ନିଝୁମ୍ ରାତିର ସାଥୀ
ନିଝୁମ୍ ରାତିର ସାଥୀ
ସ୍ନେହର,
କାବେରୀ'' ;
ଭାବ ବନ୍ଧନର ଦୁନିଆଁରେ ବଞ୍ଚିବାକୁ ହେଲେ;
ମମତାର ଡୋରି ଆବଶ୍ୟକ!
ପ୍ରେମ ପୂଜାରୀଣି ତୁମେ;
ତୁମ ପୂଜାର ଅଭିଳାଷ ପୂର୍ଣ୍ଣ କରିବାକୁ ଜଗାବଳିଆ ଅଛନ୍ତି;
ସ୍ବପ୍ନ ସାଗରରେ ସାଗରଗଙ୍ଗା ଯେବେ ମିଶେ ସଂନ୍ଧ୍ୟାତାରାର ପ୍ରତିଛବି ଠିକ୍ ଉଲକା ଭଳି ଦେଖାଯାଏ।
ସୁନାର ସଂସାର ମିଛମାୟା ସଂସାର, ସେଥିରେ ସମୟ ଵଡ ବଳବାନ।
ଶେଷଶ୍ରାବଣର ଝଡ ବତାସରେ ଅନେକ ଧୋକ୍କା ଖାଇବାକୁ ପଡେ ଏ ମାଟିର ମଣିଷକୁ;
କିନ୍ତୁ,
ପରଦେଶୀ ଚଢେଇ ମୁଁ,!
ତୁମ ସ୍ମୃତିର ଅଲିଭା ଦାଗ ମୋ ମନରୁ ଏଯାଏଁ ଲିଭିନି। ;
ସହରିବାଘ ଭଳି ଦୁଃଖ ଆସିଛି:
କିନ୍ତୁ,
ଫଗୁଣର ସେଇ ମଧୁମୟ ଜୀବନରେ ମୁଁ ହସିହସି ରକ୍ତଗୋଲାପ ଖେଳୁଛି '!
ଏଇତ ଦୁନିଆଁର ରୀତି ":
ଅଦିନମେଘର ଭସାବାଦଲ ଗୁଡିକ ସତେ ଯେମିତି ହାତଠାରି କହୁଛି,
ସୁନାଚଢେଇ କି ତୋତେ ସମର୍ପଣ କରୁଛି,
ସତେ ଯେମିତି ସିଏ ତୋ ମନ ପଞ୍ଜୁରୀ ଭିତରେ ଶାରୀଟିଏ ଭଳିି ତାରି, ତାରି ମନକୁ ଅର୍ପଣ କରିବ।
ସତରେ ତୁମେ ଆମଘର ଆମ ସଂସାରକୁ ଆସିବ ଠିକ୍ ବଧୂ ନିରୁପମା ଭଳି।
ବାସନ୍ତୀ ଅପାକୁ ବହୁତ ବୁଝାଇ ଲି, ବଡ଼ ଭାଉଜକୁ ବହୁତ କହିଲି,
ନୂଆ ବୋଉକୁ ଯଦି ଆମ ଘରସଂସାରକୁ ଅଣାଯାଏ,
ତେବେ, ଠିକ୍ ମାଣିକ ଭଳି ଶୋଭା ପାଇବ।
ସତ କେବେ ଲୁଚି ରହେନା,
ଶୁଣି, ଖୁସି ହେଲି।
ହେଲେ, କଣ ହେବ?
ସବୁ ସେହି ଭାଗ୍ୟ ହାତେ ଡୋରି,
ଜଗା ହାତରେ ପଘା ରହିଗଲା ଭଳି;
ତେଣୁ ତାରି ପାଖରେ ଆମେ କିଏ।
ସତେ ଯେମିତି ଏକ କଣ୍ଢେଇ ଟିଏ,:
ତୁମେ,
ନୀଳମାଧବଙ୍କୁ ଜାଇଫୁଲ ଅର୍ପଣ କର,
ତୁମ ପୂଜାଫୁଲ ପାଇ ଶ୍ରୀ ଜଗନ୍ନାଥ ନିଶ୍ଚିତ ଭାବେ ଖୁସି ହେବେ।
ହଁ,
ତୁମେ ଏଠାରେ ଉଦଣ୍ଡିସୀତା ହେଲେ ହେବନାହିଁ,
ସବୁକିଛି ମାନିନୀ ଭଳି ସହିବାକୁ ପଡ଼ିବ।
କାରଣ,
ଏଠାରେ ଆମରି ହିସାବନିକାସ କରିବା ପାଇଁ କେହିନାହିଁ।
ହଁ,
ଏଠାରେ ମୋ ପାଇଁ ସତେକି ଭାଇ ହେଲା ଭଗାରି;
ତୁଣ୍ଡ ବାଇଦ ସହସ୍ର କୋଶ,
ଏଣୁ,
ସମୟର ଚକାଭଁଉରୀ ରେ ସତେ ଯେମିତି ଦଣ୍ଡାବାଳୁଙ୍ଗା ଭଳି ସବୁ ସହିବାକୁ ପଡ଼ିବ ଏ ଚିହ୍ନା ଅଚି଼ହ୍ନା ର ରାଇଜ ଭିତରେ।
ତୁମେ,
ଗୌରୀ ଭଳି ବୁଝିବାକୁ ହେବ କାହାର ନ୍ୟାୟ ଅନ୍ୟାୟ,
ପଞ୍ଚୁପାଣ୍ଡବ ଯେପରି ଦ୍ରୌପଦୀଙ୍କ ବସ୍ତ୍ରହରଣକୁ ମଧ୍ୟ ପାପପୁଣ୍ୟ ବିଚାରି ସହିଥିଲେ,
ମୁଁ ଵି ଡୋରା ସାଜି ସବୁ କିଛି ସହିବାକୁ ପଡୁଛି,;
କାରଣ,
ଲକ୍ଷ୍ମଣରେଖା କୁ ଅନୁସରଣ କରିବା ଉଚିତ।
ଏଇଠି ସ୍ୱର୍ଗ ଏଇଠି ନର୍କ,
ଏଣୁ ତୁମକୁ ବସୁଧା ଭଳି ସବୁ ସହିବାକୁ ପଡ଼ିବ।
ମାଁ ଗୋଜବାୟାଣୀଙ୍କ ଆଶିଷରେ ତୁମ ମଥାରେ ସିନ୍ଦୁର ବିନ୍ଦୁ ଇନ୍ଦ୍ରଧନୁର ଛାଇ ଭଳି ଚମକି ଉଠିବ।
ହଁ,
ତୁମକୁ ନାଗ ପଞ୍ଚମୀ ଦିନ ଅପେକ୍ଷିତ ଥିଲି,
କିନ୍ତୁ ଏଯୁଗର ପଞ୍ଚୁପାଣ୍ଡବ ପାଇଁ ସବୁକିଛି ଚୁରମାର ହୋଇଗଲା।
ହେଲେ ଅନ୍ୟାୟ ସହିବି ନାହିଁ, ମୁଁ ମଧ୍ଯ ଭିଷ୍ମ ପ୍ରତିଜ୍ଞା ରେ ଅଟଳ।
ହଁ, ଯଶୋଦା ମାଆ ଆସିଥିଲେ, ସେ ତୁମପାଇଁ
ଶଙ୍ଖା ସିନ୍ଦୂର ଦେଇ ଯାଇଛନ୍ତି।
ତୁମେ ଦେଖିବ,
ମୋର ବା ଏ ଯାଯାବର ଜିବନ ଆଉ କିଛି ଦିନ ପାଇଁ,
ଅଦିନମେଘ ପରି ସବୁ ଦୁଃଖ ନିଶ୍ଚିତ ଭାବେ ଦୁରେଇ ଯିବ ସେହି ଲୋକମାନଙ୍କ ମନ ଆକାଶ ଆକାଶ ରୁ।
ହ୍ରୁଦର କୋହ କାଆଗେ କହନ୍ତି,
ପରଝିଅ ଘର ଭାଙ୍ଗେନା, "କା" ର ବିଶ୍ବାସ ଅଛି। ବଡ଼ ଭାଇ ମୋର କୋଟିଏ ମଣିଷ ଗୋଟିଏ ଜଗା।
ମାଆ ଯାହାର ସାହା ଭରସା, ଭଉଣୀ ମୋର ସତରେ ସୁଭଦ୍ରା।
ବାପା ଯେମିତିକି, ଖୁସିରେ କହନ୍ତି,
ପୁଅ ମୋର କଳାଠାକୁର,
ଦୁଇଟି ପୁଅ ମୋ ଜଗାବଳିଆ,
ଦୂରରୁ କହନ୍ତି ଆସୁଛି ମୋ କାଳିଆସୁନା।
ଦେଖ,
ବୋହୁ ହେବ ତ ଏମିତି,।
ତୁମେ ଏ ଘର ଅଗଣା ମଝିରେ ଠିଆ ହୋଇ କହିପାରିବ ଛାଇଆଲୁଅର ମାପ କେତେ।
ସେତେବେଳେ ଏହି ଘରସଂସାରକୁ କିଏ କାହାର ନ ଭାବି ମମତାରବନ୍ଧନରେ ବାନ୍ଧି ପାରିବ ଏ ସୁନାସଂସାର ଟିକୁ।
ମାୟାମମତା ନ ରଖି ସଜାଇବାକୁ ପଡିବ ଏ ବତୀଘର ଟିକୁ, ସତେ ଯେମିତି ଘର ମୋର ସ୍ୱର୍ଗ।
ସଉତୁଣୀ ଅଭିମାନ ନ କରି,
ମମତାର ମୂଲକୁ ଅଜାଡି ଦେବାକୁହେବ ସେହି ପଣତକାନିରେ।
ହଁ, କଥାଟି ଗପ ହେଲେ ବି ସତ;
"ରହିଲି"
ପୁଣି ପ୍ରତୀକ୍ଷାର ଅନୁତାପରେ,
ସେହି ଚକାଭଉଁରୀର ବାଲିଝଡ ଖେଳକୁ,
ଯେଉଁଦିନ ହେବ ଦୁହିଁଙ୍କ ଭିତରେ ଅମରପ୍ରେମର ପୁନର୍ମିଳନ।
🥀🥀🥀🥀🥀🥀🥀🥀
(ଇତି)
ତୁମର,
ନିଝୁମ୍ ରାତିର ସାଥୀ!!!
-----------???-----------
@@@@@@@@
==============
ବିଷ୍ଣୁ ପ୍ରସାଦ ମିଶ୍ର
କୋରାପୁଟ
୯୧୨୪୦୪୯୧୨୯