ମୁଁ କାହିଁକି ଲେଖେ ?
ମୁଁ କାହିଁକି ଲେଖେ ?
କିଛି ନିିଜ କଥା....
ମୁଁ ଦେଖିଛି ଅଭିଜାତ୍ୟର ପାଚେରୀ ଭିତରେ ସୀମନ୍ତିନୀର ଅସ୍ତିରତା ,ସ୍କୁଲ ଫେରନ୍ତା ଝିଅର ନିରବତା, ଶ୍ୟାମଳି ଦାସର ପ୍ରତିବଦ୍ଧତା । ମୁଁ ପରିଚିତ କୃଷବିଦ୍ଧ କୃଷକର ଅନୁଭୂତି ସହ ,ମୁଁ ବେସ୍ ପରିଚିତ ମୃତ୍ୟୁର ଆଁ ପାଖରେ ଛିଡ଼ା ହୋଇ ମଣିଷ ମାପୁଥିବା ଅବହେଳିତ ଭାଗ୍ୟଙ୍କର ସହ ।ଜୀବନ ସେମାନଙ୍କର, କାହାଣୀ ବି କାହା ଅସହାୟତାର କିନ୍ତୁ ପ୍ରତିଟି ପୃଷ୍ଠା କେବଳ ମୋର । ସେଦିନ ମୋ ଜୀବନର ଗୋଟିଏ ଅସମ୍ଭବ ବାସ୍ତବତା ,ଯେଉଁ ବାସ୍ତବତାକୁ ମୁଁ କେବେବି ଗ୍ରହଣ କରି ପାରୁନି । ଯେଉଁ ବାସ୍ତବତା ମୋ ଜୀବନରେ ଆଣିଦେଲା ଅମୀମାଂଶିତ ପ୍ରଶ୍ନ । ଏବେ ଗୋଟିଏ ଉଚ୍ଚାଟ ବ୍ୟାକୁଳତା ଭିତରେ ମୁହୂର୍ତ୍ତ ସବୁ ବର୍ଷରେ ପରିଣତ ହେଉଥିଲା , ପ୍ରସ୍ତପ୍ରସ୍ତ ବହଳ ବାଲିରେ ପୋତି ହୋଇ ପଡୁଥିଲା ମୋ ସ୍ୱପ୍ନ , ସ୍ଥିତିକୁ ଅବସ୍ଥାରେ ଭିତରେ ସଜାଡି ବାର ସାହସ ନଥିଲା । ଠିକ୍ ସେତିକି ବେଳେ ହୁତୁହୁତୁ ନିଃଶ୍ବାସ ଭିତରେ ଜଳି ଯାଉଥିଲା କୌଣସି ଏକ ଉପେକ୍ଷିତ ନାରୀର ଆତ୍ମ କଥା , ଦେଖା ଗଲା ଗରିବର ଅସମାପ୍ତି ବ୍ୟଥା । ମୋ ଆଖି ଆଗରେ ଦୃଶ୍ୟ ହେଉଥିଲା ଆଧ୍ୟାତ୍ମବାଦ ଭିତରେ ଏକ ମହାନ ବିପ୍ଳବର କରୁଣ କାହାଣୀ ।ସେ କାହାଣୀ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଠାରୁବି ଖୁବ୍ ଭୟଙ୍କର , ହିରୋସୀମା ଓ ନାଗାସାକିରେ ପଡିଥିବା ପରମାଣୁ ବୋମାଠୁ ବି ଖୁବ୍ ମାରାତ୍ମକ ।ସେ ବିପ୍ଳବ ହେଉଛି କେବଳ ବିବେକର । ଏଇ ହେଉଛି ସେହି ଭାରତ ବର୍ଷ ଯେଉଁଠି ଜନ୍ମଗ୍ରହଣ କରିଥିଲେ ଶ୍ରବଣ କୁମାର କିନ୍ତୁ ଆଜି ବୃଦ୍ଧ ପିତା ମାତାଙ୍କ ପାଇଁ ନିଅଣ୍ଟ ପଡୁଛି ଜରା ନିବାସ, ଏଇ ଭାରତ ବର୍ଷରେ ଜନ୍ମ ନେଇଥିଲେ ଦ୍ରୌପଦୀ ,କୁନ୍ତି ସୀତା ..କିନ୍ତୁ ଦୁର୍ଭାଗ୍ୟ ବସତ ସେମାନଙ୍କୁ ହିଁ ଦେବାକୁ ପଡିଥିଲା ଅଗ୍ନି ପରିକ୍ଷା , ଉଲଗ୍ନ କରାଯାଇଥିଲା କୁରୁଶଭା ମଧ୍ୟେ , ସହିବାକୁ ପଡିଥିଲା ସନ୍ତାନ ସୁଖର ପିଡା । କିନ୍ତୁ କାହିଁକି ?? ସତର ତୁମେ ଏବେବି ଭାବୁଛ ନାରୀ ସଶକ୍ତିକରଣର ସ୍ଲୋଗାନ ....ସଫଳ ହୋଇଛି ? ଯୁଗ ବଦଳି ଯିବ ହୁଏତ ବଦଳି ଯିବ ପ୍ରେମିକାର ପରିଭାଷା ଲୁଚି ଯିବ କଳଙ୍କିତ ଜହ୍ନ କିନ୍ତୁ ବଦଳି ଯିବନି ଇତିହାସ । ଆହାଃ ଚିରକାଳ ଏକଥାକୁ ଅସହାୟ ବ୍ୟକ୍ତି ହିଁ ବୁଝିବାକୁ ବାଧ୍ୟ । ନ ହେଲେ ମଣିଷ'ତ ଅଦ୍ଭୁତ ଚିନ୍ତାଶିଳ ଜୀବ ,ତାର ଚିନ୍ତା ଚେତନା, ଭାବନା କଳ୍ପନାର କୌଣସି ସୀମା ସରହଦ ନାହିଁ । Literature anticipates life ,it does not copy it but moulds to its purpose . ଏବଂ ଲିଓ ଟଲ୍ ଷ୍ଟୟଙ୍କ ମତରେ All art is communication "ସମସ୍ତ କଳା ହେଉଛି ବାର୍ତ୍ତା ପ୍ରେରଣ "। ଲେଖକ ସମାଜକୁ କୌଣସି ବାର୍ତ୍ତା ଦେବାକୁ ହିଁ ଲେଖିଥାଏ । ତେଣୁ ଶେଷରେ ଏତିକି କହିବି ଆଜି ପୃଥିବୀର ଚାରିପଟେ ଯେଉଁ ପ୍ରଗତିର ପ୍ରତିଯୋଗିତା ଚାଲିଛି ତାର ଉଦ୍ଦେଶ୍ୟ କ'ଣ ? ଅନ୍ତରାତ୍ମାର ଶୁଦ୍ଧତା "ନା କେବଳ ନକରାତ୍ମକ ନରୀକ୍ଷଣ "। ଦ୍ୱିତୀୟ କଥା,ମଣିଷ ଅତୀତ, ବର୍ତ୍ତମାନକୁ ନେଇ ଖୁସି ନୁହେଁ , ଭବିଷ୍ୟତକୁ ନେଇ ସେ ଯେଉଁ ମାଛ ମଞ୍ଜିର ବିରଳ କଳ୍ପନା କରିଛି ସେ କଣ କୌଣସି ସ୍ରଷ୍ଟାର ସୃଷ୍ଟି ଠୁ ବିଚ୍ଛନ ? ଆଜିର ଧାଆଁ ଧପଡ ଜୀବନ ଭିତରେ ମିଲିଥାଇପାରେ money, love , affection କିନ୍ତୁ satisfaction କାହିଁ ? ଆପଣଙ୍କ ଅନେକ ଭଲ ପାଇବା ଭିତରେ ଆଗେଇ ଚାଲିଛି ମୋ କର୍ମକ୍ଳାନ୍ତ ପାଦ , ଯେତେବେଳେ ମାନସ ସ୍ତରରେ ରେଖାପାତ କରିଛି ଦୁଃଖ ହତ୍ୟା, ଭ୍ରଷ୍ଟାଚାର,ଧର୍ମ ନାରେ ରକ୍ତ ପାତ , ଦାରିଦ୍ର୍ୟ , ଦାଦନ , ମୁଁ ଆପଣଙ୍କ ପାଖରେ ହିଁ ଜାହିର କରିଛି ମୋ କବି ପଣ । ଆଜି ପୁଣି ଥରେ ବିଗତ ଦିନର ଘଟଣା ଓ ଆଗାମି ଦିନର ସମ୍ଭାବନାର ଭୂମି ପରେ ଛିଡା ହୋଇ ଲେଖିଲି " କ୍ଳାନ୍ତ ଅପରାହ୍ନ "ଆଶା ଆପଣ ମାନେ ମୋ ଅନ୍ୟାନ୍ୟ ସଂକଳନ ପରି ଏହି ଆତ୍ମନୁଭୁତିକୁ ମଧ୍ୟ ଗ୍ରହଣ କରିବେ । ସ୍ୱାଧିନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ ସହ ...ସ୍ୱପ୍ନା
କ୍ଷୀରୋଦିନୀ ବେହେେରା
Khirodinibehera25@gmail.com
Mo 9777729002
Swapnabehera.