Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

#ପ୍ରଜାପତି-ଅନାମିକାର ମୃତ୍ୟୁ !!! ଅନୁଗଳ୍ପ!!

#ପ୍ରଜାପତି-ଅନାମିକାର ମୃତ୍ୟୁ !!! ଅନୁଗଳ୍ପ!!

1 min
1.2K


#ପ୍ରଜାପତି-ଅନାମିକାର ମୃତ୍ୟୁ !!!
                            ଅନୁଗଳ୍ପ!!

ଅନାମିକା କଣ ହସୁନି ,ମିଛ ମିଛିକା 
ଆଉ କାନ୍ଦି ଚାଲିଛି ସତ ସତିକା ।
ଅନାମିକା ଏମିତି ଅନେକ ଥର କୁହେ;
ଏ ଦେଖ ମୁଁ ହସୁଛି, ଶୁଣ ଶୁଣଛଟି, ଏଇ ତମେ ଡାକି ଦେଲ ଦେଖ ମୁଁ ପୁଣି ଫେରି ଆସିଲି, ନିଶିକାନ୍ତ !
ମୁଁ ଭଲ ପାଉଛି ବୋଲି ତ ବଞ୍ଚି ଚାଲିଛି ,ଲୁହ ଲୁହାଣ ହୋଇ ,
ଶେଷ କଥାଟି ବେଶ ମନକୁ ପାଇଲା
ପ୍ରତୀକ୍ଷା- ସତରେ ଏମିତି ଏକ ଛୁରୀ ଖିନଭିନ୍ନ କରି ଚାଲିଛି ହୃଦୟଟାକୁ
ହେଲେ ଅନାମିକା ! 
କିଏ ? କାହାର ପ୍ରତୀକ୍ଷା କରି ଚାଲିଛି ।
ତୁମେ ମୋର ନା ମୁଁ ତୁମର , ନା ଦୁହେଁ ସମୟର, 
ତା ହେଲେ କଣ ? 
ଆମ ପ୍ରେମ କାହାଣୀଟିର ଶୀର୍ଷକ #ପ୍ରତୀକ୍ଷା ନା ଏ ଏକ ନୂଆ #ପରିଭାଷାପ୍ରେମର ।
କୁହ ତ , ତୁମେ ଠିକ କହି ପାରିବ କାରଣ ତୁମ ଠାରେ ସବୁ ଅଛି ଖାଲି ମୋ ପାଖରେ କେବଳ ଅଛି ତୁମ ଶୁନ୍ୟତାଭରା ଜୀବନର ,
ଏକ ଦୀର୍ଘ ପ୍ରତୀକ୍ଷା, ନିଶିକାନ୍ତର ଅନାମିକାର ଫେରିବା ରାସ୍ତାକୁ । ଏଇତ ଆଜି ଜାଣିଲି ,
ଲଗାଣ ବର୍ଷା ,ମୋ ପ୍ରଜାପତିକୁ ପ୍ରତି ବର୍ଷାର ପ୍ରହାରରେ  ମାରି ଚାଲେ। 
ଅନାମିକା ,
ମୋ ପ୍ରଜାପତିର ମୃତ୍ୟୁ ସଂଘଠିତ ହୋଇ ଚାଲିଥାଏ  ତା ପ୍ରତି ନିଶ୍ୱାସରେ--
ନିଶିକାନ୍ତ ବି ମରି ବଞ୍ଚି ଚାଲିଛି, ପ୍ରତି ପ୍ରଶ୍ୱାସରେ ଚାହିଁ ,କେବଳ ;
ଅନାମିକାର ଫେରିବା ବାଟକୁ------!
©®କାଶ୍ୟପ, ରାୟଗଡା ।
©®କାଶ୍ୟପ


Rate this content
Log in