Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଉପବାସ
ଉପବାସ
★★★★★

© Soumya Shubhadarshinee

Others

5 Minutes   7.0K    13


Content Ranking

"କେଉଁ ମାନେ ଉପବାସ କରୁଛନ୍ତି"? କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରଶ୍ନ କଲେ।

ନୀରା କେବଳ ଜଣେ ଓଃ!....

ନୀରା ର ସୋମବାର ଉପବାସ ଧୀରେ ଧୀରେ ବ୍ୟଥିତ କରିବାକୁ ଆରମ୍ଭ କରିଥିଲା। ନୂଆ ଚାକିରୀ ପରେ ବିଭିନ୍ନ କାର୍ଯ୍ୟକ୍ରମ ରେ ବ୍ୟସ୍ତତା ଭିତରେ ଉପବାସ ବଡ଼ କଷ୍ଟ ଦେଉଥିଲା।

ମା' ସବୁବେଳେ କୁହେ

'' କାର୍ଯ୍ୟରତ ମହିଳା ପାଇଁ ଏ ବାର ବ୍ରତ ନୁହେଁ। "

ନୀରା କିନ୍ତୁ ବୁଝେଇ ପାରେନି ନିଜ ବିଶ୍ୱାସ କୁ ଆଉ ନିଜ ମନକୁ। ସେଇ ଈଶ୍ୱର ବିଶ୍ୱାସ ଦିଏ ପ୍ରତ୍ୟୟ, ନିଜ କୁ ସବୁଠୁ ଅସହାୟ ମୁହୂର୍ତ୍ତରେ କରେ ସାହସୀ, ହାରି ଯାଉଥିବା ଧର୍ଯ୍ୟ କୁ ପୁଣି ଗଢି ଦିଏ, ଏକାକୀ ଲଢ଼ିବାକୁ ସାମର୍ଥ୍ୟ ଦିଏ ପରିସ୍ଥିତି ସହ ଆଉ ସବୁ ପ୍ରତୀକୁଳ ପରିବେଶ ସହ।

ଆୟୁଷ କୁହନ୍ତି " ତୁମେ ଈଶ୍ୱର ଙ୍କୁ ଭୟ କରୁଥିବା ଆର୍ତ୍ତି , ତୁମେ କେବେ ଭକ୍ତ ନୁହେଁ।".

ସେଇଟା ବି ଠିକ ଲାଗେ ନୀରା କୁ । ପ୍ରକୃତରେ ଭକ୍ତ ହେବା ପରି ଈଶ୍ୱର ଚେତନା କାହିଁ ଆଜିର ସାଧାରଣ ମଣିଷ ପାଖରେ? ......

ଆଜି ସଭିଏଁ କେବଳ ଆର୍ତ୍ତି , ଯେ ନିଜର ସୁରକ୍ଷା ପାଇଁ ପ୍ରଭୁଙ୍କ ଶରଣାପନ୍ନ ହୁଏ ସବୁବେଳେ।

କିନ୍ତୁ କଳି କାଳ ରେ ଆର୍ତ୍ତି ଟିଏ ହେବା ବି କଣ କମ!.....

ସେତିକି ସୌଭାଗ୍ୟ ଦେଇଛନ୍ତି ପ୍ରଭୁ ସେତିକି ରେ ଆନନ୍ଦ।

ବଡ଼ ବାପା କହୁଥିଲେ

" ଧନ୍ୟ ସେ କହିବ ବିପତ୍ତିଙ୍କି ମନେ ଯେ ପକାନ୍ତି ଶ୍ରୀପତିଙ୍କି"

ସତ ବିଲକୁଲ ଷୋହଳ ଅଣା ସତ । ବିପତ୍ତି ରେ ହିଁ ଈଶ୍ୱର ଙ୍କ ସ୍ଥିତି ଉପଲବ୍ଧ ହୁଏ ଆଜିର ମୁହୂର୍ତ୍ତରେ!......

ନୀରା ର ରହିଛି ଗୋଟେ ପୂଜା ପାଠ ପ୍ରତି ଆକର୍ଷଣ। ସେଇ ଆକର୍ଷଣ ରୁ ସୃଷ୍ଟି ଏଇ ଉପବାସ। ଶ୍ରୀ ବୈଦନାଥ ମହାପ୍ରଭୁ ଙ୍କ ପାଦ ପଦ୍ମ ରେ ଆଶ୍ରୟ ନେଇ ସେ କରୁଛି ଆର୍ଚ୍ଚନା।କେହି କଣ ସେ ସମର୍ପଣ ର ମହତ୍ତ୍ଵ ବୁଝିପାରେ?.......

**********

ଦିଲ୍ଲୀରେ କମ୍ପ୍ୟୁଟର ସଂକ୍ରାନ୍ତିୟ ଟ୍ରେନିଂ

କାର୍ଯ୍ୟକ୍ରମର ପରିଚାଳକ ଯେବେ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ବୁଝୁଥିଲେ। ନୀରା ସେଇ ନିର୍ଦ୍ଦିଷ୍ଟ ଉପବାସ ର ଭୋଜନ ପାଇଁ ଅନୁରୋଧ କରୁଥିବା ସମୟରେ ସେନ୍ ସାର୍ କହିଲେ " ମାଡାମ୍ ବାହାରକୁ ଆସି ସେଇ ଚିରାଚରିତ ପୂଜାର୍ଚ୍ଚନା କରିବା ସମ୍ଭବ ନୁହେଁ। ଦେହ ଆସୁସ୍ଥ ହେଇଯିବ!"

ନୀରା ଭାବୁଥିଲା , କାହିଁକି ସବୁ ଦୃଷ୍ଟି ତା ଉପରେ? ନିଜ ର ଇଚ୍ଛା ରେ ସେ କରୁଛି ପୂଜା , ଅନ୍ୟମାନଙ୍କ ର କଣ ସମସ୍ୟା? କିନ୍ତୁ ନା ,ଅଛି ସମସ୍ୟା କାରଣ କିଛି ବି ବ୍ୟତିକ୍ରମ ଦେଖିଲେ ସମସ୍ୟା ସୃଷ୍ଟି ହୁଏ ମଣିଷ ଭିତରେ। ଆଉ ସେଇ ମୁହୂର୍ତ୍ତରେ ପ୍ରତ୍ୟକ କିଛି ନା କିଛି ଟୀକା ଟିପ୍ପଣୀ ଦେବାକୁ ଖୁବ୍ ଆଗ୍ରହ ଦେଖାନ୍ତି!....

ନୀରା କେବଳ ସ୍ମିତହାସ୍ୟ ଦେଇ ସେନ୍ ସାର୍ ଙ୍କୁ ଆଡେଇ ଗଲା। ଆଉ ନିଜ କାମ ରେ ଗଭୀର ଭାବେ ମନୋନିବେଶ କଲା। ଭଲ ଲାଗୁଥିଲା ପରିବେଶ ଆଉ କାର୍ଯ୍ୟକ୍ରମ। ଗୋଟେ ସ୍ନିଗ୍ଧ ସତେଜତା ଥିଲା ପରିବେଶ ରେ ଆଉ ଗୋଟେ ମୁଗ୍ଧ ଆକର୍ଷଣ ଥିଲା ସୁରଭି ମାଡାମଙ୍କ ପଢା଼ ରେ। ସୁନ୍ଦରୀ ଆଉ ସ୍ମାର୍ଟ ଝିଅ ଟା କମ୍ପୁଟର ରେ ବିଚକ୍ଷଣ । ଚମତ୍କାର ଭାବେ ତରଙ୍ଗାୟିତ ସ୍ୱରରେ ଆନିମେସନ ପିକ୍ଚର ତିଆରି ଶିଖେଇଲା ପୁରା ମସ୍ତ । ନୀରା ଥିଲା ସେଥିରେ ନିମଗ୍ନ।

ସରିଗଲା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମ। ଏବେ ଆସିଲା ସେଇ ମୁହୂର୍ତ୍ତ ଯେଉଁଠି ନୀରା ଥିଲା ଏକାକୀ। ସଭିଏଁ ଏକତ୍ରିତ ହେଉଥିଲେ ମଧ୍ୟାହ୍ନ ଭୋଜନ ପର୍ଵ ପାଇଁ। ପରିଚାଳନା ଦାୟିତ୍ବରେ ଥିବା ଭଦ୍ର ଲୋକ ଖୋଜୁଥିଲେ ନୀରା ଦାସ କୁ ଯେକି ଆଜି ଉପବାସ ରେ।

କ୍ୟାଣ୍ଟିନ୍ ରେ ଫଳାହାର ର ବନ୍ଦୋବସ୍ତ କରାଯାଇଥିଲା ନୀରା ପାଇଁ। ନୀରା ମନେ ମନେ ଧନ୍ୟବାଦ ଦେଲା କର୍ମକର୍ତ୍ତା ଙ୍କୁ।

ଏକାକୀ ନୀରା ଭାବୁଥିଲା ଆଜି ତା'ର ଗୋଟେ ଛୋଟ ପରୀକ୍ଷା , କେତେ ଧର୍ଯ୍ୟ ଅଛି ତା ' ଭିତରେ ! କେତେ ନିଷ୍ଠା ଅଛି ତା ' ସମର୍ପଣ ରେ! କେତେ ବିଶ୍ୱାସ ଅଛି ନିଜ ଉପରେ। ଏମିତି ମୁହୂର୍ତ୍ତରେ ହିଁ ମଣିଷ ର ପ୍ରକୃତ ସ୍ୱରୁପ ବୁଝାଯାଏ।

ଘରେ ଥିଲେ କରିଥାନ୍ତା ଗୁଆ ଘିଅ ପରଟା, ଗୁଆଘିଅ ଛୁଙ୍କ ନଡ଼ିଆ ଆଉ ଜିରା ଲଙ୍କା ଗୁଣ୍ଡ ଦିଆ ଡାଲମା, ମିଠା, ଆଉ ରାତିରେ ପଣା। ସୋମବାର ଡାଲମା ବହୁତ ସ୍ୱାଦିଷ୍ଟ ଭାରି ଶ୍ରଦ୍ଧା ତା'ର।

ତାର ତନ୍ଦ୍ରା ଭାଙ୍ଗିଲା ଯେବେ ସୁସଜ୍ଜିତ ପ୍ଲେଟ ଟିଏ ଆସିଲା ନୀରା ପାଇଁ ସ୍ପେସିଆଲ!

ନୀରା ଦେଖିଲା ଫଳ , ଓଃ ଏସବୁ କିଏ ଫଳ ବୋଲି କୁହେ? ଗାଜର,କାକୁଡି ହେ ପ୍ରଭୁ ! ଆଉ ଦହି ତା' ପୁଣି ସାଧା , ମିଠା ଦହି ଟିକେ ବି ଦେବାକୁ ହେଲାନି!

ଦିଲ୍ଲୀର ଉପବାସ ଖାଦ୍ୟ ଆଉ କଣ କୁହାଯିବ। କିଛି ଆଉ ନାହିଁ ବିକଳ୍ପ ତେଣୁ ସେଥିରେ ହିଁ କରିବାକୁ ହେବ ସନ୍ତୁଷ୍ଟି।

ସେଇ ଭୋଜନ ପର୍ଵ ସାରି ପୁଣି ଫେରିଲା ସେ କାର୍ଯ୍ୟକ୍ରମ କୁ । ଆଉ ନିଜକୁ ବୁଝେଇ ଆରମ୍ଭ କଲା ନିଜ କାମ। ସନ୍ଧ୍ୟା ରେ ଚା' ପାନ ପର୍ଵ ଯଦିଓ ତାର କେବେ ଆବଶ୍ୟକ ହୁଏନି।ଆଜି କିନ୍ତୁ ସେ ନେଲା ସେ ପାନୀୟ ର ସହାରା।

ରାତ୍ରି ଭୋଜନ ଚିନ୍ତା ଆଜି ଆସିଲା ଟିକେ ଅଧିକ , କିନ୍ତୁ ପ୍ରକୃତରେ କେବେ ସୋମବାର ରାତ୍ରି ଭୋଜନ କରେ ନାହିଁ ସେ। ହେଲେ ଆଜି ! ଟିକିଏ ନିଜ ମନସ୍କ ହେଇ ଚିନ୍ତା କଲା ଯାଇ ଭେଟିଆସିବ ସେ କର୍ମକର୍ତ୍ତା ଙ୍କୁ ଆଉ କହିବ ଫଳ ଆଣିବେ , ଆବଶ୍ୟକ ଅଛି ରାତିରେ। ସେ ଆଜି ଉପବାସ ରେ!......

କ୍ୟାଣ୍ଟିନ୍ ରେ ପହଞ୍ଚି ନୀରା ଖୋଜିଲା କିଏ ବୁଝୁଛନ୍ତି ରାତ୍ରି ଭୋଜନ ସଂକ୍ରାନ୍ତ ରେ? ଆସିଲେ ଜଣେ ବୃଦ୍ଧ ମିଷ୍ଟର ଚୌହାନ ।

ନୀରା କହିଲା, " ରାତ କେଲିଏ ଫଳ ଚାହିଏ, ଆଜ ବ୍ରତ ହେ।"

" ଫଳ ତୋ ନେହିଁ ହେ ଜି, ଦହି ମିଲ ଯାଏଗି"..

ନୀରା ରାତିରେ ଦହି କେବେ ଖାଏନି । ଥଣ୍ଡା ହୁଏ ଆଉ ଶାଶୁ ବି ମନା କରନ୍ତି। କଣ ଆଉ କହିବ। କିନ୍ତୁ ନିରବ ରହିଲେ ବି ଅସୁବିଧା, ଭୋକ ଲାଗିବ ନିଶ୍ଚିତ। ଟିକେ ଅନୁରୋଧ କରିବାକୁ ହେବ।

" ଆପ କୁଛ ଫଳ ଲେ ଆଇଏ ଦହି ସେ ନେହିଁ ହୋ ପାଏଗା"

ନୀରା କହିଲା।

ଯା ହେଉ ସେ ରାଜି ହେଇଗଲେ ଆଉ ରାତ୍ରି ଭୋଜନ ରେ ଫଳାହାର ର ବନ୍ଦୋବସ୍ତ କରିବେ କହିଲେ।

ସେ ଫେରିଲା ନିଜ ରୁମ କୁ। ହେଇଯାଇଥିଲା କ୍ଲାନ୍ତ , ଇଚ୍ଛା ହେଉଥିଲା ଶୋଇ ଯିବ। କିନ୍ତୁ ଘରୁ ଦୂରରେ ଲାଗୁଥିଲା ଟିକେ ଭିନ୍ନ ଆଉ ଉପବାସ ଥିଲା ସତରେ ଯନ୍ତ୍ରଣା ଦାୟକ।

ନୀରା ଆସି ଫ୍ରେସ ହେଲା ଆଉ ବସିଲା କମ୍ପ୍ୟୁଟରରେ । କିଛି ପ୍ରାକ୍ଟିସ ତ କରିବାକୁ ହେବ । ନିଜ ଦାୟିତ୍ୱ ରୁ ବିମୁଖ ହେବାର କେବେ ଦେଖାଯାଇ ନାହିଁ ନୀରା ପାଖରେ। ଯେତେ ପ୍ରତିକୂଳ ପରିସ୍ଥିତି ହେଉ ପଛେ ସେ ସବୁବେଳେ ନିଜ କାମକୁ ପ୍ରାଧାନ୍ୟ ଦେଇଆସିଛି।

ସମୟ ତ ମୁକ୍ତ ବିହଙ୍ଗ , ଉଡିଯାଏ ଅଚିରେ। ରାତ୍ରି ଭୋଜନ ର ସମୟ ଆସିଗଲା। ଆଉ ନୀରା କୁ ଯିବାକୁ ହେଲା ଡାଇନିଂ ହଲ।

ସଭିଏଁ ସୁଦୃଶ୍ୟ ଭୋଜନ ସହ ହସ ଖୁସିରେ ଗପ ଜମେଇ ବସିଥିଲେ। ନୀରାକୁ ଅସହଜ ଲାଗିଲା ସେ ପରିବେଶ। ସେ ଯେ ଉପବାସ ରେ !

କାଉଣ୍ଟର ରେ ପହଞ୍ଚି ନୀରା ଯେବେ ଫଳାହାର ସଂକ୍ରାନ୍ତରେ ପଚାରିଲା , ବଡ଼ ବିଚିତ୍ର ଦୃଷ୍ଟି ରେ ଦେଖିଲା କ୍ୟାଣ୍ଟିନ୍ ର ପିଲାଟି।ଆଉ ଜଣାଇଲା ସେ ଜଣେନି, କିନ୍ତୁ ବୁଝିକି ଜଣେଇବ। ପ୍ରତୀକ୍ଷା କରିବାକୁ କହି ପିଲାଟି ବୁଝିବାକୁ ଚାଲିଗଲା।

ନୀରା ବସି ରହିଲା ଗୋଟେ ଟେବୁଲ ରେ ଚୁପ୍ ଚାପ ବିନା ଖାଦ୍ୟରେ। ଏଇଠି ପରିସ୍ଥିତି ହେଲା ପୁଣି ବିରକ୍ତିକର, ସଭିଏଁ ଆସି ଟିକେ ପଚାରି ଯାଉଥାନ୍ତି ତାକୁ ,"ଆରେ ଖାଉନ ,ବସିଛ କଣ?" । ଓଃ କାହିଁକି ସଭିଏଁ ଏତେ ଆଗ୍ରହୀ? ନୀରା କିଛି କହିଲା ନାହିଁ କେବଳ ହସିଲା।

ଫଳ ପ୍ଲେଟ ଟି ଆସିଲା ପନ୍ଦର ମିନିଟ ପରେ। ଆଉ ସେଥିରେ ଥିଲା ଅମୃତଭଣ୍ଡା। କେବେ ବି ଖାଏନି ସେ । ସେଇଟା କଣ ଫଳ?......

ରାତି ରେ ବି ଲାଗିଲା ଅଭୁକ୍ତ । କିନ୍ତୁ କିଛି ତ ଉପାୟ ନାହିଁ। ଫେରିଲା ସେ ରୁମ କୁ ଆଉ ଶୋଇବାକୁ ଚେଷ୍ଟା କଲା।

ରାତ୍ରି ର କୋଳ ରେ ମନେ ପଡିଲେ ଘର ଲୋକ ଆଉ ପୁଅ। ତା ସହ ଆଜିର ଦିନ ଚର୍ଯ୍ୟା। ହେଲେ ବଡ଼ ବିଚିତ୍ର କଥା ଭୋକ ଆଉ କଷ୍ଟ ଦୁଇଟି ଅନୁଭବ ନଥିଲା । ନୀରା ଭାବୁଥିଲା ତା ପରୀକ୍ଷା ସାରିଯାଇଥିଲା ଆଉ ସେ ବୋଧେ ଉତ୍ତୀର୍ଣ୍ଣ ହେଇଛି ବିଶ୍ୱାସ ପରୀକ୍ଷାରେ ଭଲ ଭାବରେ।

ଈଶ୍ୱର ହସୁଥିଲେ ନିଶ୍ଚିତ , ତାଙ୍କ ପରୀକ୍ଷାର୍ଥୀ ର ପ୍ରଚେଷ୍ଟା ରେ।

ଉପବାସ କାର୍ଯ୍ୟରତ ଆକର୍ଷଣ

Rate the content


Originality
Flow
Language
Cover design

Comments

Post

Some text some message..