Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ବିଧୂର

ବିଧୂର

1 min
14.7K


     ତେଇଶି ବର୍ଷରେ ଚାକିରୀ କରିଥିଲି ଯେ ସତତିରିଶି ବର୍ଷ ପରେ ଷାଠିଏ ବର୍ଷରେ ଆଜି ଅବସର ନେଉଛି l ଆଜି ତା କଥା ବହୁତ ମନେ ପଡୁଛି l ଆଜି ନୁହେଁ l ସେ ଚାଲିଯିବା ଦିନୁ ମୁଁ ତାର ଅନୁପସ୍ଥିତିକୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି l ଝିଅ ତା ଶାଶୁଘରେ l ପୁଅ ବି ବୋହୁ ସହିତ ଆମେରିକାରେ l ପଦବୀରେ ଥିବା ବେଳେ ବହୁତ ଜଣଙ୍କ ପାଇଁ ବହୁତ କାମ କରିଛି l କିନ୍ତୁ ମୋ ପାଇଁ କେହି ନାହିଁ l କେହି ଭାବୁ ଭାବୁନାହାନ୍ତି ମୋର କିଛି ଆବଶ୍ୟକତା ଅଛି ବୋଲି l ସିଏ ଥିବା ବେଳେ ମୋତେ କିଛି ବୁଝିବାକୁ ପଡୁ ନ ଥିଲା l କଣ ଖାଇବି, କଣ ପିନ୍ଧିବି, କାହାକୁ କଣ ଦିଆ ଯିବ ସବୁ କଥା ବୁଝୁଥିଲା ସିଏ l ପୁଅ ବୋହୁ ପାଖକୁ ଡାକୁଛନ୍ତି l ନିଜ ଦେଶ, ନିଜ ମାଟି ଛାଡି ଯିବାକୁ ଇଛା ହେଉନି l ଆଜି ଜାଣିପାରୁଛି ନନା ବୋଉ କାହିଁକି ମୋ ପାଖକୁ ଆସିଲେ ଗାଆଁକୁ ପଳେଇଯିବା ପାଇଁ ବ୍ୟସ୍ତ ହେଉଥିଲେ l ଧୂଳିମାଟିର ମଣିଷ ଭାବେ ମୁଁ ଗାଆଁକୁ ଫେରିଯିବାକୁ ଚାହୁଁଛି l କିନ୍ତୁ ମୋତେ ଆଜି ମୋ ଗାଆଁର ଲୋକମାନେ ସେମାନଙ୍କ ସ୍ତରର ମଣିଷଟିଏ ଭାବେ ଗ୍ରହଣ କରିପାରୁନାହାନ୍ତି l କେତେ ଅସହାୟ ସତରେ ଏ ବିଧୁର ଜୀବନ !


Rate this content
Log in

Similar oriya story from Abstract