Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Tragedy Others

3  

Chinmayee Barik

Tragedy Others

ରୁମାଲ

ରୁମାଲ

3 mins
7.3K


ରୁମାଲ ରଖିଲେ ସଂପର୍କ ବିଗିଡିଯାଏ । ବୋଉଠାରୁ ଅନେକଥର ଶୁଣିଛି ସାସା । ତଥାପି ବାବାଙ୍କ ରୁମାଲଟା ଲୁଚାଇ ରଖିନେଇଛି ଗେଲ ହେଲା ବେଳେ । ବୋଉର କୋଳରେ ଅଚିନ୍ତାରେ ଶୋଇପଡେ ସାସା ହେଲେ ବେଳେବେଳେ ବାବାଙ୍କ ଛାତିରେ ଟିକେ ମୁଣ୍ଡ ଗେଂଜି ଶୋଇବାକୁ ବି ଇଛାହୁଏ । କିନ୍ତୁ ବାବା ସବୁବେଳେ ବିଜି ।ଘରେ ଥିଲେ ବି ଆଉ ଫୋନ୍ କଲେ ବି । ସାସା ଦୂରରୁ ଦେଖେ ବାବାଙ୍କୁ । ପାର୍ଟି ,ଫଙ୍କସନରେ । କେତେ ଲୋକଙ୍କ ଆଦର ଶୁଭେଛା ସେ ଗୋଟେଇ ନିୟନ୍ତି । ଭାରୀ ଖୁସି ଲାଗେ ବାବାଙ୍କ ପାରିବା ପଣିଆକୁ ଦେଖି ।

ମନଟା କିନ୍ତୁ ରୁକ୍ ରୁକ୍ ହୁଏ ବାବା ପାଖରେ ଟିକେ ଘସି ନେସି ହେବାକୁ । ବାବାଙ୍କ ଦେହର ଗନ୍ଧ ଭଲ ଲାଗେ ସାସାକୁ । ବାବାଙ୍କ ବିଛଣାରେ ଅନେକ ଥର ହାତ ବୁଲାଏ । ବାବାଙ୍କ ନିର୍ଭୟ ହାତଟେ ମଥା ତାର ଖୋଜୁଥାଏ ।ହାତରେ ହାତ ଧରି ଗପି ଚାଲନ୍ତା,ଆଇସ୍କ୍ରିମ ଖାଆନ୍ତା,ମନ ଇଛା ବୁଲନ୍ତା । ଏହା ହୋଇ ପାରନ୍ତା ଯଦି ବାବା ଗୋଟିଏ ସାଧାରଣ ମଣିଷ ହୋଇଥାଆନ୍ତେ । କିନ୍ତୁ ସେ ଖୁବ୍ ପପୁଲାର୍ ତାଙ୍କ ବିଜନେସ୍ ରେ । ପ୍ରତିଷ୍ଠା ,ପ୍ରତିପତି ମଣିଷର ସଂପର୍କକୁ ଦୂରେଇ ଦିଏ । ହେଲେ ବୋଉ କୁହେ ରୁମାଲ୍ ନେଇଗଲେ ସଂପର୍କ ତୁଟିଯାଏ । ବୋଉ ଜାଣେନି ବାବାଙ୍କ ରୁମାଲଟା ଚୋରାଇ ଆଣିଛି ସାସା ।

ବୋଉ କେମିତି ଜାଣିବ ଯେ ଏଇ ରୁମାଲ ଭିତରେ ସେ ପାଏ ତା ବାବାଙ୍କୁ । ବାବାଙ୍କ ମନପସନ୍ଦର ପରଫ୍ୟୁମ୍ ରହିଛି ଏ ରୁମାଲରେ । ବାବାଙ୍କ ଝାଳ ବି ଲାଗିଛି । ସିଗାରେଟ୍ ଗନ୍ଧ ବି ଅଛି । ବେଳେବେଳେ ଲାଗେ ସାସାକୁ ଚାରିଚଉତା ହୋଇ ରହିଛି ତା ଜୀବନ ଏ ରୁମାଲଟା ଭିତରେ । ତା ବାବା ଦୁନିଆର ସବୁଠୁ ଭଲ ମଣିଷ । ତାଙ୍କୁ ସେ ଖୁବ୍ ଆଦର କରେ ।ପାଖରେ ପାଇବାକୁ ଇଛା କରେ । ଖୁବ୍ ଡେରୀ ରାତିରେ ବାବା ଫେରନ୍ତି । ସାସା କବାଟ କଣରୁ ଦେଖେ । ଭାରୀ ଥକ୍କାରେ ଶୋଇଥାଆନ୍ତି । ଇଛା ହୁଏ ପାଦ ଚାପି ଚାପି ଯାଇ ବାବା ଛାତିରେ ମୁଣ୍ଡ ରଖି ଶୋଇ ଯାଆନ୍ତା କି? କିନ୍ତୁ ପାରେ ନି ସେ ।ବୋଉ ପାଖରେ ମୁଡିମାଡି ହୋଇ ଶୁଏ । ତକିଆ ତଳେ ବାବାଙ୍କ ରୁମାଲ୍ ଟି ଚାରି ଚଉତା ହୋଇ ରହିଥାଏ ।

ବାବା ମନେ ପଡିଲେ ରୁମାଲ ଟିକୁ ଆଉଁସି ପକାଏ ସାସା । ମୋ ବାବା..ପାଟିରୁ ତାର ବାହାରି ଆସେ । ଗୋଟିଏ ମେଜିକ୍ ଟଚ୍ ଭଳି ଲାଗେ । ଏଇ ରୁମାଲଟି ହିଁ ବାନ୍ଧି ରଖିଛି ତାକୁ ତା ବାବା ସହ । ବୋଉ କଉଠୁ ବୁଝିବ ଏତେ କଥା ?ରୁମାଲଟିରେ ହିଁ ସେ ବାନ୍ଧି ରଖିଛି ସଂପର୍କ ଟିକୁ ।ନ ହେଲେ ବାବା ଆଉ ବୋଉର କଥା ତ ଖୁବ୍ କମ୍ ।ଶୋଇବା ଘର ବି ଅଲଗା ଅଲଗା ।

ସାସାକୁ ଲାଗେ ଆଜି ବାବାଙ୍କ ରୁମାଲଟି ତା ପାଖରେ । କାଲି ବାବା ବି ତା ପାଖକୁ ଆସିଯିବେ । ମନ ଭରି ବୁଲିବ,ନାନାବାୟା ଗପ ଶୁଣିବ,ଗାଲରେ ଗାଲ ଘଷି ଗେଲ ହେବ । ସାସାର ସବୁ ସ୍ୱପ୍ନ ଭାଙ୍ଗିଯାଏ,ଯେଉଁ ଦିନ ବୋଉ କୁହେ .ତୋ ଜିନିଷ ପେକିଂ କର୍ । ତୋ ବାବା ମୋତେ ଡିଭୋର୍ସ ଦେବେ । ଆମେ ଆଉ ତାଙ୍କ ପାଖରେ ରହି ପାରିବାନି ।ସାସା ଯେମିତି କଚାଡି ହୋଇ ପଡେ । ବାବାଙ୍କୁ ଛାଡି ସେ କେମିତି ରହିବ ଯେ ?? ସେ ତ ତା ବାବା । ଆଉ କାହାରି ନୁହେଁ । ସେ କାହିଁକି ଯିବ ଏ ଘରୁ ? ବାବା ତାର,ବୋଉ ତାର,ଆଉ ଘର ବି ତାର ତ?

ହେଲେ ସାସା ଯାହା ଭାବେ ସେମିତି ହୁଏନା । ବୋଉର ଆଉ ତାର ଜିନିଷ ପେକିଂ ହୁଏ । ବାବା କିଛି ନ ପଚାରି କୁଆଡେ ଚାଲି ଯାଆନ୍ତି । ସାସା କାନ୍ଦୁ ଥାଏ ।

ସତରେ ସେ ବୋଉ କଥା ମାନି ଥାଆନ୍ତା କି? କାହିଁକି ଲୁଚାଇ ରଖିଲା ସେ ବାବାଙ୍କ ରୁମାଲ ? ସେଥିଲାଗି ବୋଧେ ବାବା ବୋଉର ଡିଭୋର୍ସ ହୋଇଗଲା । ହେଲେ ସେ ତ ରୁମାଲରେ ସଂପର୍କଟିଏ ବାନ୍ଧି ରଖିବାକୁ ଚାହୁଁ ଥିଲା ।

ରୁମାଲ୍ ଟି ପ୍ରତି ତାର ରାଗ ଆସୁଥିଲା,ଘୃଣା ଆସୁଥିଲା ..ଏହାରି ଲାଗି ଏତେ କଥା ..ହେଲେ ଘରୁ ବାହାରିଗଲା ବେଳେ ସାସା ଅଣ୍ଡାଳୁଥିଲା ସେ ରୁମାଲ୍ ଟି ତକିଆ ତଳେ । ସେଥିରେ ବାବାଙ୍କ ଦେହର ଗନ୍ଧ ଥିଲା..ଥଲା ଚାରି ଚଉତା ହୋଇ ବଂଚିଥିବା ସାସାର ଜୁଳୁଜୁଳୁ ଜୀବନଟେ.... ତା ବାବାର ରୁମାଲ ଭିତରେ ।

Lucy


Rate this content
Log in

Similar oriya story from Tragedy