Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Comedy

2.7  

Chittaranjan Lenka

Comedy

ଭିକାରୀ

ଭିକାରୀ

1 min
6.8K


 

ଜଣାନାହିଁ ଭିକାରୀ ଉପରେ ସମସ୍ତେ କାହିଁକି ବିରକ୍ତ ହୁଅନ୍ତି l ସକାଳୁ କୁଆ କା’ ନ କରୁଣୁ ସେ ତାର ମାଗିବା କାମରେ ବାହାରିଯାଏ l ଘର ଘର ବୁଲି ମାଗେ l କେହି ତାକୁ କିଛି ଦେବା ତ ଦୂରର କଥା, ବରଂ କିଏ କୁକୁର ତା ପଛରେ ଦଉଡେଇ ଦିଏ ତ କିଏ ଗାଳି ମନ୍ଦ କରେ l ଏପରିକି କେଉଁ ସାହିର ପିଲାମାନେ ତାକୁ ବାଡି ଧରି ଗୋଡାନ୍ତି ତ କିଏ ଟେକା ଫୋପାଡେ ତା ଉପରକୁ l କିନ୍ତୁ କେହି ତାକୁ ଖାଇବାକୁ ଦିଅନ୍ତି ନାହିଁ l ପିନ୍ଧିବାକୁ ଦେବା ତ ଦୂରର କଥା l ସତେ ଯେମିତି ସେ ସୃଷ୍ଚିର ଅଲୋଡା ଜୀବଟିଏ l କିନ୍ତୁ ସେ କେବେ କାହାର ଅମଙ୍ଗଳ ଚିନ୍ତା କରେନି l କାହାକୁ ଗାଳି ଦିଏନି କି ଅଭିଯୋଗ କରେନି l ଦିନେ ଜଣେ ସହୃଦୟ ବ୍ୟକ୍ତି ଦେଖିଲେ ତାକୁ l ତାକୁ ଘରକୁ ଡାକିଲେ l ଖାଇବାକୁ ଦେବେ ବୋଲି କହିଲେ l ଭରିଗଲା ଭିକାରୀର ହୃଦୟ l କିଏ ଜଣେ ତ ଅଛି ଏ ଦୁନିଆଁରେ ଯିଏ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି l କିନ୍ତୁ ଦୁର୍ଭାଗ୍ୟ l ଦୁର୍ଭାଗ୍ୟ ଯାହାର ଚିର ସହଚର, ତାକ ଭାଗ୍ୟ ସହାୟ ହେବ କେମିତି ? ହଠାତ୍ ଭିକାରୀଟି ଦେଖିଲା, ତାକୁ ସାହାଯ୍ୟରେ ହାତ ବଢାଇଥିବା ସହୃଦୟ ବ୍ୟକ୍ତିଙ୍କର ହୃଦୟରେ ପରିବର୍ତ୍ତନ l ତାଙ୍କ ମୁହଁରେ ଅସନ୍ତୋଷର ଛାପ l କିଛି ବୁଝି ପାରିଲାନି ଭିକାରୀଟି l ସେ କିଛି ପଚାରିବାକୁ ଉଦ୍ୟତ ହେବା ବେଳକୁ ବ୍ୟକ୍ତି ଜଣଙ୍କ ହାତରେ ବାଡିଟିଏ ଧରି ତାକୁ ବାଡେଇବାକୁ ଆଗେଇ ଆସିଲେ l ଏଥର କିନ୍ତୁ ଭାଙ୍ଗିଗଲା ଭିକାରୀଟି l ଜୀବନ ଉପରୁ ଆସ୍ଥା ହରେଇ ସାରିଥିଲା ସେ l ଉଡିଗଲା ପ୍ରାଣବାୟୁ ତାର l ସେ ଭିକାରୀଟି କେହି ନୁହେଁ, ସ୍ୱୟଂ ମୁଁ ନିଜେ……….

ଚିତ୍ତ ରଞ୍ଜନ ଲେଙ୍କା(କଟକ)

 

 

 


Rate this content
Log in

Similar oriya story from Comedy