ଶୁଆ
ଶୁଆ
ପଞ୍ଜୁରୀ ଭିତରେ ଶୁଆଟି ବହୁତ ଆଦରରେ ରହିଥାଏ। ଦୈନିକ ପିଜୁଳି ସପୁରୀ ଅଙ୍ଗୁରୁ ଆଦି ଫଳ ତାକୁ ଖାଇବାକୁ ଦିଆ ଯାଇଥାଏ । ସେତକ ନୁହଁ ଛେନା ସର ଲବଣି ମଧ୍ୟ ତାକୁ ଦେଇଥାନ୍ତି ତାର ଘରର ଲୋକମାନେ। ଆଦରରେ ରାଣୀ ବୋଲି ଡାକନ୍ତି ଯେମିତି ସେ ପରି ରାଇଜର ରାଣୀଟିଏ ପରି ଦେଖାଯାଇଥାଏ। ସମସ୍ତ ସଦସ୍ୟ ପରିବାରରେ ତା ପାଇଁ ନୂଆ ନୂଆ ଦରବ ମାନ ଆଣିଥା'ନ୍ତି। ଯେ ବଜାରକୁ ଗଲା ସେ କିକି ନା କିଛି ତା ପାଇଁ ଆଣିଥାଏ। ଚିନୁ ମିନୁ ତାଙ୍କ ଘରର ଦୁଇଟି ପିଲା ସେମାନେ ମଧ୍ୟ ତା ପାଇଁ ନୂଆ ନୂଆ ଦରବ ଆଣିଥାନ୍ତି। ଶୁଆଟି ମଝିରେ ମଝିରେ ଗେହ୍ଲେଇ ଗେହ୍ଲେଇ କହେ ଚନା ଚନା । କାରଣ ଚଣା ତାର ବହୁତ ପ୍ରିୟ ଖାଦ୍ୟ ।
ସେହି ଘରେ ଗୋଟିଏ ବିଲେଇ ରହୁଥାଏ ତାର ନାମ ଚିକି । ଚିକି ମଧ୍ୟ ସମସ୍ତ ଙ୍କର ବହୁତ ପ୍ୟାରୀ । ସମସ୍ତେ ତାକୁ ବହୁତ ଭଲ ପାଉଥିଲେ। କିନ୍ତୁ ରାଣୀ ଠାରୁ ଟିକେ କମ । ଚିକିକୁ ବହୁତ ଇର୍ଷା ହଉଥିଲା। ଘରର ଯେତେକ ମୂଷା ମୁଁ ମାରୁଛି କିନ୍ତୁ ଏମାନେ ରାଣୀକୁ କାହିଁକି ଏତେ ଭଲ ପାଉଛନ୍ତି? ଗେହ୍ଲା କରୁଛନ୍ତି। ସେ ଏମିତି ବହୁତ ଭାବେ ।
ଦିନେ ଦେଖେଇ ଦେଖେଇ ରାଣୀକୁ କହିଲା ହଁ ଲୋ ତୋର ସେତିକି ଭାଗ୍ୟ ଯେ ବସି ଶୋଇ ଖାଉଛୁ । କେଡେ ଭାଗ୍ୟବାନ ତୁ କହିଲୁ ! ପରିବାର ସାରା ଲୋକଙ୍କର ତୋରି ଉପରେ ଆଖି । କଣ ମାୟା ଲାଗେଇଚୁ କି ଲୋ ପରିବାରରେ। ଚିନୁ ମିନୁ ବି ସ୍କୁଲରୁ ଆସିଲେ କି ନାହିଁ ତୋରି ପାଖରେ। ହଉଲୋ ତୋ ଧରମ ମୋ କରମ !
ରାଣୀ କିନ୍ତୁ କହୁଥାଏ ନା ଲୋ ଚିକି ନାନୀ ତୁ କାହିଁ ଜାଣିବୁ । ବଣରେ ମୋର ସାରା ପରିବାର । ବାପା ମାଆ ଭାଇ ଭଉଣୀ ସବୁ ମୋତେ ଖୋଜୁଥିବେ। ମୋର ବଣଟା ପୁରା ସାଙ୍ଗ ପରି । ମୋତେ ଲାଗୁଚି ବଣର ସମସ୍ତ ପଶୁପକ୍ଷୀଙ୍କର କୋଳାହଳ ଆଜିବି ମୋ କର୍ଣ୍ଣ ଗହ୍ୱରରେ କମ୍ପନ ସୃଷ୍ଟି କରୁଛି। ସେଇଟି ଗୋଟିଏ ମାୟା ହୋଇଯାଇଥିଲା । ଏଠି କ'ଣ ମୁଁ ଦିନସାରା ଏଇ ପଞ୍ଜୁରୀ ଭିତରେ ପଡି ରହୁଛି । ଭୋକ ଲାଗିଲେବି ସେମାନଙ୍କ ଇଛାରେ ମେଞ୍ଚେ କେଞ୍ଚେ ଦେଉଛନ୍ତି। ଏଇଟା କଁ ମୋର ପ୍ରକୃତରେ ଖୁସି । ନାଇଁଲୋ ନାନୀ ମୁଁ ବହୁତ ଦୁଃଖରେ ରହିଛି । ସେ କଥା ଜାଣିବୁ କେଉଁ ଠୁଁ।
ଚିକିର କିନ୍ତୁ ରାଣୀ ଉପରେ ବହୁତ ଇର୍ଷା । ସେକେମିଟି ଛଳନାରେ ଆସି ଦୈନିକ କଥା ହୁଏ। ଏମିତି ରାଣୀକୁ ଉଚ୍ଚା ଆଉ ନିଜକୁ ଭାଗ୍ୟହୀନର ଦ୍ୱାହିଦେଇ ଚାଲିଯାଏ।
ରାଣୀ ସହିତ ପାଖରେ ରହୁଥିବା ଟୁଲୁ ନାମକ ଭୁଆଁ ବିଳେଇ ସହିତ ମିତ୍ରତା ହେଇଗଲା। ଟୁଲୁ ମଝିରେ ମଝିରେ ଘରକୁ ଆସେ। ଟିକେ ଅମାର ସନ୍ଧିରେ ବସି କଥା ହୋଇ ଚାଲିଯାଏ । ସେ ବି ରାଣୀର ସୁଖରେ ରହୁଥିବାର ଅବସ୍ଥାକୁ ଅନୁଭବ କଲା। ଚିକି ଆଉ ସେ ବେଳେବେଳେ ବସି ଚିକି ବିଷୟରେ କଥା ହୁଅନ୍ତି। ଟୁଲୁ ଆସିଲେ ଚିକି ତାକୁ ବୁହେ କହିପକାଏ ରାଣୀ ୟେ ଖାଇଛି ସେ ଖାଇଛି ଏମିତି ଅନେକ। ଟୁଲୁର ଲକ୍ଷ ରାଣୀର କଅଁଳ ମାଂଶ ଉପରେ। ତାକୁ କେମିତି ମାରି ଖାଇବ। ଦିନେ ଟୁଲୁ ଆଉ ଚିକ ଦୁହେଁ କଥା ହେଉଥିଲେ । ଟୁଲୁର ମୁଖ୍ୟ ପ୍ରସଙ୍ଗ ରାଣୀକୁ ହତ୍ୟା କରି ଖାଇବା।
ଦିନେ ଟୁଲୁ, ରାଣୀକୁ ଦେଖା କରିବାକୁ ଆସିଲା । ଆସି ଦେଖେତ ଚିକି ଘରେ ନାହିଁ । ଘରଟା ଖାଲି ଲାଗୁଥିଲା । ଏମିତି ସୁବିଧା ଆଉ କେବେ ମିଳିବ ନାହିଁ। ସିଧା ଚାଲିଲା ରାଣୀ ପଞ୍ଜୁରୀ ପାଖକୁ। ଟୁଲୁ କହିଲା ଆଜି କେହି ନାଁହାନ୍ତି। ମୁଁ ତୋତେ ମାରି ଖାଇବି।
ରାଣୀ କହିଲା ମୁଁତ ପଞ୍ଜୁରୀ ଭିତରେ ଅଛି ତମେ ମୋତେ କେମିତି ଖାଇବ । ଯଦି ଖାଇବାକୁ ଚାହଁ ତେବେ ପଞ୍ଜୁରୀ ଫାଟକ ଖୋଲ । ଆଉ ଭିତରକୁ ଆସ । ଟୁଲୁ କହିଲା ହଉ ମୁଁ ଖୋଲି ଭିତରକୁ ଯାଉଛି । ସିଧା ପିଞ୍ଜରାର ଫାଟକ ଖୋଲି ଭିତରକୁ ପଶି ଗଲା । ଆଉ ପଛକୁ ବୁଲିବାକୁ ପଞ୍ଜୁରୀରେ ଜାଗାର ଅଭାବ ହେତୁ ଟୁଲୁ ପଞ୍ଜୁରୀରେ ସମ୍ପୂର୍ଣ୍ଣ ଫସି ଯାଇଥିଲା । ନା ପଛକୁ ଫେରି ହେଉଛି। ରାଣୀ ଏହାର ସୁଯୋଗ ନେଇ ସୀଧା ଫୁର । ନୀଳ ଆକାଶରେ ମିଶି ଯାଇଥିଲା। ହେଲେ ଟୁଲୁତ ପଞ୍ଜୁରୀ ଭିତରେ ଫସି ରହିଥାଏ । ଘରଲୋକ ଆସି ଦେଖେ ତ ରାଣୀ ପଞ୍ଜୁରୀ ଭିତରେ ନାହିଁ। ଭୁଆଁ ବିଳେଇକୁ ଦେଖି ବହୁତ ରାଗ ଆସିଲା ।ଏଇଟା ଆମ ରାଣୀକୁ ଖାଇଛି। ଚିକି ଘରେ ଅଛି ବୋଲି ବିଲେଇଙ୍କ ଅଡ୍ଡା ଆମ ଘର ହେଇ ଗଲାଣି। ଚିକି ଆଉ ଟୁଲୁକୁ ବହେ ଛେଚି ଦେଇଗଲେ।