Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଦାୟିତ୍ୱ

ଦାୟିତ୍ୱ

1 min
14.2K



       ସୁନୀତାକୁ ଏଠି ସବୁ ବିଚିତ୍ର ବିଚିତ୍ର ଲାଗୁଥିଲା l ବେଶି ଆଶ୍ଚର୍ଯ୍ୟ ଲାଗିଲା, ଯେତେବେଳେ ମାଆ ସକାଳୁ ସକାଳୁ ବଡ ଭାଇଙ୍କ ଘରକୁ ଯିବାକୁ ବାହାରିଲେ l ତାର ଏ ଘରକୁ ଆସିବାର ଦୁଇ ଦିନ ବି ହୋଇନି, ମାଆ ବାହାରିଲେଣି ବଡ ଭାଇଙ୍କ ଘରକୁ l ତା ସ୍ୱାମୀଙ୍କୁ ମିଶେଇ ସେମାନେ ତିନି ଭାଇ l ବାହାଘର ପୂର୍ବରୁ ସୁନୀତା ଜାଣିଥିଲା ଯେ ଏହି ଭାଇମାନଙ୍କ ଭିତରେ ସମ୍ପତ୍ତି ଭାଗ ହୋଇ ଯାଇଛି l କିନ୍ତୁ ତା ବୋଲି ମାଆ ବି ଭାଗ ହୋଇ ଯିବେ l ତାକୁ ବହୁତ ଅଡୁଆ ଲାଗିଲା l ତା ସ୍ୱାମୀ ବି ବାହାରିଥିଲେ ମାଆଙ୍କୁ ନେଇ ବଡ ଭାଇଙ୍କ ଘରେ ଛାଡି ଆସିବେ l

       : ତୁମେ ଯଦି ଗୋଟେ ପୁଅ ହୋଇଥାନ୍ତ, ତେବେ ମାଆଙ୍କ ଦାୟିତ୍ୱ ଆମେ ହିଁ ନେଇଥାନ୍ତେ ନା ? ଭାବିନିଅ ଯେ ତୁମେ ଗୋଟିଏ ପୁଅ l ମାଆ ଆମ ପାଖରେ ହିଁ ରହିବେ l

       ସୁନୀତାର ଏତିକି କଥା ମାଆ ପୁଅଙ୍କ ମୁହଁକୁ ଝଲସେଇ ଦେବା ପାଇଁ ଯଥେଷ୍ଟ ଥିଲା l


Rate this content
Log in

Similar oriya story from Inspirational