Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Inspirational Others

3  

Chinmayee Barik

Inspirational Others

ଶୁଖା

ଶୁଖା

4 mins
7.5K


-ଏକ-

ଆଜି "ମିଷ୍ଟି" ଉତକ୍ଷିପ୍ତ ।ନାମୀ ଦାମୀ ବ୍ୟବସାୟୀଙ୍କ ଏକ ମାତ୍ର ଝିଅ ସେ ।ଏତେ ସାହାସ ସେ ବାଳୁଙ୍ଗା ଟୋକାର ?ଡିସ୍କୋ ଭିତରେ ଡାନ୍ସ କରୁ କରୁ ସେ ନାଚିବା ବାହାନାରେ "ମିଷ୍ଟି"ର ଛାତିରେ ହାତ ମାରିଦେଇଛି ?କଣ ଅଛି ଏ ଛାତିଟାରେ ଯେ?ସବୁ ପୁରୁଷଙ୍କ ଆଖି ଆଉ ହାତ ତା ଉପରେ?

ଏମିତି ଆଉ ନୁହେଁ ତ?ଆବଶ୍ୟକତା ଠାରୁ ଅଧିକ ବେକ କଟା ଡ୍ରେସଟେ ପିନ୍ଧିଛି "ମିଷ୍ଟି"?

ମଣିଷ ଯେତେ ଧନୀ ହୁଏ ତା ପୋଷାକ ପତ୍ରରେ ସେତେ ଗରିବ ।ଯେତେ ବଡ ଘର ଝିଅ ହୋଇଥିବ ସେତେ ସ୍ୱଳ୍ପ ପୋଷାକ ।ଆଉ ବଡ ଘର ପୁଅଙ୍କର ଫଟା ଜିନ୍ସପେଣ୍ଟ ପିନ୍ଧିବାର ସଉକ ବି ଥାଏ ।ତାଜୁବ ହେବାର କିଛି ନାହିଁ ।ରାଜା ବେଳେ ବେଳେ ଚାଉଳ ଚୋବାଇବାକୁ ଭଲ ପାଆନ୍ତି ।

ଏଠି କଥା ଏତିକି କେବଳ ଯେ.... ଜଣେ ଦେଖାଇଲା ଆଉ ଜଣେ ହାତ ମାରିଲା ।

ସେ କଥାକୁ ନେଇ ଏତେ ହୋ ହାଲ୍ଲା ?ନାରୀ ଅସୁରକ୍ଷିତ ।ମେଡିଆ ବାଲାକୁ ଡକାଯାଉ ।ଫଟୋ ଉଠୁ ।ଶୋଭାଯାତ୍ରା ହେଉ ।ଧନୀଘର ଝିଅଙ୍କ ଇଜ୍ଜତ କଥା ।କୋଉ ଗରିବ ଝିଅର କଥା ଯେ?ରକ୍ତ ବୋହିଗଲେ ବି ମେଡିଆବାଲା,ପୋଲିସ୍ ବାଲାଙ୍କ ନିଦ ଭାଙ୍ଗେନି ।

ସହର ପୁରା ସଜାଗ ଆଜି ।

ହା,ହା...ନିଜ କୋମଳାଙ୍ଗକୁ ଢାଙ୍କି ପାରୁ ନ ଥିବା ଅସୁରକ୍ଷିତ ପୋଷାକ ପିନ୍ଧିଲାବେଳେ ଅଭିଭାବକ କୁମ୍ଭକର୍ଣ୍ଣ ନିଦ୍ରାରେ ଶୁଅନ୍ତି ।କିଏ ହାତ ମାରି ଜଗାଇ ଦିଏ ଯେ ଏହା ଅସୁରକ୍ଷିତ ଅଟେ ।ତା ପରେ ଚେତା ଭାଙ୍ଗେ ...ସହର ସଜାଗ ହୁଏ ଧନୀ ଲୋକର ଝିଅର ଇଜ୍ଜତ ଲାଗି ।

-ଦୁଇ-

"ଗୁରେଇ"ଯାଇଛି ଜଙ୍ଗଲରୁ କାଠ ଆଣିବାକୁ ।ସନ୍ଧ୍ୟା ହେଲାଣି ।ଫେରିବାକୁ ହେବ ।ତରତରରେ ଓହ୍ଲାଉଛି ପାହାଡରୁ ।ଅନ୍ତବସ୍ତ୍ର ହୀନ ଶରୀର ଦୋଳାୟ ମାନ ।ବଢିଲା ଦେହ ।ଗରିବପଣିଆରେ ପୁରା ଶାଢୀଟି ଘୋଡାଇ ହୋଇଛି ଶରୀର ସାରା ।

ଉଛୁଳା ଯୌବନ ଏଠି ବି କେଉଁ ଘୋଡାଇ ହୋଇ ପାରିଲା ବାର ହାତି ଶାଢୀରେ?"ସନିଆ"ର ନଜର ସେଇ ଛାତି ଉପରେ ।ଏଠି ଆଉ ଛାତି ପାଖରେ କଥା ରହିଲାନି ...ତଳକୁ ତଳକୁ ଖସିଲା ହାତ ....

ରାତି ଅଧରେ କାନ୍ଦି କାନ୍ଦି ଫେରିଲା "ଗୁରେଇ" ଘରକୁ ।ନଅ ପ୍ରାଣୀରେ ଘର ତାର ।ବୁଢା ବାପ ସବୁ ବୁଝିନେଲା ଗୁରେଇକୁ ଦେଖି ।କହିଲା ଯା...ଗାଧୋଇ ପଡିବୁ ।ରୋଷେଇ ଘର କଣରେ ଗରମ କ୍ଷୀର ଅଛି ଟିକେ ପିଇଦେବୁ ।ଦେହକୁ ଭଲ ଲାଗିବ ।ନ ହେଲେ କାଲି ସକାଳୁ ପାଣି ଆଣିବାକୁ କେମିତି ଯିବୁ ଯେ?

ହଁ,ସବୁ କାମ ଲାଗି ପୋଖରୀପାଣି ଯଥେଷ୍ଟ ।ହେଲେ ପିଇବାପାଣି ଟୋପେ ଲାଗି ଚାଲିବାକୁ ହୁଏ କୋଷେ ବାଟ ।ଏଠି ଉଧାରରେ ସବୁ ମିଳିବ ଟୋପାଏ ପିଇବା ପାଣିକୁ ଛାଡି ।ଏ ଶୋଷ ବି ଜୀବନ ନେଉଛି...... ଏ ଶୁଖା ଇଲାକାରେ ।

-ତିନି-

ମନ୍ତ୍ରୀଙ୍କ ସାମ୍ନାରେ "ମିଷ୍ଟି" କାନ୍ଦ କାନ୍ଦ ହୋଇ।ପାଖରେ ମିଷ୍ଟିର ଧନୀ ବ୍ୟବସାୟୀ ବାପା ।କିଛି ଗୋଟିଏ କରିବାକୁ ହେବ ।ଏମିତି ଇଜ୍ଜତକୁ ନିଲାମ ତ କରି ହେବନି ନା?

-ଆରେ ମା,କାନ୍ଦୁଛୁ କାହିଁକି ?ମୁଁ ଥିଲା ଯାଏ କିଛି ଭ୍ରଷ୍ଟାଚାର ହେବନି ଏ ଇଲାକାରେ ।ଲୋକଙ୍କ ବିଶ୍ୱାସ ମୁଁ ତୁଟେଇ ବିନି ।ଆମେ ରାଲି କରିବା,ମେଡିଆ ବାଲାଙ୍କୁ ଡାକିବା ।କିଛି ନ ହେଲେ କୋର୍ଟରେ ମାନହାନୀ କେଶ୍ ଠୁକି ଦେବା ।ସେ ଶଳାର ଚଉଦ ପୁରୁଷକୁ ଠିକଣା ବାଟଟେ ଦେଖାଇ ଦେବା।ଶଃ...କଣ ଭାବିଲା କି ସେ ଟୋକା ନାରୀ ମାନଙ୍କୁ? ଉଚିତ୍ ଶିକ୍ଷା ଦରକାର ତାକୁ ।ତୁ କାନ୍ଦନା ମା ।ଆ,ମୋ ପାଖକୁ ଆ।ମନ୍ତ୍ରୀ ଭାବବାବେଗ ହୋଇ ଏ କଥା କହୁ ଥିଲେ ।

ମିଷ୍ଟି କାନ୍ଦି କାନ୍ଦି ମନ୍ତ୍ରୀଙ୍କ ଦୋଳିରେ ବସିଲା ।ସ୍ନେହରେ ମନ୍ତ୍ରୀ ମିଷ୍ଟିର ପିଠିକୁ ଆଉଁସି ଦେଲେ ।ବିଚାରି ଖୁବ୍ ଡରି ଯାଇଛି । ହଉ,ତୋ କଥା ବୁଝିବା କହି ମନ୍ତ୍ରୀ ମହୋଦୟ ପାଟିରେ ପାନ ଗୁଞିଲେ ।

ଟିଭି,ପତ୍ରକାର ଏ ଘଟଣା ବ୍ୟାପିଲା ।ଗଣ ଆନ୍ଦୋଳନ ହେଲା,ସମାଲୋଚନା ହେଲା ।ମନ୍ତ୍ରୀଙ୍କ ସହ ମିଷ୍ଟି ବି ସଭା ସମିତିରେ ଯୋଗ ଦେଲା ନାରୀ ସଚେତନ ଲାଗି ।

-ଚାରି-

ବା'ର ଦେହ ଭଲ ରହୁନି ।ଔଷଧ କିଛି କାମ କରୁନି ।ଗୁରେଇ ଆଖିରେ ଅସହାୟତା ।ସେ ଦିନ ଘଟଣା ପର ଠାରୁ ସେ ବି ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଇଛି ।ସେତେ ସାହାସରେ ସେ ଆଉ କାଠ ଆଣିବାକୁ ଜଙ୍ଗଲକୁ ଯାଇ ପାରୁନି ।ଦିନ ଥାଉ ଥାଉ ଅଳ୍ପ କିଛି ନେଇ ଫେରି ଆସୁଛି ସେ ।ନଅ ଭାଇ ଭଉଣୀ ତା ହାତକୁ ଅନେଇଛନ୍ତି ।ବା'ଗୁଣିଗାରେଡି କାମ କରି କିଛି ରୋଜଗାର କରୁଥିଲା ।ଏବେ ସବୁ ବନ୍ଦ ।ଗୁରେଇ ଆଖିରେ ଏକ ସୀମାହୀନ ଅସହାୟତା ।

ନା ,ସେ ଦିନ ଆଉ ସଂଭାଳି ହେଲାନି ଆଉ ବା'କୁ ।ବିଳିବିଳେଇ ହେଲା ।ଦେହରେ ପୁରା ଜର ।ଗୁରେଇର କିଛି କରିବାର ନ ଥିଲା ,ଖାଲି ପାଟିରେ ଲୁଗା ବିଣ୍ଡା ଦେଇ ।ହଠାତ୍ ବା'କହିଲା ପାଣି ପାଣି...।ଗୁରେଇ ଉଠିଗଲା ପାଣି ଆଣିବାକୁ ।ହେଲେ....କଣ ଦେଖୁଛି ସେ??ମାଟି କଳସୀ ଫୁଟି ସବୁ ପାଣି ତଳେ ପଡି ଯାଇଛି ।ଟୋପେ ପାଣି ନାହିଁ ।ଦୌଡିଲା ଗୁରେଇ ଟୋପେ ପାଣି ଲାଗି ପଡିଶା ଘରକୁ ।କେତେ ଡହଳ ବିକଳ ଟୋପେ ପାଣି ଲାଗି ।ହେଲେ ନା...ମିଳିଲାନି ତାକୁ ପାଣି।କିଏ ଦେବ ଏତେ ଅମୂଲ୍ୟ ଜିନିଷ ରାତି ଅଧରେ ପୁଣି ଏ ଶୁଖା ଇଲାକାରେ?

ଗୁରେଇ ଆଣ୍ଠୁ ମାଡି ବସିଛି ...ଚିତ୍କାର କରୁଛି ...ପାଣି ..ପାଣି...

ସବୁ ଚିତ୍କାର ଆକାଶରେ ମିଳାଇ ଯାଉଛି ।ବା'ର କୁନ୍ଥୁ କୁନ୍ଥୁ ଆବାଜ ଶୁଣି ଗୁରେଇ ଧାଇଁଲା ବା'ର ବଖରାକୁ ।ବା'ପାଟି ଲଗାଇ ଚାଟୁଛି ଓଦା ମାଟିକୁ ଯେଉଁଠି କଳସୀରୁ ପାଣି ଧାର ଧାର ହୋଇ ମାଟିରେ ଶୋଷି ହୋଇ ଯାଇଛି ।ଗୁରେଇ ଏହା ଦେଖି କଚାଡି ହୋଇ ପଡିଲା ତଳେ ।

ବାହାରେ ଠକ୍ ଠକ୍ ଶବ୍ଦ ।ଗୁରେଇ କବାଟ ଖୋଲିଲା ।ଆଗରେ "ସନିଆ"...କଳସିଏ ପାଣି ଧରି ଠିଆ ହୋଇଛି ।କହିଲା ,ନେ ...ବା'କୁ ପିଆଇ ଦେ ।ଗୁରେଇ ଡରରେ ଥରୁଥିଲା ସନିଆକୁ ଦେଖି ।ସନିଆ ସବୁ ବୁଝିପାରୁଥିଲା ଗୁରେଇର ଆଖି ଦେଖି ।କହିଲା...ଡରନି...ମୁଁ ଖାଲି ପାଣି ଟୋପାଏ ଦେବାକୁ ଆସିଛି ।ଆଉ କିଛି ନୁହେଁ .....ଏତକ କହି ସନିଆ ଗୁରେଇକୁ ପଛ କରି ଚାଲିଗଲା ।

ବା'ଢକ ଢକ କରି ଅଧା କଳସୀ ପାଣି ପିଇଗଲା ।ଜୀବନ ବଂଚିଗଲା ମଣିଷର ।

-ପାଞ୍ଚ-

ନିଶାର୍ଦ୍ଧ ରାତିରେ ଶୁଖା ଧରଣୀ ଯେମିତି କୁହାଟ ମାରୁଥିଲା...

"ମନ୍ତ୍ରୀ"ଙ୍କ କୋଳରେ "ମିଷ୍ଟି"ର ଉଲଗ୍ନ ଶରୀର ବିଛାଡି ହୋଇ ପଡିଥିଲା ଆଉ "ସନିଆ"ର ଚଉଡା ପିଠି "ଗୁରେଇ"ର ଖୋଲା ଦେହକୁ ଢାଙ୍କି ରଖିଥିଲା .....।


Rate this content
Log in

Similar oriya story from Inspirational