Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ରାତିର ସ୍ଵପ୍ନ
ଶେଷ ରାତିର ସ୍ଵପ୍ନ
★★★★★

© SIPRA NAMTA

Fantasy Others

5 Minutes   7.1K    10


Content Ranking

ହସ୍ପିଟାଲର କ୍ୟାମ୍ପସ ଭିତରେ ଅତର୍କିତ ଧକ୍କା ଲାଗି ଔଷଧର ପଲିଥିନ ବ୍ୟାଗଟି ଛିଟିକି ପଡିଲା ।ଗୋଟାଇବାକୁ ଯାଇ ଅରୁପାର ହାତକୁ ସ୍ପର୍ଶ କରିଗଲା ଆଉ ଏକ ହାତ । "ସରି" କହିବାର ଶବ୍ଦରେ ମୁଣ୍ଡ ଟେକିଲା ଅରୁପା । "ରୁପା......."ସମ୍ବୋଧନରେ ସ୍ତବ୍ଧ ହୋଇଗଲା ଅରୁପା । ଏ କଣ ? କାହାକୁ ଦେଖୁଛି ସେ । ଏ ଯେ' ଆକାଶ ! ପରସ୍ପର ପରସ୍ପରଙ୍କୁ ଦେଖି ବିସ୍ମୟରେ ସ୍ଥାଣୁ ପାଲଟି ଗଲେ। କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ଅରୁପାର ଠିକଣା ନେଇ ଆକାଶ ଚାଲିଗଲେ ।

ଆସନ୍ନ ସନ୍ଧ୍ୟା । ଅରୁପା ଘରେ ପହଞ୍ଚି ନିଜ କୋଠରୀରେ ଗୁମସୁମ ବସିଛି । ଦୀର୍ଘ ପାଞ୍ଚ ବର୍ଷ ପରେ ହଠାତ ଏମିତି ଭାବେ ଆକାଶ ସହିତ ଦେଖାହେବ ବୋଲି କେବେ କଳ୍ପନା କରି ନଥିଲା ସେ। କିଛି ସମୟ ପାଇଁ ସୁଦୂର ଅତୀତରେ ହଜିଗଲା ଅରୁପା । ଅରୁପାର ବିବାହ ପ୍ରସ୍ତାବ ପଡିବା ପର ଠାରୁ ଆକାଶ ସହିତ ତା'ର ସମ୍ପର୍କରେ ଭଟ୍ଟା ପଡିଥିଲା । ଏକମାତ୍ର କନ୍ୟା ପାଇଁ ଖୁବ୍ ପ୍ରତିଷ୍ଠିତ ଜ୍ଵାଇଁର ସନ୍ଧାନରେ ଥିଲେ ଆନନ୍ଦ ବାବୁ ତା'ର

ବାପା । ସେ ଆକାଶକୁ ପସନ୍ଦ କରେ ଏବଂ ତା'କୁ ବିବାହ କରିବାକୁ ଚାହେଁ ,ସେ କଥା ବାପା ଗ୍ରହଣ କରି ନଥିଲେ । ଶେଷରେ ବାପାଙ୍କ ଜିଦ ଆଗରେ ଅରୁପାକୁ ହାର ମାନିବାକୁ

ପଡିଥିଲା ।

କିନ୍ତୁ ବିଧିର ବିଧାନ ବିଚିତ୍ର । ବିବାହ ଫାଇନାଲ ହେବା ଦିନ ହିଁ ନିଜ ଭାଗ୍ୟର ଗତିପଥ ବଦଳି ଯାଇଥିଲା ତା'ର ଭାବୀ ସ୍ୱାମୀ ଓ ବାପା ଉଭୟଙ୍କର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଜନିତ ବିୟୋଗରେ । ଆଉ ତା'ପରେ .........

ଗଭୀର ହତାଶା, ନିରାଶା, ଆଉ ଅସହାୟତାର ତିନି ଛକିରେ ଠିଆହେଲେ ସେମାନେ । ସମ୍ପର୍କୀୟ ମାନଙ୍କ ସାହାଯ୍ୟରେ ପିତାଙ୍କର ସଞ୍ଚିତଅର୍ଥ ପାଇ ପାରିଛନ୍ତି । ଆଉ ସେଇ ଅର୍ଥରୁ କିଛି ନେଇ ସେ ତିଆରି କରିଛି "ଆନି" ହାଉସ ଫୋର ଗାର୍ଲସ " ବାପା ଓ ମାଆଙ୍କ ନାମ ମିଶାଇ । କିଛି ମହିଳାଙ୍କୁ ନେଇ ମାଆଙ୍କ ନାମରେ ଗଢ଼ିଛି "ନିର୍ମଳା ସ୍ୱୟଂ ସହାୟକ ଗୋଷ୍ଠୀ "।ଗୋଟେ ଏନ. ଜି .ଓ .ଗଢ଼ିଛି ବାପାଙ୍କ ନାଁରେ "ଆନନ୍ଦ ଏନ. ଜି. ଓ "ସଂସ୍ଥା ।ଏହିସବୁ ସଂସ୍ଥାରୁ ଏବଂ କିଛି ଭଲ ଅନୁଷ୍ଠାନ ଓ ସଂସ୍ଥା ମାନଙ୍କରୁ କିଛି ଅନୁଦାନ ସଂଗ୍ରହ କରି ଥାଏ ସେ " ଆନି" ପାଇଁ । ଶିଶୁ ମାନଙ୍କ ଗହଣରେ ମା ନିର୍ମଳା ଦେଵୀ ସବୁ ଦୁଃଖ ଭୁଲିବାପାଇଁ ନିଜକୁ ଖୁବ୍ ବ୍ୟସ୍ତ ରଖିଛନ୍ତି ଓ ଅରୁପା ପାଲଟି ଯାଇଛି ଜଣେ ନାରୀ ନେତ୍ରୀ ଓ ସମାଜ ସେବି ଇତି ମଧ୍ୟରେ।

ମାଆଙ୍କ ଡାକରେ ଭାବନାରେ ପୂର୍ଣ୍ଣଛେଦ ପଡିଲା ଓ ସେ ଚାହା କରିବାକୁ ଯାଉଥିବା ସମୟରେ "ଆନି "ର ଛୋଟ କ୍ୱାର୍ଟର୍ସର ଦ୍ୱାର ଶବ୍ଦାୟିତ ହେଲା ଏବଂ ଆକାଶକୁ ଦେଖି ଅରୁପା ତାକୁ ସ୍ୱାଗତ ଜଣାଇ ବସିବାକୁ କହି ଚାହା ତିଆରି କରିବାକୁ ଗଲା ।

ଠିକ୍ ସେତିକିବେଳେ ନିର୍ମଳା ଦେବୀ ଆସିଲେ ଓ ଆକାଶର ପରିଚୟ ଜାଣି ବହୁତ ଖୁସି ହେଲେ । ଆକାଶକୁ ଚିହ୍ନିବା ପରେ ସହଜରେ ମିଶି ଯାଇଛନ୍ତି ନିର୍ମଳା ଦେବୀ । ଆକାଶ ଏବେ ତହସିଲଦାର ଦାୟିତ୍ୱରେ ଏଠାକୁ ତିନି କି ଚାରିମାସ ହେବ ଆସିଛି । କିଛି ସମୟର ଘନିଷ୍ଠତା ମଧ୍ୟରେ ସେ ଆକାଶ ଆଗରେ ତାଙ୍କର ଇତିହାସର ପୃଷ୍ଠାଟିକୁ ଉନ୍ମୋଚନ କରିଦେଇଛନ୍ତି ଏକ ମସ୍ତ ବଡ ଆଶା ନେଇ । ଆକାଶ ଏବେ ବି ଅବିବାହିତ ଓ ତାଙ୍କର ଗଭୀର ଅବୋଶୋଷ ଅରୁପାକୁ ନେଇ । ସ୍ୱାମୀଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ କେତେବଡ଼ କ୍ଷତି ତାଙ୍କୁ ସହିବାକୁ ପଡିଛି ବୋଲି ସେ ଅନୁଭବ କରିସାରିଛନ୍ତି । ଏବେ ବି ଆକାଶ ଆଉ ତାଙ୍କ ଝିଅ ପରସ୍ପର ପ୍ରତି ବିମୁଖ ହୋଇନାହାନ୍ତି ବୋଲି ଜାଣି ପାରୁଥିଲେ ସେ । ତେଣୁ ଚାହା ପିଇ ସାରିବା ପରେ ସେମାନଙ୍କୁ ଆଉ ଟିକେ ଘନିଷ୍ଠ ହେବା ପାଇଁ ଆକାଶ ରାତି ଖାଇବା ଏଇଠି ଖାଇ କରି ଯିବେ ବୋଲି ଅରୁପା ଓ ଆକାଶ ଦୁହିଁଙ୍କୁ ତାଗିଦା ଦେଇ ସେ ଶିଶୁ ସଦନ ପଟେ ନର୍ସର ଆସିବା ଟାଇମ ହୋଇ ଯାଇଛି କହି ଚାଲିଗଲେ ।

-----"ରୁପା...... ଆକାଶର ଡାକରେ ଚାହିଁଲା ଅରୁପା ।

ଆକାଶର ଆଖିରେ ସାଗର ଠାରୁ ବି ଅଧିକ ଗଭୀରତା ,ସେ ଆଖିରେ ମହାଶୂନ୍ୟର ସବୁ ଶୂନ୍ୟତାକୁ ପୂର୍ଣ୍ଣ କରିଦେବାର ପ୍ରତ୍ୟୟ,ଖୁବ୍ ଦେଖିପାରୁଛି ସେ । ଏଇ ଡିସେମ୍ବର ଶେଷ ଜାଡୁଆ ଦିନରେ ବି କେମିତି ଝାଳୁଆ ଝାଳୁଆ ଲାଗୁଛି ତାକୁ ।ତା"ଦେହ , ମନର ଅନେକ କାମନା ,ଆଶା, ଆକାଂକ୍ଷା ନିର୍ବାସନ ନେଇ ସାରିଥିଲେ ଏଇ ପାଞ୍ଚ ବର୍ଷ ଭିତରେ । କିନ୍ତୁ ଆଜି ଏ ଦୀର୍ଘ ଦିନର ବ୍ୟବଧାନ ପରେ ସେଇ ଅତୀତଟା ଚେଇଁ ଉଠୁଛି ଯେପରି ...

ଆକାଶର କେଇ ମୁହୂର୍ତ୍ତର ସାନ୍ନିଧ୍ୟରେ । ଅବସନ୍ନ ମନ ନେଇ ଝର୍କା ଦେଇ ଚାହିଁଲା ଆକାଶକୁ ଅରୁପା ,....ଅତିକ୍ରାନ୍ତ ସନ୍ଧ୍ୟା ପରେ ଆକାଶର ସେଇ ନିର୍ଦ୍ଦିଷ୍ଟ ଅଞ୍ଚଳରେ କିଛି କ୍ଷଣ ପୂର୍ବରୁ ନିଃସଙ୍ଗ ରହିଥିବା ନକ୍ଷତ୍ରଟି ପାଖରେ ଆଉ ଏକ ଛୋଟ ନକ୍ଷତ୍ର ଦିଶୁଛି, ଆଉ ସତେ ଯେମିତି ସେମାନେ ତାକୁ ଚାହିଁ ମୁରୁକି ହସା ଦେଇ କହୁଛନ୍ତି "ମନର ସାଥୀ ମିଳିଗଲେ ଜୀବନ ହସେ ଲୋ ରୁପା "।

ଅରୁପାର ବିବାହ ପ୍ରସ୍ତାବ ପଡିବା ପରେ, ତା'ର ବିବାହିତା ଜୀବନ ବିଶୃଙ୍ଖଳିତ ନ ହେବା ପାଇଁ ଅରୁପା ସହ କୋୖଣସି ସମ୍ପର୍କ ନ ରଖି ନିଜ କ୍ୟାରିଅର ଗଢିବାରେ ମନ ଦେଇଥିଲେ ଆକାଶ । ଆଜି ନିର୍ମଳା ଦେବୀଙ୍କ ଠାରୁ ସମସ୍ତ ଘଟଣା ଅବଗତ ହେବା ପରେ ଦୁରନ୍ତ ଅଭିମାନରେ ଫାଟିପଡୁଥିଲେ ସେ । ଅରୁପାର ହାତ ଦୁଇଟିକୁ ନିଜ ପାପୁଲି ଭିତରେ ସାଉଁଟି ନେଇ ଅତ୍ୟନ୍ତ କ୍ଷୋଭର ସହ କହିଲେ -----"ମୁଁ ଏତେ ବି ଦୁରେଇ ଯାଇ ନଥିଲି ଯେ ମୋତେ ତୁମେ କିଛି କହି ପାରି ନଥାନ୍ତ ....,ମାତ୍ର ଟିକିଏ ଅଭିମାନରେ ଏତେ ବଡ ଶାସ୍ତି ? ଆଃ.... ତିଳ ତିଳ କରି ଝୁରୁଛି ମୁଁ ସେଇ ମୁହୂର୍ତ୍ତ ଗୁଡିକୁ ଆଜି ପର୍ଯ୍ୟନ୍ତ ।

ସାମାନ୍ୟ ଖୁସିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ରୁପା । ତୁମେ ନିଜକୁ କି ମୋତେ ସେଇ ଅଧିକାରରୁ ବଞ୍ଚିତ କରିପାରିବନି, ଏବେ ବି ସମୟ ଅଛି ରୁପା ,ତୁମେ ଥରେ ,ଖାଲି ଥରେ ..ହଁ କୁହ ରୁପା ....."

ଅତ୍ୟନ୍ତ କୋହ ଭରା କଣ୍ଠରେ ଅରୁପା କହିଲା--"

କିନ୍ତୁ " ଆନି"....! ଏ ପିଲାମାନେ ....,ସେମାନଙ୍କର ସ୍ନେହ ମମତା...କେମିତି ତ୍ୟାଗ କରିପାରିବି ? କେମିତି ଛାଡ଼ିବି ସେମାନଙ୍କୁ ଆକାଶ ??

-----"କିଏ କହୁଛି ଛାଡିବା ପାଇଁ ରୁପା ...ମୁଁ ତ ଯୋଡି ହେବା କଥା କହୁଥିଲି ।

---"କିନ୍ତୁ ଏ ରାସ୍ତା ତ ଅନେକ କଠିନ ,ଅନେକ ଜ୍ଵାଳା ,ଯନ୍ତ୍ରଣା, ଓ କଣ୍ଟାରେ ପୂର୍ଣ୍ଣ ।ନିଜ....

କଥା ଛଡାଇ ନେଇ ଆକାଶ କହିଲେ --"ଏକା ଚାଲୁଥିବା ରାସ୍ତାରେ ସହ ଯାତ୍ରୀଟିଏ ମିଳିଗଲେ, ଚାଲିବାଟା ସହଜ ହୁଏ ରୁପା ।

ପ୍ରେମର ଅର୍ଥ ଖାଲି ଭୋଗ ବୋଲି କିଏ କହିଲା ? ପ୍ରକୃତ ପ୍ରେମ ତ ଅଛି ତ୍ୟାଗରେ ।ଚାଲ ଦୁହେଁ ମିଶି ଏଇ ସରଳ ,ନିଃଷ୍ପାପ ଶିଶୁଙ୍କ ମୁହଁରେ ହସ ଫୁଟାଇବା ।"

-----"କିନ୍ତୁ ତୁମେ କଣ କେବେ ଚାହିଁବ ଯେ ମୁଁ ତୁମ ସନ୍ତାନର ଜନନୀ ନ ହୁଏ ବୋଲି ?....ଅତି ଅସହାୟ କରୁଣ କଣ୍ଠରେ କହିଲା ଅରୁପା ।

କ୍ଷଣେ ଶାନ୍ତ ରହି କହିଲେ ଆକାଶ ,"ମୋ କଥା ବୋଧହୁଏ ବୁଝିପାରିଲନି ରୁପା ,ଭଗବାନ ତ ବହୁ ପୂର୍ବରୁ ଅନେକ ସନ୍ତାନ ପ୍ରଦାନ କରିଛନ୍ତି ଯେତେବେଳେ ,ସେମାନଙ୍କ ମୁହଁରେ ହସ ଫୁଟାଇ ଆମ ମଣିଷ ଜୀଵନକୁ ସାର୍ଥକ କରିବା । ଆଉ ଔରସ ଜାତ ସନ୍ତାନର ଆବଶ୍ୟକତା ବା କଣ ?"

ଅରୁପା ଆଖିରୁ ଆନନ୍ଦର ଲୁହ ଟୋପା ଗୁଡିକ ଚିକଚିକ କରି ଝରି ଆସୁଥିଲା ଆଉ ମନ କହୁଥିଲା ---

ସତରେ କ'ଣ ଆକାଶ ମଣିଷରୁ ମହାପୁରୁଷ ପାଲଟି ଯାଇଛି ଏଇ କ୍ଷଣଟିକୁ ସତେ ଯେପରି ସେ ଚାହିଁ ବସିଥିଲା । ଏକା ଏକା ଜୀବନ ,ଯନ୍ତ୍ରଣାରେ ଜର୍ଜରିତ ହେଲାବେଳେ କାହା କାନ୍ଧରେ ମୁଣ୍ଡ ରଖି ତତଲା ଲୁହ ଟିକେ ବୁହାଇଦେବାର ଶତ ଇଛା,, କର୍ମ ଜଞ୍ଜାଳରେ ଥକ୍କା ହୋଇଯିବା ବେଳେ କାହା ହାତ ଧରି ଚାଲିବାର ଇଛା ସବୁ କେମିତି ନିଃସଙ୍ଗତାରେ ଶୋଇପଡନ୍ତି ଗଭୀର ଅବୋଶୋଷରେ ............!

ଏଇ ଡିସେମ୍ବର ଶେଷ ରାତିରେ ସେ ଆଉ ସ୍ଵପ୍ନ ଦେଖୁ ନାହିଁ ତ?

ଆକାଶର ଗଭୀର ପ୍ରତ୍ୟୟଭରା ଆଶ୍ୱାସନାରେ ସତରେ କ'ଣ ସେଇ ଅବୋଶୋଷ ଗୁଡ଼ିକର ଶେଷ ହୋଇଯିବ ? ଆଉ ନୂତନ ବର୍ଷର ନୂତନ ସୂର୍ଯ୍ୟୋଦୟ ତା'ର ଅସରନ୍ତି ରଙ୍ଗର ମୁରୁଜରେ ବୁଣି ଦେବ ଅଶେଷ ରଙ୍ଗର ଛିଟା ଓ ରଙ୍ଗୀନ କରିଦେବ ଏକାନ୍ତ ନିଃସଙ୍ଗ ମଣିଷର ଅସହାୟତାଟିକୁ ,,ସୁନ୍ଦର ଗଭା କରି ସଜାଇଦେଵ ଆଲୁଳାୟିତ କେଶ ରାଶିକୁ ,,ଆଉ ମଥାର ନାଲି ଓଢଣୀ ତଳେ କପାଳରେ ଚମକୁଥିବା ଗାଢ଼ ଲାଲ ରଙ୍ଗର ସିନ୍ଦୁର ଟୋପାଟିଏ ,,ଓଠରେ ବଧୁଲିହସର ଆଭା ଖେଳିବାର ଚମକଟିଏ ଦୀର୍ଘ ପାଞ୍ଚ ବର୍ଷ ପରେ ଆକାଶ ସହିତ ଆଉ ସେ ଦୁଇଜଣଙ୍କ ଚତୁଃପାର୍ଶ୍ଵରେ ଘୁରିବୁଲୁଥିବେ "ଆନି "ର ସେଇ କୁନି କୁନି ନିରୀହ କଳିକା ମାନେ ..................... ।

ଆକାଶ ଅରୁପା ଆଶ୍ୱାସନା

Rate the content


Originality
Flow
Language
Cover design

Comments

Post

Some text some message..