Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sri Akhand

Children Stories

2.5  

Sri Akhand

Children Stories

ଦେଖ କେମିତିକା ଦହିବାଲୀ

ଦେଖ କେମିତିକା ଦହିବାଲୀ

2 mins
352


ପୁରୀ ଗଜପତିଙ୍କ କାଂଚି ଅଭିଯାନ ସମୟରେ ପ୍ରଭୁଙ୍କ ଲୀଳା ବେଶ୍ ବିଖ୍ୟାତ । ପ୍ରଭୁ ନିଜେ ସୈନିକ ହୋଇ ଯୁଦ୍ଧ କରିବାକୁ ଯାଇଥିଲେ । ଏବଂ ବାରମ୍ବାର ପରାଜୟ ସ୍ୱିକାର କରିଥିବା ଗଜପତି ରାଜା ପ୍ରଭୁଙ୍କ କୃପାରୁ ଶେଷ ଥର ଯୁଦ୍ଧରେ ଜିତିଥିଲେ । ସେହି ଯୁଦ୍ଧ କରିବାକୁ ରାଜା ଯାଉଥିବା ସମୟରେ ତାଙ୍କ ଆଗକୁ ମାଣିକ ନାମକ ଗଉଡୁଣି ଧାଇଁ ଆସି ଗୁହାରି କଲା । ମହାରାଜ ! ଆପଣଙ୍କର ଦୁଇ ଜଣ ସୈନିକ ମୋ ଠାରୁ ଦହି ପିଇଛନ୍ତି । ଅର୍ଥ ବଦଳରେ ସେମାନେ ଏହି ମୁ୍ଦ୍ରିକାଟି ଦେଇ ଯାଇଛନ୍ତି । ଏହି ମୁଦ୍ରିକାଟି ନିଅନ୍ତୁ । ଏହାକୁ ଦେଖି ଗଜପତି ହତବାକ୍ ହୋଇଗଲେ । ସେନାପତିଙ୍କ ସୂଚନା ଅନୁଯାୟୀ କୌଣସି ସୈନିକ ଆଗରେ ଯାଇନାହାନ୍ତି । ପୁଣି ଏହି ମୁଦ୍ରିକାଟି ତ ପ୍ରଭୁ ଜଗନ୍ନାଥ ପିନ୍ଧୁଥିବା ସ୍ୱର୍ଣ୍ଣ ମୁଦ୍ରିକା । ସେହି ଦୁଇ ଆଶ୍ୱାରୋହୀ ଆଉ କେହି ନୁହେଁ, ସାକ୍ଷାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଅଗ୍ରଜ ପ୍ରଭୁ ବଳଭଦ୍ର ! ଧନ୍ୟ ହୋଇଗଲ ତମେ ମାଣିକ । ପ୍ରଭୁଙ୍କ ପ୍ରତ୍ୟେକ୍ଷ ଦର୍ଶନ କେତେ ଜଣଙ୍କ ଭାଗ୍ୟରେ ଥାଏ ? ଯାହାଙ୍କ ରୂପ ଦର୍ଶନ ଲାଗି କେତେ ସାଧୁ, ସନ୍ଥ, ମୁନୀ ଜନ୍ମ ଜନ୍ମାନ୍ତର ତପସ୍ୟା କରିଚାଲିଛନ୍ତି । କେତେ ଶାସ୍ତ୍ର, ପୁରାଣ ଅଧ୍ୟୟନ କରି ମଧ୍ୟ ଯାହାର ରୂପକୁ କଳନା କରିହୁଏନା । ତାଙ୍କ ସହ କଥା ହେଲ । ପୁଣି ସେ ତୁମକୁ ମୁଦ୍ରିକା ବଢାଇଦେଲେ । ଶ୍ରୀଅଙ୍ଗ ପରଶ ତ କୋଟି ଜନ୍ମର ଫଳ ସଦୃଶ । ହେ ମାଣିକ! ତୁମେ ହିଁ ପ୍ରକୃତରେ ମହାନ୍ ଭକ୍ତ । ରାଜାଙ୍କ କଥା ଶୁଣି ମାଣିକ ଆଖିରୁ ଧାର ଧାର ଅଶ୍ରୁ ବୋହିଗଲା । ସେ ବିକଳ ହୋଇ ବୋବାଳି ପକାଇଲା । ମୁଁ ହତଭାଗିନୀ କଣ କଲି ? ସାରା ଜଗତ ଯାହା ପାଖକୁ ସବୁ କିଛି ମାଗିବାକୁ ଯାଏ, ସେହି ମହାପ୍ରଭୁ ମୋ ପାଖକୁ ଆସିଥିଲେ । ତାଙ୍କୁ ଶେ।।ଷ ଲାଗୁଥିଲା, ମୁଁ ଚଣ୍ଡାଳୁଣୀ ତାଙ୍କୁ ଅଚିହ୍ନା ବାରିଲି । ଦହି ଦେଲି, ଅର୍ଥ ମାଗିବାରୁ ସେମାନେ ହସ୍ତ ମୁଦ୍ରିକା ଦେଲେ । ମୁଁ କେତେ ଲୋଭୀ । ତାଙ୍କ ଚରଣଟିକେ ଛୁଇଁ ପାରିଲିନି । ରାଜା କିନ୍ତୁ ଭାବ ବିହ୍ୱଳ । ଯୁଦ୍ଧ କଥା ମନରୁ ପାଶୋରିଗଲେଣି । ଯେଉଁଠି ପ୍ରଭୁ ଯାଉଛନ୍ତି, ଆମର ବା କି ଆବଶ୍ୟକତା ? ମାଣିକଙ୍କୁ କହୁଛନ୍ତି – ତମେ କାନ୍ଦିବା ଛାଡି ମୋତେ କହିଲ ମୋ ପ୍ରଭୁଙ୍କ ରୂପ କେମିତି ଥିଲା ? ରଙ୍ଗ ଅଧର କେମିତି ଥିଲା ? ମହାପ୍ରଭୁଙ୍କ ସୁନ୍ଦର ମଧୁର ମୁଖ ଦେଖିବାକୁ କେମିତି ? ରାଜାଙ୍କ ଆଖିରୁ ଲୁହ ଆସିଗଲା । ପୁଣି ପଚାରୁଛନ୍ତି – କେମିତି ତମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲ ? କେମିତି ଭାବରେ ତୁମେ ପ୍ରଭୁଙ୍କୁ ଡାକୁଥିଲେ ଯେ ସେ ଆସି ସ୍ୱୟଂ ତୁମ ଆଗରେ ଆର୍ବିଭାବ ହେଲେ, କଥା ହେଲେ, ଶ୍ରୀଅଙ୍ଗ ସ୍ପର୍ଶ କରାଇ ହସ୍ତ ମୁଦ୍ରିକା ଦେଲେ ? ଆମକୁ ସେହି ବାଟ ବତାଅ । ଏସବୁ ପ୍ରଶ୍ନର ଉତ୍ତର ଶୁଣି ମାଣିକ କେବଳ କାନ୍ଦୁଥିଲେ । ହେ ପ୍ରଭୁ ! ତୁମେ ଆଉ ଥରେ ଆସ । ମୋର କିଛି ଦରକାର ନାହିଁ । ମୁଁ ତୁମକୁ ମନଭରି ଦହି ଖୁଆଇବି । ମାଣିକଙ୍କ ପ୍ରେମ ଭକ୍ତି ଭାବ ଅମର ହୋଇ ରହିଯାଇଛି । ଏପରି ପୁଣ୍ୟବନ୍ତ ଭକ୍ତ ପାଖକୁ ହିଁ ମହାପ୍ରଭୁଙ୍କ ଡୋରି ଲାଗେ । ଅଚିହ୍ନା ହୋଇ ଭକ୍ତ ପାଖକୁ ଯାନ୍ତି ମହାପ୍ରଭୁ । ତାଙ୍କରି କୃପାରୁ ହିଁ ସବୁ କିଛି ହୁଏ । ଆମେ ତାହା ଅନୁଭବ କରିବା ଦରକାର । ମହାପ୍ରଭୁ ନିଜେ ପିଲାଟିଏ ପରି ସତେ ମାଆ ଠାରୁ ଦହି ମାଗି ଖାଇଲେ ! ଭକ୍ତିର ଏପରି ନିଦର୍ଶନ ଭକ୍ତି ଜଗତରେ ବିରଳ ।



Rate this content
Log in