Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Pradhan

Others

2  

Anirudha Pradhan

Others

" TUME EKAA SAAHAA "

" TUME EKAA SAAHAA "

1 min
7.3K


ତୁମେ ଏକା ସାହା

  ତୁମ ଚ଼ରଣ…କରେ ସ୍ମରଣ….ମନ, ସଂଜ - ସକାଳେ

ଆରତ ତ୍ରାଣ…ଦିଅ ଶରଣ….…ତବ ପାଦ - କମଳେ

ମନ ଡ଼ାକେ ଆକୁଳେ………….……………………..

 

ଜଣା ନାହିଁ ଜପ - ତପ………..…….ଭକ୍ତି ଧର୍ମ ଜ୍ଞାନ

କିପରି ପାଇବି ପ୍ରଭୂ………….….…….ତୁମ ଦରଶନ

ଆଜି ଯାଏ ସୁଖ ବୋଲି…….…….…ଯାହାକୁ ଭାବିଲି

ଦୁଃଖ ର କାରଣ ସେହି………..……ଆଜି ମୁଁ ଜାଣିଲି

ଛଟପଟ ହୁଏ ପଡ଼ି………………....ମାୟା - କବଳେ

ତୁମ ଚ଼ରଣ ତଳେ…………….……………………..

 

ତୁମ ଚ଼ରଣ…କରେ ସ୍ମରଣ….ମନ, ସଂଜ - ସକାଳେ

ଆରତ ତ୍ରାଣ…ଦିଅ ଶରଣ…….ତବ ପାଦ - କମଳେ

ମନ ଡ଼ାକେ ଆକୁଳେ…………………….…………..

 

ଅହଂକାରେ ଶୁଣି ନାହିଁ………..……ବିବେକ ର ଡ଼ାକ

ପାପ - ପୁଣ୍ୟ ରେ କରିନି………..…ତିଳେ ବି ପରଖ

ଅନୁତାପ ଅନଳ ରେ…………..….ମନ ଜଳେ ଆଜି

ପାଏ ନାହିଁ ପ୍ରାୟଶ୍ଚିତ୍ତ………..…ବାଟ ଖୋଜି ଖୋଜି

ତୁମେ ଏକା ସାହା ମୋର……..…..ବାହୁଡ଼ା ବେଳେ

ମନ ଡ଼ାକେ ଆକୁଳେ……………..…………………

 

ତୁମ ଚ଼ରଣ…କରେ ସ୍ମରଣ…ମନ, ସଂଜ - ସକାଳେ

ଆରତ ତ୍ରାଣ…ଦିଅ ଶରଣ……ତବ ପାଦ - କମଳେ

ମନ ଡ଼ାକେ ଆକୁଳେ……………….………………..

 _________________________________________________________________

ଅନିରୁଦ୍ଧ ପ୍ରଧାନ,  ମଣ୍ଡପଡ଼ା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଓଡିଶା-754215   ( ମୋବାଇଲ୍ ନଂ-09899156902 )  

 


Rate this content
Log in

More oriya story from Anirudha Pradhan