Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Others

3  

Shibashis Padhee

Others

ଅଦ୍ଭୁତ ହିସାବ

ଅଦ୍ଭୁତ ହିସାବ

3 mins
692



କାଳବୈଶାଖୀ ଆସିବାର ପୂର୍ବାନୁମାନ କୁ ଖାତିର ନ କରି ସନ୍ଧ୍ୟା ଖଟିକୁ ପାଦ ବଢାଉଥିଲି ମୁଁ ! ଭୋଟ ର ଫଳାଫଳ ବିଷୟ ରେ ସରଗରମ ଆଲୋଚନା କୁ କିଛି ଦିନ ପାଇଁ ବିରାମ ଦେଇଥିଲା ଫନି କିନ୍ତୁ ଫଳାଫଳ ଘୋଷଣା ତାରିଖ ପାଖେଇ ଆସୁଥିବାରୁ ଆଲୋଚନା ର ମୁଖ୍ୟ ପ୍ରସଙ୍ଗ ରୁ ଧୀରେ ଧୀରେ ବିଦାୟ ନେଉଥିଲା ଫନି ! ସେଇ ରୋଚକ ଆଲୋଚନା ରେ ଭାଗ ନେବା ପାଇଁ ବର୍ଷାକୁ ଖାତିର ନକରି ଆଗଉଥିଲି ମୁଁ !


କିନ୍ତୁ ମାଡି ଆସୁଥିବା କାଳବୈଶାଖୀ ମୋତେ ବାଧ୍ୟ୍ୟ କଲା ଦୌଡ଼ି ଯାଇ ବନ୍ଦ ଥିବା ପାଖ ମାର୍କେଟ କମ୍ପ୍ଲେକ୍ସ ର ବାରଣ୍ଡା ରେ ଆଶ୍ରୟ ନେବା ପାଇଁ ! ଅନ୍ଧାର ଘୋଟି ଆସୁଥିଲା !ଲାଇନ ନିଜ ଧର୍ମ ପାଳନ ର ବାଧ୍ୟବାଧକତା ରେ କେତେବେଳୁ କଟି ଯାଇଥିଲା ! ତଥାପି ମୋ ଆଗରୁ ସେଠାରେ ଆଶ୍ରୟ ନେଇଥିବା ନଟବର ମଉସା ଙ୍କୁ ଚିନ୍ହିବାରେ ମୋର ଅସୁବିଧା ହୋଇ ନ ଥିଲା !


ବୟସ ଷାଠିଏ ହେଲେ ବି ଆମ ମାନଙ୍କ ସହ ଭଲ ମିଶନ୍ତି ନଟବର ମଉସା ଓରଫ ନଟ ମଉସା ! ତାଙ୍କ ସହ ଟିକିଏ ଥଟ୍ଟା ମଜା ଚାଲେ !ଗାଁ ମଝିରେ ତାଙ୍କ ଘର ! ଘରେ ଏକ କିରାନା ଦୋକାନ କରିବା ସହ ଋତୁକାଳୀନ ବ୍ୟବସାୟ କରନ୍ତି ! ତିନୋଟି ପୁଅ ! କାହାରି ବାହାଘର ହୋଇନି ! ବଡ ପୁଅ ଯେକି ଦୂର ସହର ରେ ଭଲ ଚାକିରୀ କରିଛି ତାକୁ ଚାଳିଶ ଛୁଇଁଲାଣି ତା ପାଇଁ କନିଆଁ ଖୋଜିବା ପାଇଁ ମୋତେ ଅନେକ ଥର କହିଛନ୍ତି କିନ୍ତୁ ଏକେତ ମଉସା ଙ୍କ ସାଙ୍ଘାତିକ କଞ୍ଜୁସପଣିଆ ଦୁଇ ରେ ମୋର ଆଗ୍ରହ ର ଅଭାବ ଯୋଗୁଁ ମୁଁ ଧ୍ୟାନ ଦେଇନି ସେଥିପାଇଁ ମୋ ଉପରେ ତାଙ୍କର ବିଶେଷ ଖୁସି ନ ଥିଲେ ସେ ! ଯେତେବେଳେ ଭେଟ ହେଲେ ବାରମ୍ବାର ସେହି କଥା କହୁଥିବାରୁ ତାଙ୍କୁ ଦେଖିଲେ ବାଟ ଭାଙ୍ଗି ଚାଲି ଯାଏ ମୁଁ ଆଜି କିନ୍ତୁ ଆଉ ଉପାୟ ନାହିଁ !


ମୋତେ ଦେଖି ପାଖ କୁ ଆସିଗଲେ ସେ !ଏପଟେ କାଳବୈଶାଖୀ ର ପ୍ରଭାବ ରେ ବର୍ଷା ଜୋର ଧରୁଥିଲା ମୋର ଆଉ ଖସିବାର ଉପାୟ ନ ଥିଲା ମୋତେ ଦେଖି କହିଲେ - “ଆରେ ମୁଁ ତତେ ବହୁତ ଦିନ ହେଲା ଖୋଜୁଥିଲି, ତୁ କଣ ଗାଁ ରେ ରହୁନୁ କି?? ମୋର କାମ କଥା ମନେ ଅଛି ଟି?? 


ବିଭିନ୍ନ ବ୍ୟସ୍ତତା ର ବାହାନା କରି ମୁଁ କହିଲି "

ମଉସା, ଆପଣ ଖାଲି ଝିଅ ଦେଖିବୁ କହିଲେ ହେବ କି, ଆପଣ କେଉଁ ଭଳିଆ ଝିଅ ଖୋଜୁଛନ୍ତି କହିବେ ହେଲେ ସିନା ମୁଁ ଦେଖା ଦେଖି କରିବି "

“ଝିଅ ଆଉ କଣ ପୁଅ କୁ ଯେମିତି ମାନିବ, ଟିକିଏ ସୁନ୍ଦର ତ ନିହାତି ଦରକାର, ପାଠ ବେଶି ନ ହେଲେ ବି ଚଳିବ “


ଆମ ଗାଁ ରେ ବିଖ୍ୟାତ ମଉସାଙ୍କ କଞ୍ଜୁସପଣିଆ କୁ ଧ୍ୟାନ ରେ ରଖି ପଚାରିଲି 

“ଆଉ ଦେବା ନେବା କଥା? “

ଏଥର ଟିକିଏ ଗମ୍ଭୀର ହୋଇଗଲେ ମଉସା ଆହୁରି ପାଖ କୁ ଆସି କହିଲେ 

“ଦେଖ ବାବୁ ବାହାଘର ଖର୍ଚ୍ଚତ ଯାହା ହେବା କଥା ହେବ !ଝିଅ ଟେ ଆସିବ !ତିନି ଓଳି ତ ଖାଇବ ଜୀବନ ସାରା, ତା ପାଇଁ କପଡା ଲତା ସବୁ ଦରକାର !ରୋଗ ବଇରାଗ କୁ ଔଷଧପାଣି ଖର୍ଚ୍ଚ ଅଛି ପୁଣି ସେ ଯିବ ଆସିବ! କମ ଖର୍ଚ୍ଚ ହେବ କି?? ଅତି କମ ରେ ତାର ଅଧା ତ ଆଣିବ ନା?? "


ମଉସା ଙ୍କ ହିସାବ କିତାବ ରେ ମୋ ମୁଣ୍ଡ ଗୋଳମାଳିଆ ହେଇ ଯାଉଥାଏ ତା ସହ ରାଗ ବି ପ୍ରବଳ ହେଉଥାଏ ତାଙ୍କୁ ପାନେ ଦେବା ପାଇଁ କହିଲି 


“ମଉସା ଯେଉଁ ଝିଅ ଆସିବ ସେ ଖାଲି ବସିଥିବ କି ଘର କାମଦାମ ବି କରିବ "


“ବଡ ବୋହୁ ହେବ ପରା ବସିବ କେମିତି “କହିଥିଲେ ମଉସା 


“ତାହେଲେ ସେ ତ ବସି ରହିବନି ମଉସା ଘର ଟି ଯାକର କାମ କରିବ ! ରାନ୍ଧିବ ବାଢ଼ିବ ଘର ସଫା କରିବ ଦରକାର ପଡିଲେ ବାସନ କୁସନ ବି ଧୋଇବ ! ତା ସ୍ୱାମୀ ସେବା ତ ଅଲଗା କଥା ତୁମେ ବି ରୋଗ ବଇରାଗ ରେ ପଡିଲେ ସେବା ଯତ୍ନ କରିବ ! ସରକାର ତ ନ୍ୟୁନତମ ମଜୁରୀ ଦିନକୁ ତିନିଶହ କେତେ କରିଛନ୍ତି ! ହିସାବ କରି ପକାଅ !ମୁଁ ଭାବୁଛି ତାର ଖାଇବା ପିଇବା ଖର୍ଚ୍ଚ ବାଦେ ତୁମକୁ ଦେବାକୁ ପଡିବ !ଯଦି ପ୍ରସ୍ତୁତ ଅଛ ମୁଁ କାଲି ପ୍ରସ୍ତାବ ଆଣୁଛି !”ନିଜକୁ ପୁରା ସାମାନ୍ୟ ରଖି କହୁଥିଲି ମୁଁ “ଏମିତି ହୁଏ କି ମୁଁ ଆଗରୁ ଭାବୁଥିଲି କିନ୍ତୁ ଆଜି ଜାଣିଲି ତୁ ନିହାତି ବଦମାସ ପିଲା "

କହି ଝିପି ଝିପି ବର୍ଷା କୁ ଖାତିର ନ କରି ଚାଲି ଯାଉଥିଲେ ମଉସା । ତାଙ୍କ ଯିବା ବାଟ କୁ ଚାହିଁ ମୁଁ ଭାବୁଥିଲି ମଉସା ସିନା ପରିବର୍ତ୍ତିତ ବିଷୟରେ ସମ୍ପୂର୍ଣ ଅଂଜ୍ଞ ତାଙ୍କ ପୁଅ ମାନେ ତ ଜାଣିଛନ୍ତି ଆଜିକାଲି ର ଯୁଗ ଚଳଣି ନା ସେମାନେ ବି ମଉସା ଙ୍କ ସହ ଏକମତ !ଏଇ ଚିନ୍ତାଧାରା ନେଇ କି ଝିଅ ତ ପାଇବେନି ସେମାନେ !ବାଡ଼ୁଅ ରହିବା ସାର ହେବ !


ମନ ଟା ଭଲ ଲାଗିଲାନି ବର୍ଷା ବି କମି ଆସୁଥିଲା ଖଟି କୁ ଯିବା ପାଇଁ ମନ ଡ଼ାକିଲାନି ଘର କୁ ପାଦ ବଢାଉଥିଲି ମୁଁ !



Rate this content
Log in