Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଶ୍ୱାସ
ବିଶ୍ୱାସ
★★★★★

© Padmalaya Mishra

Drama

4 Minutes   624    52


Content Ranking

ପଦ୍ମାଳୟା ମିଶ୍ର

ପଶ୍ଚିମ ଆକାଶେ ସୂର୍ଯ୍ୟ ଯେତେ ଢଳି ଢଳି ଯାଉଛନ୍ତି, ମେନେକାର ବିଶ୍ୱାସ ସେତେ ରଞ୍ଜନ ଉପରୁ ଉଠି ଯାଉଚି। ତା ସହ ତାର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଇ ଯାଉଛି। ଏମିତିରେ ସେ ମୋଡେର୍ଣ। ଆଧୁନିକ ଝିଅ। ରୋଜଗାର କ୍ଷମ । ତାର ନା ଖାତିର ଅଛି ସମାଜକୁ ନା ତା ଆଡ଼କୁ ଉଠୁଥିବା ଆଙ୍ଗୁଠିକୁ । ତଥାପି ସେ କାହିଁକି ଏତେ ବ୍ୟସ୍ତ । ନା ସେ ବ୍ୟସ୍ତ ତାର ବିଶ୍ୱାସ ଭାଙ୍ଗି ଯାଉଛି ପ୍ରେମ ଉପରେ।

ଆଉ ଅଳ୍ପ ସମୟରେ ସଂଜ ଯାଇ ରାତି ହବ। ଏଇ ଛକ ଉପରେ ଭେଟ ହେଇ ସେ ରଞ୍ଜନ ସହ ଚାଲିଯାଇଥାନ୍ତା ନୂଆ କରି ଜୀବନ ଆରମ୍ଭ କରିବାକୁ। ନିଜ ମନ ପସନ୍ଦର ମଣିଷ ସହ। ବାପା ବୋଉ ଭାଇ ସମସ୍ତେ ବାଧ୍ୟ କରି ଚାଲିଛନ୍ତି ଗାଁ ର କୋଉ ଗୋଟେ ମଳି ମୁଣ୍ଡିଆ କୁ ବାହା ହବାକୁ। ହେଲେ କାହାନ୍ତି ରଞ୍ଜନ। ଚାରିଟାରେ ଭେଟ ହେବାକୁ କହିଥିଲେ ଯେ ଛ ଟା ବାଜିଲାଣି।

ଏଥର ମୋଡେର୍ଣ ମେନେକାର ଆଖି ଲୁହ ଛଳ ଛଳ। ରାସ୍ତାରେ ଯିଏ ଯାଉଛି ଟିକିଏ ଚାହୁଁଚି। ସେ ଚାହାଣୀରେ ଅନେକ ପ୍ରଶ୍ନ। ସମାଜକୁ ଖାତିର କରୁନଥିବା ଝିଅ ଆଜି କାହିଁକି ସମସ୍ତଙ୍କ ମନରେ କଣ ଚାଲିଥିବ ଭାବୁଛି। ଆସ ରଞ୍ଜନ.... ମୋ ବିଶ୍ୱାସକୁ ଭାଙ୍ଗି ଦିଅନି ତୁମ ଉପରୁ, ପ୍ରେମ ଉପରୁ।

ଚାରିମାସ ତଳେ ବାପା କହିଲେ, ତୋ ଇଛା ଅନୁସାରେ ପଢ଼ିଲୁ, ଚାକିରି କଲୁ। ଏବେ ମୋ ଇଚ୍ଛା ତୁ ବହାସାହା ହେଇ ଘର ସଂସାର କର। ଆମେ ବୁଢା ବୁଢ଼ୀ ଦିଟା ଟିକେ ଶାନ୍ତି ପାଇବୁ। କନ୍ୟାଦାନ କରି ବୋଝ ମୁକ୍ତ ହେବୁ। ପୁଅଟିଏ ବି ଦେଖିକି ରଖିଛୁ। ଆମରି ଗାଁ ର ରାଧୁ ମଉସାଙ୍କ ଝିଅର ପୁଅ। ସେ ବି ଶାସନୀ ବ୍ରାହ୍ମଣ । ପୁଅ ନା ଶମ୍ଭୁନାଥ ମହାପାତ୍ର। ଜମି ବାଡ଼ି ଅପର୍ଯ୍ୟାପ୍ତ। ତୁ ଖୁସିରେ ଅୟସ ରେ ରହିବୁ।

ବାପାଙ୍କ ଆଗରେ ଆଜି ଯାଏ କିଛି କହିନି। କିନ୍ତୁ ମୋ ଭଳି ମୋଡେର୍ଣ ଝିଅ କେମିତି ଗୋଟେ ଗାଉଁଲିକୁ ବାହା ହବ ବାପା କେମିତି ଭାବୁ ନାହାନ୍ତି । ବୋଉକୁ ଚୁପକି କହିଲି ବୋଉ ମୁଁ ଏବେ ବାହା ହେବିନି। ପୁଣି ଗୋଟେ ଗାଉଁଲିକୁ ବାପା ଖୋଜିଛନ୍ତି । ବୋଉ ଯେତେ ବୁଝେଇଲେ ବି ବୁଝିଲିନି। ନା ଟା ତ କେମିତି ଗାଉଁଲି। ମଣିଷ ଟା ନିପଟ ଗାଉଁଲି ହେଇଥିବ।

ଦୈବାତ କୁ ଅଳ୍ପ ଦିନ ମଧ୍ୟରେ ରଞ୍ଜନଙ୍କ ସହ ଭେଟ ହେଲା ଅଫିସ ଯିବା ଆସିବା ରାସ୍ତାରେ। ତାପରେ ପ୍ରେମ। ବୋଉକୁ କହିଲି ଯେ, ବୋଉ କହିଲା ସେ ପ୍ରେମ ଫ୍ରେମ ଭୁଲି ଯା। ବାପା ଜାଣିଲେ ଠିଆ ଫଡ଼ିଦେବେ। ବୋଉ ତ ସାହାସ କରୁନି ବାପାଙ୍କୁ କହିବାକୁ। ମୋର ବି ସାହାସ ହେଲାନି। ଶେଷରେ ନିଷ୍ପତ୍ତି ନେଲି, ରଞ୍ଜନଙ୍କ ସହ ଯାଇ ବାହା ହେଇ ଯିବି। ତାପରେ ବାପା ବୋଉଙ୍କୁ ବୁଝେଇବି ।

ରାତି ଆଠଟା ବାଜିଲାଣି। ସମସ୍ତ ଆଶା ବିଶ୍ୱାସ ପକ୍ଷୀ ଡେଣା ମେଲେଇ ଉଡି ଗଲେଣି ଦୂର ଦିଗବଳୟକୁ । କୋଉ ମୁହଁ ନେଇ ଘରକୁ ଫେରିବି। ବାପା ବୋଉଙ୍କ ବିଶ୍ୱାସ ଓ ଭରସା କୁ ଭାଙ୍ଗି ଯାଉଥିଲି। ପଚିଶ ବର୍ଷର ପ୍ରେମ ଆଗରେ ମୋ ପାଇଁ ଚାରି ମାସର ପ୍ରେମ ବଡ ହେଇଗଲା। ନିଜକୁ ଧିକାରିବାକୁ ଲାଗିଲା। ଏବେ ଗୋଟିଏ ମାତ୍ର ରାସ୍ତା ଆତ୍ମହତ୍ୟା। ନଈପଠା ଆଡକୁ ମୁହାଁଇଲା।

ନଈ ପାଣିରେ ଜହ୍ନର ସୁନ୍ଦର ପ୍ରତିବିମ୍ବ। ଡେଇଁ ପଡିବ ଭାବିଲା ବେଳକୁ ସେହି ଜହ୍ନରେ ବୋଉର ମୁହଁ। ମୋ କୋଳକୁ ଆ ଧନ। ତୋ ଉପରୁ ସମସ୍ତଙ୍କ ବିଶ୍ୱାସ ଉଠି ଯାଇପାରେ। ତୋର ସମସ୍ତଙ୍କ ଉପରୁ ବିଶ୍ୱାସ ଉଠି ଯାଇ ପାରେ। କିନ୍ତୁ ତୋ ଉପରେ ମୋର ବିଶ୍ୱାସ ଅତୁଟ। ମୋ ସ୍ନେହ ପ୍ରେମ ସବୁବେଳେ ତୋ ସହ ଅଛି ଧନ।

ଏଥର ଭୋ ଭୋ କାନ୍ଦିବାକୁ ଲାଗିଲା ମେନେକା । ହେଲେ ଏ କାନ୍ଦରେ ଥିଲା ବୋଉ ର ମମତା ଉପରେ ଅଖଣ୍ଡ ବିଶ୍ୱାସ ଓ ନିଜର ପିଲାଳିଆମୀ ଉପରେ ଅଭିମାନ। ରାତିର ବୟସ ବଢି ବଢି ଚାଲିଥାଏ। ଅନ୍ଧକାର ବଢୁଥାଏ। କିନ୍ତୁ ମେନେକାର ହୃଦୟ ଆଲୋକିତ ହୋଇ ସରିଥାଏ, ବୋଉ ର ପ୍ରେମରେ, ବିଶ୍ୱାସରେ।

ଟ୍ରଲି ବ୍ୟାଗଟାକୁ ଦାଣ୍ଡ ଘରେ ଫୋପାଡ଼ି ଦଉଡ଼ି ଗଲା ବୋଉ ପାଖକୁ। ରୋଷେଇ ଘରେ ବୋଉ ରୋଷେଇ କରୁଥିଲେ। କୁଣ୍ଢେଇ ଧରି ବୁହେ କାନ୍ଦିଲା ମେନେକା।

ଆଲୋ ପାଗେଲି କଣ ହେଲା ? ଏମିତି କଣ ଦି ବର୍ଷ ଛୁଆ ଭଳି କାନ୍ଦୁଛୁ। ବୋଉ ପଣତରେ ଲୁହ ପୋଛୁ ଥାଏ। ମେନେକା କରିଥିବା ଭୁଲକୁ କହି ଚାଲିଲା। ମୁଁ ତୋର ଓ ବାପାଙ୍କ ବିଶ୍ୱାସ ଭାଙ୍ଗିଛି।

ହା ହା ହା... ଠୋ ଠୋ ହେଇ ବାପା, ବୋଉ, ଭାଇ, ଭାଉଜ, ରଞ୍ଜନ ଓ ଆଉ ଚାରି ପାଞ୍ଚ ଜଣ ଯାହାକୁ ସେ ଚିହ୍ନିନି ସମସ୍ତେ ହସୁଛନ୍ତି। କିଛି ବୁଝି ପାରୁ ନଥାଏ ମେନେକା। ସେ ରଞ୍ଜନ ପାଇଁ ଚାରି ଘଣ୍ଟା ହେଲା ସେଠି ରୋଡ ଉପରେ ଅପେକ୍ଷା କରିଥିଲା। ହେଲେ ସେ ଏଠି ତା ଘରେ ତା ବାପା ବୋଉ ସାଙ୍ଗରେ ବସିଛି।

ମେନେକାର ସନ୍ଦେହ ଦୂର କରିବାକୁ ଯାଇ ରଞ୍ଜନ କହିଲା.. ହାଏ ମେନେକା... ମୁଁ ଶମ୍ଭୁନାଥ ମହାପାତ୍ର। ଆଉ ଇଏ ମୋ ବାପା, ବୋଉ, ଅଜା, ମାମୁଁ, ଆଉ ମୋ ସାନ ଭାଇ।

ତଥାପି କିଛି ବୁଝି ନପାରି ବଲବଲ ହେଇ ସମସ୍ତଙ୍କୁ ଚାହିଁଥାଏ ମେନେକା। ଭାଉଜ ବୁଝେଇଲେ... ଯେବେଠୁ ତୁମେ ଗାଉଁଲି ଶମ୍ଭୁନାଥ ଙ୍କୁ ବାହା ହେବା ପାଇଁ ବୋଉଙ୍କୁ ମନା କଲ, ସେବେଠାରୁ ରଞ୍ଜନ ବାବୁଙ୍କ ଜନ୍ମ। ଏମିତିରେ ଶମ୍ଭୁନାଥଙ୍କ ଡାକ ନାମ ରଞ୍ଜନ। ତୁମେ ତାଙ୍କ ବିଷୟରେ ସବୁ ନଜାଣି ରିଜେକ୍ଟ କରି ଦେଇଥିଲ। ସେ କିନ୍ତୁ ଗୋଟେ ଫଙ୍କସନରେ ତୁମକୁ ଦେଖି ତାଙ୍କ ଘରେ ପ୍ରସ୍ତାବ ଦେଇଥିଲେ। ତାପର କଥା ତ ତମେ ଜାଣ ।

ଲାଜରେ ମୁଣ୍ଡ ତଳକୁ କରି ଠିଆ ହୋଇ ମେନେକା ପଚାରିଲା, ଏତେ ନାଟକ କରିବାର କଣ ଆବଶ୍ୟକ ଥିଲା ରଞ୍ଜନ ?

ଆବଶ୍ୟକ ଥିଲା ମେନେକା। ମୁଁ ଜାଣିଥିଲି, ତୁମେ ମୋଡେର୍ଣ। କିନ୍ତୁ ତୁମ ସଂସ୍କାର ତୁମକୁ ଭୂଲ୍ ପଥରୁ ନିବୃତ୍ତ କରିବ। ଖାଲି ଦରକାର ଟିକେ କାଟାଲିଷ୍ଟ । ଯାହା ତୁମ ଭିତରର ସଂସ୍କାର ଓ ବାହାରର ଆଧୁନିକତାକୁ ଅଲଗା କରି ପାରିବ ଗୋଟିଏ ଛୋଟିଆ ରିଆକ୍ସନରେ।

ଏବେ ଯଦି ମୁଁ ଆତ୍ମହତ୍ୟା କରି ଦେଇ ଥାନ୍ତି। ତୁମ ପଛରେ ମୁଁ ଓ ତୁମ ଭାଇ, ସେତେବେଳଠାରୁ ବୁଲୁଚୁ। ନଜର ରଖିଛୁ।

ଲାଜରେ ଭିତରକୁ ଚାଲିଗଲା ମେନେକା। ତା ପଛେ ପଛେ ଗଲେ ରଞ୍ଜନ। କଣ ଏଥର ଏ ଗାଉଁଲିକୁ ବିବାହ କରିବ ତ ? ଟିକିଏ ଶଙ୍କିଗଲା ନିଜ ରୁମରେ ରଞ୍ଜନଙ୍କୁ ଦେଖି।

ମୁଁ ତୁମ ବାପାଙ୍କ ଠାରୁ ପରମିଶନ ନେଇ ଆସିଛି। ଡର ନାହିଁ। ଏଇ ହେଉଛି ତୁମ ସଂସ୍କାର।

ତୁମେ ମୋତେ ସବୁ କହି ଦେଇଥିଲେ ହେଇ ନଥାନ୍ତା।

ନା ମେନେକା। ମୁଁ ଚାହୁଁଥିଲି ତୁମେ ପ୍ରଥମେ ଆତ୍ମବିଶ୍ୱାସ ବଢ଼ାଅ । ଖାଲି ନଲେଜ, ଚାକିରି ଏସବୁ ଆତ୍ମବିଶ୍ବାସ ବଢାଏନି । ଆତ୍ମବିଶ୍ବାସ ଆସେ ସମ୍ପର୍କକୁ ବିଶ୍ୱାସ କରିବାରେ ଭଲ ପାଇବାରେ। ରଂଜନକୁ ଭଲ ପାଇ ବାପା ମାଙ୍କ ବିଶ୍ୱାସ ଭାଙ୍ଗିବାକୁ ଯାଉଥିଲ, ହୁଏତ ମୁଁ ବିଶ୍ବାସର ପାତ୍ର ହୋଇ ନଥାନ୍ତି।

ଥାଉ ରଞ୍ଜନ , ମତେ ଆଉ ଲଜ୍ଜିତ କର ନାହିଁ। ମେନେକାକୁ ବାହୁ ବନ୍ଧନରେ ନେଇ ବିଶ୍ୱାସର ଡୋରକୁ ମଜବୁତ କରୁଥିଲେ ରଞ୍ଜନ। ରଞ୍ଜନ ପରି ଜୀବନ ସାଥି ପାଇବାକୁ ଯାଉଥିବାରୁ ନିଜକୁ ଧନ୍ୟ ମନେ କରୁଥିଲା ମେନେକା।

ମେନେକା ଶମ୍ଭୁନାଥ ରଞ୍ଜନ

Rate the content


Originality
Flow
Language
Cover design

Comments

Post

Some text some message..