Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Romance

3  

SIPRA NAMTA

Romance

ଭିନ୍ନ ଏକ ପ୍ରେମ ୠତୁ

ଭିନ୍ନ ଏକ ପ୍ରେମ ୠତୁ

8 mins
14.1K


ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ .......ଗୀତଟି

ଶୁଣୁ ଶୁଣୁ ମୋ ମନର ସ୍ମୃତିର ଝର୍କାଟି ଖୋଲିଗଲା....…

ତୁମେ ସବୁବେଳେ ଏମିତି ...।ହଠାତ ଆସିବ ଝଡ ବେଗରେ ବର୍ଷା ସହିତ ଯେମିତି ମୈତ୍ରୀ ବାନ୍ଧି ଥାଅ , ସେ ଯେମିତି ହଠାତ ବର୍ଷିଦେଇ ଚାଲିଯାଏ ତୁମେ ବି ଠିକ୍ ସେମିତି କିଛି ସମୟ ପାଇଁ ଆସି ପୁଣି କେତେବେଳେ ଅନ୍ତର୍ଦ୍ଧାନ ହୋଇଯାଉଥିଲ ଯେ ସ୍ପର୍ଶ ତ ଦୂରର କଥା ଦେଖା ମିଳିବା ବି କଷ୍ଟ ହୋଇଯାଉ ଥିଲା ।

ସେଦିନ ବି ତୁମେ ଆସୁଥିଲ ଏମିତି ଏକ ଶ୍ରାବଣର ମଧୁ ଝରା ସନ୍ଧ୍ୟାରେ ଠିକ୍ ଆମ ଘର ସାମ୍ନାସାମ୍ନି ଗଳି ପାଖରେ ।ମୁଁ ସେଇ ରାସ୍ତା ଦେଇ ଯାଉଥିଲି ତୁମ ସହ ଧକ୍କା ହୋଇଗଲା ।ତୁମେ ଆଉ କୌଣସି ବାହାନା କରି ପାରି ନ ଥିଲ ।ବାଧ୍ୟ ହୋଇ ଆସିଥିଲ ମୋ ସହ ଘରକୁ ।ଘର ଭିତରକୁ ପଶୁ ନ ପଶୁଣୁ ବାହାରେ ବିଜୁଳି ସହିତ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଭୀଷଣ ବଜ୍ର ପାତରେ ତୁମେ ମୋ ଦୁଇ ହାତକୁ ଜାବୁଡି ଧରିଥିଲ ।ଓଃ ଏତେ ଆର୍ଦ୍ର ମୌସୁମୀରେ ବି ମୋ ହାତ ଝାଳୁଆ ଲାଗୁଥିଲା ।ସେଇଟା ପ୍ରକୃତରେ ଉତ୍ତେଜନା ଥିଲା ନା ଭୟ ଥିଲା ସେ କଥା ସେତେବେଳେ ବୁଝିପାରିନଥିଲି । ବୁଝିଲା ବେଳକୁ ଅନେକ ଡେରି ହୋଇଯାଇଥିଲା ।

.................

ପ୍ରକୃତ ପ୍ରେମର ସନ୍ଧାନରେ ମୁଁ ଘୁରି ବୁଲୁଥିଲି ଏ ସାରା ସଂସାରର ଚତୁଃର୍ପାଶ୍ୱରେ । ତୁମ ଠାରୁ ଢ଼େର ବେଶି ସୁନ୍ଦରୀ ଯୁବତୀ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ମୋ ଆଖିରେ ତୁମେ ସର୍ବଦା ରହୁଥିଲ । କାହିଁକି ତୁମେ ସବୁବେଳେ ରହିଥିଲ ...ମୋ ଆଖିରେ ,ମୋ ହୃଦୟରେ ସେ କଥା ବୁଝିବାକୁ ଆଉ ବାକି ନ ଥିଲା ମୋର ,କିନ୍ତୁ ତୁମକୁ କିଛି କହିବାକୁ ମୋ ସାହସ ହେଉ ନ ଥିଲା ।ତୁମେ ବି ସେମିତି ଭାବୁଥିଲ କି ନାହିଁ ମୁଁ ମନେମନେ ଜାଣିବାକୁ ଚେଷ୍ଟା କରୁଥିଲି ।କିନ୍ତୁ ହଠାତ ତୁମେ ସେ ଅଞ୍ଚଳରୁ ଅନ୍ୟତ୍ର ଚାଲିଗଲ ।ତୁମ ବାପାଙ୍କର ଅସୁସ୍ଥତା ନିମନ୍ତେ ଚାକିରୀରୁ ଛୁଟି ନେଇ ଚାଲିଯାଇଥିଲ ବୋଲି ମୁଁ ପରେ ଜାଣିଲି । ତା'ପରେ ମୋର ବଦଳି ହୋଇଗଲା ଓଡିଶା ବାହାରକୁ ।ତୁମ ସହିତ କେତୋଟି ସାକ୍ଷାତକୁ ନେଇ କେମିତି ଦୀର୍ଘ ଜୀବନ ଅତିକ୍ରମ ହୋଇ ଆସିଲା ,ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।ଆଜି ଜୀବନର ମଝି ପାହାଚରେ ଠିଆ ହୋଇ ପୁଣି ଯେ ଦିନେ ତୁମ ସହିତ ଏମିତି ଆକସ୍ମିକ ଦେଖା ହୋଇଯିବ ମୁଁ ଆଦୌ ଭାବି ପାରୁନଥିଲି । ସେଦିନ ସନ୍ଧ୍ୟାରେ କାରୋଲବାଗ ବଜ଼ାରରେ ହଠାତ ....ଏକ ଛୁଆଁ ରେ କେମିତି ମନ ଆନ୍ଦୋଳିତ ହେଲା .......।ଘୁରି ପଡିଲା ବେଳକୁ......

----ଆରେ, ଆପଣ?

ଏକ କୋମଳ ନାରୀକଣ୍ଠ ।

ମୁଁ ଖୁବ୍ ତଟସ୍ଥ ହୋଇଗଲି ।ଏ ଯେ ବିଭାବରୀ ।

---ତ... ମେ ......ଏଠି ......, ଆଛା...!

ସେ ପ୍ରସ୍ତାବ ଦେଲା ,--ଚାଲନ୍ତୁ ପାଖରେ ଥିବା ଷ୍ଟଲରୁ କଫି ପିଇବା ।

ଆମେ ଦୁହେଁ କଫି ସପକୁ ଆସିଲୁ ।କଫି ବାହାନାରେ ଆମେ ପରସ୍ପରର ସ୍ଥିତିକୁ ବୁଝିବାକୁ ସୁଯୋଗ ପାଇଗଲୁ ଯେପରି ।ଆଜିଯାଏଁ ବିଭା ,ବିବାହ କରିନି ,କିନ୍ତୁ କଣ ପାଇଁ ? ତେବେ ସେ ବି କଣ...?

----କିନ୍ତୁ ତମେ କାହିଁକି ମ୍ୟାରେଜ କଲନି??

ସର୍ଭିସ ତ ଥିଲା ।....

ଏ କଥା ଶୁଣୁ ଶୁଣୁ ତା ମୁହଁରେ କେମିତି ଏକ ଦୁଃଖ ମିଶ୍ରିତ ଲଜ୍ଜା ବୋଧ ସୃଷ୍ଟି ହେଲା ।

---ନାଇଁ ବାପାଙ୍କ ଦେହ ଅସୁସ୍ଥ ଥିଲା ତା 'ପରେ ସେ ଚାଲିଗଲେ ।ମାଆ ମଧ୍ୟ ତାଙ୍କର ମାସେ ପରେ ଚାଲିଗଲେ ।

ମୋ ପାଖରେ ସାହାରା ବୋଲି କିଛି ନ ଥିଲା ।ମାଉସୀ ଏଇଠି ରହୁଥିବାରୁ ମୋତେ ସାଙ୍ଗରେ ନେଇ ଆସିଥିଲେ ।ଏଠି ରହୁରହୁ ମୋତେ ଆଉ ଫେରିବାକୁ ଇଛା ହେଲା ନାହିଁ ତେଣୁ ରହିଗଲି ।ଏଇଠି ଇଂରାଜୀ ମିଡ଼ିଅମ ସ୍କୁଲରେ ପଢ଼ାଉଛି ।ଘରକୁ ମଧ୍ୟ ଯାଉଛି ଟ୍ୟୁସନ କରିବା ପାଇଁ ।ପିଲାଙ୍କ ସହିତ ମିଶିବାରେ ଯେଉଁ ଖୁସି ମିଳିଲା ସେଇଟା ଆଉ କୋଉଥିରେ ମିଳିବନି ବୋଲି ମୁଁ ବୁଝିସାରିଥିଲି ।ତେଣୁ ଆଉ ସେ ଆଡକୁ ମନ ଦେଇନି ,ତା ଛଡା ଆପଣ ବି ସେତେବେଳେ ସେଠି ନ ଥିଲେ ନା... ।

----ମାନେ......., ମୁଁ ନ ଥିଲି ବୋଲି ତୁମେ ଜାଣିଲ କେମିତି? ସେଠାକୁ କଣ ଆସିଥିଲ?

---ହଁ, ଯାଇଥିଲି, କିନ୍ତୁ ଆପଣଙ୍କର ବଦଳି ହୋଇ ଯାଇଥିଲା

ଶୁଣି ଫେରି ଆସିଲି ।

ମୁଁ ଏକ ଦୀର୍ଘ ଶ୍ଵାସ ଛାଡିଲି । ବିଶ୍ଵାସ ଆସିଗଲା ଯେ ମୋରି ପାଇଁ ହିଁ ବିଭା ଅବିବାହିତା ରହିଗଲା ।ତା'ନହେଲେ ମୋତେ ଖୋଜିବାକୁ କାହିଁକି ଯାଇଥାନ୍ତା ।ସୁଯୋଗଟା ହାତ ମୁଠାରୁ ଖସି ଯାଇଥିଲା ।

--ଆପଣ କେବେ ଏଠାକୁ ଆସିଲେ? ମିସେସ କଣ , ଗୃହିଣୀ ନା ଜବ କରନ୍ତି ?ଆଉ ପିଲାପିଲି ??ସମସ୍ତେ ଏଇଠି ଅଛନ୍ତି ?? ଏଇ କାରୋଲ ବାଗରେ ନା ଆଉ କୋଉଠି ??

ଓଃ ,ଏତେ ପ୍ରଶ୍ନ ଏକାଥରେ ..ତା'ର .ମୋ ବିଷୟରେ ଜାଣିବାର ବ୍ୟଗ୍ରତା ମୁଁ ଅନୁଭବ କରିପାରୁଥିଲି ତା’ ପ୍ରଶ୍ନରୁ ।ମୋତେ ଲାଜ ଲାଗୁଥିଲା ତା ପ୍ରଶ୍ନର ଉତ୍ତର ଫେରାଇବାକୁ ।ରାଜେନ୍ଦ୍ର ନଗରରେ ରହୁଥିବା ମୋ ବସାର ଠିକଣା ଦେଇ ତାକୁ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରି ଫେରି ଆସିଲି ।

**** ******

ଭୀଷଣ ମୁଣ୍ଡ ବିନ୍ଧୁଥିଲା । ଛୁଟି ନେଇ ଡାକ୍ତର ପାଖରୁ ଆସି ଶୋଇଛି ,ବାହାର କଲିଂ ବେଲଟି ବାଜି ଉଠିଲା । ଘରେ କାମ କରୁଥିବା ବାଈକୁ କବାଟ ଖୋଲିବାକୁ କହିଲି ମୁଁ ।ସନ୍ଧ୍ୟା ପାରେଇ ରାତି ପଶି ସାରିଥିଲା ।ମୁଁ ମୁଣ୍ଡକୁ ଚିପୁ ଥାଏ ଦୁଇ ହାତରେ ।

--ଆରେ, କଣ ହୋଇଛି?

ନାରୀ କଣ୍ଠରୁ ଜାଣିଲି ବିଭାବରୀ ଆସିଛି ,,,ଉଃ ,,ସତରେ ଆସିଛି ସେ ।

ବିଭାବରୀର ଖୋଜିଲା ଖୋଜିଲା ଆଖିରେ ଚାରିଆଡକୁ ଚାହିଁବାର ଦେଖି ମୁଁ କହିଲି

---କେହିନାହାନ୍ତି,

--ମାନେ ......?

----ମାନେ ମୁଁ ବ୍ୟାଚେଲର ।

ଅଧିକ ଉପକ୍ରମଣିକା ନ ଦେଇ ମୁଁ କହିଦେଲି ।

ତା ,ଆଖି ଯୋଡିକ ଆଶ୍ଚର୍ଯ୍ୟ ଓ ପରେପରେ ଉତ୍ଫୁଲ୍ଲିତ ଜଣାପଡିଲା ।ଆଉ ତା ପରେପରେ ଏକ ଅଦ୍ଭୁତ କାଣ୍ଡ କରିବସିଲା ।

--ଛାଡ଼ନ୍ତୁ, ହାତ ଉଠାନ୍ତୁ ମୁଣ୍ଡ ଉପରୁ, ମୁଁ ଘଷି ଦେଉଛି ।

କହି ସେ ମୋ ହାତକୁ ଟାଣି ବାହାର କରିଦେଇ ନିଜ ହାତରେ ମୋ ମଥାକୁ ଘଷିବାକୁ ଲାଗିଲା ।

----ଆରେରେ କଣ କରୁଛ? ତୁମେ ଯେ ମୋର ଅତିଥି ।

ମୁଁ ବିଭାର ହାତକୁ ଧରି ପକାଇଲି ।ବିଭାର ସ୍ପର୍ଶ ମୋ ଭିତରେ ଏକ ଆକୁଳତା ସୃଷ୍ଟି କରୁଥିଲା ।କେମିତି ...କେମିତି ସହ୍ୟ କରିପାରିଥାନ୍ତି ?ଓଃ ...ଏତେ ବର୍ଷ ପରେ ବି ମୋ ଭିତରେ କମ୍ପନ ....ପ୍ରୀତି ...ପ୍ରଣୟର ଆଉ ପ୍ରେମର ।

--ଅତିଥି କଣ ମଣିଷ ନୁହେଁ? ନା ତା'ର ମନୁଷ୍ୟତା ,ଆଖି ଆଗରେ ଜଣକୁ ଛଟପଟ ହେଉଥିବାର ଦେଖି ନୀରବ ରହିବା ??କୁହନ୍ତୁ ??

---ନା ...ନା ସେ କଥା ନୁହେଁ ଯେ ....

ମୋତେ ଆଉ ଆପଣ ସମ୍ବୋଧନ ନ କଲେ ଭଲ ଲାଗନ୍ତା ।

ବାଈ ଦୁଇ କପ ଚା’ ନେଇ ଆସିଲା ।--"ଔର କୁଛ ଚାହିୟେ ?

କ୍ୟା ......ୟେ ମେମସାଵ କୋ ପହଲି ବାର ଦେଖ ରହି ହୁଁ ,

କୁଛ ଅପନି ସି ଲଗତି ହୈ ....।"ଏକ ସଂକ୍ଷିପ୍ତ ମନ୍ତବ୍ୟ ଦେଲା ସେ ।

ବାଈଟି ଭଲ ମହିଳା ।ଅନ୍ୟ ମାନଙ୍କ ପରି ନୁହଁ ।କେହି ଆସିଲେ ଚା’ କରିଦେବାକୁ ସେ ଜାଣିଥାଏ ବୋଲି ବିଭା ଆସିବାରୁ ସେ ସେତକ ଆଣିଦେଲା ।ଯାହା କହିଲେ କରିଦିଏ ।ତା ମନ ରଖିବା ପାଇଁ ମୁଁ ତାକୁ ଆଗତୁରା ପଇସା ଦେଇଦିଏ ଆଉ ତା ସାଙ୍ଗକୁ ଭଲମନ୍ଦରେ ସାହାଯ୍ୟ କରିଦିଏ । ସେ ତେଣୁ ମୋ ବସାର କାମ ଛାଡେନାହିଁ ।

---ନା ...ନା ...ଯାହା ଦରକାର ମୁଁ ନିଜେ କରି ଖାଇ ପାରିବି ତୁମେ ତାକୁ ଯିବାକୁ ଦିଅ ।

ବିଭା ପାଖରୁ ସଙ୍ଗେ ସଙ୍ଗେ" ତୁମେ " ସମ୍ବୋଧନ ଶୁଣି ମୁଁ ଆଶ୍ଚର୍ଯ୍ୟ ହେବା ସହିତ ଭିତରେ ଭିତରେ ପୁରା ଓଦା ହୋଇଯାଉଥିଲି ।ବିଭା ମୋତେ ଭଲ ପାଏ କିନ୍ତୁ କହିପାରୁନି .....ମୁଁ ବି ତ କହିପାରୁନି ,ସେ ତ ସହଜେ ଝିଅ ।

ବାଈ ଚାଲିଯାଇଥିଲା ।ବିଭା ତା ଯିବା ପରେ କିଚେନକୁ ଯାଇ ସଙ୍ଗେ ସଙ୍ଗେ ଗାଜର ହାଲୁଆ କରିଆଣିଲା ।

--ନିଅ ମୋ ହାତ ରନ୍ଧା, ତୁମ ଘରେ ତୁମ ଜିନିଷରେ ରାନ୍ଧି କି ଦେଇଛି ।ଯାହା ବି ହେଉ ତୁମ କିଚେନ ମୋତେ ବହୁତ ଭଲ ଲାଗିଲା ।

ସେ ଆଉ ଅପେକ୍ଷା କଲାନାହିଁ ,ଚାମଚ ଧରି ଖୁଆଇବାକୁ ଆରମ୍ଭ କରିବାକୁ ଯାଉଥିଲା ବେଳେ ମୁଁ ତା ହାତ ଧରି କହିଲି…

---ଗୋଟେ କଥା କହିବି ......, ଏଇ ଦିନେ ଅଧେ ଖୁଆଇଲେ କଣ ହେବ? ସବୁ ଦିନ ତ ପୁଣି ମୁଁ ସେମିତି ରହିବି ନା ......।

ମୁଣ୍ଡ ଘଷି ଦେଇ ଯଥେଷ୍ଟ ଉପକାର କରିଛ ।ଆଖି ଖୋଲି ହେଉ ନ ଥିଲା । ଏବେ ଯାହା ହେଉ ଟିକେ ଆରାମ ଲାଗୁଛି ।ନିଜେ ଖାଇ ପାରିବି ।

କେମିତି ଅଡୁଆ ଲାଗୁଥିଲା ନିଜ କଣ୍ଠସ୍ଵର ନିଜକୁ ।ଏତେ ଲମ୍ବା ବ୍ୟବଧାନ ପରେ ବି ଏମିତି ଆପଣାର ଆଉ ଅଭିମାନ ଭରା କଥା ....କିନ୍ତୁ ଲାଗୁଥିଲା ଯେମିତି ଆମେ ପରସ୍ପର ପରସ୍ପରର ମାନସିକତାକୁ ବୁଝୁଥିଲୁ ଆଉ ଅନୁଭବ କରିପାରୁଥିଲୁ ।ବିଭା ଆଖିରେ ଦୁଇ ଟୋପା ଚକ ଚକ ଲୁହ ନିଗିଡି ଆସିଲା ।ମୁଁ ବ୍ୟସ୍ତ ହୋଇ ପଡ଼ିଲି ।

---କଣ ହେଲା? ମୁଁ କିଛି ଭୁଲ କହିଦେଲି କି ?

---ନା, ସବୁ ଭୁଲ ତ ମୋର ନା! ପୁରୁଷ କେବେ ଭୁଲ କରିପାରେ ? କେବେ ନୁହେଁ ।ମୋର ସାମାନ୍ୟ ଅବହେଳା ଯୋଗୁଁ ଏତେ କଷ୍ଟ ପାଇବି ବୋଲି ଜାଣି ନ ଥିଲି ।ଭାବିଥିଲି ନାରୀର ସ୍ଵଭାବ ସୁଲଭ ଲଜ୍ଜାଟିକୁ ତ୍ୟାଗ କରି କେମିତି ସମର୍ପଣର କଥାଟି କହିଥାନ୍ତି ?ମୁଁ ତ ଭାବିଥିଲି ସେଇ କଥାଟି ତୁମ ମୁହଁରୁ ଶୁଣିବି ବୋଲି ।କିନ୍ତୁ ସେତିକି ଶୁଣିବାକୁ ମୋତେ ଦଶ ବାର ବର୍ଷ ଲାଗିଗଲା । ବୋଧ ହୁଏ ସେତେବେଳେ କହିଥିଲେ ,ତୁମ ଇଗୋ ହର୍ଟ ହୋଇଥାନ୍ତା ନୁହେଁ ....। ବହୁତ ବଡ ଅଫିସର ନା ...! ତଥାପି ମୁଁ ତୁମକୁ ଦେଖା କରିବାକୁ ଯାଇଥିଲି ।କିନ୍ତୁ ତୁମେ ସେଠି ନ ଥିଲ ।

----ଓଃ, ହୋ ଥାଉ ବିଭା ସେତିକିରେ ରଖ ।ମୁଁ ମଧ୍ୟ କମ କଷ୍ଟ ପାଇନି ।ଆଜି ପର୍ଯ୍ୟନ୍ତ ମୁଁ ତ କେବଳ ତୁମରି ସ୍ମୃତିକୁ ପାଥେୟ କରିଛି ।କେମିତି କହିଥାନ୍ତି? ।ଯେତେ ଭଲ ପଦ ପଦବୀ ଥିଲେ ମଧ୍ୟ କେଉଁ ବାପା ମା ସେମାନଙ୍କର ଏକମାତ୍ର କନ୍ୟାକୁ ପିତୃ ମାତୃ ପରିଚୟ ହୀନ ପିଲା ସହ ଛନ୍ଦିଦେବେ ?? ସବୁ ଯନ୍ତ୍ରଣାର ଉପଶମ କଣ ଠିକ୍ ସମୟରେ ମିଳେ ବିଭା ? ହୁଏତ ଏଇଟା ହିଁ ଆମ ଭାଗ୍ୟ .......

କହି ମୁଁ ବିଭାର ଚିବୁକକୁ ସ୍ପର୍ଶ କରି ଲୁହ ପୋଛିବାକୁ ଯାଉଛି ,ବିଭା ମୋ ଛାତିରେ ଲୋଟି ପଡିଲା ଏବଂ ପିଲାଟି ପରି ଧକେଇ ଧକେଇ କାନ୍ଦିବାକୁ ଲାଗିଲା । ମୋ ଅନ୍ତର ଫାଟିପଡୁଥିଲେ ବି ପୁରୁଷର ଅହମିକା ନେଇ ସେତକ ପିଇ ଯାଉଥିଲି ଆଉ ମୋ ହାତ ଦୁଇଟି ବେଢି ଯାଉଥିଲା ଆପେଆପେ ବିଭାର ସମଗ୍ର ତନୁ ବଲ୍ଲରୀକୁ ,ଅଦ୍ଭୁତ ଆକର୍ଷଣରେ ।

ଏକ ଗଭୀର ଆବେଗରେ ସେ ମୁହଁ ଗୁଞ୍ଜି ଦେଉଥିଲା ମୋ ବକ୍ଷରେ ।କେଇଟା ଅସ୍ପଷ୍ଟ ଧାଡି ତା ମୁହଁରୁ ଶୁଣିବାକୁ ପାଇଲି "ମୁଁ କେବଳ ତୁମର ,ପିନାକୀ ..କେବଳ ତୁମର ହୋଇ ରହିବାକୁ ଚାହେଁ ।"

ବିଭାର ସାନିଧ୍ୟ ମୋତେ ସ୍ୱର୍ଗ ସୁଖ ଠାରୁ କିଛି କମ ଲାଗୁ ନ ଥିଲା । ସେ ସୁଖକୁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଜାବୋଡି ଧରି ରଖିବାକୁ ଚେଷ୍ଟା କରୁଥିଲି ।

ହଠାତ ମୁଣ୍ଡରେ ପୁଣି ଥରେ ଭୀଷଣ ଯନ୍ତ୍ରଣା ଅନୁଭବ କଲି ଛୋଟିଆ ଚିତ୍କାରଟିଏ ମୋ ପାଟିରୁ ବାହାରି ଆସିଲା --"ଓଃ " ବିଭା ବ୍ୟସ୍ତ ହୋଇପଡିଲା । କ'ଣ କରିବ କିଛି ବୁଝି ପାରିଲାନି ।

ମୁଁ ତାକୁ ବ୍ୟସ୍ତ ନ ହେବାକୁ କହିଲି ।ସେ ମୋ ମଥାକୁ ଧୀରେ ଧୀରେ ଚିପିଲା ।ମୋ ଆଖି ବୁଜିଗଲା ।......

…………………………..

ଲାଲ କୃଷ୍ଣଚୁଡା ଫୁଲରେ ଗଛଟି ଚମତ୍କାର ଦେଖାଯାଉଛି ।ଗଛ ଡାଳରେ ଦୁଇଟି ପକ୍ଷୀ ବସି ଟୁପୁର ଟାପୁରୁ ହେଉଛନ୍ତି ।

ହଠାତ ଆକାଶରେ କଳା ବଉଦ ଢାଙ୍କି ଦେଲା ।ଅସରାଏ ବର୍ଷା ମାଟି ଉପରେ ଛୁଇଁ ଗଲା ।ଆଃ ,କି ଚମତ୍କାର ଦୃଶ୍ୟ ...!!!ମୋ ଭିତରେ ସମୁଦ୍ରର ଉତ୍ତାଳ ତରଙ୍ଗ ଗୁରୁ ଗର୍ଜନ କରୁଛି ଯେପରି ।ମୋର ହୃତ ସ୍ପନ୍ଦନର ଗତି ବୃଦ୍ଧି ପାଇବାରେ ଲାଗୁଛି ।ମୁଁ ମୋର ଚେତନାର ବାହ୍ୟ ଜଗତକୁ ଚାଲିଯାଉଛି ।ସେଠି ଗାଢ ଅନ୍ଧାର ଆଉ ଖାଲି ଅନ୍ଧାର ।ସେଇ ଭିତରେ ମୁଁ ଦେଖିପାରୁଛି ,ଶୁଭ୍ର ବସନ ଆବୃତ ନାରୀ କେହିଜଣେ ଅଧରରେ ସ୍ମିତ ହସ ନେଇ ବାହୁ ପ୍ରସାରୀ ଇଙ୍ଗିତ କରୁଛି ...ତା ପାଖକୁ ଯିବା ପାଇଁ ।

କିଏ ...କିଏ ....ସେ ...? ସ୍ପଷ୍ଟ ଦେଖି ହେଉନାହିଁ ତା ମୁଖମଣ୍ଡଳ

.... ନା ,ସେ ଆଉ ଆଗକୁ ଆସୁନାହିଁ ।କ୍ରମଶଃ ଅପସରି ଯାଉଛି ତା'ର ଛାୟା ଦୂରକୁ ଆହୁରି ଦୂରକୁ ....ଆଖିର ଶେଷ ସୀମା ପର୍ଯ୍ୟନ୍ତ ..।ତା'ପରେ ପୁଣି ସେଇ ଅନ୍ଧକାର ଆଉ ଶୂନ୍ୟତା ..।

............

ହଠାତ ମୋ ଆଖି ଖୋଲିଗଲା ।ଖଟ ଉପରୁ ମୁଁ ଧଡପଡ ହୋଇ ଉଠି ବସିଲି ।ମୋର ସ୍ମରଣ ହେଲା ଯେ ,ମୋ ପାଖରେ ବିଭା ଥିଲା ।କିନ୍ତୁ କାହିଁ ସେ ? କୁଆଡେ ଗଲା ? ମୋ ଶୋଇପଡିବା ଦେଖି ସେ ଆଉ ଚାଲିଗଲା କି ?ଘର ବାହାର ଚାରିପଟେ ଖୋଜି ଆସିଲା ପରେ ତାକୁ ନ ପାଇ ନିରାଶ ହେଲି ।ପୁଣି ମଥାରେ ଯନ୍ତ୍ରଣା ଅନୁଭବ କରିବାରୁ ବିଛଣାରେ ଗଡିପଡିଲି ।କିନ୍ତୁ ଶାନ୍ତିରେ ଶୋଇପାରିଲି ନାହିଁ ।କଲିଂ ବେଲର ଶବ୍ଦରେ ବାଧ୍ୟ ହୋଇ ଉଠିବାକୁ ପଡିଲା ।ଯେଉଁ କାମବାଲୀ ବାଈଟେ ଘର କାମ କରେ ସେ ତା କାମ ସାରି ଚାଲିଯାଇ ଥିଲା ରାତ୍ରୀର ଆଗମନରେ ।ଅଗତ୍ୟା ଯାଇ କବାଟ ଖୋଲିବାକୁ ପଡିଲା ।ନିଜକୁ ବିଶ୍ୱାସ କରିପାରିଲି ନାହିଁ ,ସାମ୍ନାରେ ବିଭାବରୀ !!!!।

---କୁଆଡେ ଚାଲିଯାଇଥିଲ ??ମୁଁ ତମକୁ କେତେ ଆଡୁ ଖୋଜି ଆସିଲିଣି ।ଭାବିଲି, ବୋଧହୁଏ ମୁଁ ଶୋଇପଡିବାରୁ ପଳେଇଗଲ ।

ସେ ଆଶ୍ଚର୍ଯ୍ୟରେ କିଛି କ୍ଷଣ ଚାହିଁଲା ,----ମୁଁ କିନ୍ତୁ ଏବେ ଆସିଲି ତ ..ଟ୍ରାଫିକ୍ ଜାମ ଯୋଗୁଁ ଅନେକ ବିଳମ୍ବ ହେଲା ।ଆପଣ ଏ କଣ କହୁଛନ୍ତି ?

.................

ସିପ୍ରା ନାମତା

ବାରିପଦା

8249850168


Rate this content
Log in

Similar oriya story from Romance