Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

କଣ୍ଟା

କଣ୍ଟା

1 min
237


ଉଃ..ଶେଷକୁ ଏ କଣ୍ଟା ବି ବାକି ଥିଲା ଆଘାତ ଦେବା ପାଇଁ ? କଲେଜରେ କଣ ଗୋଟିଏ ଘଟଣାରେ ବିରକ୍ତ ହୋଇ ଘରକୁ ଫେରି ବାଲକୋନିକୁ ଗଲି କିଛିଟା ମାନସିକ ଶାନ୍ତି ପାଇଁ l ଆରେ ଏତେ ଛୋଟ ଗଛ ! ଅଥଚ କେତେ ମୁନିଆଁ ତା କଣ୍ଟା ! ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମରୁଭୂମିରେ ଗୁଳ୍ମ ସବୁ କଣ୍ଟାଯୁକ୍ତ ହୋଇଥାନ୍ତି ବୋଲି ପଢିଥିଲି l କିନ୍ତୁ ଆଜି ଏ ଲେମ୍ବୁ ଗଛଟିକୁ ଦେଖି କଥାର ସତ୍ୟତା ବୁଝି ପାରିଲି l ବାଲକୋନିରେ ଥିବା ଗୋଟିଏ ଛୋଟ ମାଟି କୁଡୁଆ ଭିତରେ କେମିତି କେଜାଣି ଲେମ୍ବୁ ଗଛଟି ଉଠିଥିଲା l ମୁଁ ବୋନସାଇ କରିବି ବୋଲି ତାକୁ ଆଉ ସେଠାରୁ ଘୁଞ୍ଚେଇ ନ ଥିଲି l କିନ୍ତୁ ସେ ଦିନ ଲକ୍ଷ୍ୟ କଲି ସାଧାରଣ ଲେମ୍ବୁଗଛ ଠାରୁ ଏହି ଗଛର କଣ୍ଟା ବହୁତ ତୀକ୍ଷ୍ଣ l ବୁଝିପାରିଲି ମୁଁ ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ହିଁ ତାର କଣ୍ଟା ସବୁ ଏତେ ତୀକ୍ଷ୍ଣ l

ସାମାନ୍ୟ ଲେମ୍ବୁ ଗଛଟିଏ ଯଦି ନିଜକୁ ରକ୍ଷା କରିବାର କ୍ଷମତା ରଖିପାରୁଛି, ତେବେ ମୁଁ କାହିଁକି ନୁହେଁ ? ଦିନ ସାରା ଘଟିଥିବା ସବୁ ହାର ଜିତର ଘଟଣାକୁ ଭୁଲି ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ଆଗାମୀ ମୁକାବିଲାକୁ ସାମ୍ନା କରିବା ପାଇଁ l


Rate this content
Log in

Similar oriya story from Inspirational