Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଉପୁପୋଧୁମା
ଉପୁପୋଧୁମା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   3.9K    15


Content Ranking

ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଉପୁପୋଧୁମା

ଗୋଟିଏ ଗରୀବ କୃଷକ l ତା’ର ଧନ ସମ୍ପତ୍ତି, ଘରବାଡି କିଛି ନଥିଲା l ବନ୍ଧୁ ବାନ୍ଧବ ବୋଲି ନିଜର କେହି ନଥିଲେ l କେବଳ ରହିବା ପାଇଁ ଛୋଟ କୁଡିଆଟିଏ ଥିଲା l ହଠାତ୍ ବସନ୍ତ ରୋଗରେ ବାପା ମାଆ ମରିଗଲେ l ପୁଅଟିର ତତ୍ତ୍ୱ ନେବାପାଇଁ ତା’ର ଜ୍ଞାତି ପରିଜନ ନଥିଲେ l ସେ ସମ୍ପୂର୍ଣ୍ଣ ଭାବରେ ଅନାଥ l ତେଣୁ ପୁଅଟି ନିଜେ ବଂଚିବା ପାଇଁ କ୍ଷେତରେ କାମ କରେ l ଯେଉଁ ଦିନ କାମ ଜୁଟେ ନାହିଁ ସେ ଗାଁ ଲୋକଙ୍କ ଗାଈ-ଗୋରୁଙ୍କୁ ନେଇ ଚରାଏ l ସେମାନଙ୍କର ଗୁହାଳ ସଫା କରିଦିଏ l ଗୋରୁପାଇଁ ଘାସ କାଟି ଆଣେ l ସେ ସଚ୍ଚୋଟ, କର୍ମତତ୍ପର l ତଥାପି ଏଗୁଣ ପାଇଁ ତାକୁ କେହି ପ୍ରଶଂସା ତ ଦୂରର କଥା ଆଦର ବି କରନ୍ତିନାହିଁ l

ଗାଁ ଲୋକମାନେ ଅବଶ୍ୟ ତାକୁ ଖାଇବାକୁ ଦିଅନ୍ତି l କିନ୍ତୁ ସେମାନେ ତାକୁ ନିଜ ଲୋକଙ୍କ ଭଳି ଦେଖନ୍ତିନାହିଁ l ଯେତେବେଳେ ସେମାନେ ତାଙ୍କର ଖାଦ୍ୟ ରାନ୍ଧନ୍ତି, ସେ ଯେ ଖାଇବ, ସେ କଥା ସେମାନେ ମନରେ ଧରନ୍ତି ନାହିଁ l ସେମାନେ ତାକୁ କେବଳ ନିଜର ଗୋଡାଣିଆ ବୋଲି ଭାବନ୍ତି l ଅସମୟରେ କେବଳ ଶୁଖିଲା ଭାତ ଏବଂ ଚଟଣି ଟିକିଏ ଦିଅନ୍ତି l କିନ୍ତୁ ଯେତେବେଳେ ସେ କାମପାଇଁ ମଜୂରୀ ଦାବୀ କରେ ସେମାନେ ତାକୁ ଗାଳିଦେଇ ଘରୁ ବାହାର କରି ଦିଅନ୍ତି l ପରେ ଅନ୍ୟଦିନ ତାକୁ କୌଣସି କାମ ଦିଅନ୍ତି ନାହିଁ l

ଅନାଥ ପୁଅଟି ଦିନେ ଚିନ୍ତା କଲା - ଏମିତି ହୃଦୟହୀନ ଗାଁ ଲୋକଙ୍କ ପାଖେ ରହିବା ଆଦୌ ଉଚିତ୍ ନୁହେଁ l ସେଥିପାଇଁ ସେ ଠିକ୍ କଲା ଯେ ସେ ସହରକୁ ଯାଇ କାମ କରିବ l ତା ରୋଜଗାର ପଇସାରେ ଖାଦ୍ୟ କିଣି ସହରରେ ଚଳିବ l ସେଥିପାଇଁ ସେ ସହରକୁ ବାହାରି ପଡିଲା l ସହରରେ ମଧ୍ୟ ତାକୁ କାମ ମିଳିଗଲା l ସହର ଅପେକ୍ଷା ଗାଁ ବହୁତ ଭଲ l ଗାଁ ଲୋକଙ୍କ ଅପେକ୍ଷା ସହରରେ ବାସ କରୁଥିବା ଲୋକେ ଅଧିକ ଠକ, ବଦମାସ, ଏ କଥା ଜାଣିବାକୁ ତାକୁ ବେଶୀ ସମୟ ଲାଗିଲା ନାହିଁ l ତା କାମ ତୁଳନାରେ ତାକୁ କମ ପାରିଶ୍ରମିକ ମିଳିଲା l ସେମାନେ ତାକୁ ଖୁବ୍ ଅଳ୍ପ ପରିମାଣରେ ଖାଦ୍ୟ ଏବଂ ଅଳ୍ପ ପାଣି ପିଇବାକୁ ଦେଲେ l

ନିଜର ସରଳତା ଏବଂ ସଚ୍ଚୋଟତା ପାଇଁ ନିନ୍ଦିତ ହେଲାପରେ ସେ ଠିକ୍ କଲା ଯେ ଏଥର ସେ କପଟ ଛଳନା କରି ଦେଖିବ l ଭାଗ୍ୟ ତାକୁ କିପରି କୁଆଡେ ନେଉଛି l

ଦିନେ ସେ ଗୋଟିଏ ବଡ ହୋଟେଲକୁ ଗଲା l ଜିନିଷ ବିକ୍ରି କରିବା ଉଦ୍ଦ୍ୟେଶରେ ବସିଥିବା ଲୋକକୁ କହିଲା – “ମୁଁ ତମର ମ୍ୟାନେଜରଙ୍କୁ ଦେଖା କରିବା ପାଇଁ ଚାହେଁ l”

ଦୋକାନୀ କହିଲା – ତମେ ତ ଦୋକାନୀକୁ ଦେଖା କରିବାକୁ ଚାହୁଁଚ ମୁଁ ତାଙ୍କ ପୁଅ l କ୍ରେତା ଉଚ୍ଚ ସ୍ୱରରେ ଉତ୍ତର ଦେଲେ l ମୁଁ ଆର ଗଳିରେ ଥିବା ଗୋଟିଏ ଗହଣା ଦୋକାନରେ କାମ କରୁଛି l ମୋ ମାଲିକ ତାଙ୍କର ବନ୍ଧୁମାନଙ୍କ ନିମନ୍ତେ ଜଳଖିଆ ଆଣିବାପାଇଁ ମତେ ଆପଣଙ୍କ ପାଖକୁ ପଠେଇଛନ୍ତି l ସେ କହିଛନ୍ତି କୋଡିଏଟି ଇଡିଲି, କୋଡିଏଟି ଦୋଷା, କୋଡିଏଟି ମିଠା ଏବଂ କୋଡିଏଟି ସନ୍ଦେଶ ନେବାକୁ l

ବିକ୍ରେତାଟି ଆଁ କରି ପିଲାଟିର କଥା ସବୁ ଶୁଣୁଥାଏ l ସେ ଭାବୁଥାଏ, ତାଙ୍କ ପାଇଁ ଆଜି ଦିନଟି ଭାରି ଶୁଭ l କାରଣ ଆଜି ତାଙ୍କର ବେପାର ଭଲ ହେବ l

“ବର୍ତ୍ତମାନ କହ ତମର କେତେ ଟଙ୍କା ହେଲା l” ପୁଅଟି ପଚାରିଲା l କଣ୍ଠରେ ତା’ର

ଦୃଢତା l ଏହା କହିଲା ବେଳେ ପକେଟରେ ହାତ ପୁରାଇବା ଛଳନା କରୁଥାଏ l ସେ ତାର ମୂଲ୍ୟ ଦେଇ ଜିନିଷ ଗୁଡିକ ନେବେ l

ଅପେକ୍ଷା କର, ଅପେକ୍ଷା କର l କହି ଦୋକାନୀ ରୋଷେଇ ଶାଳାରେ ଥିବା ରୋଷେୟାକୁ କୋଡିଏଟି ଇଡିଲି, କୋଡଏଟି ଦୋଷା, କୋଡିଏଟି ମିଠା ଏବଂ କୋଡଏଟି ଶନ୍ଦେଶ ଶୀଘ୍ର ଆଣିବା ପାଇଁ କହିଲେ l ତା ସହିତ ପୁଅଟି ପାଇଁ ଗୋଟିଏ ଝିଲାପି ଶୀଘ୍ର ନେଇ ଆସିବାକୁ ବରାଦ ଦେଲେ l

ଦୋକାନି ପୁଅଟିକୁ ଚାହିଁ ହସି କହିଲେ, “ଆଜିଠାରୁ ଯେତେବେଳେ ତମ ମାଲିକ ଜଳଖିଆ ନେବା ପାଇଁ କହିବେ ଦୟା କରି ତମେ ମୋ ହୋଟେଲକୁ ଆସିବ l ମୁଁ ତମକୁ ତମର ମାଲିକଙ୍କ ପାଇଁ ଭଲ ଖାଦ୍ୟ ଏବଂ ତମକୁ ମିଠା ଖାଇବାକୁ ଦେବି l” ପୁଅ ତାକୁ ଧନ୍ୟବାଦ ଦେଲା ଏବଂ ତାଙ୍କ ଦୋକାନକୁ ଆସିବ ବୋଲି ପ୍ରତିଶୃତି ଦେଲା l

“ପୁଅ, ତମର ନା କଅଣ ?” ଦୋକାନୀର ପ୍ରଶ୍ନ l ଏଥିରେ ଥିଲା ଅତ୍ୟନ୍ତ ଭଦ୍ରତା ଓ

ଶ୍ରଦ୍ଧା l

“ଆପୁ ପୋଧୁମ (ଲୁଣ ଅଧିକ) ପୁଅଟି ଉତ୍ତର ଦେଲା l” କଅଣ ‘ଆପୁପୋଧୁମ’ l କି ଅଦ୍ଭୁତ ନାଁ ମୁଁ ଏପରି ସୁନ୍ଦର ନାଁ କେବେ ଆଗରୁ ଶୁଣିନଥିଲି l ଦୋକାନୀ ଜଣକ ହସି ହସି କହିଲେ l

“ମୋ ବାପା ମାଆ ମୋର ଏ ନାଁ ରଖି ଥିଲେ l” ପୁଅଟି କହିଲା l ଯେତେବେଳ ପର୍ଯ୍ୟନ୍ତ କି ଖାଦ୍ୟ ତାଙ୍କ ପାଖକୁ ନ ଆସିଛି ଦୋକାନୀ ଜଣକ ପୁଅଟିକୁ କଥାବାର୍ତ୍ତାରେ ବ୍ୟସ୍ତ ରଖିଥାନ୍ତି l

“ନିଅ ପୁଅ, ଦୋକାନୀ ଟିକିଏ ଦାନ୍ତ ଦେଖାଇ ହସିଲା ଓ ନିଜର ମୁଣ୍ଡକୁ ହଲାଇ କହିଲା” - ନିଶ୍ଚୟ ଏଠାକୁ ମୁଁ ଆଉଥରେ ଆସିବି l

ତମ ସହିତ କଥା କହି ମୁଁ ଆନନ୍ଦିତ ଆପୁପୋଧୁମ l ତା ପରେ ଦୋକାନୀଜଣକ ପ୍ୟାକେଟଟି ପୁଅଟି ହାତକୁ ବଢାଇ ଦେଲେ l

ଆପୁପୋଧୁମ ହାତରେ ପ୍ୟାକେଟଟିକୁ ଧରି ଗୋଟିଏ ଡିଆଁ ମାରିଲେ ଏବଂ ଗଳି ଆଡକୁ ପବନ ବେଗରେ ଦୌଡିଲେ l

ଦୋକାନୀ ଜଣକ ଏହା ଦେଖି ଆଶ୍ଚର୍ଯ୍ୟ l ସେ ନିଜ ଆଖିକୁ ବିଶ୍ୱାସ କରିପାରୁ ନଥାନ୍ତି l କିନ୍ତୁ ସେ ମୋଟା ହୋଇଥିବାରୁ ତା ପଛରେ ଦୌଡି ପାରିଲେ ନାହିଁ l

ସେ ଗଳିରେ ଠିଆ ହୋଇ ବଡ ପାଟିରେ ଚିତ୍କାର କରୁ ଥାଆନ୍ତି ହେ ଆପୁପୋଧୁମ ! ହେ ଆପୁପୋଧୁମ l

ବାଟରେ ଯାଉଥିବା ଲୋକମାନେ ଆପୁପୋଧୁମକୁ ଅଟକାଇ ଘଟଣା କଅଣ ବୋଲି ପଚାରିଲେ l ଆପୁପୋଧୁମ ଉତ୍ତର ଦେଲା - ମୁଁ ସେଇ ହୋଟେଲରୁ କିଛି ଖାଦ୍ୟ କିଣିଲି l ମ୍ୟାନେଜରଜଣକ ଯାହାକୁ ତମେ ଦେଖୁଛ ସେ କଅଣ କଲେ, ସେ ମତେ ପଚାରିଲେ ଆପୁପୋଧୁମ ! ଖାଦ୍ୟରେ ସଠିକ୍ ପରିମାଣରେ ଲୁଣ ପଡିଛି ? ମୁଁ କହିଲି ହଁ l କିନ୍ତୁ ସେ ସେଇ ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରୁଛନ୍ତି, ମୁଁ ବ୍ୟସ୍ତହୋଇ ପଡିଲି l ମୁଁ ତାଙ୍କ ପ୍ରଶ୍ନର କେତେଥର ଉତ୍ତର ଦେବି l ଯଦି ତୁମେ ତାଙ୍କୁ ଭେଟ ତୁମେ କହିଦେବ l ଆପୁପୋଧୁମ (ଲୁଣର ପରିମାଣ ଠିକ ଅଛି) l

ଏହିପରି ଭାବରେ ସେ ଦୋକାନୀକୁ ଭଣ୍ଡି ଥିଲା l ଶେଷରେ ଦୋକାନୀ ଜାଣିବାକୁପାଇଲା ଯେ ସେହି ଗହଣା ଦୋକାନରେ ସେପରି କେହି ପୁଅ ନାହାନ୍ତି l

ଏକଥା ମଧ୍ୟ ପ୍ରଚାର ହୋଇଗଲାଯେ ଏଇ ଆପୁପୋଧୁମ ଏକାଏକା ଉପାୟରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ଲୋକଙ୍କୁ ଭଣ୍ଡୁଛି l ଯଦି ତମେ ଗୋଟେ ହୋଟେଲ କରିବ ତମ ଦୋକାନକୁ ମଧ୍ୟ ଆପୁପୋଧୁମ କେତେବେଳେ ଆସିପାରେ l


ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



ସରଳତା ସଚ୍ଚୋଟତା ମାଲିକ

Rate the content


Originality
Flow
Language
Cover design

Comments

Post

Some text some message..