Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Tragedy

3  

Dr Jharana Satapathy

Tragedy

ଧୋକା

ଧୋକା

2 mins
7.7K


ନା ମୋ ପୁଅ ମତେ ଧୋକା ଦେଇନି! ତୁମେମାନେ କାହିଁକି ମିଛ କହୁଛ? ବାରମ୍ବାର ସେହି କଥା ...... ମୋର ବିଶ୍ବାସ ମୋ ପୁଅ ନିଶ୍ଚୟ ଆସିବ।ସେ ମତେ କଥା ଦେଇଛି । ତା ଉପରେ ମୋର ପୁରା ବିଶ୍ବାସ ମୁଁ ତା ପାଇଁ ଅପେକ୍ଷା କରିଛି । ମତେ ଏଠି ବସାଇ ଯାଇଛି ଟିକେଟ ପାଇଁ ।ମତେ ତା ସାଙ୍ଗରେ ନେବ ଆଉ ମୁଁ ମୋ ପୁଅ ସହ ତା ଘରକୁ ଯିବି । ସେ ବାହାରେ ଚାକିରି ଖଣ୍ଡିଏ କରୁଛି। ଛୁଟିତ ବହୁତ କମ ।ଦୀପାବଳି ପାଇଁ ଟିକିଏ କଣ ଆସିଥିଲା ଗାଁକୁ ।

ମୁଁ ତ ଏକୁଟିଆ........ ସଵୁବେଳେ ଗାଁରେ ରହେ। ମୋ ଦିହ ଭଲ ରହୁନାହିଁ ବୋଲି ମୁଁ ତାକୁ ଫୁନୁ କରିଥିଲି ମୋ କଥା ଶୁଣି ମତେ ନବା ପାଇଁ ଆସିଥିଲା । ମତେ ଟିକିଏ ଏଠି ବସେଇ ଦେଇ ଯାଇଛି ।ଇନା ଆସିଯିବ । ଦେଖ ଦେଖ ମୋ ପୁଅ ଆସିଲାଣି ବୋଧେ। ବସ ଟିକେ ଡେରିରେ ଛାଡିବତ ମତେ ଟିକେ ବସିଥା କହିଛି । ମୁଁ ବୁଢୀ ନୋକ ଆଣ୍ଠୁଗଣ୍ଠି ବାତ ଦେହ ଏଠି ଟିକେ ବସି ଯାଇଛି। କଣ ତୁମେମାନେ ମଧ୍ୟ ସେହି ଵସରେ ଯିବକି?

ରୁହ ମୋ ପୁଅ ଆସିଲେ ତୁମମାନଙ୍କ ସହ ତାର ପରିଚୟ ହୋଇଯିବ । ଆଉ ମାଉସି ତୁମ ପୁଅ କେଉଁଠି ରହେ ।ଏ କଣ କହୁଚରେ ଏମତି........ସିଏ ପରା ରୁହେ କଲିକତାରେ ।ମୋତେ ସବୁଦିନ ପାଇଁ ତା ସହ ନେବାକୁ ଆସିଛି । ଜମିବାଡି ଖଣ୍ଡେ କଣ ଥିଲା ତାକୁ ବିକ୍ରି କରିଦେଲା ସବୁତ ତାର ଆଉ ରଖି ଲାଭ କଣ? ଯୋଉ ଗାଁ ଘରେ ମୁଁ ରହୁଥିଲି ତାକୁ ମଧ୍ୟ ଵିକ୍ରି କରିଦେଇଛି ।ମୁଁ ତ ତା ସାଥିରେ ଯିବି ଆଉ କଣ ହେବ ? ବାକି ରହିଲା ଯାହା ସୁନା ଅଳପ କିଛି ଟଙ୍କା ସିଏ ତା ମୁଣାରେ ରଖିଛି ।

ଆଜି କାଲି ଚୋରି ହାରି ଭୟତ ସିଏ ନୁଚେଇ ତା ମୁଣି ଭିତରେ ରଖିଛି । ମୋ ପାଖରେ ଆଉ କିଛି ଟଙ୍କା ପଇସା ନାହିଁ ମୋ । ପୁଅ ପାଖରେ ଥିଲେ ସେ ଚଳାଇନେବ ।କିଛି ଅସୁବିଧା ହେବ ନାହିଁ ।ମୁଁ ସିନା ପାଠସାଠ କିଛି ପଢିନି ।ମୋ ପୁଅ ପରା ଜଣେ ଇଞ୍ଜିନିୟର।କଲିକତାରେ ସମସ୍ତେ ତାକୁ ଜାଣନ୍ତି । ତା ନାଟି ପରା ଉତ୍ତମ କୁମାର । ନାଆ ଯେମିତି ତା ବୁଦ୍ଧି ମଧ୍ୟ ସେମିତି ।ଭାରୀ ପ୍ରଖର ବୁଦ୍ଧି ।

ବହୁତ ପରୋପକାରୀ ।ମା ମାନେ ତାର ଜୀବନ। ସମୟ ନାହିଁ ବୋଲି ସିଏ ଆସିପାରୁନି ।ଏପଟେ ପୁଣି ନାତି ଆଉ ନାତୁଣୀ ସେମାନଙ୍କର ସବୁବେଳେ ଇସ୍କୁଲ , ସେପଟେ ଵହୁର ଚାକିରି ଛୁଟିତ ଯମା ନାହିଁ ଆଉ କରିବ କ'ଣ? ବହୁ କଷ୍ଟରେ ଦୀପାବଳୀ ଛୁଟିଟାରେ ଆସିଛି । ଏ ମାଉସି ଖାଲି ତୁମ ପୁଅ କଥା କହୁଥିବ ନା ତା ସାଥିରେ ଯିବ? କେତେବେଳରୁ କହିଚାଲିଛ..... ଗାଡି ବି ଛାଡିଲାଣି।ତମ ପୁଅ ଗଲା କୁଆଡେ ?ତୁମକୁ ସିଏ ଧୋକା ଦେଲା ମାଉସି । ତୁମ ପୁଅ ତୁମର ଟଙ୍କା,ସୁନାତକ ନେଇ ସହର ଚାଲିଗଲା ।

ଆଉ ସେ ଫେରିବନି । କିଏ କହିଲା ସିଏ ମତେ ଧୋକା ଦେବ ?ନିଶ୍ଚୟ ଫେରିବ ମୁଁ କଣ ଜାଣିନି? ମୁଁ ତାର ପରା ଜନମ କଲା ମାଆ । କୁଆଡେ ସିଏ ଯିବ ମତେ ଏକୁଟିଆ ଛାଡିଦେଇ ? ଏଇଠେ ମୁଁ ତା ପାଇଁ ଅପେକ୍ଷା କରି ରହିବି ସେ ନିଶ୍ଚୟ ଆସିବ। ପୁଲିସିକୁ କିଛି କୁହନି ତୁମେମାନେ ମୋ କଥା ବୁଝିଵାକୁ ଚେଷ୍ଟା କର ।ମୋ ପୁଅ ମତେ ଧୋକା ଦେଇନି ଦେଇନି............................ରେ।ଖାଲି ତୁମେ କହୁଛ ଧୋକା ଧୋକା ଧୋକା................

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Tragedy