Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

3  

Sisir Panda

Inspirational

ସମ୍ପର୍କର ଏପାଖ ସେପାଖ

ସମ୍ପର୍କର ଏପାଖ ସେପାଖ

5 mins
503


"ଆଜି ଦୁନିଆ ଏମିତି କିପରି ହେଲା, କାହିଁକି ହେଲା? ଯିଏ ଆମର ଅତି ଆପଣାର,ଆମରି ଠାରୁ ଜାତ ହୋଇ ଆମକୁ ହେଳା,ହେ ଜ୍ଞାନ କରୁଛନ୍ତି। ଏପରି କି ନିଜ ବାପା ବୋଲି ପରିଚିତ କରାଇବାରେ ଦ୍ବିଧା ପ୍ରକାଶ କରୁଛନ୍ତି। ହଁ କରିବନି କେମିତି,ବାପା ହେଲା ମଳି ମୁଣ୍ଡିଆ,ଚାଷୀ, ଯଦି ଲୋକ ଜାଣିବେ ତ ଏତେ ବଡ଼ ଅଫିସରର ବାପା ହେଲେ ଜଣେ ମାମୁଲି ଚାଷୀ ତ ତାର ଇଜ୍ଜତ ମହତ ସବୁ ମାଟିରେ ମିଶିଯିବ।" ଏକାନ୍ତରେ ବସି ଦେବେନ ମିତ୍ରା ଏହିଭଳି ଅନେକ କଥା ଭାବୁଥାନ୍ତି।ବିବାହର ପାଞ୍ଚ ବର୍ଷ ପରେ କେତେ ଠାକୁରଙ୍କୁ ମନାସି ଗୋଟିଏ ବୋଲି ପୁଅ ପାଇଥିଲେ,ସେ ଏବଂ ତାଙ୍କ ପତ୍ନୀ ଲଖୀ କେତେ ସ୍ବପ୍ନ ଦେଖିଥିଲେ କି ଯାହା ହେଉ ପ୍ରଭୁ ତାଙ୍କ ପ୍ରାର୍ଥନା ଓ ଭକ୍ତିରେ ସନ୍ତୁଷ୍ଟ ହୋଇ ଏକ ପୁତ୍ର ରତ୍ନ ଦେଇଛନ୍ତି,ଏଣିକି ସେମାନଙ୍କ ଆଉ ଚିନ୍ତା କରିବାକୁ ବା ସମାଜର ନିନ୍ଦା, ଅପବାଦ ଶୁଣିବାକୁ ପଡ଼ିବନି। ତାପରେ ସିନେମା ପରି ତାଙ୍କ ମାନସ ପଟରେ ଗୋଟାଏ ପରେ ଗୋଟାଏ ଅତୀତ ଦୃଶ୍ୟରାଜି ଉଠିବାକୁ ଲାଗିଲା।

ପୁଅ ଜନ୍ମର ଖୁସିରେ ଗାଁ ଦେବତାଙ୍କ ସମ୍ମୁଖରେ ଝୁଲଣ ମଣ୍ଡପ ନଥିଲା ବୋଲି ନିର୍ମାଣ କରାଇଥିଲେ ଓ ଲୋକଙ୍କୁ ମନଭରି ଖାଇବାକୁ ଦେଇଥିଲେ। ଗାଁରେ ଥିବା ପ୍ରାଇଭେଟ ସ୍କୁଲରେ ପାଠ ପଢ଼ାଇଥିଲେ,ପୁଅକୁ କୌଣସି ଜିନିଷପତ୍ରର ଅଭାବବୋଧ କେବେ ବି ଅନୁଭବ କରାଇ ଦେଇ ନଥିଲେ ସେ ଏବଂ ତାଙ୍କ ସ୍ତ୍ରୀ। ମା'ଲଖୀ ଦେଈ ପୁଅ ସ୍କୁଲରୁ ଆସି ନ ଖାଇଲେ ଖାଉ ନଥିଲେ, ତା ବାଦ୍ ପୁଅ ଶ୍ରୀମନ୍ତ ଯେତେବେଳେ ଯାହା ଚାହିଁଲା ଦେବେନ ବାବୁଙ୍କୁ ନ ଜଣାଇ ତାକୁ ଦେଉଥିଲେ। ଏତେସବୁ ସେ କରି ପାରିଥିଲେ ତାଙ୍କ ଚାଷ ବୃତ୍ତିକୁ ଆଧାର କରି। ଅଥଚ ଆଜି ତାଙ୍କ ପୁଅ ଏକ ବ୍ୟାଙ୍କର ଅଫିସର ହୋଇଗଲା ବୋଲି ନିଜ ସାଙ୍ଗ ସାଥୀଙ୍କୁ ନିଜ ବାପାର ପରିଚୟ ଦେବାକୁ କୁଣ୍ଠାବୋଧ କରୁଛି।

କିଛି ଦିନ ତଳେ ଦେବେନ ବାବୁ ଓ ଲଖୀ ଦେଈ ଭୂବନେଶ୍ୱର ଯାଇଥିଲେ ନିଜ ପୁଅ ବୋହୁ ପାଖରେ କିଛି ଦିନ ରହି ମନ ଆନପାନ କରି ଆସିବାକୁ,ସେଦିନ ସନ୍ଧ୍ୟାରେ ପୁଅ ଶ୍ରୀମନ୍ତ ଏକ ଚା ପାର୍ଟିର ଆୟୋଜନ କରି କେତେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିଥିଲେ ନିଜେ ଯେଉଁ ପ୍ରୋମସନ୍ ପାଇଥିଲେ ସେ ଖୁସିରେ। ସେତେବେଳେ ଦେବେନ ବାବୁ ଓ ଲଖୀ ଦେଈ ଘର ଅଗଣାରେ ବସିଥାନ୍ତି,ସେ ଏକ ପାଞ୍ଚ ହାତିଆ ଗାମୁଛା ଓ ଏକ ଅଧା ଗଞ୍ଜି ପିନ୍ଧିଥିଲେ,ଚାଷୀ ଲୋକ ତ ତେଣୁ ପୋଷାକରେ ମାଟିର ଗନ୍ଧ ଓ ଚିହ୍ନ ରହିଥାଏ। ଜଣେ ଆଗନ୍ତୁକ ଉଭୟ ଶ୍ରୀମନ୍ତ ଓ ତାର ପତ୍ନୀକୁ ପଚାରିଲେ,"ଏମାନେ କିଏ? ଶ୍ରୀମନ୍ତ କିଛି କହିବା ପୂର୍ବରୁ,ସେତେବେଳେ ତାଙ୍କ ପତ୍ନୀ ଆଗତୁରା କହି ପକାଇଲେ ସେମାନେ ଆମ ଗାଁ ଘରେ କାମ କରନ୍ତି।ଏଠି କିଛି କାମରେ ଆମକୁ ସାହାଯ୍ୟ କରିବାକୁ ଡାକିଛୁ।"ଶ୍ରୀମନ୍ତ ଗମ୍ଭୀର ହୋଇ ମଧ୍ୟ ପତ୍ନୀର କଥାରେ ହଁ ମାରିଲେ ଓ କହିଲେ,"ସେମାନେ ସେଠି ସେମିତି ବାହାରେ ବସିଥିବେ। ଆପଣମାନେ ଆସନ୍ତୁ ଭିତରକୁ,ତାପରେ ସମସ୍ତେ ବହୁତ ମହାନନ୍ଦରେ ମୌଜମସ୍ତୀ କରି ଖିଆପିଆ ସାରି ଯିବାକୁ ବାହାରିଲା ବେଳକୁ ଉଭୟ ପୁଅ ବୋହୂ ସେମାନଙ୍କ ଘରେ ରହି ଯାଇଥିବା ସଦସ୍ୟଙ୍କ ପାଇଁ ପାରସଲ ଦେଉଥାନ୍ତି।

ଅଗଣାରେ ଦେବେନ ବାବୁ ଓ ଲଖୀ ଦେଈ ଆସିଲା ପରଠୁ ସେମିତି ଅଛନ୍ତି, ନା କିଛି ଖାଇବାକୁ ଦିଆ ହୋଇଛି,ନା ଚା କପେ ଚା ହୋଇଛି। ତାବାଦ୍ ପୁଅ ବୋହୂଙ୍କ ଏପରି ବ୍ୟବହାର ଦେଖି ଉଭୟ କ୍ରୋଧରେ ପଞ୍ଚମ ହୋଇ ସାରିଥାନ୍ତି ଓ ଲଖୀ ଦେଈ ଦେବେନ ବାବୁଙ୍କୁ କହି ଦେଇଛନ୍ତି କି କାଲି ଭୋରରୁ ଉଠି ଗାଁକୁ ଯାଇ ସେଠାରେ ନିତ୍ୟକର୍ମ କରିବାକୁ। ଦେବେନ ବାବୁ ପତ୍ନୀକୁ ବୁଝାଇବାକୁ ଚେଷ୍ଟା କରୁଥାନ୍ତି,"ଦେଖ ସେ ଯାହା ବି ହେଉ,ଆମ ପୁଅ ତ। ଆମେ ସେମିତି ଚାଲିଗଲେ ଲୋକେ କଣ କହିବେ।ଏ ହେଲା ଅଜାଗା ଘା' ଦେଖେଇ ହେବନି କି ଦେଖି ହେବନି। ବୋହୂ ତ ଏବେ ଆସିଛି,ତା କଥା ଧରିଲେ ହେବ କି? ଏମିତି ଘଟଣା ଖାଲି ଆମ ସହ ଘଟିଲା ତା ନୁହେଁ ଆଜିକାଲି ଅନେକଙ୍କ ଏହି ଅନୁଭୂତି,ବୁଝିଲ।"

ଲଖୀ ଦେଈ କହିଲେ," ତୁମର ମନେ ନାହିଁ କି-ଚାକିରୀ ପାଇବ ବୋଲି ଏକ ଲକ୍ଷ ଟଙ୍କା ଦେଲେ, ପ୍ରମୋସନ ପାଇଁ ମଧ୍ୟ।ଆଜି ସହରର ହାୱ।,ଟଙ୍କା ଦେଖି ନିଜ ବାସ୍ତବ ସ୍ଥିତିକୁ କେମିତି ଭୁଲିଗଲା ଶ୍ରୀମନ୍ତ।ବୋହୂ କାଲି ଆସୁ ଆସୁ ଏତେ ବଡ଼ କଥା କହିପାରିଲା,ଟୋକାଟା ପୁରା ମାଇପ କଥାରେ ଉଠ୍ ବସ।ଆରେ ଆମେ ମାଟିରୁ ସୃଷ୍ଟି, ମାଟିରେ ହିଁ ଲୀନ ହେବା।ହଉ ଛାଡ଼,ଆଉ କେବେ ମୋତେ ଏଠାକୁ ଆସିବାକୁ କହିବନି, ବୁଝିଲ ନା ନାହିଁ।"ସେ ଯାହା ବି ହେଉ ସେଦିନ ପୁଅ ଆସି ଡାକିବାରୁ ଉଭୟ କିଛି କିଛି ଖାଇ,ତହିଁ ଆର ଦିନ ଗାଁକୁ ଫେରି ଆସିଲେ, ଫେରିଲା ବେଳେ ପୁଅ ବା ବୋହୂ କାହା ପାଟିରୁ କେବେ ବି ବାହାରିଲାନି କି ଆଉ କିଛି ଦିନ ରହିଯାଅ ବୋଲି।ଏହିପରି ଭାବନାରେ ମଜ୍ଜି ସେ ଚିନ୍ତା କରୁଥାନ୍ତି କି ଆଜିକାଲି ସମ୍ପର୍କର କିଛି ମୂଲ୍ୟ ନାହିଁ, ଯେଉଁଠି ନିଜ ପିଲା ମା,ବାପାଙ୍କୁ ଅନାଉନି ସେଠି ଆଉ କାହାଠାରୁ କଣ ଆଶା କରିବା।

ଦିନ ପରେ ଦିନ ଗଡ଼ି ଚାଲିଲା, ପୁଅ ବୋହୂ କେବେ କେବେ ଆସି ବୁଲିକି ଯାଆନ୍ତି।ଶ୍ରୀମନ୍ତ ମା,ବାପାଙ୍କୁ ଟଙ୍କା ଯାଚେ କିନ୍ତୁ ଉଭୟ କେହି ରଖନ୍ତି ନି,ମନା କରନ୍ତି।ଆଉ ପୁଅକୁ କହନ୍ତି ଆମର ଚାଷରୁ ଯାହା ଆୟ ହେଉଛି ତାକୁ ଆମେ ଖର୍ଚ୍ଚ କରିପାରୁନୁ ଆଉ ଅଧିକ କଣ ହେବ।କିନ୍ତୁ ସେମାନଙ୍କ ଅନ୍ତରରେ ଥିବା ଦୁଃଖ,କ୍ଷୋଭ କେବେ ମଧ୍ୟ ପୁଅ ଆଗରେ ପ୍ରକାଶ କରିପାରନ୍ତି ନାହିଁ।ଏକମାତ୍ର ପୁଅ,ଏହି ବୟସରେ ମନ ଚାହେଁ ନିଜ ପୁଅ,ବୋହୂ ପାଖରେ ରୁହନ୍ତୁ।ନାତି, ନାତୁଣୀ ହେଲେ ସେମାନଙ୍କ ସହ ହସ ଖୁସିରେ ଦିନ କଟି ଯାଆନ୍ତା।

ଦେବେନ ବାବୁ ପଶୁ, ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି, ପ୍ରତିଦିନ ସେ ପାରାଙ୍କୁ, ମାଙ୍କଡ଼ଙ୍କୁ ଖାଇବାକୁ ଦିଅନ୍ତି। ଘରେ ଗୋଟାଏ ବିଲେଇ ମଧ୍ୟ ରଖିଥିଲେ,ତାକୁ ଅତି ଆଦର କରନ୍ତି। ହଁ ମଣିଷର ଯେତେବେଳେ ନିଜ ଲୋକଙ୍କଠାରୁ ଭରଷା ତୁଟି ଯାଏ ତ, ସେ ସାମାଜିକ ପ୍ରାଣୀ ହୋଇଥିବାରୁ କାହାକୁ ନା କାହାକୁ ତ ସ୍ନେହ, ଶ୍ରଦ୍ଧା ବିତରଣ କରିବ।ବୋଧହୁଏ ଦେବେନ ବାବୁଙ୍କ କ୍ଷେତ୍ରରେ ତାହା ହୋଇ ଥାଇପାରେ।ଏମିତି ଏମିତି ବାବୁ ଓ ଲଖୀ ଦେଈଙ୍କ ଜୀବନ ଯାତ୍ରା ଆଗକୁ ବଢୁଥାଏ।ଦିନେ ଦେବେନ ମିତ୍ରାଙ୍କ ଦେହ ଭୀଷଣ ଭାବେ ଖରାପ ହେଲା, ମାଲେରିଆ ଜ୍ବର ସାଙ୍ଗକୁ ଦେହହାତ ପୀଡା।ସେ ଶେଯରୁ ଉଠି ପାରୁ ନଥାନ୍ତି,ତାଙ୍କର ଏ ଅବସ୍ଥା ଦେଖି ସେହି ଗାଁ କୀର୍ତ୍ତନ ମୁଦୁଲି,(ଯାହାକୁ ବାବୁ ପିଲାବେଳେ ବହୁତ ସାହାଯ୍ୟ କରିଥିଲେ।କୀର୍ତ୍ତନର ପଢା ଖର୍ଚ୍ଚ,ପୋଷାକ ପତ୍ରରେ ସବୁଥିରେ ସେ ତାକୁ ସ୍ନେହ, ଆଦର ସହ ସହାୟତା କରିଥିଲେ।)

ସେ ବାବୁଙ୍କୁ ତୁରନ୍ତ ମେଡ଼ିକାଲ ନେଇ,ଡ଼ାକ୍ତରଙ୍କୁ ଦେଖେଇ ଔଷଧ,ଇନ୍ଜେକ୍ସନ୍ ଆଦିର ବ୍ୟବସ୍ଥା କରି ଘରେ ଆଣି ଛାଡ଼ି ଦେଇ ଥାଏ।

ପୁଅ,ବୋହୂ ଶୁଣି, ଆସି ଦେଖି କାର୍ଯ୍ୟ ବ୍ୟସ୍ତତା ହେତୁ ରହି ପାରୁ ନାହାନ୍ତି ବୋଲି କହି ପଳାଇଗଲେ।ଯେତେ ଦିନ ବାବୁ ନିଜ ରୁମରୁ ବାହାରକୁ ଆସି ପାରି ନଥିଲେ।ସେତେବେଳେ ଲଖୀ ଦେଈ ଏକ ଘଟଣା ଲକ୍ଷ୍ୟ କଲେ କି ସେ ବାବୁଙ୍କ ପରି ପ୍ରତିଦିନ ମାଙ୍କଡ଼ ଓ ପାରାଙ୍କୁ ଖାଇବାକୁ ଦିଅନ୍ତି କିନ୍ତୁ ସେମାନେ କିଛି ନ ଖାଇ,ଚୁପଚାପ କିଛି ସମୟ ରୁହନ୍ତି, ଯେମିତି କି ସେମାନେ ବାବୁଙ୍କ ଦେହ ଖରାପ ଜାଣି ପାରି ଈଶ୍ବରଙ୍କୁ ପ୍ରାର୍ଥନା କରୁଛନ୍ତି,ବାବୁଙ୍କ ଆରୋଗ୍ୟ ନିମନ୍ତେ।ସେମାନଙ୍କ ଏପରି ବ୍ୟବହାରରୁ ସମ୍ବେଦନଶୀଳତା ସ୍ପଷ୍ଟ ବୁଝା ପଡୁଥାଏ।ବିଲେଇ ମଧ୍ୟ କିଛି ନ ଖାଇ,ମନ ଦୁଃଖରେ ଗୁମ ହୋଇ ବସି ରହୁଥାଏ ବାବୁଙ୍କ ପାଖରେ।ବାବୁ ଆସି ପିଣ୍ଢାରେ ଦେଖା ଦେଇ ବିଗିଡ଼ି ବାରୁ ସମସ୍ତେ କିଛି ଖାଆନ୍ତି ,କିଛି ଦିନ ମଧ୍ୟରେ ବାବୁ ସମ୍ପୂର୍ଣ୍ଣ ଭଲ ହୋଇଗଲେ।

ଦିନେ ବାବୁଙ୍କ ଜଣେ ପିଲାବେଳ ସାଙ୍ଗ,ସେତେବେଳେ ତାଙ୍କ ପରିବାର ଦେବେନ ବାବୁଙ୍କ ଗାଁରେ ରହୁଥିଲେ।ଉଭୟ ସମାନ ଶ୍ରେଣୀରେ ପଢ଼ୁଥିଲେ।ବାବୁଙ୍କ ସେ ଘନିଷ୍ଠ ବନ୍ଧୁ ଥିଲେ।ପ୍ରାଯତଃ ଚାଳିଶି ବର୍ଷ ପରେ ସାଙ୍ଗ କଥା ମନେ ପଡ଼ିଲାରୁ,ସେ ଦେଖିବାକୁ ଆସିଥିଲେ।ସେ,ଦେବେନ ବାବୁ ଓ ଲଖୀ ଦେଈ ଚଉତରା ଉପରେ ବସି କଥା ହେଉଥାନ୍ତି-ଆଜିର ପିଲାମାନଙ୍କୁ ଉପରେ,ବାବୁଙ୍କ ବନ୍ଧୁର କିଛି ସେଭଳି ଅନୁଭୂତି ମଧ୍ୟ ହୋଇ ସାରିଥାଏ ନିଜ ପିଲାଠାରୁ।ଲଖୀ ଦେଈ ପଶୁ, ପକ୍ଷୀଙ୍କ ବ୍ୟବହାର ବିଷୟରେ ବନ୍ଧୁଙ୍କୁ ଶୁଣାଇ କହୁଥିଲେ,-" ଆଜିର ମଣିଷ ଠାରୁ ପଶୁ,ପକ୍ଷୀ ଅନେକ ଗୁଣରେ ମହାନ।ସମ୍ପର୍କର ମହତ୍ତ୍ଵ ତଥା ସ୍ନେହ, ଶ୍ରଦ୍ଧାର ମୂଲ୍ୟ ବୁଝନ୍ତି।କେବେ ବି ମଣିଷ ପରି ବେଇମାନ ହୁଅନ୍ତି ନାହିଁ।ଯିଏ ନିଜ ରକ୍ତ,ମାଂସର ବୋଲି ଆମେ ଭାବୁ,ସେମାନେ ଆବଶ୍ୟକ ବେଳେ କର୍ମରେ ଆସିବେନି କିନ୍ତୁ ଯିଏ ପର ବୋଲି ଭାବୁ ସେମାନେ ନିଜଠୁ ବଳିକି ସାହାଯ୍ୟ କରନ୍ତି।"

ବନ୍ଧୁ ମଧ୍ୟ ଲଖୀ ଦେଈଙ୍କ କଥାକୁ ସମର୍ଥନ କରି କହିଲେ,-"ହଁ,ଆଜିର ଦୁନିଆ ଅର୍ଥକୈନ୍ଦ୍ରିକ ତଥା ସ୍ବାର୍ଥସର୍ବସ୍ବ ହୋଇଗଲା।ତେଣୁ ସମାଜରେ ଏପରି ବିଶୃଙ୍ଖଳା ଦେଖାଯାଉଛି।ହଉ ଛାଡ଼,ଭାଗ୍ୟକୁ ଆଦରି ରହିବା ଛଡ଼ା ଆଉ ଅଧିକ କଣ କରି ପାରିବା।ଯେତେବେଳେ ମଣିଷ ନିଜେ ବୁଝିବ ସେତେବେଳେ ସେ ତାର ଶ୍ରେଷ୍ଠତ୍ଵ ବା ମନୁଷ୍ୟତ୍ବ ପ୍ରତିପାଦନ କରିପାରିବ।"

ଅନେକ ବର୍ଷ ପରେ ବନ୍ଧୁ ମିଳନ ହୋଇଥିବାରୁ ବିଶେଷ ଭୋଜନର ଆୟୋଜିତ ହୋଇଥାଏ,ସମସ୍ତେ ଆନନ୍ଦରେ ଖାଇ ବିଶ୍ରାମ ନେଲେ।

ଶିଶିର କୁମାର ପଣ୍ଡା, କଟକ।


Rate this content
Log in

Similar oriya story from Inspirational