Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବ୍ୟବସାୟ

ବ୍ୟବସାୟ

1 min
7.3K


ରଞ୍ଜିତ କୁମାର ସଗରିଆ

ରୀନା କାନ୍ଦି କାନ୍ଦି କହୁଛି - ‘‘ ମୋ ସ୍ୱାମୀକୁ ଛାଡ଼ିଦିଅନ୍ତୁ , ପ୍ଲିଜ୍‌ ... । ’’ କୁନି କୁନି ଛୁଆ ଦୁଇଟି କାନ୍ଦି କାନ୍ଦି ଦୌଡୁଛନ୍ତି ମା’ର ପଣତକାନିକୁ ଧରି । ପାଞ୍ଚ ସାତ ଜଣ ପୋଲିସ୍‌ ସାଗରକୁ ଧରି ଟାଣି ନେଇ ଯାଉଛନ୍ତି । ଆଉ ପଛରୁ କେତେଜଣ ତା’ ପେଛ ପେଛ – ମାରିଦିଅ , ପିଟିଦିଅ କହି କହି ଦୌଡୁଛନ୍ତି । ଷ୍ଟେସନ୍‌ର ପୋଲିସ୍‌ ଫାଣ୍ଡିରେ ରଖି ଏବେ ତାକୁ ଅନେକ କିଛି ପଚରାଉଚରା କରାଯିବ । ଶଳାର ବାହାଘରକୁ ଯାଉଥିବାବେଳେ ଏମିତି ଏକ ଘଟଣା ଘଟିବ ବୋଲି କିଏ ଜାଣିଥିଲା ... !

ସାଗର ଡରିବ କାହିଁକି ? ସେ ଏମିତି କ’ଣ ଭୁଲ୍‌ କରି ପକେଇଛି ଯେ ... ! ଷ୍ଟେସନ୍‌ର ପ୍ରତୀକ୍ଷାଳୟରେ ସ୍ତ୍ରୀ ପିଲାଙ୍କ ସହ ଖାଉଥିଲା ବେଳେ ଏକ ଭିକାରିଟିଏ ଆସି ହାତ ପତେଇବାରୁ ଖାଉଥିବା ରୁଟି ଖଣ୍ଡକଟିକୁ ସାଗର ଭିକାରି ହାତରେ ପକେଇଦେଲା । ଅଳ୍ପ ଖଣ୍ଡେ ଖାଇଛି କି ନାହିଁ ଭିକାରିଟି ତଳେ ଗଡ଼ି ଗଡ଼ି ରଡ଼ି ଛାଡ଼ିବା ଆରମ୍ଭ କରିଦେଲା । ଚାହୁଁ ଚାହୁଁ ଲୋକେ ଘେରିଗେଲ ତା’ ପରେ ପରେ ଆସିଗେଲ ପୋଲିସ୍‌ ଓ ଆମ୍ବଲାନ୍‌ସ୍‌ । ପୋଲିସ୍‌ ଫାଣ୍ଡିରେ ଦୀର୍ଘ ସମୟ ବସି ରହିଲା ସାଗର । ଶେଷରେ ନିଜର ସମ୍ପୂର୍ଣ୍ଣ ଠିକଣା ସହ ଦଶହଜାର ଟଙ୍କା ଗଣି ଦେଇ ମୁଣ୍ଡ ତଳକୁ ପୋତି ବାହାରି ଆସିଲା । ଯେମିତି ବି ହେଉ ଶଳା ବାହାଘରକୁ ଯିବାକୁ ହିଁ ପଡ଼ିବ । ଟ୍ରେନ୍‌କୁ ଅପେକ୍ଷା କରିଥିବା ସମୟରେ ଜଣେ ଚାବାଲାଠୁ ସାଗର ଶୁଣିବାକୁ ପାଇଲା ଏଇ କେତେକ ଦୁଷ୍ଟ ପ୍ରକୃତିର ଲୋକମାନଙ୍କର ଏଇଟା ଗୋଟିଏ ପାର୍ଟଟାଇମ୍‌ ବ୍ୟବସାୟ ।


Rate this content
Log in

Similar oriya story from Classics