ମନର ଭାଷା
ମନର ଭାଷା
ମୁଁ ଏମିତି ଏକ ଦୃଶ୍ୟ ଦେଖି ମୋ ଆଖିରୁ ଲୁହ ଆସିଗଲା । ସେଦିନ ହୋଇ ଥାଏ ରବିବାର ଦିନ 11ଟା । ମତେ ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ପସନ୍ଦ। ମୁଁ ଟିକିଏ ସମୟ ପାଇଲେ ବୁଲିବାକୁ ଯାଏ ଆଉ କିଛି ସମୟ ବସିଯାଏ । ପ୍ରଜାପତି ଆଉ ଗଛ ଫୁଲ ମୋର ଜୀବନ । ଏମାନଙ୍କ ଭିତରେ ମୁଁ ହଜିଯାଏ । ବସି ଥିବାର ସମୟରେ ଗୋଟିଏ ଛୋଟ ପିଲାକୁ ଦେଖିଲି । ମତେ ଲାଗିଲା ଯେମିତି ସେ ଦୁଇଦିନ ହବ କିଛି ବି ଖାଇନି । ମୁଁ ପଚାରିଲି ମା ତୋର ନା କଣ ?। ଆଉ ତୁ ଏଠି କଣ କରୁଛୁ ? ତାହାର ଆଖି ଦୁଇଟି ଲୁହ ଢ଼ଳ ଢ଼ଳ। ତାହାର କଥା କହିବାର ଶକ୍ତି ନଥିଲା ତାହା ପାଖରେ। ମତେ କହିଲା ମୁଁ ଦୁଇ ଦିନ ହବ କିଛି ଖାଇନି ଆଉ ମୋ ମାକୁ ରୋଗ । ଔଷଧ ପାଇଁ ପାଖରେ ପଇସା ନାହିଁ ମତେ କିଛି ଦିଅନ୍ତୁ ଦିଦି । ସେ ସମୟରେ ମୋ ବୋଉ କଥା ଭାରି ମନେ ପଡ଼ିଲା ଆଉ ମତେ ଲାଗିଲା ଯେମିତି ମୁଁ ମାଗୁଛି । ମୋ ପାଖରେ କିଛି ଉପାୟ ନଥିଲା କି ପାଖରେ ପଇସା ନଥାଏ। ଭାବିଲେ କଣ କରିବି କିଛି ନ ଭାବି ହାତରେ ଥିବା ସୁନା ମୁଦି ଖୋଲି ଦେଇ ତାହା ହାତକୁ ବଢ଼ାଇ ଦେଲି । ସେ ନେଲା ନାହିଁ କହିଲା ନା ଦିଦି । ମୁଁ ପଚାରିଲି କଣ ପାଇଁ ସେ କହିଲା ଦିଦି ଏତେ ମୂଲ୍ୟବାନ ସୁନା ମୁଁ ନେଇ ପାରିବି ନାହିଁ। ମତେ ମାତ୍ର 100 ଟଙ୍କା ଦରକାର । ସେଥିରେ ମୋ ମା ପାଇଁ ଔଷଧ ଆଉ ଚାଉଳ1 କେଜି ଆଉ 250ଗ୍ରାମ୍ ଆଳୁ ହେଲେ ମୋର ହୋଇ ଯିବ । ମୋ ଆଖିରୁ ଲୁହ ଆସିଲା ଏ କେମିତିକା ଜୀବନ ଦେଇଛନ୍ତି ପ୍ରଭୁ । କିଏ କେତେ କଣ ଖାଉଛନ୍ତି । ଏ ପିଲା ପାଇଁ ଏତିକି ଦରକାର। ମୋ ସାଥିରେ ଆସେ ତାକୁ ଡାକିଲେ । ସେ ମୋ ସାଥିରେ ମୋ ଭଡ଼ାଘରକୁ ଆସିଲା।ଖାଇବାକୁ ଦେଲି ଆଉ ତାହାର ମା ପାଇଁ ଔଷଧ । ସେ ମୁଠାଏ ପାଟିକୁ ନେଇ ଆଖି ଲୁହ ଝରିଯାଉଥାଏ ।କହିଲା ଦିଦି ଆପଣ ସତରେ କେତେ ଭଲ । ମୁଁ କହିଲି ନାହିଁରେ ।ସେ କହିଲା ମୋର ଜୀବନରେ ଏମିତି ଖାଇବା କେବେ ବି ଖାଇ ନାହିଁ ଦିଦି। ମୁଁ କହିଲି ଜାଣିଲୁ ମୋ ଭାଇ ମତେ ପିଲା ଦିନରୁ ଶିକ୍ଷା ଦେଇଛି । ଯଦି କିଏ ନଖାଇ ଥାଏ ନିଜେ ନଖାଇ ଦେଇ ଦବା ଉଚିତ। ଆଉ ମୁଁ ଅନ୍ୟର ଦୁଃଖ ଦେଖିଲେ ସହି ପାରେନି। ସେ ଖାଉଥାଏ ଯେମିତି ଜନ୍ମରୁ କେବେ ବି ଖାଇନଥିଲା ଯେମିତି। ଏହା ଦେଖି ହୃଦୟ ମୋର କାନ୍ଦି ପକେଇଲା। ମୁଁ ଭାବିଲି ହେ ଇଶ୍ୱର କାହିଁକି ଏମିତି ଦୁଃଖ ଦିଅ ।ସମସ୍ତଙ୍କୁ ସମାନ ଭାବରେ ରଖିଥାନ୍ତ ।ଧନୀ ଗରିବ କଣ ପାଇଁ କଲ..... ପ୍ରଭୁ.......