କବି ପତ୍ନୀ
କବି ପତ୍ନୀ
- ଆରେ ହେଃ ! ତୁମେ ସତସତିଆ ଗୋଟେ କବି ପାଲଟି ଗଲଣି ନା କଅଣ ?
- ନାଇଁତ !
- ଆଉ ! ଏ ଫେସବୁକ୍ ରେ ଯେଉଁ ସବୁ ଲେଖାଲେଖି ? କଣ କେଉଁଠୁ କପି ଫପି ??
- ହାଃ ହାଃ । ଏମିତି ଟିକେଟିକେ ଗାରାଗୁରୀ ଖାଲି ।
- ହେ ମାଁ ! କେତେବଡ ମିସ୍ ଟେ' କଲି ମୁଁ !
- କଅଣ ମିସ୍ ?
- ମୋତେ କବିମାନଙ୍କୁ ଭାରି ଭଲଲାଗେ ।
- ଯେ ?
- ତୁମ ଭିତରେ ଏତେ କଳା ଥିଲା ବୋଲି ଜାଣିଥିଲେ -
- ଜାଣିଥିଲେ ?
- ଛାଡି ନଥାନ୍ତି ।
- ଓଃ ! ଏବେ ତ ଜାଣିଲୁ ? ଧରିପକା !
- ଆଉ କଣ ହେବ ?
- କାଇଁ ?
- ରୁହ ଦେଖେଉଛି । ଭିଡ଼ିଓ ଅନ୍ କର ।
- କଲି ।
- ଏଇଦେଖ ! ୟା' ଙ୍କର ସବୁ ବହି ଆଉ ମେଡେଲ୍ ।
- ଏଁ ! ତୋ' ବର ନାଁ କଣ କହିଲୁ ?
- ବିଶିଷ୍ଟ କବି ରଙ୍ଗାଧର ସତପତି ପା' ।
- ଓଃ ! ସାଆରେ ? ତୁ ତାଙ୍କୁ ବା' ହେଇଚୁ ?
- ହି ହି ମୁଁ କିନ୍ତୁ ତାଙ୍କର ଏ କବିତା ଫବିତା କିଛି ବୁଝେନି । ମୋ ଘର , ଛୁଏ ଭଲ ତ ମୁଁ ଭଲ ।
- ଏବେ ପା କହୁଥିଲୁ , ତୋତେ କବିମାନେ ଭଲ ଲାଗନ୍ତି ବୋଲି ?
- ସବୁ କବି କଣ ତୁମପରି ???
- ଆଁଆଁଆଁ .........
✨ ଅମିୟ