Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୧୨
ଅବୋଲକରା କାହାଣୀ - ୧୨
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.2K    14


Content Ranking

ଯୋଗିନୀ

ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି ଦେଲେ । ସେତେ ବେଳ ଯାଏଁ ଅବୋଲକରା ଶୋଇ ରହି ଥାଏ । ଚତୁର ବ୍ୟଙ୍ଗକାର ଯାଇ ତାକୁ ହଲାଇ ଦେଇ କହିଲେ –

ଉଠ ବୋଲକରା ହୋଇଲା ବେଳ

ସ୍ନାନ କାର୍ଯ୍ୟ ସାରି ଯିବା ଚଚଂଳ

କେତେ ଯେ ବାଟ ସେ ଗଙ୍ଗା କୂଳ

ପହଁଚିବା କାଳେ ବୁଡିବ ବେଳ ।

ଉପଦେଷ୍ଟାଙ୍କର ଡାକରା ଶୁଣି ବୋଲକରା ଧଡପଡ ହୋଇ ଉଠି ଦେଖିଲା ଯେ ସୁରୁଜ ସ୍ଥାନୀୟ ଦେବତାଙ୍କର ଖରା ଭାରି ଟାଣ ହେଲାଣି । ସେ କହିଲା ମହାନୁଭବ ମୁଁ ଆଉ ଗାଧୋଇବି କ’ଣ, ଚାଲ ଆମେ ଏଠାରୁ ଚାଲି ଯିବା । ବାଟରେ ଯହୁଁ ମୋତେ ପାଇଖାନା ଦେଖାଇବ ସେହି ସ୍ଥାନରେ ଜାଣ ମୁଁ ମୋର ନିତ୍ୟ କର୍ମ କାର୍ଯ୍ୟ ସାରି ଦେବି ।

ଉପଦେଷ୍ଟା କହିଲେ ହଉ ହେଲା ତୋରି କଥା ହେଉ । ତେବେ ବାଟ ଘାଟରେ ଆମକୁ ସଉଦା ପତ୍ର ମିଳିବା ସ୍ଥିର ନୁହେଁ । ତୁ ଗୋଟେ କାର୍ଯ୍ୟ କର । ମୋ ଠାରୁ ପଇସା ନେଇ ଏଇ କେତୋଟି ସଉଦା କିଣି ଆଣେ । ପାଖରେ ପାକ ସରଞ୍ଜାମ ତକ ଥିଲେ ଆମକୁ ଆଉ କିଛି ଚିନ୍ତା ନାହିଁ ।

ଏହା ପରେ ଉପଦେଷ୍ଟାଙ୍କ ଠାରୁ ପଇସା ନେଲା ବୋଲକରା । ମୁଣିରେ ତେଲ ବୋତଲଟା ପକାଇ ସେ ଆଗକୁ ଚାଲିଲା ।

ଅଳ୍ପ ବାଟ ଯାଇଛି ବୋଲକରା, ବାଟରେ ସେ ଏକ ଅସମ୍ଭବ କଥା ଦେଖିଲା । ରାସ୍ତା କଡରେ ବର ଗଛ । ବର ଗଛ ମୂଳରେ ବହୁ ଲୋକଙ୍କର ଭିଡ ଜମିଛି । ବୋଲକରା ଯାଇ ସେହି ଠାରେ ପହଁଚି ଦେଖିଲା ଗୋଟିଏ ଦିବ୍ୟ ସୁନ୍ଦରୀ କନ୍ୟା ସଂପୂର୍ଣ୍ଣ ଉଲଗ୍ନ ହୋଇ ସେଠାରେ ମଉନପ୍ରାୟ ବସି ରହିଛି । ତୁଣ୍ଡରେ ତାହାର କଥା ନାହିଁ । କାହିଁ କେଉଁ ଦିନରୁ ସେଠାରେ ସେ ବସିଲାଣି କେଜାଣି ତା’ର ମୁଣ୍ଡର କେଶ ତକ ଜଟା ଧରି ଗଲାଣି । ମୁଖ ମଣ୍ଡଳ ସହିତ ସାରା ଶରୀରଟା ତା’ର ଧୂଳି ଧୂସରିତ ଦେଖା ଯାଉଛି । ହେଲେ ସେ କାହାକୁ କିଛି କହୁ ନାହିଁ କାହିଁକି ।

ଅବୋଲକରା ଅବାକ୍ ପ୍ରାୟ ଚାହିଁଛି । ଏପରି ଯୌବନ ସୁନ୍ଦରୀ କନ୍ୟା, ଏମିତି ଏଠାରେ ବସି ରହିବାର କାରଣ କ’ଣ । ଏହା ପରେ ବୋଲକରା କନ କନ ହୋଇ ଲୋକ ମାନଙ୍କର ମୁଖକୁ ଚାହିଁ ଥାଏ । କାହାକୁ ପଚାରିଲେ ଏ କଥାର ଅସଲ ବିଷୟ ଜାଣି ହେବ – ଏମିତି ଭାବି ଭାବି ବୋଲକରା ଅନେକଙ୍କୁ ମଧ୍ୟ ସେହି ଉଲଗ୍ନା କନ୍ୟା ବିଷୟରେ ପଚାରିଲା । ହେଲେ ପଚାରି ପଚାରି କିଛି ଲାଭ ହେଲା ନାହିଁ । ଶେଷରେ ମନ ମଧ୍ୟରେ ଜାଣି ନ ପାରିବାର ଦୁଃଖକୁ ବୋହି ଅବୋଲକରା ସେ ସ୍ଥାନ ଛାଡି ଯିବା ବେଳକୁ ହଠାତ୍ ଜଣେ ବୃଦ୍ଧାଙ୍କ ଉପରେ ତାର ଲକ୍ଷ୍ୟ ପଡି ଗଲା । ବୃଦ୍ଧା କହିଲେ କ’ଣ ହେଲା ବାପ । ତୁ ସେହି କନ୍ୟା କଥା ଭାବୁ ଥିଲୁନା – ଶୁଣ ପୁଅ, ତା ବିଷୟରେ ଏଠାରେ କେହି କିଛି ଜାଣନ୍ତି ନାହିଁ । ଏଇ ପରିତ ଅନେକ ଦିନ ହେଲା ସେ ଏଠାରେ ବସିଛି । ତାକୁ ଏହି ପରି ଦେଖିବା ମନୁଷ୍ୟ ମାନଙ୍କର ମଧ୍ୟ ଦେହ ଶୁହା ହୋଇ ଗଲାଣି । ମୁଁ ଏତିକି ଯାହା ଜାଣିଛି ସେ ମନୁଷ୍ୟ ନୁହଁ ଗୋଟାଏ ଯୋଗିନୀ । କାହୁଁ କେତେ ବେଳୁ ସେ ଏହି ପରି ଏଠାରେ ବସି ରହିଛି ।

ବୋଲକରାର ମନକୁ ସେ କଥା ସେତେ ଖାସ୍ ଲାଗିଲା ନାହିଁ । ସେଠାରୁ ଯାଇ ତରବର ହୋଇ ଉପଦେଷ୍ଟାଙ୍କର କହିବା ଅନୁସାରେ ସଉଦା ପତ୍ର କିଣି ଘରକୁ ଫେରି ଆସି ଗୁମ୍ ହୋଇ ବସି ଯିବାରୁ ଚତୁର ବ୍ୟଙ୍ଗକାର କହିଲେ – କିରେ ଉଠା କମଳ ଧର ଛତା, ଚାଲେ ବୋଲକରା କହିବା କଥା ।

ଏଥର ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣିବା ମାତ୍ରେ ବୋଲକରା କମ୍ବଳ ଖଣ୍ଡିକ ସହିତ ଗଣ୍ଠିଲିକୁ କାନ୍ଧରେ ପକାଇ ଆଗକୁ ବାହାରି ପଡିବା ପରେ ଚତୁର ବ୍ୟଙ୍ଗକାର ନିଜର କଠଉ ମାଡି ତା’ ପଛେ ପଛେ ଚାଲି ଗଲେ ।

ବୋଲକରା କହିଲା – ମହାନୁଭବ ମୁଁ ତୁମକୁ ଯେଉଁ କଥା କହିଲି ଆପଣ ତା’ର ଉତ୍ତର କୁହନ୍ତୁ । ତାହା ନହେଲେ ରାସ୍ତାରେ ବସି ରହିବିଯେ ଆଗକୁ ପାଦେବି ଯିବି ନାହିଁ ।

ଚତୁର କଥାକାର କହିଲେ – ତୁ ମୋ ପାଖକୁ ଲାଗି ଲାଗି ଚାଲେ । ମୁଁ ତୋତେ ସେହି ଯୋଗିନୀର ବସିବା କଥା କହିବି । ବୋଲକରା ଉପଦେଷ୍ଟାଙ୍କ ପାଖକୁ ଲାଗି ଆସିବାରୁ ଚତୁର ବ୍ୟଙ୍ଗକାର କହିଲେ –

ବହୁ ପ୍ରାଚୀନ କଥା, ସେତେବେଳେ ବଙ୍ଗ ଦେଶରେ ଏକ ରାଜ ପରିବାର ବାସ କରୁ ଥିଲେ । ସେହି ପରିବାରର ସୁମାଳିନୀ ନାମରେ ଏକ ସୁନ୍ଦରୀ କନ୍ୟା ଥିଲା । କନ୍ୟାର ରୂପ ଯୌବନକୁ ଲୋକେ ଖୁବ୍ ତାରିଫ୍ କରୁ ଥିଲେ । ସେହି ସୁନ୍ଦରୀ କନ୍ୟା ସୁମାଳିନୀର ପର ପୁରୁଷ ମାନଙ୍କୁ ଭଲ ପାଇବା ଏକ ମନ୍ଦ ଗୁଣ ଥିଲା । ଏମିତି ଦେବ କନ୍ୟା ରୂପ, ଯେଉଁ ପୁରୁଷ ଥରେ ତା’ର ରୂପକୁ ଦେଖିଲା ଅଗ୍ନିରେ ପୋକ ଝାସ ଦେବା ପରି ସେ କନ୍ୟାର ରୂପରେ ସେ ପୁରୁଷ ଝାସ ଦେଲା । ପ୍ରତି ଦିନ ସେ କନ୍ୟା ଗଙ୍ଗାକୁ ସ୍ନାନ କରିବାକୁ ସାଙ୍ଗରେ ସଖୀ ମାନଙ୍କୁ ନେଇ ସ୍ନାନ କରିବାକୁ ଯାଏ । ଗଙ୍ଗାରେ ସ୍ନାନ କରିବା ସମୟରେ ସେ ଉଲଗ୍ନ ହୋଇ ସ୍ନାନ କରେ । ଆଉ ମଧ୍ୟ ସୁନ୍ଦର ସୁନ୍ଦର ପୁରୁଷକୁ ନେଇ ସେ ଗଙ୍ଗାରେ ଜଳ କ୍ରୀଡା ମଧ୍ୟ କରେ ।

ଦିନକର କଥା ସେହି ରାସ୍ତା ଦେଇ ଜଣେ ସୌଦାଗର ପୁଅ ଯାଉ ଥିଲା । ତା’ର ଏହି ରାଜ କନ୍ୟା ଉପରେ ଦୃଷ୍ଟି ପଡନ୍ତେ ସେ ରାଜ କନ୍ୟାଙ୍କୁ ବିବାହ କରିବା ନିମନ୍ତେ ମନ ବଳାଇବା କଥା ଶୁଣନ୍ତେ ରାଜା ତାଙ୍କୁ ନାସ୍ତି ବାଣୀ ଶୁଣାଇଲେ । ସୌଦାଗର ପୁଅ ଏ କଥା ଶୁଣି ମନରେ ଦୁଃଖ କଲା । ମନରେ ତାର ଦୁଃଖ ହେବାରୁ ସେ ମନ ଦୁଃଖରେ ଯାଇ ଦେବୀଙ୍କର ପୂଜା କଲା । ଦେବୀ ସୌଦାଗର ପୁଅର ପୂଜାରେ ସନ୍ତୁଷ୍ଟ ହୋଇ ତାକୁ ତରବାରୀ ଗୋଟିଏ ଦାନ କରି ଅଦୃଶ୍ୟ ହୋଇ ଗଲେ ।

ଦିନକର କଥା, ସୌଦାଗର ପୁଅ ଚିନ୍ତା କଲା ଯେ ରାଜ କନ୍ୟାକୁ ବିବାହ କରିବାକୁ ହେଲେ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ । ବରଂ ରାଜାଙ୍କୁ ହତ୍ୟା କଲେ ସେ ରାଜ କନ୍ୟାକୁ ବିବାହ କରିବାର ରାସ୍ତା ପ୍ରଶସ୍ତ ହୋଇ ଯିବ । ଏହା ଭାବି ସୌଦାଗର ପୁଅ ସୁଯୋଗ ଉଣ୍ଡି ରାଜାଙ୍କୁ ଦେବୀ ଦତ ତରବାରୀ ଦ୍ୱାରା ହତ୍ୟା କରି ରାଜ କନ୍ୟା ସୁମାଳିନୀକୁ ବିବାହ କଲା । କିନ୍ତୁ ରାଜ କନ୍ୟା ସୁମାଳିନୀର ସୁନ୍ଦର ରୂପ ଦେଖି ସିନା ସୌଦାଗର ପୁଅ ସେ ରାଜ କନ୍ୟାକୁ ବିବାହ କଲା ହେଲେ ରାଜ କୁମାରୀ ପ୍ରତି ଦିନ ତା’ର ମନୋନୀତ ପୁରୁଷ ମାନଙ୍କୁ ନେଇ ରତି କ୍ରୀଡା କରିବାକୁ ଲାଗିଲା । ତାହା ଦେଖି ସୌଦାଗର ପୁଅ ଅନ୍ୟ ଉପାୟ କିଛି ନପାଇ ରାଜ କନ୍ୟା ସୁମାଳିନୀ ପାଇଁ ଅନ୍ୟ ଏକ ଉଆସ ନିର୍ମାଣ କରି ସେହି ଉଆସରେ ରାଜ କନ୍ୟା ସୁମାଳିନୀକୁ ବନ୍ଦୀ କରି ରଖିଲା ।

ଦିନକର କଥା, ସବୁ ଦିନ ପାଇଁ ଉଆସରୁ ଖସି ଯିବାକୁ ସୁଯୋଗ ଉଣ୍ଡୁ ଉଣ୍ଡୁ ଦିନେ ଦାସୀର ଖାଇବାକୁ ଦେବାକୁ ଆସିବାର ସମୟରେ କୌଶଳ କରି ରାଜ କୁମାରୀ ସେଠାରୁ ଖସି ଯାଇ ଖୁବ୍ ଦୂର ଅରଣ୍ୟକୁ ପଳାଇ ଗଲା । ଅରଣ୍ୟରେ ଭ୍ରମଣ କରୁ କରୁ ତା’ର ଜଣେ ଋଷିଙ୍କ ସହିତ ଭେଟ ହେବାରୁ ଅତୀତର ଘଟି ଯାଇ ଥିବା ସମସ୍ତ କଥା ସେ ରାଜ କୁମାରୀ ଋଷିଙ୍କ ଆଗରେ ପ୍ରକାଶ କଲା । ରାଜ କନ୍ୟାର କଥାରେ ଋଷି ମଧ୍ୟ ତରଳି ଗଲେ । ସେ ରାଜ କନ୍ୟା ସୁମାଳିନୀ ପ୍ରତି ଦୟାପରବଶ ହୋଇ ତାକୁ ଗୋଟିଏ ଫଳ ଦେଇ କହିଲେ ତୁ ଏହି ଫଳକୁ ଖାଇ ଦେ । ଏହି ଫଳ ଖାଇବା ଦ୍ୱାରା ତୁ ଚିର କୁମାରୀ ହୋଇ ଯୁବତୀ ହୋଇ ରହିବୁ । ଖୁବ୍ ସୁନ୍ଦରୀ ମଧ୍ୟ ଦେଖା ଯିବୁ । ହେଲେ ତୋତେ କିନ୍ତୁ କୌଣସି ପୁରୁଷ ଧରି ରଖି ପାରିବ ନାହିଁ । ଏହା ପରେ ତୋର ଇଚ୍ଛା ଯେତେବେଳେ ଯାହା ହେବ ତୁ ତାହା କରିବୁ । ଋଷିଙ୍କ ଠାରୁ ଏପରି ଫଳ ପାଇ ତାହାକୁ ସେ ଖାଇ ଦେଲା । ତହୁଁ ସେ ପୁଣି ପୂର୍ବ ଯୁବତୀ ବୟସକୁ ଖସି ଗଲା । ଏହା ଛଡା ରାଜ କୁମାରୀ ସୁମାଳିନୀ ଆଗରୁ ଅଷ୍ଟ ଶମ୍ଭୁଙ୍କର ପୂଜା କରି ବର ବି ପାଇ ଥିଲା ।

ଏଥୁ ଅନ୍ତେ ପ୍ରହରୀ ମାନେ ପୁଣି ରାଜ କୁମାରୀ ସୁମାଳିନୀଙ୍କୁ ଧରି ଆଣି ବନ୍ଦୀ ଶାଳାରେ ରଖିଲେ । ହେଲେ କ’ଣ ହେବ ପୁଣି ସୁଯୋଗ ଖୋଜି ସେ ରାଜ କୁମାରୀ ସୁମାଳିନୀ ବନ୍ଦୀ ଶାଳାରୁ ଖସି ପଳାଇଲା । ଏହା ଜାଣି ସୌଦାଗର ପୁଅର କ୍ରୋଧ ପାଦରୁ ମଥାକୁ ଉଠି ଗଲା । ଶେଷରେ ସେ ଜଣେ ତାନ୍ତ୍ରିକକୁ ଡକାଇ କହିଲା ଯେ ତୁମେ ରାଜ କୁମାରୀ ସୁମାଳିନୀର ତନ୍ତ୍ର ବଳରେ ମୁଖ ବନ୍ଧନ କରାଇ ଦିଅ । ତା’ମନରେ ଜାଗ୍ରତ ହେଉଥିବା କାମ ପ୍ରଭାବକୁ ଦମନ କର । ଏଥିଲାଗି ମୁଁ ମଧ୍ୟ ତୁମକୁ ଉପଯୁକ୍ତ ପୁରଷ୍କାର ପ୍ରଦାନ କରିବି ।

ତାନ୍ତ୍ରିକ ଧନ ଲୋଭରେ ରାଜ କୁମାରୀ ସୁମାଳିନୀର ମୁଖ ବନ୍ଧନ କରି ଦେଲେ । ତା’ ଶରୀରରୁ କାମ ପ୍ରଭାବକୁ ଦମନ କରି ଦେବାରୁ ସୁମାଳିନୀର ମାନସିକ ବିକୃତି ଘଟିଲା । ସେ ଆଉ ନିଜର ଆୟତରେ ରହି ପାରିଲା ନାହିଁ । ସେହି ଦିନ ଠାରୁ ରାଜ କୁମାରୀ ସୁମାଳିନୀ ଉଲଗ୍ନ ହୋଇ ବୁଲିବାକୁ ଲାଗିଲା । ନିଜର ଇଚ୍ଛା ହେଲେ ସେ ନାଚେ, ହସେ, ବଡ ପାଟି ବି କରେ । ସମସ୍ତେ ଭାବିଲେ ଯେ ସୁମାଳିନୀକୁ କେହିନା କେହି ଚଣ୍ଡୀ ଗ୍ରାସ କରିଛି । ତା’ ଲାଗି କୌଣସି ପ୍ରତିକାର ନାହିଁ । ତେଣୁ ତାକୁ ନିର୍ଜନ ସ୍ଥାନରେ ଛାଡି ଦେବା ଦରକାର । ଏହା ପରେ ରାଜ କୁମାରୀକୁ ନିର୍ଜନ ସ୍ଥାନରେ ଛାଡି ଦେଇ ଆସିଲେ । ସେ ବି ଆଉ କୁଆଡେ ପଳାଇ ନଯାଇ ସେହି ଗୋଟିଏ ସ୍ଥାନରେ ବସି ରହିଛି । ରାସ୍ତା ଚଲା ଲୋକେ ଯିଏ ଯାଆନ୍ତି ସେମାନେ ଏବେ କହୁଛନ୍ତି ଯେ ୟେ ରାଜ କନ୍ୟା ନୁହେଁ, ୟେ ଯୋଗିନୀ ରୂପରେ ଏଠାରେ ବସିଛି । ତାକୁ ଭୟ କରିବାର କୌଣସି କାରଣ ନାହିଁ ।

ରାତି ବୋଲକରା ଉପଦେଷ୍ଟା

Rate the content


Originality
Flow
Language
Cover design

Comments

Post

Some text some message..