Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ସ୍କୁଲ ସାଂଗ ରଘୁଆ
ମୋ ସ୍କୁଲ ସାଂଗ ରଘୁଆ
★★★★★

© Sriya Pattnaik

Inspirational

3 Minutes   7.5K    18


Content Ranking

ହେ... ସ୍କୁଲ ଛୁଟି ହେଲା ରେ...... ସ୍କୁଲ ଛୁଟି ହେଲା.........। ହାଃ ... ହାଃ.. ହାଃ.. ଗୌରା ଭାଇ (ଆମ ସ୍କୁଲ ପିଅନ୍) ସ୍କୁଲ ଘଣ୍ଟିକୁ ଗୋଟେ ଥର ବଜେଇଛି କି ନାଇଁ ! ଆମେ ସ୍କୁଲରୁ ଚମ୍ପଟ। କହିଁକି ନା ଆମ ଖେଳିବାକୁ ଯିବା ସମୟ ହେଇଯିବ। ବସ୍ତାନିକୁ ଘରେ ରଖି ବେଳ ବୁଡା ଖାଇବା କଣ ଦିଟା ଖାଇଦେଇକି ଗାଁ ମୁଣ୍ଡ ପଡିଆରେ ହାଜର୍। ତାପରେ ଆରମ୍ଭ ହୋଇଯାଏ ପିଲିବାଡିର ମହାଭାରତ । ଏମିତି ଖେଳି ଖେଳି ସନ୍ଧ୍ୟା ହେଲେ ଆମେ ଘରକୁ ଫେରି ପୁଣି ସବୁଦିନ ପରି ପାଠପଢାରେ ବସିଯାଉ। ହେଲେ ଆଜି ଖେଳି ଲା ବେଳେ ରଘୁଆକୁ ଛେଳି ଚରେଇବାର ଦେଖି ଆମ ସହ ଖେଳିବା ପାଇଁ ବହୁତ ଡାକିଲି , କିନ୍ତୁ ସେ ଡରିଡରି କହିଲା “ନା ସାଙ୍ଗ ବା. ବାଡେଇବ । ବା.. କହିଚି ତୁମେ ମାନେ ହେଲ ବଡ ଲୋକ ,ସେଥି ପାଇଁ ମୁଁ ତୁମ ସହ ଖେଳିପରିବିନି” । ମୋ ମନରେ ତା କହିଥିବା କଥା ପ୍ରଶ୍ନବାଚି ହୋଇ ରହିଗଲା । ଏମିତି କଣ ପାଇଁ ତା ବାପା ରଘୁଆକୁ ଅମ ସହ ଖେଳିବାକୁ ବାରଣ କରିଛନ୍ତି।

ସକାଳ ହେଲା । ସ୍କୁଲ ଯିବା ପାଇଁ ସଜ ବାଜ ହୋଇ ବାହାରିପଡିଲି । ବସ୍ତାନି ଧରି ଚାଲିଲି ସ୍କୁଲ । ପ୍ରାର୍ଥନା ହେଲା । ଶ୍ରେଣୀ ଗୃହକୁ ଗଲି । ମନରେ ଘୁରିବୁଲୁଥାଏ ସେହି ଗୋଟିଏ ପ୍ରଶ୍ନ । ହଠାତ ମୋ ଆଖି କାଇଁ ରଘୁଆକୁ ଖୋଜିଲା । ବୁଲି ଦେଖେ ତ ରଘୁଆ ସଭାପଛ ଟେବୁଲରେ ବସିଛି । ମୁଁ ହାତ ଠାରି ମୋ ପାଖରେ ବସିବାକୁ ଡାକିଲି । ସେ ସାଙ୍ଗେ ସାଙ୍ଗେ ମନା କରି କହିଲା “ ଗୁରୁଜୀ ମନା କରିଛନ୍ତି” ଭୁଲ କଲେ ମାଡ ଦେବେ “। ଦୈନିକ ଯାହା ଘଟେ ସବୁ ଦିନ ପରି ଆଜି ବି ସମାନ ଥିଲ କିନ୍ତୁ ଫରକ ଏତିକି ଥିଲା ସେହି ସବୁ ଘଟଣା ମୋ ଦୃଷ୍ଟି କୋଣରୁ ବାଦ ପଡି ଯାଇଥିଲା । ରଘୁଆ ମୋତେ ଉତ୍ତର ଦେବା ସମୟରେ ଗୁରୁଜୀ ଦେଖିଦେଲେ । ଧୋବ ଫରଫର କୁରୁତା ଓ ଧୋତି , ପାଟିରେ ନାଲି ପାନ ,ହତରେ ଅଢେଇ ହାତ ଲମ୍ବର ବେତ ସାଙ୍ଗକୁ ମୁଣ୍ଡଟା ଟାଙ୍ଗରା ଭୂଇଁ , ଆମ ଗୁରୁଜୀ ଭୀମସେନ ଆଚାଯ୍ୟ । ନା ଯେମିତି ଭୀମ ଦେଖିବାକୁ ଓ ତାଙ୍କରି ମାଡ ମଧ୍ୟ ଭୀମ ସଦୃଶ । ଆମ ଶ୍ରେଣୀର କାବୁଲା ଟିକିଏ ଖନା । ମଜା ଲଗେ ଯେବେ ସେ ଗୁରୁଜୀଙ୍କ ନା କୁହେ... ହାଃ ... ହାଃ.. କୁହେ “ଆମ ଗୁଲୁଜୀ ହେଲେ “ଭୀମ ଶୁଣ ଆଶ୍ଚଯ୍ୟ“ । ତା ଉଚାରଣ ଶୁଣି ସବୁ ପିଲା ହସି ହସି ଗଡି ଯାଆନ୍ତି । ରଘୁଆକୁ ଗୁରୁଜୀ ଦେଖି ଶ୍ରେଣୀ ବାହାରକୁ ଯାଇ ଆଣ୍ଠୁଆ ବସିବାକୁ ନିର୍ଦେଶ ଦେଲେ । ରଘୁଆ ଗୁରୁଜୀଙ୍କ ନିର୍ଦେଶ ଅନୁଯାଇ ଶ୍ରେଣୀ ଦୁଆରକୁ ଯିବ ସମୟରେ ଗୁରୁଜୀଙ୍କୁ ସ୍ପର୍ଶ ହୋଇଗଲା । ସଙ୍ଗେ ସଙ୍ଗେ ଗୁରୁଜୀ ରାଗିଯାଇ କହିଲେ – “ ରଘୁଆ କଣ କଲୁ , ମୋତେ ଛୁଇଁ ଦେଲୁ ! କଣ କରିବି ଏବେ ???? ମୋତେ ମାରା କରିଦେଲ.....ନାରାୟଣ....ନାରାୟଣ..। ସେହି ସମୟ ମୋତେ ବାଧ୍ୟ କରିଥିଲା ଗୁରୁଜୀଙ୍କୁ ପଚାରିବକୁ ଆଉ ମୁଁ ପଚାରିଲି ଗୁରୁଜୀ ରଘୁଆ ଛୁଇଁଲେ କଣ ହେଲା ? କାଇଁ ଆମେ ତ ଛୁଇଁ ଦେଲେ ଆପଣ ଏମିତି ରାଗୁନାହାନ୍ତି । ରଘୁଆ ଛୁଇଁଲେ କଣ ପାଇଁ ଛୁଆଁ ହେଲା । ଗୁରୁଜୀ କହିଲେ ସେମାନେ ହେଲେ ଛୁଆଁ ଜାତିର ପିଲା । କିନ୍ତୁ ଗୁରୁଜୀ ଜାତି କଣ ???? ଗୁରୁଜୀ କହିଲେ ବାବୁରେ ତୁ ଏବେ ବହୁତ ଛୋଟ ପିଲା ,ଏ ସବୁ ଶାସ୍ତ୍ର ଲିଖିତ କଥା । ଏତିକି କହି ଗୁରୁଜୀ ଶ୍ରେଣୀ ପରିତ୍ୟାଗ କରି ଦେଲେ । ସ୍କୁଲ ସରିଲା । ଘରକୁ ଆସିଲି । ହେଲେ ମନରେ ଖୁସି ନଥାଏ । ଖେଳି ବାକୁ ବି ଗଲିନି। ମାଆ ମୋତେ ଖେଳି ବାକୁ ନ ଯାଇଥିବାର ଦେଖି ପଚାରିଲା “ କିରେ କଣ ହୋଇଚି କି ଆଜି ଖେଳିବାକୁ ଯାଇନୁ ? କିଛି ସମୟ ଚୁପ୍ ରହିବା ପରେ ଉତ୍ତର ଦେଲି “ ମାଆ ଜାତି କଣ ? ଛୁଆଁ କଣ ? ? ମାଆ ମୋ ପ୍ରଶ୍ନ ଶୁଣି ହସି ଦେଇ କହିଲା ଜାତି ହେଲା ଏକ ଅଦୃଶ୍ୟ ପାଚେରୀ ଯାହାକୁ ଏ ସମାଜ କଲ୍ପନା କରିଛି । ଯାହାର ବସ୍ତବ ଚିତ୍ର ଶୂନ୍ୟ। ଯେମିତି ବ୍ରାମ୍ହଣ, କ୍ଷେତ୍ରୀୟ, ବୈଷ, ଶୁଦ୍ର। ଏସବୁ ସମାଜ କଲ୍ୟାଣ ପାଇଁ ବୃତ୍ତିକୁ ଆଧର କରି ଗଡା ଯାଇଥିଲା । ମାତ୍ର କାଳକ୍ରମେ ଏହା ଜାତି ପ୍ରଥାରେ ପରିଣତ ହୋଇସାରିଛି । ଭାଗବାନ୍ କହିଛନ୍ତି ସବୁ ପ୍ରାଣୀ ଜଗତ ଏକ । ନା ଅଛି ଜାତି ନା ଅଛି ଛୁଆଁ ଛୁତି । ତାହାଲେ ମାଆ ଗୁରୁଜୀ ରଘୁଆକୁ ନୀଚ ଜାତି କହି କହିକି ଗାଳିଦେଲେ ? ନା ପୁଅ ଦୁନିଆକୁ ଆମେ ଜେମିତି ଦେଖିବା ଠିକ୍ ସେମିତି ଦେଖାଯିବ । ତେଣୁ ସବୁ ଜୀବଙ୍କ ଭିତରେ ଭାଗବାନଙ୍କୁ ଦେଖିଲେ ସମସ୍ତେ ଭାଗବାନ୍ ପରି ଦେଖା ଯିବେ । କିନ୍ତୁ ମାଆ ସେହି ସମୟରେ ଗୁରୁଜୀ ନାରାୟଣଙ୍କୁ ବି ଡାକିଲେ ? ବାବୁରେ ଗୁରୁଜୀ ନାରାୟଣଙ୍କୁ ବାହାରେ ଅନୁଭବ କରିଛନ୍ତି ,ସେ ଯଦି ରଘୁଆ ଭିତରେ ନାରାୟଣଙ୍କୁ ଦେଖିବାକୁ ଚେଷ୍ଟା କରିଥାନ୍ତେ ତାହାଲେ ରଘୁଆକୁ ଛୁଆଁ ବୋଲି କହି ନଥାନ୍ତେ । ମାଆ ପାଖରୁ ସବୁ ଜ୍ଞାନ ପାଇଲା ପରେ ମନଟା ହାଲ୍‌କା ହୋଇଗଲା । ତାପରେ ଆନନ୍ଦରେ ଖେଳିବାକୁ ବାହାରିଗଲି ।


ଶ୍ରୀୟାକାନ୍ତ ପଟ୍ଟନାୟକ

sriya009@gmail.com

ସ୍କୁଲ ରଘୁଆ ଗୁରୁଜୀ

Rate the content


Originality
Flow
Language
Cover design

Comments

Post

Some text some message..