Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରେମ
ପ୍ରେମ
★★★★★

© Neelima Nivedita Behera

Inspirational

3 Minutes   7.0K    12


Content Ranking

 - ନମସ୍କାର ଭାଇ ! ଆଇ ଆମ୍ ସୋ ସରି । ଆସିବି ଆସିବି ବୋଲି ଏତେ ଦିନେ ଯାଇ ତୁମ ପାଖକୁ ଆସିବାର ସୁଯୋଗ ପାଇଲି ।

- ହଉ ହେଲା । ଆସିଲ, ସେଇଟା ବଡ଼ କଥା । ଆରେ... ଆଇ ଆମ୍ ସରି । ଜାଣିଛ? ମୋର ଗୋଟେ କୁନି ଓ ଗେହ୍ଲା ଝିଅ ଅଛି । ସେ ଶୋଇଥିଲା । ମୁଁ ଆସିବାକୁ ବାହାରିଛିତ ସେ ଉଠିପଡ଼ି ଜୋର୍ରେ କାନ୍ଦିଲା । ମୋ ଝିଅ ତା’ ମା’ ଅପେକ୍ଷା ମୋତେ ବେଶି ଖୋଜେ । ଆଉ ମୁଁ ବି ଗୋଟେ ବେଷ୍ଟ୍ ବାପା ହେବାକୁ ସବୁବେଳେ ତପôର ଥାଏ । ସେଇଥିପାଇଁ ତ... ତାକୁ ବୁଝେଇବାଝେଇ, ତା'ଠାରୁ ଲୁଚି ଆସିବାକୁ ପଡ଼ିଲା । ଛାଡ଼ ସେକଥା । ତମେ ଖାଇଛ?

- ହଁ....। ନା.... । ମାନେ...! ଜାଣିଛ ଭାଇ! ମୁଁ ଆସିବାର ଗୋଟେ ଘଣ୍ଟା ହେଇଗଲାଣି ୟା'ଭିତରେ । ଖରାବେଳେ ଯାହା ଖାଇଥିଲି । ଭୀଷଣ ଭୋକ । ମୁଁ ଏଇ ବାହାରିଥିଲି ବି, ତମେ ଆସି ପହଞ୍ଚିଲ । ମୁଁ କ'ଣ ଟିକେ ଖାଇଦେଇ ଆସେ । ତା'ପରେ ବସିବା, ଆରମ୍ଭ କରିବା ଶିକ୍ଷା । ଗୁରୁ ହେଇ ତମେ ଦେବ ମୋତେ ଶିଷ୍ୟତ୍ୱ । କଥା କ’ଣ କି! ଜଳଖିଆ ଖାଇବା ମୋର ଗୋଟେ ଅଭ୍ୟାସ ।

- ତା’ହେଲେ ଚାଲୁନୁ! ତୁ ଏକା କାଇଁ ଯିବୁ? ତୋ ସାଙ୍ଗରେ ମୁଁ ବି ଯିବି । ମୋତେ ବି ଭୋକ କଲାଣି ଟିକେଟିକେ । ତୋ ଭାଉଜ ଆଜି ଦ୍ୱିପ୍ରହରେ ମୋତେ ଶୀଘ୍ର ଖୁଆଇ ଦେଇଥିଲା ।

୪ଟା ଦୋକାନ ଡେଇଁଲେ, ନଖିରାମ ଜଳଖିଆ ଦୋକାନ ।

‘ସଫାସୁତୁରା ଯେମିତି ଖାଦ୍ୟର ସୁଆଦ ବି ସେମିତି’, କହୁ କହୁ ମୋତେ ବସେଇ ଦେଇ ଭାଇ ଗଲେ ଅଡର଼୍ର କରିବା ପାଇଁ । ମନା କରିବା କିମ୍ବା ନିଜେ ଯାଇ ଅଡର଼୍ର ଦେବାଟା ଭାଇଙ୍କୁ ଅପମାନ ଭାବି, ଚୁପ୍ ଚାପ୍ ବସିଲି । ଦୁଇ ତିନି ମିନିଟ୍ ଭିତରେ ପହଞ୍ଚିଗଲା- ପୋଡ଼ ପିଠା ସାଙ୍ଗକୁ ଖାସ୍ତା ଗଜା । ସାମ୍ନାରେ ଏସବୁ ଦେଖି ଲୋଭ ନୁହେଁ ଲୋତକ ଦୁଇ ବୁନ୍ଦା ଝରିପଡ଼ିଲା ଆଖିରୁ । ନିଜର ବଡ଼ ଭାଇ ଥିଲେବି ଠିକ୍ ଏତିକି ଶ୍ରଦ୍ଧାର ସହିତ ଏଇମିତି ହିଁ ମୋତେ ଖୁଆଇ ଥାଆନ୍ତା । ଯୋଗକୁ ସେଇଦିନ ଥିଲା ପହିଲିରଜ । ରଜ ମାତ୍ରେଇ ଓଡ଼ିଆମାନଙ୍କ ଘର ପିଠାପଣାରେ ଭାସୁଥାଏ । ରଜ ତିନିଦିନ ଯାକ ମଉଜ କରିବା ହେତୁ ଦୁଇ ଦିନ ପୂର୍ବରୁ ହିଁ ପୋଡ଼ ପିଠା ପ୍ରସ୍ତୁତ ହୋଇ ରଖାଯାଇ ଥାଏ । କିନ୍ତୁ...

କଳାପ୍ରେମୀ ଘନଶ୍ୟାମ ତରାଇଙ୍କୁ ଜାଣିବା କଥାଟାକୁ କେଇଟା ଦିନ ହେବକି ଏମିତି? ଦ୍ୱିତୀୟ ସାକ୍ଷାତରେ ସିଧା ଆପଣରୁ ତମେକୁ ଓହ୍ଲେଇ ଆସିଲି । ଆସିବିନି? ଏଇତ! ଘରୁ ବାହାରିଲା ବେଳେ ପଣ୍ଡା ବାବୁଙ୍କ ବଡ଼ ବୋହୂ ସୁମି ଭାଉଜ ଦେଖା ହେଇଥିଲା ଆଉ କହୁଥିଲା,

‘- ଯୁଗ କ'ଣ ହେଲାଲୋ ମା'! ଘଇତା ମାଇପଙ୍କ କଳିରେ ଛୁଆ ତିନିଟା କାଲି ରାତିରୁ ଉପାସ । ଏଡେ଼ ଜୋର ବର୍ଷାକୁ ଖାତିର୍ ନକରି ମର୍କତନଗରକୁ ଚାଲି ଆସିଥିଲେ ଭିକ ମାଗିବାକୁ । ଜାଣୁ ରେସ୍ମା ! ଆଶ୍ଚର୍ଯ୍ୟର କଥା ତ ଏଇଆ ଯେ, ସେମାନେ ଭିକାରି ଛୁଆ ହିଁ ନଥିଲେ ! ତଳସାହି ବସ୍ତିରେ ରୁହନ୍ତି । ବାପ କାଳେ ମଦ ପିଇ ମା’କୁ ଏତେ ବାଡେ଼ଇଛି ଯେ, ସେ ଏକାଥରେ କତରାନଗା, ଜ୍ୱରରେ କୁରୁଳୁଛି । ଘରେ ତାଙ୍କର ଦାନାଟିଏ ବି ନାହିଁ ଆଉ ବାପ, ମାଡ଼ ମାରି ରଫୁଚକ୍କର୍ ମଦ ଖୋଜେ । ୮ବର୍ଷର ଝିଅଟା କବାଟ ବାଡେ଼ଇ କାକୁତିମିନତି ହେଲା, କହିଲା

- ପେଜ ଟିକିଏ ହେଉପଛେ, ଛୁଆ ଭାଇ ଦି’ଟାକୁ ମୋର କିଛି ଖାଇବାକୁ ଦିଅ ବାବୁମା’ ।

ଶ୍ୱଶୁର ମୋର ଅବିଶ୍ୱାସ କରୁଥିଲେ, ନାକ ଟେକି ଧମକେଇ ଯା’ ପଳା ବୋଲି ବି କହିଲେ, ହେଲେ... । ତୁ ତ ଜାଣୁ, ମୋର କେମିତିଆ ଢବଲା ହାତ । ସବୁବେଳେ ଦୁଇଜଣଙ୍କ ପାଇଁ ବଳେଇକି ମୁଁ ରାନ୍ଧେ ଆଉ ସେଇତିପାଇଁ ବି ଶାଶୁଙ୍କଠୁ ଅନେକଥର ଗାଳି ଶୁଣେ । ତେଣୁ ବଳିଥିବା ଭାତ, ଡାଲି ସହ ଆଚାରକୁ ୩ ଟା ପଲିଥିନ୍ରେ ପୁଡ଼ିଆ କରି ବଢେଇ ଦେଲି । ମୋ ହାତରୁ ଝିଙ୍କି ନେଇ ସେ ପୁଅ ଛୁଆ ଦି’ଟା, ସେଇ ବର୍ଷାରେ, ରାସ୍ତା ଉପରଟାରେ ବସି ଗାଉଁଗାଉଁ କି ଖାଇ ଚାଲିଲେ । ସେ ଝିଅଟାର ଡବଡବ ନାଲିଆ ଆଖି ଓ ଛୁଆ ତିନିଟାଙ୍କ ତିନ୍ତା ଛିଣ୍ଡା ଜାମାପେଣ୍ଟସାଙ୍ଗକୁ ତାଙ୍କ ଭୋକ, ସେମାନଙ୍କ କଥା ସତ ବୋଲି ପ୍ରମାଣ ଦେଉଥିଲା, ରେସ୍ମା । ଗରିବୀ ଓ ନିଶା ହିଁ ପରିବାରକୁ ଧ୍ୱଂସ କରିଦିଏ, ନୁହେଁ?

ସୁମି ଭାଉଜକୁ କେମିତି କହିଥାନ୍ତି ଯେ, କେବେକେବେ ସ୍ୱାର୍ଥପରତା ଓ ଲୋଭ ବି ନିଶା ଓ ଅଭାବ ଠାରୁ ବଳି ପଡେ଼ ! ସିଡିଏରେ ନିଜର ସ୍ଥାୟୀ ଘର ଥାଇ, ବାପା ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହେଇ ବି ଆଜିଭଳି ଦିନଟାରେ ସକାଳୁ ଏ ଯାଏଁ ନିଜେ ଉପାସ ଅଛି ବୋଲି !

ନୀଳିମା ନିବେଦିତା

ପ୍ରେମ ଶ୍ୱଶୁର ମଦ

Rate the content


Originality
Flow
Language
Cover design

Comments

Post

Some text some message..