Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Tragedy Others

3  

Rasmi Rekha Tripathy

Inspirational Tragedy Others

ପରିବର୍ତ୍ତନ

ପରିବର୍ତ୍ତନ

1 min
7.2K



       ମଣିଷ ଯେତେବେଳେ ଭାବେ ଯେ ସବୁ ଠିକ୍ ହୋଇଯିବ ଓ ଜୀବନର ଗାଡି ଗଡିଚାଲିବ ନିରାମୟ ଭାବରେ, ଠିକ୍ ସେତିକି ବେଳେ ନିୟତି ଆଉ କିଛି ଖେଳ ରଚେଇଥାଏ l ଆଉ ସେ ଖେଳରେ ମଣିଷକୁ କେତେବେଳେ କେଉଁ ଜାଗାରେ ନେଇ ପହୁଞ୍ଚାଇଥାଏ ତାହା ସେ ନିଜେ ବି କଳ୍ପନା କରି ନ ଥାଏ l ସାନ ଭଣଞ୍ଜାଙ୍କର ନବଜାତକକୁ ଦେଖିବା ପାଇଁ ନଣନ୍ଦ, ନଣନ୍ଦେଇ ଓ ବଡ ଭଣଞ୍ଜାବୋହୁ ଦେଖିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିଲେ l ଏହି ସମ୍ବାଦ ଆମ ପରିବାରଟିକୁ ଦୋହଲେଇ ଦେବା ପାଇଁ ଯଥେଷ୍ଟ ଥିଲା l

       ଏହି ଘଟଣାର କିଛି ଦିନ ପରେ ଆମେ ଚାହିଁଲୁ ବଡ ଭଣଞ୍ଜାଙ୍କର ପୁଣି ଥରେ ବାହାଘର କରିବା ପାଇଁ l କିନ୍ତୁ ରାଜି ହେଉ ନ ଥିଲେ ସେ ଅନେକ ଦିନ ପର୍ଯ୍ୟନ୍ତ l ହଠାତ୍ ଦିନେ ଆସି ମୋତେ କହିଲେ ତାଙ୍କ ପାଇଁ ପ୍ରସ୍ତାବ ଦେଖିବାକୁ l ଆଶ୍ଚର୍ଯ୍ୟ ଲାଗିଲେ ବି ବହୁତ୍ ଖୁସି ଥିଲି ମୁଁ ତାଙ୍କର ଏ ପରିବର୍ତ୍ତନରେ l ଖାଇବା ବେଳକୁ ଏମିତି ଖାଉଥିଲେ, ଯେମିତି ବହୁତ ଦିନ ହେଲା ଅଭୁକ୍ତ ସେ l ତାଙ୍କର ପ୍ରିୟ ଆଳୁ ପୋଟଳ କଷା ହୋଇଥିଲା l ଯାଚିଲି ଆଉ ଥରେ l ଲୁହ ଭର୍ତ୍ତି ହୋଇ ଯାଇଥିଲା ଆଖିରେ ତାଙ୍କର l

         : ଏବେ ତ ମୋର ବଳ ବୟସ ଅଛି l ମୁଁ ଦେବା ନେବା ସବୁ ବୁଝିକି ବି ସାନ ବୋହୁ ମାଆ ମୋତେ ଅବହେଳା କରୁଛନ୍ତି l ବଳ ବୟସ ଖସିଗଲେ ଆଉ କଣ ନ କରିବେ ? ଛଳ ଛଳ ଆଖିରେ କହିଲେ ବଡ ଭଣଞ୍ଜା l ଏଥର ମୁଁ ବୁଝିଗଲି ତାଙ୍କର ଏହି ପରିବର୍ତ୍ତନର କାରଣକୁ l


Rate this content
Log in

Similar oriya story from Inspirational