Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational

2  

Chittaranjan Lenka

Inspirational

ଏଇତ ଦୁନିଆ (3)

ଏଇତ ଦୁନିଆ (3)

2 mins
1.3K


 

ଏତିକି ଦିନ ଭିତରେ ମୁଁ ଯାହା ଅନୁଭବ କରିଛି, ମଣିଷକୁ ଉପରକୁ ଉଠିବା ପାଇଁ ସିଡିଟିଏ ଆବଶ୍ୟକ l ତା ପରେ ସେ ଭୁଲି ଯାଏ ସେ ସିଡିକୁ l ସୁରଭି କଥା ହିଁ କହୁଛି ମୁଁ l ସୁରଭି ମୋ ବିଭାଗରେ କାମ କରେ l ଆମେ ଦୁହେଁ ସହକର୍ମୀ l କାହିଁକି କେଜାଣି ମୋତେ ଝିଅଟି ବହୁତ ଭଲ ଲାଗୁଥିଲା l ମୋର ନିଜର ଭଉଣୀ ନାହିଁ କି ଝିଅ ମଧ୍ୟ ନାହିଁ l ତେଣୁ ମୁଁ ତା ପ୍ରତି ଆକୃଷ୍ଟ ହୋଇଥିଲି l ସେ ତା ପରିବାର ବିଷୟରେ କହେ l ତା ଝିଅ କଥା କହେ l କେମିତି ତା ପରିବାର ଲୋକ ତା ଝିଅ ପ୍ରତି ସନ୍ତୁଷ୍ଟ ନୁହଁନ୍ତି ସେ କଥା ବି କହେ l ସେ ତା ଝିଅକୁ ନେଇ ଅଲଗା ରହୁଛି l ବହୁତ ଲୋକ ବହୁତ କଥା କୁହନ୍ତି ତା ବିଷୟରେ l ମୁଁ କିନ୍ତୁ ଶୁଣେନି କାହା କଥା l ଆଜି ଭାବୁଛି ଭୁଲ କରିଥିଲି l ମୋର ତା ପ୍ରତି, ତା ଝିଅ ପ୍ରତି ସମବେଦନା ଥିଲା l ତା ଝିଅ ଜନ୍ମଦିନ ପାଇଁ ସେ ମୋତେ କହିଥିଲା ଗୀତଟିଏ ଲେଖିଦେବା ପାଇଁ l ଏପରିକି ତାର ପଦୋନ୍ନତିରେ ବି ମୋର ପ୍ରଛନ୍ନ ହାତ ଥିଲା l କିନ୍ତୁ ପଦୋନ୍ନତି ପରେ ଅଚାନକ ମୁଁ ତା ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କଲି l ଆସ୍ତେ ଆସ୍ତେ ସିଏ ମୋତେ ବେଖାତିର କଲା l ମୁଁ କୌଣସି କଥା ଦେହକୁ ନିଏନା l ଦିନେ ତା ଝିଅ କୌଣସି ଏକ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ହେତୁ ସେଦିନ ସେ ସମସ୍ତଙ୍କ ପାଇଁ ଦୋସା ମଗେଇଲା l ସେ ଦିନ ମୋ ବୋଉର ଦେହ ଖରାପ ପାଇଁ ମୁଁ ବହୁତ ବ୍ୟସ୍ତ ଥିଲି l ମନ ବି ଭଲ ନ ଥିଲା l ତେଣୁ ମୋ ପାଇଁ ମଗେଇବା ପାଇଁ ମନା କଲି l କିନ୍ତୁ, ପରେ ସେ କିଛି ଭାବିବ ଭାବି ମୋ ପାଇଁ କେବଳ ମିଠା ଦୁଇଟା ମଗେଇଦେବା ପାଇଁ କହିଲି l ସେ କିନ୍ତୁ ମୋ ପରିସ୍ଥିତି ବୁଝିଲା ନାହିଁ l ତା ପର ଠାରୁ ମୁଁ ଚାହା ମଗେଇଲେ ସିଏ ପିଏ ନାହିଁ l ମୁଁ ତ ତିନି ଚାରି ଦିନ ପର୍ଯ୍ୟନ୍ତ ଜାଣି ନଥିଲି l ପରେ କିଏ ଜଣେ କହିଲା l ମୋତେ ବହୁତ ଖରାପ ଲାଗିଲା l ସେଦିନ ମୁଁ ଅନୁଭବ କଲି ଯେ ସେ ମୋତେ ଆଡେଇ ରହୁଛି l ମୁଁ ବି ଚୁପ୍ ହୋଇ ରହିଗଲି l କିନ୍ତୁ ଯେଉଁ ଦିନ ମୁଁ ପରୀ ଠାରୁ ଶୁଣିଲି ଯେ ସିଏ କହିଛି ଯେ, “ବୁଢା ବେଶୀ ବକ୍ ବକ୍ ହେଉଥିଲା l ମୁଁ ଏକାଥରେ ତା ବକ୍ ବକ୍ ବନ୍ଦ କରିଦେଇଛି”, ସେତେ ବେଳେ ମୁଁ ବିଶ୍ୱାସ ବି କରି ପାରିଲି ନାହିଁ l କିନ୍ତୁ ଅନେକ ତନାଘନା ପରେ ଜାଣିଲି କଥାଟି ସତ l ସେତେବେଳେ ମୁଁ ଚିନ୍ତା କଲି ଭୁଲ କାହାର ?

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in

Similar oriya story from Inspirational