Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଶଳା ଅନ୍ଧ ଅଛି

ଶଳା ଅନ୍ଧ ଅଛି

3 mins
7.3K


ସବ୍ୟସାଚି ରାଉତରାୟ

ମହାରାଜା କୃଷ୍ଣଚନ୍ଦ୍ରଦେବଙ୍କର ଦରବାରରେ ଅନେକ ଜ୍ଞାନୀ-ଗୁଣୀ –ପଣ୍ଡିତ ବ୍ୟକ୍ତି ଥିଲେ l ତେବେ କୌଣସି ବିଦେଶାଗତ ବ୍ୟକ୍ତିଙ୍କଠାରେ ଯଦି କିଛି ବିଶେଷତ୍ଵ ଲକ୍ଷ କରାଯାଉଥିଲା, ମହାରାଜା ତାଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ଅତିଥି ଭବନରେ ରଖାଇବାର ବ୍ୟବସ୍ଥା କରୁଥିଲେ l ଏହିଭଳି ଥରେ ଜଣେ ବିଦେଶାଗତ ବ୍ୟକ୍ତି ରାଜସଭାରେ ପହଞ୍ଚି ମହାରାଜାଙ୍କୁ ଅଭିବାଦନ ଜଣାଇଲେ l ମହାରାଜା ଆଗନ୍ତୁକଙ୍କୁ ଉପଯୁକ୍ତ ଆସନ ଦେଇ ପଚାରିଲେ- ଆପଣ କେଉଁ ରାଜ୍ୟର ନାଗରିକ ?

ଆଗନ୍ତୁକ ଅଳ୍ପ ହସି ଉତ୍ତର ଦେଲା- ମହାରାଜ ମୁଁ ଅଧିକାଂଶ ଭାରତୀୟ ଭାଷା ଲେଖି ଓ ପଢିପାରେ l ମୋର ପରିଚୟ ନିଜ ମୁହଁରେ ମୁଁ କାହାରିକୁ ଦେଇନି l ଆପଣ ହିଁ ମୋର ପରିଚୟ ଦେବେ l ଏହା ମଧ୍ୟରେ ମୁଁ ଅନେକ ରାଜ୍ୟ ବୁଲିଛି, କିନ୍ତୁ କେହି ମୋର ପ୍ରକୃତ ପରିଚୟ ଦେଇ ପାରିନାହାନ୍ତି l ମହାରାଜା ଅନୁଭବ କଲେ, ଘଟଣାଟି ପ୍ରକୃତରେ କୌତୁହଳ ପ୍ରଦ l ଲୋକଟିର ବେଶ-ପୋଷାକ, ଭାଷା ଓ ବ୍ୟବହାରରୁ ସହଜରେ କୌଣସି ଅନୁମାନ କରିହୁଏନି l ମହାରାଜା ପରିଷଦ ଆଡ଼କୁ ଅନାଇଲେ ସେମାନଙ୍କ ମଧ୍ୟରୁ କେତେଜଣ ଆଗନ୍ତୁକ ସହିତ ବିଭିନ୍ନ ଭାଷାରେ କଥାବାର୍ତ୍ତା ହେଲେ ମଧ୍ୟ ଜାତିଗତ ପରିଚୟ ପ୍ରମାଣ କରିପାରିଲେନି l

ମହାରାଜା- କହିଲେ ଆପଣ ଆମର ଅତିଥି ଭବନରେ ରୁହନ୍ତୁ l ଆମେ ନିଶ୍ଚୟ ଆପଣଙ୍କର ଜାତିଗତ ପରିଚୟ ପ୍ରମାଣ କରିପାରିବୁ l ସେହିଦିନଠାରୁ ଆଗନ୍ତୁକ ଅତିଥି ଭବନରେ ରହିଛି l ପ୍ରତ୍ୟେକ ଦିନ ରାଜସଭାକୁ ଆସି ସମସ୍ତଙ୍କ ସହ ଆଲୋଚନା କରିଛି l ତେବେ ମଧ୍ୟ କେହି କିଛି ସ୍ଥିର ନିଶ୍ଚିତରେ ପହଞ୍ଚି ପାରିଲେନି l ଏ ମଧ୍ୟରେ ବେଶ୍ କେତେଦିନ କଟିଗଲା l ସବୁଆଡୁ ଅସଫଳ ହେଲା ପରେ ମହାରାଜା ଗୋପାଳକୁ କହିଲେ – ଯେଉଁ ଆଗନ୍ତୁକ ଆମ ଅତିଥି ଭବନରେ ରହୁଛନ୍ତି ତୁମେ ତାଙ୍କର ଜାତୀୟତା ପ୍ରମାଣ କରିପାରିବ ?

ଅଳ୍ପ ହସି ଗୋପାଳ ଉତ୍ତର ଦେଲା- ପାରିବି ମହାରାଜ l ଏଇଟା ସେପରି କିଛି କଠିନ କାମ ନୁହେଁ l ସବୁକଥା ଜାଣି ମଧ୍ୟ ମୁ ଆଜି ପର୍ଯ୍ୟନ୍ତ ନୀରବ ରହିଥିଲି l ଆଶାଥିଲା, ପାରିଷଦମାନଙ୍କ ମଧ୍ୟରୁ କେହି ହେଲେ ଘଟଣାଟିର ସମାଧାନ କରିପାରିବେ l କିନ୍ତୁ....

ଏହାପରେ ଆଉ ଦୁଇ ତିନୋଟି ଦିନ କଟିଗଲା l ବିଭିନ୍ନ ପ୍ରକାର ଚେଷ୍ଟା କରି ମଧ୍ୟ ଗୋପାଳ ସଫଳ ହୋଇନି l ସେଦିନ ଦରବାରରେ ମହାରାଜା ପଚାରିଲେ-କ’ଣ ହେଲା ଗୋପାଳ ? ଶେଷରେ ଏଇ ସାମାନ୍ୟ କଥାଟି ପାଇଁ.....ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲା- ଚିନ୍ତା କରନ୍ତୁ ନାହିଁ ଛାମୁ l ଆସନ୍ତା କାଲି ଏହାର ସମାଧାନ ହେବ l

ଗୋପାଳ ଦରବାର ବାହାରକୁ ଆସିଲା l ବାଟ ଚାଲୁ ଚାଲୁ ମନେ ମନେ ଭାବିବାକୁ ଲାଗିଲା, କେଉଁ ପରିସ୍ଥିତିରେ ମଣିଷ ପାତିରୁ ଆପେ ଆପେ ମାତୃ ଭାଷା ବାହାରିଥାଏ ?

ଲୋକଟି ବର୍ତ୍ତମାନ ଦରବାରରେ ରହିଛି l ଆଉ କିଛି ସମୟ ପରେ ଅତିଥି ଭବନ ଫେରିବ ବର୍ତ୍ତମାନ ସମୟ ସୂର୍ଯ୍ୟାସ୍ତ l ଅଳ୍ପ ସମୟ ଅନ୍ଧାର ଘୋଟି ଆସିବ l ଅନ୍ଧକାରର ସୁଯୋଗରେ କାମତି ହାସଲ କରିବାକୁ ହେବ l ମନେମନେ କିଛି ସ୍ଥିର କରିନେଇ ଅତିଥି ଭବନ ପାଖରେ ଥିବା କଦମ୍ବଗଛ ମୂଳରେ ଠିଆ ହୋଇ ରହିଲା ଗୋପାଳ l

ଦେଖାଗଲା ଲୋକଟି ଚାଲି ଚାଲି ଆଗେଇ ଆସୁଛି ଏଇଆଡ଼େ l ପତଳା ଅନ୍ଧାର ଘୋଟି ଆସିଲାଣି ଚାରିପାଖରେ l ଗୋପାଳ ସଦର ଦରଜା ସେପାଖରେ ଲୁଚି ରହି ଆଗନ୍ତୁକକୁ ଅପେକ୍ଷା କରିବାକୁ ଲାଗିଲା l ଠିକ୍ ଯେତେବେଳେ ଆଗନ୍ତୁକ ଦରଜା ଠେଲିବାକୁ ଚେଷ୍ଟା କଲା, ଏପାଖରୁ ଗୋପାଳ ଗୋଟାଏ ଜୋର୍ ଧକ୍କା ମାରିଲା l ଫଳରେ ଲୋକଟି ଆଘାତ ପାଇ ତଳେ ମୁହଁମାଡି ପଡିଗଲା ଓ ସଙ୍ଗେ ସଙ୍ଗେ ପାତିରୁ ବାହାରି ପଡ଼ିଲା ‘ ଶଳା ଅନ୍ଧ ଅଛି l ‘

ଗୋପାଳ ଲୋକଟିକୁ ତଳୁ ଉଠେଇ କହିଲା – ଭାଇ ! ମୁଁ ଯେତେବେଳେ ଦରଜା ଖୋଲି ବାହାରକୁ ଆସିବାକୁ ଚାହୁଁଥିଲି, ତୁମେ ସେତିକିବେଳେ ହଠାତ୍ ଭିତରକୁ ପଶିଆସିଲ l ତେଣୁ.....

ପରଦିନ ଦରବାରରେ ପହଞ୍ଚି ଗୋପାଳ ଘୋଷଣା କଲା, ସେହି ରହସ୍ୟମୟ ଲୋକଟି ଉତ୍କଳୀୟ l ଆଗନ୍ତୁକକୁ ସେହିଦିନ ଠାରୁ କେହି କୃଷ୍ଣନଗରରେ ଦେଖିବାକୁ ପାଇନାହାନ୍ତି l


Rate this content
Log in

Similar oriya story from Children