Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Children Stories Inspirational

5.0  

Writer Roja Panda

Children Stories Inspirational

ମୂଲ୍ୟହୀନ ରାଜା

ମୂଲ୍ୟହୀନ ରାଜା

2 mins
503



ଥରେ ଜଙ୍ଗଲରେ ନିଆଁ ଲାଗିଗଲା । ସେଇ ନିଆଁର ଭୟରେ ଜଙ୍ଗଲର ସବୁ ପଶୁପକ୍ଷୀ ମାନେ ନିଜ ନିଜ ବାସସ୍ଥାନ ଛାଡି ଏଣେ ତେଣେ ଦୌଡ଼ିବାରେ ଲାଗିଲେ । ପୁରା ଜଙ୍ଗଲଟା ହୁତୁହୁତୁ ହେଇ ଜଳୁଛି । ପଶୁପକ୍ଷୀମାନେ ଭୟରେ ଜଙ୍ଗଲର ରାଜା ସିଂହ ପାଖକୁ ଗଲେ । ସିଂହ ତ ଖୁବ୍ ଉଚ୍ଚା ଏକ ପାହାଡ଼ ଗୁମ୍ଫାରେ ରହୁଥିଲା । ସେଥିପାଇଁ ସେଠାରେ ନିଆଁ ଲାଗିବାର ଭୟ ନଥିଲା ।ଜଙ୍ଗଲର ସମସ୍ତ ଜୀବଜନ୍ତୁ ଯେତେବେଳେ ନିଆଁରୁ ରକ୍ଷା ପାଇବାର ଉପାୟ ଖୋଜିବା ପାଇଁ ସିଂହକୁ ଅନୁରୋଧ କଲେ, ସିଂହ କହିଲା-ଯଦି ପ୍ରତ୍ୟେକ ଦିନ ତମେମାନେ ମୋ ପାଇଁ କିଛି ନୂଆ ନୂଆ ଖାଦ୍ୟ ସଂଗ୍ରହ କରିଦେବ ତେବେ ମୁଁ ତୁମକୁ ସାହାଯ୍ୟ କରିବି । ସବୁଦିନ ଗୋଟିଏ ପ୍ରକାର ଶିକାର ମତେ ଆଉ ଭଲ ଲାଗୁନି । ଜଙ୍ଗଲରେ ଏତେ ଜୀବଜନ୍ତୁ ଥାଇ ମଧ୍ୟ ମୋ ଶିକାର ସାମ୍ନାକୁ କେହି ଆସୁନାହାନ୍ତି । ସେଥିପାଇଁ ବୋହୁତ ସମୟ ମତେ ଉପାସରେ ରହିବାକୁ ପଡୁଛି । ତମେମାନେ ପ୍ରତିଦିନ କିଛି କିଛି ଶିକାର ଆଣି ମତେ ଦେବ ଏବଂ ତାର ପ୍ରତିବଦଳରେ ମୁଁ ତୁମକୁ ମୋ ପାହାଡ଼ି ଇଲାକାରେ ରହିବାକୁ ଦେବି । ଏସବୁ ଶୁଣି ସବୁ ଜୀବଜନ୍ତୁ ନିଆଁରୁ ରକ୍ଷା ପାଇବାର ଭୟରେ ସିଂହ କଥାରେ ରାଜି ହେଇଗଲେ । ଏମିତି କିଛିଦିନ ବିତିଗଲା । ପ୍ରତିଦିନ ଜୀବଜନ୍ତୁ ମାନଙ୍କ ମଧ୍ୟରୁ କେହି ନା କେହି ସିଂହର ଭୋଜନ ପାଇଁ ବଳି ପଡ଼ନ୍ତି । ଜଙ୍ଗଲରେ ମଧ୍ୟ ମାସ ମାସ ଧରି ନିଆଁ ଲାଗି ରହିଲା । ଫଳରେ ଜୀବଜନ୍ତୁ ମାନେ ଆଉ ଜଙ୍ଗଲ ଭିତରକୁ ନଫେରି ସେଇ ପାହାଡ଼ି ଇଲାକାରେ ରହିବାକୁ ବାଧ୍ୟ ହେଲେ । ଏମିତି ଧୀରେ ଧୀରେ ସିଂହ ପ୍ରତିଦିନ ଅଲଗା ଅଲଗା କରି ଜୀବଜନ୍ତୁ ମାନଙ୍କୁ ଖାଇଚାଲିଲା । ସିଂହ ଜଙ୍ଗଲର ରାଜା ବୋଲି ତାକୁ କେହି ପ୍ରତିବାଦ କରିପାରୁନଥିଲେ । ଶେଷରେ ଧୀରେ ଧୀରେ ଜଙ୍ଗଲର ସବୁ ଜୀବଜନ୍ତୁ ସିଂହର ଭୋଜନରେ ଲାଗିଗଲେ । ସିଂହର ଆହାର ପାଇଁ ଆଉ କିଛି ବି ରହିଲା ନାହିଁ । ବିନା କଷ୍ଟରେ ଆହାର ମିଳିଯାଉଥିଲା ବୋଲି ସିଂହ ଦରକାର ଠୁ ଅଧିକ ଭୋଜନ କରୁଥିଲା । ହେଲେ ଏବେ ତାର ଖାଦ୍ୟ ପାଇଁ ଆଉ କିଛି ନାହିଁ । ସେ ଭୋକରେ ଆଉଟୁ ପାଉଟୁ ହେଲା । ତାକୁ ମହାରାଜ,ମହାରାଜ କହି ଆଉ କେହି ଡାକୁନାହାନ୍ତି ମଧ୍ୟ । ସେ କ୍ରୋଧିତ ହେଲା । ହେଲେ ତା କ୍ରୋଧରେ ଡରିବାପାଇଁ ସେଠାରେ କେହି ନଥିଲେ । ଅନ୍ୟ ଦିନ ପରି ସେଦିନ ତାର ଜୟ ଜୟକାର କରିବାପାଇଁ ସେଠି କେହି ନଥିଲେ । ସେ ଖୁବ୍ ଏକୁଟିଆ ଅନୁଭବ କଲା । ଖୁବ୍ ଜୋର୍ ରେ ଚିତ୍କାର କଲା । ଏଣେ ତେଣେ ବୁଲି ଦେଖିଲା । ହେଲେ କେହି କୋଉଠି ନଥିଲେ । ପୁରା ଜଙ୍ଗଲଟା ମହାଶୂନ୍ୟ ପରି ଲାଗୁଥିଲା ତାକୁ । ନିଃସହାୟ ହେଇପଡ଼ିଲା ସେ । ଅନୁଭବ କଲା ଯେ ପ୍ରଜାଙ୍କ ବିନା ରାଜାର ମୂଲ୍ୟ କିଛି ନୁହେଁ । ଯଦି ସେ ସେତେବେଳେ ବିପଦରେ ପଡିଥିବା ତାର ନିରୀହ ପ୍ରଜାମାନଙ୍କୁ ବଞ୍ଚାଇ ରଖିଥାନ୍ତା ତେବେ ଆଜି ସେ ଏଭଳି ପରିସ୍ଥିତିରେ ପଡିନଥାନ୍ତା । ଆଜି ସେ ଆଉ ରାଜା ହେଇକି ନାହିଁ କାରଣ ତାର ଜୟ ଜୟକାର କରିବାପାଇଁ ତା ପ୍ରଜାଗଣ ତା ପାଖରେ ନାହାନ୍ତି । ପ୍ରଜାଙ୍କ ପାଇଁ ରାଜା । ପ୍ରଜା ନଥିଲେ ରାଜା ମୂଲ୍ୟହୀନ । 




Rate this content
Log in