Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

4.8  

Pranati Mahapatra

Inspirational

ଉପଯୁକ୍ତ ସମ୍ମାନ

ଉପଯୁକ୍ତ ସମ୍ମାନ

4 mins
7.6K


ପ୍ରତ୍ୟେକ ମଣିଷ ତା ଜୀବନରେ ଚାରୋଟି ଅବସ୍ଥା ଦେଇ ଗତି କରେ। ଯେମିତି ଶୈଶବ, କୈଶୋର, ଯୈ।ବନ ଆଉ ବାର୍ଦ୍ଧକ୍ୟ। ଏ ଚାରି ଅବସ୍ଥା ମଧ୍ୟରୁ ଶୈଶବ ଅବସ୍ଥା ପ୍ରାୟତଃ ମାତୃ ଗର୍ଭରୁ ଭୂମିଷ୍ଠ ପରଠାରୁ ଆରମ୍ଭ ହୋଇ ୮/୧୦ବର୍ଷ ଯାଏ । ଏହି ସମୟରେ ସେ ବେଳର ସ୍ମୃତି, ଅନୁଭୂତି ମାନସ ପଟରେ କିଛି ବି ରହେନାହିଁ। କିନ୍ତୁ କୈଶୋର ଅବସ୍ଥା ଖୁବ୍ ଆନନ୍ଦମୟ ହୋଇଥାଏ। ଅନେକ ସାଙ୍ଗସାଥି ମେଳରେ, ନିଶ୍ଚିନ୍ତ ମନରେ ଖେଳାବୁଲା,ପାଠପଢା ଇତ୍ୟାଦିରେ କେମିତି ସମୟ ଯେ ବିତିଯାଏ ଜାଣି ହୁଏନାହିଁ । କାରଣ ସୁଖର ମୁହୂର୍ତ୍ତ ଶୀଘ୍ର ଓ ଦୁଃଖଦ ମୁହୂର୍ତ୍ତ ଗୁଡିକ ବିଳମ୍ବରେ ଅତିକ୍ରାନ୍ତ ହୁଏ। ଏହି କୈଶୋର ବୟସରେ ପାଠପଢା ସମୟରେ କିଛି ନା କିଛି ଘଟଣା ବା ଦୁର୍ଘଟଣା ପ୍ରାୟ ଅନେକଙ୍କ ଜୀବନରେ ଘଟିଥାଏ। ଯାହାକୁ ପାଶୋରିବା ଭାରି କଷ୍ଟଦାୟକ। ଯେମିତି ନୂଆ ନୂଆ ସାଥୀ, ଅତି ଅନ୍ତରଙ୍ଗ ସାଥୀକୁ ଛାଡି ରହିବା। କାରଣ ସେତେବେଳେ ମନ ଚାହେଁ ନୂଆ ମନ,ନୂଆ ସାଥୀ। ଯୈ।ବନର ପ୍ରାକ୍ ସମୟ ତ । ସେତେବେଳେ ମନ ଚାହେଁ ମନ ପସନ୍ଦର ସାଥୀ ନେଇ ନୂତନ ନୀଡ଼ ରଚନା କରିବାକୁ ।

ସେତେବେଳର ବାଲ୍ୟସାଥି ଓ ନୂଆ ନୂଆ ପ୍ରେମ ବନ୍ଧନରେ ବାନ୍ଧିହୋଇଥିବା ମନପକ୍ଷୀକୁ ଭୁଲି ହୁଏନାହିଁ । ସେ ଯାହାବି ହେଉ ସ୍କୁଲର ଜୀବନ ଦଶମ ଶ୍ରେଣୀ ପର୍ଯ୍ୟନ୍ତ। ଯେତେବେଳେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ବୋର୍ଡ ପରୀକ୍ଷା ସରିଯାଏ, ଆଉ ବିଦାୟ ବେଳ ଉପନୀତ। ବଡ଼ ଦୁଃଖ ଦାୟକ ସେ ବିଦାୟ ବେଳା। ଯାହାକି ଅଭୁଲା ହୋଇ ରହିଯାଇଛି ସେହି ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଅଭିପ୍ସା ପାଇଁ ।

ଅଭିପ୍ସା...

ଅଭିପ୍ସା ସେହି ଗାଁର ଝିଅଟିଏ । ଭାରି ଅଲିଅଳି। ନିଜ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ। ସହପାଠୀ ଓ ସମପାଠିନୀଙ୍କସହ ବେଶ୍ ମିଷ୍ଟଭାଷୀ ହୋଇ ପାଠ ପଢା ପଢି କରେ। ସେହି ବର୍ଷ ଆରମ୍ଭରେ ତାଙ୍କ ସହିତ ଶୁଭଙ୍କର ନାମରେ ପିଲାଟିଏ ଆସି ପଢିଲା। ଶୁଭଙ୍କର ଘର ଅନ୍ୟ ଏକ ଜିଲ୍ଲାରେ। କୈ।ଣସି ପରିଚିତଙ୍କର ସହାୟତାରେ ଅଭିପ୍ସାର ଗାଁ ସ୍କୁଲରେ ସେମାନଙ୍କ ସହ ମିଶି ପାଠ ପଢିଲା। ଦେଖି ବାକୁ ବେଶ୍ ସୁନ୍ଦର ।ଗୋଟିଏ ଚାଉଳରେ ଗଢ଼ା ଯେପରି। ତାର ରୂପ ଅଭିପ୍ସା ମନରେ ଆପଣାର ଭାବ ସୃଷ୍ଟି କଲା। ଜୀବନ ସାଥୀର ଭାବ ନେଇ ଶୁଭଙ୍କର ସହ ସାଙ୍ଗହୋଇ ପାଠ ପଢିଲେ। ଅଭିପ୍ସା ମନେ ମନେ ଶୁଭଙ୍କରଙ୍କୁ ଭାରି ଭଲପାଏ। ଦିନେ ନ ଆସିଲେ ଶୁଭଙ୍କର ପାଖକୁ ଯାଇ ଦେଖାକରେ । ତା ସହ କଥା ହୋଇ ଖୁବ୍ ଖୁସି ହୋଇ ଯାଏ। ଏମିତି ଏମିତି ଭାବରେ ସମୟ ବିତିଯାଏ। ବନ୍ଧୁତ୍ୱ ମଧ୍ୟରେ ଖୁବ୍ ଖୁସିରେ ଦିନ ଗଡିଚାଲିଗଲା। ଦଶମ ଶ୍ରେଣୀର ପରୀକ୍ଷା ଶେଷରେ ଅନେକ ଦୁଃଖରେ ଉଭୟେ ଉଭୟଙ୍କୁ ବିଦାୟ ଦେଲେ।

କିଛିଦିନ ଧରି ଅଭିପ୍ସାକୁ ଆଦୈ। ଭଲ ଲାଗିଲା ନାହିଁ କି ଖାଇବା ପିଇବା ଶୋଇବା କୈ।ଣସିରେ ମନ ଲାଗିଲା ନାହିଁ। ତା ପରେ ଧୀରେ ଧୀରେ ସବୁ କିଛି ନିତ୍ୟନୈମିତିକ ଚାଲିଲା। ସେତେବେଳେ ତ ଆଜିକାଲି ଭଳି ନା ମୋବାଇଲ ଥିଲା ନା ଯୋଗାଯୋଗର ସେମିତି କିଛି ସହଜ ମାଧ୍ୟମ ଥିଲା; ଧିରେ ଧିରେ ଉଭୟେ ଉଭୟଙ୍କୁ ଭୁଲିଗଲେ। ଅଭିପ୍ସା ବଡ଼ ହୋଇଥିଲା। ବାପା ବୋଉ ବିବାହ ବନ୍ଧନରେ ବାନ୍ଧି ଦେଲେ। ଘର ସଂସାର ,କର୍ମଜଞ୍ଜାଳମୟ ଜୀବନ ଭିତରେ ଆବଦ୍ଧ ହୋଇ, ଭୁଲି ଯାଇଥିଲେ ପିଲାବେଳର ସ୍ନେହ ସଂପର୍କର ମୁହୂର୍ତ୍ତ ସବୁ।ଅନେକ ଦିନ ପରେ। କେମିତି କୈ।ଣସି ସାଙ୍ଗ/ସହପାଠୀଙ୍କ ମାଧ୍ୟମରେ ପୁଣି ଉଭୟେ ଉଭୟଙ୍କ ମୋବାଇଲ ନମ୍ବର ପାଇଗଲେ। ସେତେ ବେଳକୁ ଉଭୟେ ବିବାହର ୧୫/୧୬ ଅତିକ୍ରମ କରି ଶୈଶବ, କୈଶୋର ଓ ଯୈ।ବନାବସ୍ଥା ଅର୍ଥାତ ଜୀବନର ଅର୍ଦ୍ଧାଧିକ ସମୟ ଅତିକ୍ରାନ୍ତ କରି ସାରିଥିଲେ। ଆଉ ସେମାନଙ୍କ ମନରେ ନ ଥାଏ ନୂତନ ନୀଡ଼ ରଚନା କରିବାର ମୋହ। କାରଣ ଉଭୟଙ୍କର ଦୁଇଟି ସୁନ୍ଦର ନୀଡ଼ ହୋଇ ସାରିଥିଲା, ଯାହାକୁ ନେଇ ଖୁବ୍ ଖୁସି ଆନନ୍ଦରେ ଥାଆନ୍ତି।

ଯେହେତୁ ଅନେକ ଦିନ ପରେ ପୁଣି ପରିଚିତ ହେଲେ, ସେଥିପାଇଁ ସେମାନଙ୍କ ମନରେ ଥାଏ ଅନେକ ଖୁସି।କେବଳ ଉତ୍ତମ ବନ୍ଧୁ ଭାବରେ ଫୋନ୍ ରେ ଉଭୟେ କଥା ହୁଅନ୍ତି। କଥା ଛଳରେ ଦୁହେଁ ଦୁହିଁଙ୍କ ଦୁଃଖ ସୁଖ, ଭଲମନ୍ଦ ବିଷୟରେ ଆଲୋଚନା କରନ୍ତି। ଦୁହେଁ ଦୁହିଁଙ୍କୁ ଦେଖିବାକୁ ବହୁତ ଆଗ୍ରହୀ। ହେଲେ କେମିତି ଏହା ସମ୍ଭବ? ପୁଣି ପିଲାଦିନକୁ ତ ଫେରି ପାଇବେନି। ହେଲେ ପିଲାବେଳର ସହପାଠୀ, ଶିକ୍ଷକ ମାନଙ୍କୁ ଦେଖିବାର ପ୍ରବଳ ଇଛା ହେଲା। ଉଭୟଙ୍କର ସହମତିରେ ଦୁହିଁଙ୍କର ଯୋଜନାରେ ବାଲ୍ୟବନ୍ଧୁ, ସାଙ୍ଗସାଥି, ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ କିଛି ସମୟ ବିତାଇବା ପାଇଁ ଏକ ବନ୍ଧୁମିଳନର ଆୟୋଜନ କଲେ, ତାହା ପୁଣିଅଧ୍ୟୟନ କରିଥିବା ଗ୍ରାମ ସ୍କୁଲରେ।। ଦୁହେଁ ଦୁହିଁଙ୍କ ଠାରୁ ଏବଂ ଗାଁ ସ୍କୁଲରୁ ଯୋଜନ ଯୋଜନ ଦୂରରେ । ଏସବୁ କେମିତି ହୋଇପାରିବ। କେମିତି ଏତେ ବଡ କାର୍ଯ୍ୟକ୍ରମ କରିବାରେ ସଫଳ ରୂପାୟନ କରିବେ। ସେଥିପାଇଁ ଜଣେ ଗ୍ରାମବାଲ୍ୟବନ୍ଧୁର ସାହାଯ୍ୟ ନେଇ ଯୋଗାଯୋଗ ଆରମ୍ଭ କରିଥିଲେ।

ସେମାନଙ୍କର ଯୋଜନାର ମୂଳଲକ୍ଷ୍ୟ ଥିଲା ଅତି ଉତ୍ତମ। ଲକ୍ଷ୍ୟ ଏହା ଯେ, ଗାଁରେ ଅଧ୍ୟୟନ ସମୟର ସହପାଠୀଙ୍କ ସହ ଶିକ୍ଷକ, ପିଅନ,କିରାଣୀ ମାନଙ୍କୁ ଉପଯୁକ୍ତ ସମ୍ମାନରେ ସମ୍ମାନିତ କରି ,ସେମାନଙ୍କ ନିକଟରୁ ସ୍ନେହାଶ୍ରିବାଦ ଗ୍ରହଣ କରିବା ଓ ଆଗାମୀ ଭବିଷ୍ୟତ ପାଇଁ ପଥ ପରିସ୍କୃତ କରିବା ସହ ସହପାଠୀଙ୍କ ସହ କିଛି ସମୟ ବିତାଇ ଫେରିଯିବେ କୈଶୋର ସମୟକୁ। ରୋମନ୍ଥନ କରିବେ ବାଲ୍ୟ ବୟସର ଚପଳାମୀ,ଦୁଷ୍ଟାମୀ ଓ ସ୍ନେହ ପ୍ରେମର ଅଭୁଲା ମୁହୂର୍ତ୍ତ ସବୁ। ଅଭିପ୍ସା, ଶୁଭଙ୍କର ଓ ଅନ୍ୟ ଜଣେ ସହପାଠୀର ଦୀର୍ଘ ୩ ମାସର ଅକ୍ଳାନ୍ତ ପରିଶ୍ରମ, ଯୋଗାଯୋଗ ପରେ ଯୋଜନା ସଫଳ ରୂପାୟନ ହୋଇଥିଲା। ନିର୍ଦ୍ଧାରିତ ସମୟରେ ସବୁ ସହପାଠୀ ଓ ସମପାଠୀନୀଙ୍କ ସମେତ ଶିକ୍ଷକ ମାନେ ଆସି ଗାଁ ବିଦ୍ୟାଳୟରେ ଉପସ୍ଥିତ ହୋଇଥିଲେ। ଅପୂର୍ବ ମନୋରମ ପରିବେଶ ସୃଷ୍ଟି ହୋଇଥିଲା ସେଦିନ ସେ ବିଦ୍ୟାଳୟ ପ୍ରାଙ୍ଗଣ । ଶିକ୍ଷକଙ୍କ ପାଦପୂଜା କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ନିଜକୁ ଧନ୍ୟ ମଣି ଥିଲେ । ସଠିକ ସମୟରେ ଉପସ୍ଥିତ ଶିକ୍ଷକ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଫୁଲତୋଡା, ବ୍ୟାଚ୍,ମାନପତ୍ର, ଉତ୍ତରୀୟ ଏବଂ କିଛି ଉପଢୌକନ ପ୍ରଦାନ କରାଯାଇ ଉପଯୁକ୍ତ ସମ୍ମାନରେ ସମ୍ମାନିତ କରାଯାଇଥିଲା ତତ୍ ପରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଶିକ୍ଷକ ମାନଙ୍କ ନିକଟରୁ ଆଶୀର୍ବାଦର ପ୍ରଶଂସାପତ୍ର ଗ୍ରହଣ କରିଥିଲେ। ଅପୂର୍ବ ରୋମାଞ୍ଚକର ପରିବେଶରେ ସାମିଲ ହୋଇ ଥିବା ସମସ୍ତ ଛାତ୍ର ଛାତ୍ରଙ୍କର ଆଖିରେ ଖୁସିର ଆନନ୍ଦାଶୃ ବହି ଆସିଥିଲା ସେଦିନ।

ପବିତ୍ର ହୃଦୟରେ, ଆନନ୍ଦମୟ ପରିବେଶରେ ଶିକ୍ଷକଙ୍କ ପାଦ ପୂଜାକରି ଏବଂ ଉପଯୁକ୍ତ ଶିକ୍ଷକ ସମ୍ମାନରେ ସମ୍ମାନିତ କରି ନିଜ ଛାତ୍ର ଛାତ୍ରୀ ଜୀବନକୁ ସାର୍ଥକ କରିଥିଲେ। ଉପଯୁକ୍ତ ବନ୍ଧୁ ହୋଇଥିବା ଯୋଗୁଁ, ହୁଏତ ଏସବୁ ସମ୍ଭବ ହୋଇପାରିଥିଲା ସେଦିନ ସେମାନଙ୍କ ଜୀବନରେ। ପ୍ରକୃତରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷକତାକୁ ନିଜର ପେଶା ଓ ନିଶା ଭାବେ ଗ୍ରହଣ କରି ,ଶିକ୍ଷାର ପ୍ରଦୀପ ଜାଳି,ସତ୍ ଜ୍ଞାନ ପ୍ରଦାନ କରି ଏ ଭୂମଣ୍ଡଳରେ କୋଟି କୋଟି ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଓ ଉତ୍ତମ ଦେଶସେବକ ମାନ ଗଢି ଦେଶ ଗଠନର ସୁପରିଚାଳନାରେ ସହାୟତା ଯୋଗାଇ ଦେଉଛନ୍ତି ,ସେମାନଙ୍କୁ କ'ଣ ଉପଯୁକ୍ତ ସମ୍ମାନ ମିଳୁଛି? ନା ଯେଉଁ ମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢୁଛନ୍ତି,ସେମାନେ କ'ଣ ଏ ଶିକ୍ଷକ ମାନଙ୍କୁ ଉପଯୁକ୍ତ ସମ୍ମାନରେ ସମ୍ମାନିତ କରୁଛନ୍ତି? ଯଦି ପ୍ରତ୍ୟେକ ଛାତ୍ର ଛାତ୍ରୀ ତାଙ୍କ ଜୀବନରେ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଭାବେ ସମ୍ମାନିତ କରି ଭକ୍ତି ନୈବେଦ୍ୟ ପ୍ରଦାନ କରନ୍ତେ, ତେବେ ଦେଶରେ ଏତେ ହିଂସା,ଦ୍ଵେଷ, ଧର୍ଷଣ,, ରାହାଜାନୀ,,ଚୋରି,ଡକାୟତି ଆଦି ଅପ୍ରିତୀକର ଘଟଣା ମାନ ଘଟନ୍ତା ନାହିଁ। ବିଶ୍ଵ ଏକ ପରିବାର ଭଳି ଲାଗନ୍ତା ଓ ସବୁଆଡେ ଦୈବତ୍ୱର ପ୍ରକାଶ ହୁଅନ୍ତା।

ମୋର ଗୋଟିଏ ଛୋଟ ଅନୁରୋଧ-: ଛୋଟରୁ ବଡ଼,ଧନୀ ଗରିବ ନିର୍ବିଶେଷରେ ସମସ୍ତ ଛାତ୍ର ଛାତ୍ରୀ ନିଜ ଜୀବନରେ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ,ବାପା ମାଆ ଓ ଗୁରୁଗୁରୁଜନ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରି ଗୁରୁଆଶୀଷ ଲାଭ କରନ୍ତୁ ଏବଂ ଉତ୍ତମ ବାତାବରଣ ସୃଷ୍ଟି ପୂର୍ବକ ଆଗାମୀ ପିଢ଼ିଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବାର ପଥ ପରିସ୍କୃତ କରନ୍ତୁ । ତାହା ହେଲେ ଏ ସମଗ୍ର ବିଶ୍ୱରେ ଶାନ୍ତି ବିରାଜମାନ କରିବ ।


Rate this content
Log in

Similar oriya story from Inspirational