Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ବୋଉ ୨

ବୋଉ ୨

1 min
7.3K



"ତୁ ମରିଗଲେ, ମୋ ନନାଙ୍କର ଆହୁରି ଛଅ ପୁଅ ଅଛନ୍ତି l ନନାଙ୍କର ବଂଶ ବୁଡିବ ନାହିଁ l କିନ୍ତୁ ଏଇ ବକଟକଟି ମରିଗଲେ ଆ ବୋପାର ବଂଶଟି ଏଇଠି ହିଁ ଅଟକି ଯିବ l ତେଣୁ ଆଉ କେବେ ବି ତା ଦେହରେ ହାତ ଦେବୁନି l" ମଝିଆମାମୁଁଙ୍କ ଉଦ୍ଦେଶ୍ୟରେ ମୋ ବୋଉର ଥିଲା ଏହା ଚରମବାଣୀ l

ମୋର ସାତ ମାମୁଁ ଓ ବୋଉ ମୋର ଗୋଟିଏ ବୋଲି ଝିଅ l ମୋ ଜନ୍ମ ପୂର୍ବରୁ ମୋ ନନା ମରି ଯାଇଥିଲେ l ଆମ ପରିବାରର ଆର୍ଥିକ ଅସ୍ୱଚ୍ଛଳତା ହେତୁ ବୋଉ ମୋତେ ନେଇ ଅଜା ଘରେ ରହୁଥିଲା l ବାଲ୍ୟ ଚପଳତାବଶତଃ ମୋର ଦୁଷ୍ଟାମୀର ମାତ୍ରା ବି ଥିଲା ପ୍ରବଳ l ଏଣୁ ସେ ଦିନ କିଛି ଗୋଟେ କାରଣରୁ ମୋତେ ଆକଟ କରିବାକୁ ଯାଇ ମଝିଆମାମୁଁଙ୍କର ହାତ ଉଠି ଯାଇଥିଲା l ମାମୁଁଙ୍କର ମାଡ ମୋତେ ଯେତିକି କଷ୍ଟ ଦେଇ ନ ଥିଲା, ତା ଠାରୁ ଅଧିକ କଷ୍ଟ ଦେଇଥିଲା ମୋତେ ନେଇ ମୋ ବୋଉର ଅସୁରକ୍ଷିତ ମନୋଭାବ l ଆଉ ସେତିକି ହିଁ ଯଥେଷ୍ଟ ଥିଲା, ମୋତେ ଏକ ଭିନ୍ନ ମଣିଷରେ ପରିବର୍ତ୍ତନ କରିଦେବା ପାଇଁ l

ତା ପର ଠାରୁ ଆଉ କେବେ ଦୁଷ୍ଟାମୀ କରିବା ମୋର ମନେ ପଡୁନାହିଁ l


Rate this content
Log in

Similar oriya story from Inspirational