Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Tragedy

3  

Amiya Bej

Tragedy

★ ସାଲେପୁର ★

★ ସାଲେପୁର ★

5 mins
13.8K


★ ସାଲେପୁର ★

ଆମ ଅଗଣାଟା ଅନ୍ୟମାନଙ୍କଠୁଁ ଢେର୍ ବଡ । ଗାଁ ଦାଣ୍ଡ । ଦାଣ୍ଡକୁ ଲାଗି ଘର । ଘର ପଛକୁ ବାରି । ବାରିରେ ଗାଡିଆ । ଗାଡିଆ ଭିତରେ କେତେରକମର ମାଛ , କଇଁଛ , କଇଁ । ଡାହାଣ ପଟରେ ବଗିଚା । ଡାଳିମ୍ୱ , ଆତ , ପିଜୁଳି , ଆମ୍ୱ , ପଣସ , ଲିଚୁ , ବରକୋଳି , ନଡ଼ିଆ, ଗୁଆ , ସପୁରୀ ଆଦି କେତେକଣ । ବାବା , ଜେଜଙ୍କର ଗୋଟାଏ ପୁଅ । ମୁଁ ବାବାଙ୍କର ଗୋଟାଏ । ସେଇ ସୁତ୍ରରେ ସ୍ଥାବର ସମ୍ପତ୍ତି ଅମାପ । ବଡ ଘର ଆମର । ଏବେବି ଆମର ଅଞ୍ଚଳ ଯାକରେ ମାନ ।

ନାନୀ ବା'ଘର ପରେ , ଏଡେ ହାବେଳିରେ ଆମେ ତିନିହେଁ । ମା' ରୁହେ ସବୁବେଳେ ବାବାଙ୍କ ସେବାରେ , ମୁଁ ଏକୁଟିଆ । ବଡଘର ପୁଅ ମୁଁ । ସାଙ୍ଗ ମାନେ ଛୋଟ ଲାଗନ୍ତି ମୋତେ । ମୁଁ ଯାଏନି କୁଆଡେ । ଆସନ୍ତି ସମସ୍ତେ । ମୋ ପାଖକୁ ।

ଏକୁଟିଆ ମୁଁ କଥାହୁଏ , ଗଛସହ । ପକ୍ଷୀ ସହ । ମାଛ କଇଁଛ ସହ । କଈଁ ମାନଙ୍କ ସହ । ବୁଝିବୁଝାଇ ହୁଏ ସବୁକିଛି । ମୋତେ ଶୁଣିବାକୁ କିନ୍ତୁ ମଣିଷ ନଥାନ୍ତି !

ଡାଳମାଙ୍କୁଡି , ଲୁଚକାଳି ଖେଳିବାକୁ , ଦୁବ କଇଁ ଟଗର ତୋଳିବାକୁ , ଆମ୍ବଡାଳ ନେବାକୁ , ଆସନ୍ତି ପୁପୁଲ୍ , ରୁନା , ଟିକି , ମିଲି , ପିଙ୍କି , ସାୟରା , ନାଲୁ , ମୁନା ଆଦି । ମୁଁ ନିର୍ଧୁମ୍ ଖେଳେ । ମା' ରାଗିକୁହେ -

- ସାତସାନ ଛୁଆଙ୍କ ସାଙ୍ଗରେ କାଇଁ ଖେଳୁଚୁ ?

- ସେମାନେ ସାଙ୍ଗ । ମୋତେ ଭଲଲାଗେ ।

ମା' ମୁହଁମୋଡି , ବାବାଙ୍କ ସେବାରେ ମନଦିଏ ।

ମୁଁ ବେଶି ପଢିଲିନି ବୋଲି ମା' ମୋ' ମୁଣ୍ଡ ଆଉଁସି ବାବାଙ୍କୁ କୁହେ -

- ସାତପୁରୁଷର ସମ୍ପତ୍ତି କୁ କେ' ଖାଇବ ଯେ' , ଧନ ମୋର ପାଠପଢି କାହା ପାଖରେ ଚାକର ହେବ । ଆଉଟିକେ ବଡହେଲେ , ବଡ ବ୍ୟବସାୟ କରିବ ତା' ମାମୁଁ ପରି । ଶହେଟା ଚାକର ନିଜେ ରଖିବ ।

ଆମଘରେ 'କାଳୁ' ବେଠିଆ । ଗଧ ପରି ଖଟେ । ମୁଁ ପିଲାଟି ଦିନୁ ତାକୁ ଦେଖି ଆସୁଛି । ପାଇଟି କରିବାକୁ ପୁଣି ଆସେ 'ମିନୁ' । ତା' ଝିଅକୁ ଅଗଣାରେ ଛାଡିଦିଏ । ସେ ଚରିଚରି ମୋ ବଖରାକୁ ଆସେ । ମୋ' ଜିନିଷ କୁ ହାତମାରେ । ମୁଁ ତା' ଗୋଡକୁ ଗାମୁଛା ରେ ଗଣ୍ଠିପକାଇ , ଖୁଣ୍ଟରେ ବାନ୍ଧି ଦିଏ । ସେ କାନ୍ଦେ । ମୋତେ ମଜାଲାଗେ । 'ମିନୁ' ଧାଇଁଆସେ । ମିନୁ କୁହେ -

- ଭଲ ହେଇଛି ରଙ୍କୁଣୀ କୁ ।

★★★

- ହେଃ! କୁଆଡୁ ତୁ ସକାଳୁ ?

- ଆମ୍ବଡାଳ ପାଇଁ । ଆମଘରେ ପୂଜା । କଳସରେ ଦେବୁ ।

- ହେଉ ନେ ।

ମୁଁ ଗେଟ୍ ଖୋଲିଲି । ମିଲି' ବାରିରେ ପଶିଲା । ମା' ଭିତରୁ ଡାକ ଛାଡିଲା -

- କିଏ କିରେ ???

- ମା' ମିଲି ।

★★★

'କାଳୁ' ମୋଠୁଁ ଢେର୍ ବଡ । ସେ ସବୁବେଳେ 'ମିନୁ'କୁ ଟାହିଟାପରା କରେ । ମୋତେ ମଜାଲାଗେ ଶୁଣିବାକୁ। 'ମିନୁ' ମୁହଁ ଫୁଲାଏ। ମା' କାଳୁକୁ ଗାଳିକରେ ।

ସେଦିନ ପାଳଗଦା ପଛରେ ଖସଖସ୍ ଶୁଭିଲା । ମୁଁ , ଗାଡିଆ ହୁଡାରେ ମାଛଙ୍କୁ ଦାନା ଦେଉଥିଲି । ମଈଁଷି ବାଡଡେଇଁ ପଶିଛି ଭାବି , ଦେଖିଗଲାରୁ , କାଳୁ' ମାଡିବସିଛି ମିନୁ'କୁ । ତଳେଥାଇ ମିନୁ' ଗଁ ଗଁ ଡାକୁଛି । ମୋତେ ଲାଗିଲା କାଳୁ' ଅତ୍ୟାଚାର କରୁଛି । ତଥାପି ସାହସ ହେଲାନି ମୋର । ଲୁଚିଗଲି ଆମ୍ୱମୂଳେ । ମୁହଁ ଉଠାଇବାରୁ , ଦେଖିଲି ବିଚିତ୍ର ! ଏଥର ମିନୁ' କାଳୁ ଉପରେ ଅତ୍ୟାଚାର କରୁଥିଲା !!! ମନେମନେ ଖୁସିହେଲି । ପାନେ ପାଉ କାଳୁ' ।

ଦୁହେଁଯାକ ଆଗପଛ ହୋଇ ବାହାରିଲେ । ଭାବୁଥିଲି 'ମିନୁ' ଯାଇ ମା' କୁ ସବୁକଥା କହିବ । ସେପରି କିଛି ହେଲାନି । ସବୁ ଆଗପରି ଠିକ୍ ରହିଲା ।

ସେପଟେ ମିନୁର ଝିଅ , ଖୁଣ୍ଟରେ ବନ୍ଧା ହୋଇ ରଡି କରୁଥିଲା । ମୁଁ ଖୋଲିଦେଲି। ସେ ହାଉଁ କରି ମୋ ଉପରେ ଚଢିଯାଇ ମୋ' ପିଠିକୁ ରାଗରେ ପୁଳାଏ କାମୁଡି ଦେଲା । ମିନୁ' ଆସି ତା' ପିଠିରେ ବହେ ଥୋଇପକାଇଲା ।

ଏବେଏବେ ମୁଁ ସବୁଦିନେ , ଆଗତୁରା ଆମ୍ୱମୂଳେ ଛପିଯାଏ । ସେମାନେ ପାଳଗଦା ପଛେ ଅତ୍ୟାଚାର କରନ୍ତି ଆସି । ମୁଁ ଲୁଚିଲୁଚି ଦେଖେ । ଆଉ ମୋତେ ରାଗ ଆସେନି ।

★★★

ବରକୋଳି ତୋଳୁତୋଳୁ , ମିଲିର ଫ୍ରକ୍ ରେ କଣ୍ଟା ଲାଗିଗଲା । ଫର୍ କି ଚିରିଗଲା ଅଣ୍ଟାପାଖରୁ ଫାଳେ । ମୁଁ ଦେଖି ଚମକିଗଲି ପ୍ରଥମେ । ତାପରେ ହସିଲି ଠୋ ଠୋ ହୋଇ । ମିଲି' କାନ୍ଦକାନ୍ଦ ହୋଇ ତା' ଘରକୁ ଧାଇଁଲା ।

★★★

ପିଠିକୁ କାମୁଡିବା ଦିନୁ , ମିନୁ ର ଝିଅ ଉପରେ ମୋର ପ୍ରବଳ ରାଗ ଥିଲା । ମୁଁ ଅପେକ୍ଷା ରେ ଥିଲି ତା' ଉପରେ ଅତ୍ୟାଚାର କରିବାକୁ । ମା' କୁ ଡର ଥିଲା ଯାହା ।

ସେଦିନ ବାବା ମା ମନ୍ଦିର ଗଲେ । ମିନୁ କାଳୁ , ପାଳଗଦାକୁ । ମୁଁ ଆସି ମିନୁ ଝିଅ ଗୋଡରୁ ଗାମୁଛା ଗଣ୍ଠି ଫିଟାଇଦେଲି । ସେ ତା' ମା'କୁ ଖୋଜିଲା ।

- ତୋ' ମା ନାହିଁ ।

- କାଇଁ ?

- ନେ ଚକଲେଟ୍ ।

ସେ ଖୁସିହୋଇ ମୋ' ପାଖକୁ ଆସିଲା । ଡରିଯିବ ବୋଲି , ମୁଁ ଆଗ ତାକୁ ଗେଲ କଲି ।ତା'ଉପରେ ଥିବା ସବୁଯାକ ରାଗ ମୋର ମିଳେଇଗଲା !!!!

★★★

ଫ୍ରକ୍ ଚିରିଗଲା ଦିନୁ ସରମରେ 'ମିଲି' ଆଉ ଖେଳିବାକୁ ଆମଘର ଆଡେ ଆସୁନଥିଲା । ମୁଁ ଦିନେ ଦାଣ୍ଡରେ ତାକୁ ଡାକିଲି ।

- ଆ ଖେଳିବା ।

- ନାଃ ମୁଁ ଯିବିନି ।

- ଚୋକଲେଟ୍ ଦେବି ।

- କି ଚକୋଲେଟ୍ ?

- କମଳା ।

- ଈସ୍ !

ମିଲି' ଏଥର ସବୁ ଲାଜ ଭୁଲିଗଲା । ଆମେ ସମସ୍ତେ ପୁଣି ମିଶି ଖେଳିଲୁ , ବୋହୂଚୋରୀ ଡାଳମାଙ୍କୁଡି ।

କାଳୁ' କେବଳ ମିନୁକୁ ଚୋକଲେଟ୍ ଦିଏ । ମୁଁ ସମସ୍ତିଙ୍କୁ । ଏଇମିତି ହସଖେଳ ଅତ୍ୟାଚାର ସବୁ ଚାଲେ ଭଲରେ ଭଲରେ । ଦିନେ କାଳୁ' ମୋତେ ପଚାରିଲା -

- ଶିଖିଲୁଣି ???

ମୁଁ ରାଗିପାଚି ତା' ଆଡକୁ ଗାଢେଇ ଚାହିଁଲି । ସେ ଠୋ ଠୋ ହୋଇ ହସି, ଅଭଦ୍ରଙ୍କ ପରି ଈଶାରା କଲା ମୋତେ । କହିଲା -

- ବେଟା ବଡହେଇଗଲୁଣି ଆଉ !!

★★★

ମା' କହିଲା - କାଳୁ ସହ ଯା' ମାଂସ ଆଣିବୁ ।

ରହିମ୍ ଚାଚା ଦୋକାନରେ ଭାରି ଭିଡ । କୁଢକୁଢ ହାଡରକ୍ତମାଂସ କାଟି ଗଦାକରି ରଖିଥିଲା । କେ' ଫଡିଆ , କେ' କଲିଜା ବାଛି ନେଉଥିଲେ । କାଳୁ' କହିଲା -

- ଟିକେ ରହିଯିବା । ସେ ସାନ ଛେଳିଟା ମରାହେଉ ।

- କାଇଁ ?

- ତା' ମାଂସ ନରମ ।

ଆମେ ଅପେକ୍ଷା କଲୁ । ରହିମ୍ ଚା , ସାନଛେଳିଟାକୁ ମାଡିବସି ଧାରୁଆ ଛୁରୀଟା ଚଳେଇଦେଲା । ଅନ୍ୟମାନଙ୍କ ପରି ଅବଶ୍ୟ , ସାନଛେଳିଟା ସେତେ ଶବ୍ଦ କଲାନି ।

★★★

ସେଦିନ ରବିବାର ଛୁଟି ଥିଲା । ସମସ୍ତେ ଆମଘରକୁ ଶିଘ୍ର ଖେଳିବାକୁ ଆସିଗଲେ । 'ମିଲି' କହିଲା -

- ଭାଈ ! 'ସାୟରା' କୁ ବି ଚୋକଲେଟ୍ ଦିଅ ।

- ଠିକ୍ ଅଛି ।

ସାୟରା' ରହିମ୍ ଚା ର ଝିଅ । ଦେଉଦେଉ ଖୁସିରେ ସେ ଚକୋଲେଟ୍ ହାତରୁ ନେଇଗଲା ।

★★★

ମୋ ମୁଣ୍ଡ କାମକରୁନଥିଲା । ବ୍ୟସ୍ତ ହୋଇ କାଳୁକୁ ଖୋଜୁଥିଲି । ଜାଣିଥିଲି ସେ ପାଳଗଦା ରେ ଥିବ ।

- ହେଃ ! ବାହାରେ ଶିଘ୍ର ।

- କ'ଣ ହେଲା ???

- ସାୟରା' !!!

ସଂଜଯାଏଁ ସାୟରା' କୁ ନପାଇ ସମସ୍ତେ ଘରକୁ ଗଲେ । କାଳୁ' ଏଥର ଗାଡିଆ ରେ ପଶି ପାଣିକୁ ଗୋଳାଇଦେଲା ଭଲକି । ରକ୍ତ ସବୁ ଫେଣ୍ଟି ହୋଇଗଲା । ମୁଁ ଲୁଚିଗଲି । କାଳୁ' ପାଣିରୁ ବାହାରିସାରିଲା ପରେ , 'ମିନୁ' ବଡପାଟିରେ ହାଉଳିଖାଇ ଚିଲ୍ଲାଇଲା -

- ଭାସୁଛି , ଏଇଠି ଗାଡିଆରେ ମରି ଭାସୁଛି !!!!

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■


Rate this content
Log in

Similar oriya story from Tragedy