Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

2  

Kalyani Nanda

Inspirational

ସ୍ନେହ ର ସ୍ପର୍ଶ

ସ୍ନେହ ର ସ୍ପର୍ଶ

2 mins
440




ସବୁଦିନ ପରି ସୁହାସୀ ଟ୍ରାଫିକ ର ଲାଲ ବତୀ ଜଳିବାର ଦେଖି ତା ସ୍କାଇଲି ଷ୍ଟିକର ସବୁ ଧରି ଅଟକି ଥିବା ଗାଡି ପାଖକୁ ଧାଇଁଲା । ପ୍ରତି ଗାଡି ପାଖକୁ ଯାଇ ନେହୁରା ହୋଇ, ତା ଷ୍ଟିକର ସବୁ ବିକ୍ରି କରିବା ପାଇଁ ଚେଷ୍ଟା କରୁଥାଏ ।ସୁହାସୀ 8/9 ବର୍ଷ ର ଝିଅ ଟିଏ।ବେଶି ଗୋରା ନ ହେଲେ ବି କଳା ନୁହେଁ । ଆଲୁରୁ ବାଲୁରୁ ବାଳ ଫୁର ଫୁର ହେଇ ଉଡୁଥାଏ । ନୀରିହତାର ଛାପ ତା ମୁହଁ ରେ ।ହସ ହସ ମୁହଁ ଟିଏ ।ମାଁ ପାଖକୁ ଦୌଡି ଦୌଡି ଆସିଲା ସୁହାସୀ । ସବୁଜ ସଂକେତ ପାଇ ଗାଡି ସବୁ ଆଗେଇ ବାକୁ ଆରମ୍ଭ କରିଥାନ୍ତି ।

ସୁହାସୀ କପାଳରେ ବିନ୍ଦୁ ବିନ୍ଦୁ ଝାଳ ।ମାଁ ତାର ଅତି ସ୍ନେହରେ ଝିଅ ମୁହଁରୁ ତା ମଇଳା ପଣତରେ ଝାଳ ପୋଛି ଦେଉଥାଏ ।ସୁହାସୀ ତା ମାଁ ହାତକୁ ବଢାଇ ଦେଉଥାଏ ଷ୍ଟିକର ବିକ୍ରିର ପଇସା । ଦିନ ସାରା ସୁହାସୀ ଷ୍ଟିକର ବିକ୍ରି କରି ଯାହା ପାଏ ,ତାଙ୍କ ପରିବାର ଚଳେଇବା ପାଇଁ ଏକ ସ୍ୱଳ୍ପ ଅବଦାନ । ସେତିକି ବେଳେ ସ୍କୁଲ ଫେରନ୍ତା ସୁହାସୀ ବୟସ ର ଝିଅଟିଏ ତା ମାଁ ସହ ସ୍କୁଲ ରୁ ଫେରୁଥାଏ ।ସ୍କୁଲ ଡ୍ରେସ ରେ ଝିଅଟି ବେଶ ସୁନ୍ଦର ଲାଗୁଥାଏ । ତା ମାଁ ତା ସାଥେ ସାଥେ ଚାଲୁଥାଏ । ହଠାତ୍ ଝିଅଟି ଝୁଣ୍ଟି ପଡି ତଳେ ପଡିଗଲା । ମାଁ ତାର ବ୍ଯସ୍ତ ହୋଇ ତା ପାଖକୁ ଦୌଡି ଗଲା । ତାକୁ ତଳୁ ଉଠାଇ , ଝାଡି ଝୁଡି ଦେଇ , ତାକୁ ତା ଶାଢୀ ପଣତ ରେ ଦେହ ପୋଛିଦେଲା ।ଝିଅଟି ଆଖିରେ ଲୁହ ଟଳମଳ କରୁଥାଏ । ମାଁ ଟି ତାର ହାତ ଧରି , ତାକୁ ବୁଝାଇ ସୁଝାଇ ଆଗକୁ ବଢିଲା । ସୁହାସୀ ନାଲି ସଂକେତ ଦେଖି ପୁଣି ଦୌଡିଲା ତା ଷ୍ଟିକର ନେଇ। ମାଁ ତାର ଚାହିଁ ରହିଥାଏ ସୁହାସୀ କୁ , ତା ଆଦର ର ଝିଅକୁ ।

ବସ ଷ୍ଟପ୍ ରେ ଛିଡା ହୋଇ ସୁଧୀର ଦେଖୁଥାଏ ଏ ସବୁ ।ମାଁ ସତରେ କେତେ ମହାନ ।ହୋଇଥାଉ ସେ ଏକ ଛୋଟ କୁଡିଆ ଘର ର ମାଁ ଅବା ବଡ ଘର ର ମାଁ ।କିନ୍ତୁ ମାଁ ଯେ ମାଁ । ତା ସନ୍ତାନ ପାଇଁ ତା ସ୍ନେହର ପଟାନ୍ତର ନାହିଁ । ସେ ଧନୀ ହେଉ ବା ଗରିବ । ମମତାର ଫଲଗୁ ଧାରା ମାଁ ହୃଦୟ ରୁ କେବେ ବି ଶୁଖେନି । ନିଜ ସନ୍ତାନ ର ସବୁ ଦୁଃଖ କଷ୍ଟ କୁ ସତେ ଯେମିତି ସେ ହିଁ ଆଦରି ନେବାକୁ ଚାହେଁ ।ସୁଖର କାଣିଚାଏ ତା ସନ୍ତାନକୁ ଦେଇ ପାରିଲେ , ସେ ଯେମିତି ତୃପ୍ତି ପାଏ । ସେ ସ୍ନେହ ସୁହାସୀ ପାଇଁ ହେଉ ବା ଆଉ କିଏ ହେଉ ! ! !


କଲ୍ଯାଣୀ ନନ୍ଦ

କଲ୍ଯାଣନଗର, ବୁଢାରଜା, ସମ୍ବଲପୁର, ଓଡିଶା ।


Rate this content
Log in

Similar oriya story from Inspirational