Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଅମଙ୍ଗଳ ମୁହଁ

ଅମଙ୍ଗଳ ମୁହଁ

2 mins
7.1K


ଶ୍ରୀମତୀ ସୁଜାତା ସିହ୍ନା

ସୁରଜ ନାମରେ ଲୋକଟିଏ ଥାଏ l ତା ମୁହା ସକାଳେ ଯିଏ ଦେଖେ ତାର ଦିନ ସାରା କୌଣସି ନା କୌଣସି ଅମଙ୍ଗଳ ହୋଇଥାଏ ବୋଲି ଏକଥା ରାଜ୍ୟ ସାରା ପ୍ରଚାରିତ ହୋଇଗଲା l ବାଦଶାହ ଏକଥା ଯେତେବେଳେ ଶୁଣିଲେ ସେ କୌତୁହଳ ବଶତଃ ସୁରଜକୁ ରାଜଦରବାରକୁ ଡକାଇଲେ l ସୁରଜ ଦିନେ ସକାଳୁ ଆସି ଦରବାରରେ ପହଞ୍ଚିଗଲେ l

ବାଦଶାହ ସୁରଜକୁ ସମ୍ମୁଖରେ ବସାଇ ତାର ବିଭିନ୍ନ ସମସ୍ୟା ବିଷୟରେ ପଚାରୁଥାଆନ୍ତି l ଏହି ସମୟରେ ରାଣୀଙ୍କର ଅଙ୍ଗରକ୍ଷୀ ଆସି ଖବର ଦେଲା ମଣିମା ! ରାଣୀଙ୍କର ପେଟ ଭୀଷଣ ଯନ୍ତ୍ରଣା ହେଉଛି l ଏହା ଶୁଣି ବାଦଶାହ ତୁରନ୍ତ ରାଣୀଙ୍କ ଉଆସକୁ ଯାଇ ଦେଖିଲେ ପ୍ରକୃତରେ ରାଣୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି l ସଙ୍ଗେ ସଙ୍ଗେ ବଇଦ ଡକାଇ ତାଙ୍କର ଚିକିତ୍ସା କରାଇଲେ l ଔଷଧ ଖାଇବାପରେ ରାଣୀ ଚୁପ୍ ଚାପ୍ ସୋଇ ରହିଲେ l ଏଥର ବାଦଶାହ ପୂର୍ବପରି ସୁରୁଜ ସହ କଥାବାର୍ତ୍ତାରେ ଲୀନ ରହିଲେ l

ଦ୍ଵିପହର ଭୋଜନ ପାଇଁ ରୋଷେଇଆର ଆମନ୍ତ୍ରଣରେ ବାଦଶାହ ଖିବାକୁ ଗଲେ l ତାଙ୍କ ଆଗରେ ବଢ଼। ଯାଇଥିବା ଖାଦ୍ୟସବୁ ଥଣ୍ଡା ଏବଂ ସ୍ଵାଦହିନ ଲାଗୁଥିଲା l ତେଣୁ ସେ ରାଗିଜାଇ କହିଲେ- ଏମିତି ବେସ୍ଵାଦ ଖାଦ୍ୟ ତୁମେମାନେ ତ କେବେ ଆଗରୁ ରାନ୍ଧିନ ? ଆଜି କାହିଁକି ଏପରି ଭୁଲ ହେଲା l ଏହା ଶୁଣି ରୋଷେଇଆ କହିଲା ମଣିମା ! ଆପଣ ଆଜି ସକାଳୁ ସୁରଜର ମୁହଁ ଦେଖିଛନ୍ତି l ସେଥିପାଇଁ ଆପଣଙ୍କର ଆଜି ଭଲ ଖାଦ୍ୟ ଖାଇବାର ଯୋଗ ନାହିଁ l ତା’ଛଡ଼ା ରାଣୀଙ୍କର ବି ହଠାତ୍ ଦେହ ଖରାପ ହୋଇଗଲା l ବାଦଶାହ ମନେ ମନେ ଭାବିଲେ ସତ କଥା ତ ! ଆଗରୁ ତ କେବେ ଏମିତି ହୋଇ ନ ଥିଲା l ସେ ଖାଦ୍ୟ ଆଉ ଥରେ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଇ ଦରବାରକୁ ଗଲେ ସେଠି ସେ ସେନାପତିଙ୍କୁ ଆଦେଶ ଦେଇ କହିଲେ- ଏ ଅମଙ୍ଗୁଳିଆ ସୁରୁଜକୁ ତୁରନ୍ତ କୈଦି ଖାନାରେ ସାରା ଜୀବନ ଭର୍ତ୍ତି କରିଦିଅ l

ବାଦଶାହଙ୍କର ହଠାତ୍ ଏପରି ମନ ପରିବର୍ତ୍ତନ ଦେଖି ସୂରଜ ଡ଼ରି ଡ଼ରି କହିଲା- ଜାହାଁପନା ! ମୁଁ କୈଦି ଖାନାକୁ ଯିବା ପୂର୍ବରୁ ଟିକେ ବୀରବଲଙ୍କୁ ଦେଖାକରିବାକୁ ଚାହେଁ l ବାଦଶାହ ବୀରବଲଙ୍କୁ ଡକାଇ ପଠାଇଲେ l ଏହି ସମୟରେ ରୋଷେଇଆ ଖାଦ୍ୟ ପ୍ରସ୍ତୁତ ସାରି ବାଦଶାହଙ୍କୁ ଆଉ ଥରେ ଖାଦ୍ୟ ଖାଇବା ପାଇଁ ଆମନ୍ତ୍ରଣ କଲା l

ବୀରବଲ ସୁରଜଠାରୁ ସମସ୍ତ ବୃତାନ୍ତ ଶୁଣି ତା କାନରେ କିଛି ଚୁପ୍ ଚାପ୍ କହିଲେ l ବାଦଶାହ ଯେମିତି ଖାଇକରି ଆସିଛନ୍ତି ସୂରଜ ତାଙ୍କ ନିକଟକୁ ଯାଇ କହିଲା ଜହାଁପନା ମୋର କେଉଁ ଦୋଷ ପାଇଁ ଆପଣ ମତେ ସାରା ଜୀବନ କରାଗାରାରେ ରଖୁଛନ୍ତି l ବାଦଶାହ ରାଗିକରି କହିଉଠିଲେ- ତୁମ ମୁହଁ ଭାରି ଅମଙ୍ଗଳ l ତେଣୁ ତୁମ ମୁହଁ ଯିଏ ଦେଖିଛି ତାର କିଛି ନା କିଛି ଅମଙ୍ଗଳ ହେଊଚି l ଆଜି ମୋର ମଧ୍ୟ ହେଲା l

ଏହା ଶୁଣି ସୂରଜ କହିଲା-ହଜୁର ଖାଲି ମୋ ମୁହଁ କ’ଣ ଅମଙ୍ଗଳ l ଆପଣଙ୍କ ମୁହଁ ବି ଅମଙ୍ଗଳ l କାରଣ ମୁଁ ଆଜି ସକାଳୁ ସକାଳୁ ଆପଣଙ୍କ ମୁହଁ ଦେଖିଥିବାରୁ ମତେ ଆଜି ସାରା ଜୀବନ କାରାଗାରାରେ କଟାଇବାକୁ ପଡ଼ିବ l ଏହା ଶୁଣି ବାଦଶାହ ଟିକେ ଚକିତ ହୋଇଗଲେ ଏବଂ ମନେ ମନେ ନିଜର ଭୁଲ ବୁଝିପାରିଲେ ଶେଷରେ କହିଲେ- ତୁମକୁ ଏକଥା ନିଶ୍ଚୟ ବୀରବଲ ଶିଖାଇଥିବା ନୁହେଁ କି ?


Rate this content
Log in

Similar oriya story from Children