Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aruna Kar

Others

2  

Aruna Kar

Others

ସ୍ମୃତିରୁ ଖିଏ-ଏକ

ସ୍ମୃତିରୁ ଖିଏ-ଏକ

3 mins
297


ପ୍ରିୟତମ ସେ ଦିନର କଥା ତୁମର ମନେଥିବ।ଗଡିଲା ସଂଧ୍ୟାରେ ଫୁଲେଇ ଜହ୍ନଟା ଅଳସ ଭାଙ୍ଗୁଥିଲା ଆକାଶ ଛାତିରେ।ଆମେ ଦୁହେଁ ବସିଥିଲେ ସେହି ଝରକା କଡରେ।ଯେଉଁଠୁ ଦିଶିଯାଏ ଦୂର ଦିଗବଳୟଓ ଅଙ୍କା ବଂକା ରାସ୍ତା। ଆମେ ଦୁହେଁଗପୁଥିଲେ, ଅସରନ୍ତି ଗପ।ହସି ହସି ଗଡି ଯାଉଥିଲେ। ଏଇ ଯେମିତି ପିଲାଙ୍କ ପାଠପଢ଼ା... ଇଶ୍ୱରଙ୍କ କରୁଣାରୁ ପିଲା ଦୁହେଁ ଖୁବ୍ ଭଲ ପଢୁଛନ୍ତି.... ବୃତ୍ତି ବି ପାଉଛନ୍ତି। ତୁମେ କହିଲ, ବାବୁନି ଆମର ଟିକେ ଚେଷ୍ଟା କଲେ ଆଇଏଏସ ପାଇଯିବ, ନୁହେଁ? ଆଉ ପପୁ ଡକ୍ଟର ହେବ। ମୁଁ କହିଲି ହଁ... ଯେ,ଆକାଶ କଇଁଆ ଚିଲିକା ମାଛ, କେମିତି ସମ୍ଭବ? ପିଲାତ ଭଲ ପଢୁଛନ୍ତି..... ତାଙ୍କ ଇଛା... ।ଜବରଦସ୍ତ କଣ ବା କରି ହେବ? ଯାହା ଠାକୁର ଚାହିଁବେ। ଅର୍ଦ୍ଧ ନିର୍ମିତ ଘର ତିଆରି,ଏବର୍ଷ ଜମିରେ କେତେ ଧାନ ଆଉ କେତେ ମୁଗ ହେଲା? ତୁମକୁ ନାନୀ (ମୋ ଯା') କିଛି କହିଲେ କି? ଶାଶୁ ଶଶୁର ଙ୍କର ତ୍ରିବେଣୀ ରେ ଅସ୍ଥି ବିସର୍ଜନ ଏ ବର୍ଷ କରିଦେବା। ଏକା ଥରେ ସେପଟେ ସବୁ ବୁଲା ବୁଲି କରି ଆସିବା। ମୋ ଅଫିସ ର ଯାବତୀୟ ସମସ୍ୟାକୁ ତ ମୁଁ ଅଫିସରୁ ଆସିଲା ବେଳେ କଳରେ ଜାକି ଆସିଥାଏ। କଣ ଖାଇଲି, କେତେ ଥର ଚା ପିଇଲି? କେଉଁ ସମ୍ବାଦିକ ବନ୍ଧୁ ଆସିଥିଲେ? କୌଣସି ଉପର ଅଫିସର ଆସିଥିଲେ? ଇତ୍ୟାଦି ଇତ୍ୟାଦି ସବୁ କଥା ତୁମ ଆଗରେ ଉଗାଳି ଦିଏ। ତୁମେ କୁହ ସବୁ ବାହାର କରି ଦିଅ.... ପେଟରେ ରହିଲେ... ପେଟ ମୋଡ଼ିବ ଯେ?

ବେଳେ ବେଳେ ମୋର ବ୍ରେକ୍ ଲେସ୍ କଥାରେ ତୁମର ଆଗ୍ରହ ନଥାଏ ଲାଗେ...... ।ସେତେବେଳେ ମୁଁ ତୁମକୁ ହଲେଇ ଦିଏ ଆଉ... କୁହେ.... ଶୁଣୁଛଟି? ଏମିତି ଅନେକ କଥା ଆଲୋଚନା ଚାଲିଥାଏ।ଭାରି ଭଲ ଲାଗେ ମୁହଁ କୁ ଚାହିଁ ଗପି ବାକୁ ଏ ବୟସ ରେ। ଗପ ସାଙ୍ଗରେ ଟିକେ ଚା ଆଉ ଅଳ୍ପ ଟିକେ ବିସ୍କୁଟ ମିକ୍ସଚର, ମୁଢ଼ି ବା ଅନ୍ୟ କିଛି ଚଟପଟ୍। ତୁମେ ଖାଲି ଚା ପିଇବାକୁ ଭଲ ପାଅ... ଆଉ ମୁଁ ୟ୍ୟାଡୁ ସ୍ୟାଡୁ ପାଟିରେ ପକାଏ। ମୋତେ ଖାଲି ଚା ପିଇବାକୁ ଭଲ ଲାଗେନି। ମୋ ପାଟି ଅହରହ ଚାଲି ଥାଏ। ଗପିବା ସାଙ୍ଗକୁ ଖାଇବା। ତୁମେ କୁହ ଜମା ପାଟି ବନ୍ଦ କରନି..... ବନ୍ଦ କଲେ କଳଙ୍କି ଲାଗି ଯିବ ଯେ? ମୁଁ ନାଲି ଚା ପିଏ, ଆଉ ତୁମେ କ୍ଷୀର ଚା। ମୁଁ କ୍ଷୀର ଚା କରି ତୁମକୁ ଦିଏ। ମୋତେ ନାଲି ଚା ବନେଇ ଆସେନି....।ଯେତେ ଥର ବନାଏ ସବୁବେଳେ ପିତା। ତୁମେ କୁହ ଚା ପତି ଅଧିକ ପକେଇ ଦେଉଛ.... ଆଉ ପିତା ହେବନି? ତୁମେ ହିଁ ବନେଇ ଦିଅ ସବୁବେଳେ, ଅଦା ଆଉ ଗୋଲ ମରିଚ ଦେଇ। ଶୁଣିଥିଲି ପୁରୁଷ ଲୋକ ମାନେ ଭାରି ଅହଂକାରୀ କୁଆଡେ, ପାଣି ଗ୍ଲାସ୍ ଟେ ହାତରେ ଆଣି ପିଇବେ ନାହିଁ। କାଳେ ତାଙ୍କ ପୁରୁଷ ପଣିଆ କମିଯିବ। କିନ୍ତୁ ତୁମେ ଏତେ ପାଠ ପଢି, ପଦସ୍ଥ ଅଧିକାରୀ ହେଇ ମଧ୍ୟ ସେସବୁ କୁ ଖାତିର କରନି।ସବୁଥିରେ ମିଶିକରି ମୋ କାମକୁ ହାଲକା କରିଦିଅ।ମୋ ଖାଇବା ରୁଚି ବି ତୁମେ ମୁଖସ୍ଥ କରିଦେଇ ଥାଅ। ଏମିତି ଆମ ଗପ ପସରା ଖୋଲେ... । ହଠାତ୍ ମୋ ମୁହଁକୁ ତୁମ ଦୁଇ ହାତ ପାପୁଲିରେ ଧରି ତୁମେ ଆଙ୍କି ଦେଇଥିଲ ସ୍ନେହର ଚୁମାଟିଏ।ଆଉ କହିଥିଲ ଆମର ଏ ଭଲପାଇବା ସବୁଦିନ ରହିବ ତ?? ମୁଁ ହସି ହସି କହିଥିଲି କାହିଁକି ରହିବନି ଯେ? ଏମିତି କଣ କହୁଛ ମ. ମ .... ତୁମେ କହିଲ, ଆମ ଦୁଇ ଜଣଙ୍କ ଭିତରୁ ଯଦି କାହାର କଣ ହେଇଯାଏ ତେବେ ଜଣେ କଣ କେବେ ଅନ୍ୟ ଜଣକୁ ଛାଡି ବଂଚି ପାରିବ?ମୁଁ ତୁମ ମୁହଁରେ ହାତ ଦେଇ କହିଲି ହେ...... ଅଶୁଭ କଥା ତୁଣ୍ଡରେ ଧରନି ମ । ତୁମେ କହିଲ ନା ..ମ ଆମର କିଛି ହେବନି।କଥାରେ ଅଛି ପରା ଅତି ବେଶୀ ସ୍ନେହ,ପ୍ରେମ,ଭଲପାଇବା,ଅତି ସୁଖ ସମୃଦ୍ଧି,ଅତି ଗର୍ବ ଅହଂକାର,କୌଣସି ଅତିକୁ ଇଶ୍ବର ସହନ୍ତି ନାହିଁ ।ଭଲ ଫଳରେ ପୋକ ଲାଗି ଯାଏ .. ଭଲ ମଣିଷ କୁ ଭଗବାନ ତାଙ୍କ ପାଖକୁ ଶୀଘ୍ର ନେଇ ଯାଆନ୍ତି ।ଦୁଃଖ ଉପରେ ଦୁଃଖ ଲଦି ଦିଅନ୍ତି। ଆଜିକାଲି ଦେଖୁଛ ତ ସମାଜରେ କେତେ ଅନ୍ୟାୟ ଚାଲିଛି। ନିଜର ସ୍ବାର୍ଥ ପାଇଁ ମଣିଷ କେତେ ତଳକୁ ଖସି ଯାଉଛି।ଝିଅ ଟିଏ କେତେ ସ୍ଵପ୍ନର ସମ୍ଭାର ନେଇ ବାପ ଘର ଛାଡି ଶାଶୁ ଘର ଯାଉଛି, କିନ୍ତୁ ଅଧିକାଂଶ ଜାଗାରେ କି ନିର୍ଯାତନା ର ଶିକାର ହେଉଛି ସେ.... ।କୋଉଠି ଯୌତୁକଜନିତ ନିର୍ଯାତନା ତ କେଉଁଠି ପ୍ରେମ ଜନିତ... ଶେଷରେ ପୂର୍ଣ୍ଣାହୁତି ଅଲିଅଳି କଢି ଟିର। ସ୍ବାର୍ଥ ପାଇଁ ସେ ସମସ୍ତ ସଂପର୍କ କୁ ନିମିଷକେ ବଳି ପକେଇ ଦେଉଛି। ଶାଗ ଖିଆ ପେଜ ଖିଆ କୁ ସହି ପାରୁନି।ଦେଖୁନ....ଯେତେ ଧନ ସେତେ ଲୋଭ ..ମାଂସ ଭାତ ଖାଉଥିବା ଲୋକ ଲୁଣ ଭାତ ଖାଉଥିବା ଲୋକ କୁ ସହି ପାରୁନି।ଅନ୍ୟର ପ୍ରଶଂସା ସହି ପାରନ୍ତି ନାହିଁ ଅନେକ ଲୋକ।କାରଣ ନ ଥାଇ କୁତ୍ସା ରଟନା କରନ୍ତି । ଲୋକ ଚରିତ୍ର ବିଷୟରେ କହିଲେ ତ ମହାପୁରାଣ ହେବ ।ମୁଁ କହିଲି ଛାଡ.. ମ.. ଯିଏ ଯାହା କରୁ ଆମକୁ କଣ ମିଳିବ ସେଥିରୁ। ତୁମେ ହସିଲ... ମୁଁ କହିଲି ତୁମେ ଯାହା କହିଲ ସବୁ ସତ, ଟିକିଏ ବି ମିଛ ନାହିଁ। ଆମେ କଣ କରି କରିବା,ଆମେ ସେଥିରେ ମୁଣ୍ଡ ପୁରେଇ ଲାଭ ନାହିଁ।ଆମେ ଭଲରେ ଥିଲେ ହେଲା ।ବୁଝିଲ ତୁମେ ଆଉ ଅଶୁଭ କଥା କେବେବି କହିବନି ।ଆମକୁ କେହି ବି ଅଲଗା କରିପାରିବେ ନାହିଁ ।

ଅରୁଣା କର

29:01:18 ଭୁବନେଶ୍ଵର


Rate this content
Log in