Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନ୍ଧାରର ଅତିଥି
ଅନ୍ଧାରର ଅତିଥି
★★★★★

© Roja Panda

Others

4 Minutes   317    11


Content Ranking

ଅନ୍ଧାରର ଅତିଥି

ରୋଜା ପଣ୍ଡା

ଅତିଥିମାନେ ସାଧାରଣତଃ ଦିନରେ ଆସନ୍ତି । କିନ୍ତୁ କିଛି ଅତିଥି ଅଛନ୍ତି ଯେଉଁମାନେ କେବଳ ଅଧରାତ୍ରିରେ ହିଁ ପ୍ରତିଦିନ ମହାପାତ୍ର ବାବୁଙ୍କ ଘରକୁ ଆସନ୍ତି । ମହାପାତ୍ର ବାବୁ ଆମ ପଡୋଶୀ । ଖୁବ ଭଦ୍ରଲୋକ ସେ । ପେସାରେ ସେ ଜଣେ ଟ୍ରେନ ଚାଳକ । ତାଙ୍କ ପରିବାର କହିଲେ କେବଳ ସେ ନିଜେ । ଆଉ କେହି ନାହାନ୍ତି । ମହାପାତ୍ର ବାବୁ ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି କାର୍ଯ୍ୟାଳୟ ବାହାରି ଯାଆନ୍ତି । କିନ୍ତୁ କିଛି ଖାଇ କରି ଯାଆନ୍ତି ନାହିଁ । ଦିନ ବେଳା ବି ସେ କିଛି ଖାଆନ୍ତି ନାହିଁ । ରାତିରେ ନିଜେ ନିଜ ହାତରେ ରୋଷେଇ କରି ନିଜ ଅତିଥିମାନଙ୍କ ପାଇଁ ଅପେକ୍ଷା କରନ୍ତି । ପ୍ରତିଦିନ କିଛି ନୂଆନୂଆ ଖାଦ୍ୟ ପଦାର୍ଥ ଯତ୍ନରେ ରୋଷେଇ କରି,ସୁନ୍ଦର ଭାବରେ ଡାଇନିଂ ଟେବୁଲ ସଜାଡି ଜଗି ବସିବା ତାଙ୍କର ନୀତିଦିନର ଅଭ୍ୟାସ ।

ପ୍ରତ୍ୟେକ ରାତି ଠିକ ବାରଟା ସମୟରେ ମହାପାତ୍ର ବାବୁଙ୍କ ଘରକୁ ତିନିଜଣ ଅତିଥି ଆସନ୍ତି । ଅତିଥୀମାନଙ୍କୁ ଦେଖି ମହାପାତ୍ର ବାବୁ ଖୁସିରେ ପାଗଳ ହେଇଯାନ୍ତି । ଅତିଥି ମାନଙ୍କୁ ଘରକୁ ପାଛୋଟି ନିଅନ୍ତି । ବହୁତ ସମୟ ଧରି ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲେ । ବହୁତ ହସଖୁସି ଚାଲେ । ତାପରେ ସମସ୍ତେ ମିଶି ରାତ୍ରି ଭୋଜନ କରନ୍ତି ।

ରାତ୍ରି ଭୋଜନ ପରେ ପୁନଃର୍ବାର ବିଭିନ୍ନ ବିଷୟକୁ ନେଇ ଚାଲେ ଆଲୋଚନା । ଏମିତି କଥାବାର୍ତ୍ତା ଆଲୋଚନାରେ ସକାଳ ହେଇଯାଏ କେତେବେଳେ ସେମାନଙ୍କୁ ଜଣାନଥାଏ । ସକାଳ ହେବା ମାତ୍ରେ ମହାପାତ୍ର ବାବୁ ପୁନଃର୍ବାର ଏକା ହେଇଯାନ୍ତି । ମହାପାତ୍ର ବାବୁଙ୍କ ଅତିଥି ସକାଳ ହେବାମାତ୍ରେ ଚାଲିଯାଆନ୍ତି । ମହାପାତ୍ର ବାବୁ ପ୍ରତ୍ୟେକ ଦିନ ମାତ୍ର ରାତ୍ରି ଭୋଜନ ହିଁ କରନ୍ତି । ଦିନସାରା ତାଙ୍କର ଉପବାସରେ କଟେ ।

ସବୁଦିନ ସନ୍ଧ୍ୟାରେ କାର୍ଯ୍ୟାଳୟରୁ ଫେରି ସେ ଘର ସଜେଇବା ଓ ରୋଷେଇରେ ଲାଗିପଡନ୍ତି । ଠିକ ରାତି ଦଶଟା ବେଳକୁ ମହାପାତ୍ର ବାବୁ ସବୁ ରୋଷେଇ ସାରି ,ଡାଇନିଂ ଟେବୁଲ ସଜାଡି ବାହାରେ ନିଜ ବାରଣ୍ଡାରେ ଅପେକ୍ଷାରେ ବସିରୁହାନ୍ତି । ତାଙ୍କର ପ୍ରତ୍ୟେକ ଦିନର ଏହିଭଳି କାର୍ଯ୍ୟକଳାପ ଓ ପ୍ରତ୍ୟେକ ରାତିରେ ଆସୁଥିବା ଅତିଥି ମାନଙ୍କୁ ନେଇ ପଡ଼ୋଶୀମାନେ ସନ୍ଦେହ କରିବା ଆରମ୍ଭ କରିଦେଲେ । ମୁଁ ମଧ୍ୟ ଖୁବ ସନ୍ଦେହରେ ପଡ଼ିଗଲି । ପ୍ରତ୍ୟେକ ରାତିରେ ଆସୁଥିବା ଅତିଥିମାନେ କିଏ ? ସେମାନଙ୍କ ସହିତ ମହାପାତ୍ର ବାବୁଙ୍କ ସମ୍ପର୍କ କଣ ? ଏମିତି ଅନେକ ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥାଏ । ଦିନେ ମୁଁ ମୋର ସନ୍ଦେହ ଦୂର କରିବା ଉଦ୍ଧେଶ୍ୟରେ ମହାପାତ୍ର ବାବୁଙ୍କୁ ଅନୁଧାବନ କଲି ।

ସେଦିନ ମୁଁ ମହାପାତ୍ର ବାବୁଙ୍କ ଘରର ଝରକା ପାଖରେ ଯାଇ ଲୁଚି ଦେଖୁଥାଏ । ମହାପାତ୍ର ବାବୁ ସବୁଦିନ ପରି ସେଦିନ ମଧ୍ୟ କାର୍ଯ୍ୟାଳୟରୁ ଫେରି ନିଜ ନିତ୍ୟ ଆୟୋଜନରେ ଲାଗିପଡିଛନ୍ତି । ବିଭିନ୍ନ ପ୍ରକାର ରୋଷେଇ ତିଆରି କରି ଟେବୁଲ ସଜେଇ ନିଜ ବାରଣ୍ଡାରେ ଅପେକ୍ଷା କରିଥିଲେ ତାଙ୍କ ଅତିଥୀମାନଙ୍କୁ । ଓଃ ଅପେକ୍ଷା କରିବା ଯେ କେତେ କଷ୍ଟ ମୁଁ ସେଇ ମୁହୂର୍ତ୍ତରେ ଜାଣିପାରୁଥିଲି । ମୁଁ ମଧ୍ୟ ମୋର ସନ୍ଦେହ ଦୁରକରିବା ପାଇଁ ସେଠି ଚୋରଙ୍କ ପରି ଲୁଚି ବସିଥାଏ । ରାତି ଏଗାରଟା ହେଲାଣି । କାହିଁ ଏପର୍ଯ୍ୟନ୍ତ ତ କେହି ଆସୁନାହାନ୍ତି । ମହାପାତ୍ର ବାବୁ ମଧ୍ୟ ସେମିତି ନିଜ ବାରଣ୍ଡାରେ ଅପେକ୍ଷରତ । ଏମିତି ଭାବୁ ଭାବୁ କେତେବେଳେ ମୋର ଆଖି ଟିକେ ଲାଗିଯାଇଛି । ମୁଁ ସେଇ ଝରକାକୁ ଆଉଜି ଟିକେ ଢୋଳେଇ ପଡିଛି । ହଠାତ ଘର ଭିତରର କେଉଁ ଏକ ଅଜଣା ଶବ୍ଦରେ ମୋର ନିଦ ଭାଙ୍ଗିଗଲା । ସେତେବେଳକୁ ଘଣ୍ଟାରେ ବାରଟା ବାଜି ଦଶ ମିନିଟ ହେଇଛି ।

ମହାପାତ୍ର ବାବୁ ନିଜ ଅତିଥୀମାନଙ୍କୁ ଘର ଭିତରକୁ ପାଛୋଟି ନେଇସାରିଛନ୍ତି । ମୁଁ ଝରକା ଫାଙ୍କରୁ ଦେଖୁଥାଏ ଅତିଥିମାନଙ୍କୁ । ଅତିଥିମାନେ ଝରକା ପଟକୁ ପଛକରି ବସିଥିବାରୁ ସେମାନଙ୍କର ମୁହଁ ଦେଖିବାରେ ମୁଁ ଅସମର୍ଥ ହେଉଥାଏ । କେବଳ ଏତିକି ଜଣାପଡୁଥାଏ ଯେ ଅତିଥିମାନେ ହେଉଛନ୍ତି ଜଣେ ସ୍ତ୍ରୀ ଲୋକ ଆଉ ଦୁଇଟି ଛୋଟ ଝିଅ । ସ୍ତ୍ରୀଲୋକ ଜଣକ ଧଳା ଶାଢ଼ୀ ସାଙ୍ଗକୁ ଖୋଲା କେଶ କରି ବସିଥାନ୍ତି ଓ ଛୋଟ ଝିଅ ଦୁଇଜଣ ଧଳା ପୋଷାକ ପିନ୍ଧି ଛୋଟ ଛୋଟ ପରୀ ପରି ଲାଗୁଥାନ୍ତି । ମହାପାତ୍ର ବାବୁ ସେମାନଙ୍କୁ ଖାଦ୍ୟ ପରସି ଦେଲେ । ଏ କଣ ମହାପାତ୍ର ବାବୁଙ୍କ ଆଖିରେ ଲୁହ । ମହାପାତ୍ର ବାବୁ ସେମାନଙ୍କ ବିଗତ ସୁଖଦ ମୁହୂର୍ତ୍ତକୁ ବର୍ଣ୍ଣନା କରୁଥିଲେ ଏବଂ ମଝିରେ ମଝିରେ କାନ୍ଦିପକାଉଥିଲେ ।

ଶେଷରେ ଖାଇସାରି ସମସ୍ତେ ଟେବୁଲ ଛାଡ଼ି ହାତ ଧୋଇବାକୁ ଗଲେ । ମୁଁ ନିର୍ବିକାର ଓ ଆଶ୍ଚର୍ଯ୍ୟ ହେଇ ଚମକି ପଡିଲି ସେମାନଙ୍କର ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯିବାର ଶୈଳୀ ଦେଖି । ଅତିଥିମାନଙ୍କ ମଧ୍ୟରୁ କାହାର ବି ଚାଲିଲାବେଳେ ଗୋଡ ଭୂମିରେ ଲାଗୁନାହିଁ । ଏ କେମିତି ସମ୍ଭବ ? ସେମାନେ ଯେତେବେଳେ ହାତ ମୁହଁ ଧୋଇ ପଛକୁ ବୁଲିଲେ ସେତେବେଳେ ସେମାନଙ୍କୁ ଦେଖି ମୋ ପାଦତଳୁ ମାଟି ଖସିଗଲା । ଅତିଥିମାନେ ଆଉ କେହି ନୁହନ୍ତି ,ସେମାନେ ହେଉଛନ୍ତି ମହାପାତ୍ର ବାବୁଙ୍କ ସ୍ତ୍ରୀ ଆଉ ଦୁଇ ଝିଅ । ହେଲେ ଏ କେମିତି ସମ୍ଭବ ? ମହାପାତ୍ର ବାବୁଙ୍କ ସ୍ତ୍ରୀ ଓ ଝିଅ ପ୍ରାୟ ଚାରିମାସ ପୂର୍ବରୁ ମରିସାରିଛନ୍ତି । ପଡୋଶୀ ମାନଙ୍କ କହିବା ଅନୁଯାୟୀ ପ୍ରାୟ ଚାରିମାସ ପୂର୍ବରୁ କିଛି ଦୁର୍ବୁତ୍ତମାନେ ରାତି ଦଶଟା ସମୟରେ ମହାପାତ୍ର ବାବୁଙ୍କ ଅନୁପସ୍ଥିତରେ ମହାପାତ୍ର ବାବୁଙ୍କ ନିଜ ଘରେ ତାଙ୍କ ସ୍ତ୍ରୀ ଓ ଝିଅମାନଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ । ମୁଁ ମଧ୍ୟ ନିଜେ ସେମାନଙ୍କର ରକ୍ତ ଜୁଡୁବୁଡୁ ଶରୀରକୁ ମଶାଣୀକୁ ନେଇଥିଲି ।

ସେମାନଙ୍କର ମୃତ୍ୟୁର ଦୁଇଦିନ ପରଠୁ ମହାପାତ୍ର ବାବୁଙ୍କ ଘରକୁ ଏହି ଅତିଥିମାନେ ଆସୁଛନ୍ତି । ମାତ୍ର ଅତିଥିମାନେ କେତେବେଳେ କେଉଁ ବାଟ ଦେଇ ଆସନ୍ତି ଓ କେଉଁ ବାଟ ଦେଇ ଯାଆନ୍ତି ତାହା କେହି ଦେଖିନାହାନ୍ତି । କେବଳ ରାତି ବାରଟା ରୁ ସକାଳ ପାଞ୍ଚଟା ଯାଏଁ ମହାପାତ୍ର ବାବୁଙ୍କ ଘରୁ କିଛିଲୋକ ଗପସପ କରୁଥିବାର ଶବ୍ଦ ଶୁଣାଯାଏ । ବାସନ ପଡିବାର ଶବ୍ଦ ସୁଭେ । କେବେକେବେ ଖୁବ ଜୋରରେ ହସିବାର ତ କେତେବେଳେ କାନ୍ଦିବାର ଶବ୍ଦ, କେବେ ପୁଣି ପିଲାମାନେ ଖେଳିବାର ଶବ୍ଦ । ଗୁଣୁଗୁଣୁ ସ୍ୱର ମଧ୍ୟ ଶୁଣାଯାଏ ଏକ ସ୍ତ୍ରୀର ।

ଅତିଥି ଘର ସକାଳ

Rate the content


Originality
Flow
Language
Cover design

Comments

Post

Some text some message..