Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Others

2  

Gupteshwar Nanda

Others

ଅମାବାସ୍ୟା ଭାର

ଅମାବାସ୍ୟା ଭାର

2 mins
7.8K


ନରହରି ବାବୁ ସରକାରୀ ଚାକିରିଟିଏ କରନ୍ତି । ମୋଟା ଅଙ୍କର ଦରମା ମଧ୍ୟ ପାଆନ୍ତି । ଖୁସିରେ ପରିବାର ଚଳାନ୍ତି । ହାତୀ, ଘୋଡ଼ା ନହେଲେ ବି ସଭ୍ଯ ସମାଜରେ ସୁରୁଖୁରୁରେ ଚଳିପାରିବା ଭଳି ସବୁ ଦେଇଛନ୍ତି ଈଶ୍ୱର ତାଙ୍କୁ ।

ସାବିତ୍ରୀ ଅମାବାସ୍ୟା ଦିନ ପ୍ରତି ବର୍ଷ ପରି ଗୋଟେ ବଡ଼ ବେଗ୍ ନେଇ ବଜାରକୁ ଗଲେ ସେ । ଶାଢୀ,ଚୂଡୀ,ପୂଜା ସାମଗ୍ରୀ ଓ ଫଳମୂଳ ଅଣା ହେବ ଘରପାଇଁ। ବଜାର ପାଖରେ ଜଣେ ବନ୍ଧୁଙ୍କ ସହ ଭେଟ ହେଲା । କୁଶଳ ମଙ୍ଗଳ ପଚରା ବୁଝା ସରିବା ପରେ,ବନ୍ଧୁ ଜଣକ ସେଦିିିନ ଚଢା ଦାମ୍ ରେ ବିିିକ୍ରି ହେଉଥିବା ଫଳ, ଶାଢି ଆଦି ବିଷୟରେ ଅତି ଦୁଃଖର ସହିତ କହି ଯାଉଥାନ୍ତି । ଆହୁରି ମଧ୍ୟ କହୁଥାନ୍ତି, ନକଲେେ ନଚଳେ ବୋଲି ବାଧ୍ୟ ହୋଇ ଏସବୁ କରିିିବାକୁ ପଡୁଛି । ଏମିତି ଅନେକ ପରଂପରାର ଭାର ବୋହିିିବାକୁ ପଡୁଛି ।

ହଠାତ୍ ନରହରି ବାବୁ ମନେ ପକାଇଲେ ଅଫିସ୍ ଚପରାସୀ ମହାନ୍ତି କଥା । ସକାଳେ ମହାନ୍ତି ତାଙ୍କ ପାଖକୁ ଟଙ୍କା ପାଂଚ ଶହ ଧାର କରିବାକୁ ଆସିଥିଲେ । ଗରିବ ହେଲେ ମଧ୍ୟ କାହା ପାଖରେ ହାତ ପତେଇବା ଲୋକ ନୁହନ୍ତି ସେ । ଭାରିି ସ୍ବାଭିମାନୀ ଲୋକଟିଏ ସେ । ତେବେ ଗୋଟିଏ ଅଫିସରେ କାମ କରନ୍ତି ବୋଲି କେବେ କେମିତି ଚାଲିଆସନ୍ତି ନରହରି ବାବୁଙ୍କ ପାଖକୁ । ଧାର ନେଇଯାଂତି ,ଟଂକା ପାଖରେ ହେବା ମାତ୍ରେ ଋଣ ପରିଶୋଧ କରନ୍ତି । ବଡ଼ଝିଅର ଶାଶୂ ଘରକୁୁ ଅମାବାସ୍ଯା ଭାର ନେଇ ଯିବାକୁ ପଡ଼ିବ ବୋଲି କହୁୁୁଥିଲେ ।

କିନ୍ତୁ ନିଜ ପରିବାର ଖର୍ଚ କାଟିବା ପରେ ମାତ୍ର ଟଙ୍କା ଦୁଇ ଶହ ବଳିି ଥିଲା ନରହରି ବାବୁଙ୍କ ପାଖରେ । ଆଉ ସେତକ ଦେଇ ଥିଲେ ମହାନ୍ତିଙ୍କୁୁ । ମନେ ମନେ ବିଚଳିିିତ ହୋଇ ପଡୁଥିଲେ ନରହରି ବାବୁ । କେମିତି ମହାନ୍ତି କାମଟିକୁ ଗୁନ୍ଥି ଥିବେ ବୋଲି ।

ପୁଣି ମନେ ମନେ ବିଚାର କରୁୁୁଥିଲେ ଦୁଇ ଚାରି ଘଣ୍ଟାର ପରଂପରା ପାଇଁ କେମିତି କିଣାା ବିକାର ବ୍ୟର୍ଥ ପ୍ରତିଯୋୋଗିତା ଚାଲିଛି । କାହାପାଇଁ ଏ ପରଂପରା ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ନା ଗରିବ ଶ୍ରେଣୀ ପାଇଁ ସେ କଥା ସ୍ଥିର କରି ପାରୁ ନଥିଲେ ନରହରି ବାବୁ।

-ଗୁପ୍ତେଶ୍ଵର ନନ୍ଦ

ଶଙ୍କରା,ବିନିକା,ସୁବର୍ଣପୁର

9337988558


Rate this content
Log in