ସ୍ବପ୍ନ
ସ୍ବପ୍ନ
ମନ ଦେଖେ ସ୍ବପ୍ନ ନା ଆଖି ଦେଖେ ? ଆଖିରେ ଯୋଉ ସ୍ବପ୍ନ ଆସେ ସେ ତ କେବେଠୁ ମନ କାନ୍ ଭାସ୍ ରେ ଅଙ୍କା ସରିଥାଏ ାସେଇ ସ୍ବପ୍ନକୁ ଚିତ୍ରଟିଏ ଭଳି ଆଖିରେ ସଜେଇବାକୁ ମନ ହଜେଇଥାଏ କେତେ ଯେ ମୁହୂର୍ତ୍ତ କଳ୍ପନାରେ ତା ହିସାବ କିଏ ବା ରଖିଛି !!ସେଇ ସ୍ବପ୍ନକୁ ସାଉଁଟିବା ତ ଜୀବନ ା
ସୁନୀତା ମାଆ ବି ସ୍ବପ୍ନ ଜୁଡୁବୁଡୁ ମନଟିଏ ନେଇ ସୁଦାମର ହାତ ଧରି ଆସିଥିଲା ଶାଶୁ ଘରକୁ ାତିନି ଭାଇରେ ମଝିଆଁ ବୋହୂ ାଭାରୀ ପରିଶ୍ରମୀ ଦୁହେଁ ାଜମିରେ ଖଟେ ସୁଦାମ ଆଉ ଘରେ ସୁନୀତା ମାଆ ା ଅନାମଧେୟ ଦୂର ଗାଁର ଝିଅଟି ପାଇଁ ନିଜ ପରିଚୟର କିଛି ଆବଶ୍ୟକ ନଥାଏ ାସତର ବର୍ଷରେ ବୋହୂ ହେଇ ପର ଗାଁକୁ ଆସିଲା ପରେ ଅମୁକ ଭାରିଜା ବୋଲି ବର୍ଷଟିଏ ଯାହା ପରିଚୟ ରହେ ାତା ପରେ ତ ପୋଢୁଆଁ ପିଲାର ନାଁକୁ ନେଇ ଅମୁକ ମାଆ ବୋଲି ଗୋଟେ ସ୍ଥାୟୀ ପରିଚୟ ରହିଯାଏ ମଲା ଯାଏ ାପଛରେ ଆଉ ଯେତେ ପିଲା ହେଲେ ବି ପୋଢୁଆଁ ପିଲାର ମାଆ ବୋଲି ତାକୁ ସମସ୍ତେ ଚିହ୍ନନ୍ତି ାସେମିତି ଦୂର ଅଜଣା ଗାଁର ଚଷା ଘରର ମଝିଆଁ ବୋହୂଟି ସୁନୀତା ମାଆ ାସୁନୀତା ତଳେ ଆଉ ଦିଟି ଝିଅ ାବଂଶ ରକ୍ଷା ପାଇଁ ପୁଅଟେ ନାଇଁ ାତା ବର ସୁଦାମ ଏଥିପାଇଁ ଭାରୀ ମନଦୁଃଖ ାଆଉ ଛୁଆପାଇଁ ଚେଷ୍ଟା ବି କରି ପାରିଲେନି ାସୁନୀତା ମାଆ ଦେହରେ ରକ୍ତ କମ୍ ା ଆଗକୁ ଛୁଆ ହେଲେ ବିପଦ ବୋଲି ତିନି ନମ୍ବର ଝିଅ ଜନ୍ମ ବେଳେ ଡାକ୍ତରାଣୀ କହି ଦେଇଛନ୍ତି|
ମନର ତିକ୍ତତା ବଢିଗଲା ସୁଦାମର ଯେତେବେଳେ ଗାଁର ବାର ଲୋକଙ୍କଠୁ ତେର କଥା ଶୁଣିଲା ା"ତୁ ତ ନିର୍ବଁଶ ହେଇ ମରିବୁ ାଝିଅ ତିନିଟା ଅଗାଡି ାପର ଘରକୁ ଯିବେ ାତୋ କୁଳ କେମିତି ରହିବ ?"ଶୁଣି ଶୁଣି ଦିନେ ନିରୁଦ୍ଦିଷ୍ଟ ହେଇଗଲା ସୁଦାମ ାଯେତେ ଖୋଜିଲେ ବି ତାର ପତା ମିଳିଲାନି ାରୋଗିଣା ଦେହ ଭିତରେ ମନଟା ବି ଭାଙ୍ଗିଗଲା ସୁନୀତା ମାଆର ାମାସେ କାଳ ପଡି ରହିଲା ାକେତେ ପ୍ରକାର କଥା ବି ଶୁଣିଲା ା"ଅଲକ୍ଷଣୀଟେ ାସ୍ବାମୀକୁ ବାନ୍ଧି ରଖି ପାରିଲାନି ା ଆମେ କ'ଣ ସଂସାର କରିନୁ ?କାଇଁ ଆମ ବର ତ ଆମକୁ ଛାଡି ଯାଉ ନାହାନ୍ତ |"
"ହଁ ,ମାଈପି ଜନ୍ମ ପାଇ ବଂଶ ରକ୍ଷାପାଇଁ ପୁଅଟିଏ ଯଦି ନହେଲା ?"
ତା ପରିଶ୍ରମ ,ଭଲପଣିଆ କୁଆଡେ ମାଟିରେ ମିଶିଗଲା | ହେଲେ ମନକୁ ମଜବୁତ୍ କଲା ାଭାଙ୍ଗି ପଡିଲା ବେଳେ ନିଜକୁ ଦମ୍ଭ କରି ଛିଡା ହବାର ସାଧନାରେ ଲାଗି ପଡିଲା ାତା ଝିଅମାନଙ୍କୁ ଭଲ ମଣିଷ କରି ଗଢିବା ପାଇଁ ସେ ସ୍ବପ୍ନ ଦେଖିଥିଲା ାସେଇ ସ୍ବପ୍ନକୁ ସଫଳ କରିବାପାଇଁ ସେ ଚାଲି ଆସିଲା ରାଜଧାନୀ ାଧୂପକାଠି ଆଉ ମହମବତୀର କୁଟୀର ଶିଳ୍ପଟିଏରେ କାମ କଲା ାତା ସ୍ବପ୍ନ ସଫଳ ଦିଗରେ ସହାୟ ହେଲା ତାର ନିରବଛିନ୍ନ ପରିଶ୍ରମ ାଝିଅ ତିନୋଟି ଭଲ ପାଠ ପଢି ସ୍ବାବଲମ୍ବୀ ମଧ୍ୟ ହେଲେ ା
ଗାଁରୁ ଆସିଲା ପରେ ନା ତା ସାଥୀରେ କାହାର ଯୋଗାଯୋଗ ଥିଲା ନା ନିଜ ଆଡୁ ସଂପର୍କ ଯୋଡିବାପାଇଁ ତା ପାଖରେ ସମୟ ଥିଲା ାଯୋଉଠି ପୁଅ ପର କରିଦେଲା ସେଠି ଶାଶୁଘର ଲୋକ ବା ସମ୍ପର୍କ ରଖିବାକୁ କାହିଁକି ଚାହିଁବେ ାବହୁତ ଦିନ ପରେ ସିଏ ଶୁଣିଲା ସେଇଟା ସୁଦାମର ଚାଲାକି ଥିଲା ାସୁନୀତା ମାଆ ଗଲା ପରେ ଗାଁକୁ ଫେରି ଆସି ଆଉଥରେ ବାହାହେଲା ାଦିଟା ପୁଅ ହେଲେ ାକିନ୍ତୁ ସୁଦାମ ସୁଖୀ ହେଇ ପାରିଲାନି ାପୁଅ ଦିଟା ମଦ ଗଞ୍ଜେଇରେ ଦୋରସ୍ତ ହେଇଗଲେ ାପାଠ ତ ବହୁତ ଦୂର ାଆଖିରୁ ଲୁହ ପୋଛି ତା ଦିନ ସରୁଛି ାହେଲେ ସୁନୀତା ମାଆ ନିଜ ଝିଅମାନଙ୍କ ସାଥୀରେ ଶାନ୍ତିରେ ଆଉ ସମ୍ମାନର ସହ ରହୁଛି ାମାଆଟିଏ ଯଦି ସଫଳ ମାଆଟେ ହବାପାଇଁ ସ୍ବପ୍ନ ଦେଖେ ତାକୁ କିଏ ବା ଅଟକେଇବ ?
ମୋ ଝର୍କା ପାଖରେ ସେ ଫୁଲଚୁଇଁ ଚଢେଇଟି ଆଜି ଗୋଟିଏ ସଫଳ ମାଆ !! ସୁନୀତା ମାଆ ଭଳି ସେ ବି ତ ମାଆଟେ ା