । ଆଜକୁ ଦଶ ବର୍ଷ ପୂର୍ବେ ସେ ଯେଉଁ ଭୁଲ କରିଥିଲେ ଯାହା ଥିଲା ତାଙ୍କ ଜୀବନର ସବୁଠାରୁ ବହୁତ ବଡ଼ ଭୁଲ ।ବାପାଙ୍କ ବିରୁଦ୍ଧରେ ଯାଇ ସେ ସୁଲଗ୍ନା ପ୍ରେମରେ ପଡି ତାକୁ ପ୍ରେମ ବିବାହ କରିଥିଲେ ।ଯେଉଁଠି ପାଇଁ ଆଜି ତାଙ୍କ ଏଇ ଅବସ୍ଥା ।ଯାହାକୁ ଜୀବନଠୁ ବେଶୀ ଭଲ ପାଇ ନିଜ ଠାକୁର ସମାନ ବାପାଙ୍କ ବିରୁଦ୍ଧରେ ଗଲେ ।ସେ ତାଙ୍କୁ ଛାଡି ଆଜି ତା ପୁରୁଣା ପ୍ରେମିକ ସାଥିରେ ଆମେରିକା ଚାଲି ଯାଇଛି ।ତା ସାଙ୍ଗକୁ ନେଇ ଯାଇଛି ଦିନରାତି ଏକ କରି ,ମୁଣ୍ଡ ଝାଳ ତୁଣ୍ଡରେ ମାରି ସଞ୍ଚୟ କରିଥିବା ସବୁ ତକ ଧନ ରତ୍ନ ଓ ସୁନା ଗହଣା । ଏପଟେ ଘର ତିଆରି ପାଇଁ ବ୍ୟାଙ୍କରୁ ଆଣିଥିବା ଦଶ ଲକ୍ଷ ଟଙ୍କା ଏ ଯାଏ ପୈଠ ହୋଇନି ।ବ୍ୟାଙ୍କ ମ୍ୟାନେଜରଙ୍କ ବାରମ୍ବାର ନୋଟିସ

ଆସୁଛି ।ଶେଷକୁ ନିଲାମ ହୋଇଯାଇଛି ତାଙ୍କ ଘର । ଦଇବକୁ ଯେଉଁ କାରଖାନାରେ ସେ କାମ କରୁଥିଲେ କଞ୍ଚାମାଲର ଅଭାବରୁ ଆଜି ତା ବି ବନ୍ଦ ପଡିଛି ।ନା ରହିବା ପାଇଁ ମୁଣ୍ଡରେ ଛାତ ଅଛି ନା ଖାଇବାକୁ ଗଣ୍ଡେ ଖାଇବା ।ପାଖରେ ଅଛି ତ ପିନ୍ଧିଥିବା ସେଇ ଲୁଗାଟିଏ ।ଶେଷକୁ କିଂକର୍ତ୍ତବ୍ୟବିମୁଢ ହୋଇ ସହାୟତା ପାଇଁ ପୋଲିସ ଷ୍ଟେସନ ବି ଯାଇଛନ୍ତି ହେଲେ ସେଇଠି ବି ଶୁଣିବାକୁ ପଡିଛି ଲଜ୍ଜ୍ୟାଜନକ କଟୁକ୍ତି । ସେଇଠୁ ବି ନିରାଶ ହୋଇ ଫେରିବାକୁ ପଡିଛି । ସାହାଯ୍ୟ ପାଇଁ ତାଙ୍କ ବନ୍ଧୁଙ୍କୁ ବି ଅନୁରୋଧ କରିଛନ୍ତି ହେଲେ କିଛି ସୁଫଳ ମିଳିନଥିଲା ।ସତେକି ସବୁ ରାସ୍ତା ତାଙ୍କ ପାଇଁ ବନ୍ଦ ହୋଇ ଯାଇଥିଲା । ଏ ପଟେ ହସ୍ପିଟାଲରେ ରିଙ୍କୁର ଚିକିତ୍ସା ପାଇଁ କୋଡିଏ ହଜାର ଟଙ୍କା ଆବଶ୍ୟକ ।କୋଉଠୁ ଯେ ଏତେ ଗୁଡିଏ ଟଙ୍କା ଆସିବ ମାତ୍ର ଆଉ ଦୁଇ ଦିନ ରହିଲା ଟଙ୍କା ଜମା ଦେବାର । କିଛି ଭାବି ପାରୁନଥାନ୍ତି ।ଏତେ ସବୁ ଅସୁବିଧା ସତ୍ୱେ ସେ ଭାଙ୍ଗିପଡି ନାହାନ୍ତି ।ତିନି ଦିନ ହେବ ଭୋକିଲା ପେଟରେ ଘୁରିବୁଲୁଛନ୍ତି ।କ'ଣ କରିବେ କିଛି ବୁଝି ପାରୁନାହାନ୍ତି ।ତଥାପି କାହା ଆଗରେ ଏ ଯାଏ ହାତ ପାତି ନାହାନ୍ତି ।ଅନେକ ଥର ଚେଷ୍ଟା କରିଛନ୍ତି ହେଲେ ସବୁ ବେଳେ ବାପାଙ୍କ ସେଇ ଗୋଟିଏ ପଦ କଥା ଜଳ ଜଳ ହୋଇ ଆଖି ଆଗରେ ଭାସିଆସେ । ସେ ଆଉ କରନ୍ତେ ବା କ'ଣ ?

      କହୁ କହୁ ତାଙ୍କ ଆଖିରୁ ଝରି ଯାଉଥାଏ ଲୁହ ଚିର ସ୍ରୋତା ନଈଟେ ପରି । ପ୍ରଶାନ୍ତ କେବଳ ମନ୍ତ୍ରମୁଗ୍ଧ ହେଇ ଏକ ମନ ଏକ ଲୟରେ ଚାହିଁରହିଥାଏ ।ନିର୍ବାକ ଓ ନିସ୍ତବ୍ଧ ହୋଇ ସେମିତି ବସିରହିଥାଏ । ତା ଆଖିରୁ ମଧ୍ୟ ଝରି ଯାଉ ଥାଏ ଦୁଇଧାର ଲୁହ। ଆଉ ସେତିକି ବେଳେ ସେ ବୁଝି ସାରିଥାଏ ମାନବିକତା ଓ ସ୍ୱାଭିମାନର ପ୍ରକୃତ ଅର୍ଥ।


Rate this content
Log in

Similar oriya story from Tragedy