ପ୍ରତିଦିନ ଭାଲେଣ୍ଟାଇନ ଡେ
ପ୍ରତିଦିନ ଭାଲେଣ୍ଟାଇନ ଡେ
କ୍ଷଣଭଙ୍ଗୁର ଦୁନିଆଁରେ ମଣିଷପଣିଆଁ ,ପରିବାରବାଦ ଯେମିତି ଲୁଚିଯାଇ ସର୍ବସ୍ୱ ହୋଇପଡିଛି ବ୍ୟକ୍ତିବାଦିତାରେ ।
ନିତିଦିନିଆ ଜୀବନର ବୋଝ ନା ବୋହି ହୁଏ ନା ସହିହୁଏ।ହଜେଇ ଦେଇ ବ୍ୟକ୍ତିତ୍ୱ ନିଜକୁ ସମର୍ପଣ କରିବାକୁ ପଡେ ଅନ୍ୟକୁ ବେଇମାନ କହି ନିଜ ଉପରେ,ଆଖିବୁଜି ଦେବାରେ।ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ ହାରିଯାଏ ସେତେବେଳେ ଚୋରିକରି ଧରାନଡିବାର ବୁଦ୍ଧି ଆପେଆପେ ଗଜୁରି ଆସେ।
ଏକଦମ୍ ଗ୍ରହଣ କରେ ଉଷା ଶରତଙ୍କର ଏ ଋପକୁ।ନିଜକୁ ସଜାଏ ଆଇନା ଆଗରେ ରଜନୀଗନ୍ଧାକୁ ବେଣୀରେ ଖୋସି।ରହିବା ଖାଇବା ପିଇବା ,ଭଲରେ ସଜେଇ ନିଜକୁ ଆବର୍ଜନା ଫୋପାଡି ପଡୋଶୀରେ ବିବେକକୁ ଲୁଚେଇ ଦିଆଯାଏ,କେଉଁ ଏକ ନିଭୃତ କୋଣରେ।ଲିସା ଆଉ ସ୍ୱପ୍ନିଲ ଭଳି ପିଲାମାନଙ୍କ ଅଳିଅର୍ଦଳୀ ମପାଯାଏ ପଇସା ଦେବାରେ।
ଆତ୍ମୀୟ ତଥା ନିଜ ପିଲାମାନଙ୍କୁ ସମୟ ଦେବାକୁ କୁଣ୍ଠିତ ସମାଜ ନିଜକୁ ମଜେଇ ନିଏ ରଂଗୀନ ଦୁନିଆଁରେ ନିଜ ନିଜ ଯେଝାମତେ।ନା ଥାଏ କାହାପ୍ରତି ସ୍ନେହ ନା ଭଲପାଇବା ନା ପ୍ରେମ ନା ମମତା ।
ଜୀବନକୁ ଗଢାଯାଏ ଅଳ୍ପ ସମୟରେ ବହୁତ କିଛି ରୋଜଗାର କରିବାର ଯୋଜନା।
ବାପମାଆଙ୍କୁ ବୃଦ୍ଧାଶ୍ରମରେ ରଖାଯାଏ।ଲିସା ଆଉ ସ୍ୱପ୍ନିଲଙ୍କୁ ବୋଡିଂରେ ।ସରତଙ୍କୁ ବେଳନଥାଏ ଉଷା ସହ ଦିନ ମାପିବାରେ କି ଉଷା ନିଦ ଭାଂଗିବାକୁ ମନାକରେ ,କାରଣ ନିଜ ନିତ୍ୟକର୍ମ ସାରିବାରେ ସହଜ ମନେକରେନା ଉଷା ନିଜକୁ ସରତଙ୍କ ଘରେ ଉପସ୍ଥିତି।ଏଣୁ ହାଉସ କିପିଂ ଉପରେ ନିର୍ଭରଶୀଳ ପରିବାର ।ପରିବାରର ଅର୍ଥ କଣ ବୁଝାଯାଏ କେଯାଣି ,ଭାଲେଣ୍ଟାଇନ ଉଇକ୍ ପାଳନ ପାଇଁ ନିଜକୁ ନୂଆବର୍ଷଠାରୁ ସଜେଇବାକୁ ପଡେ।
ଲିସା ସ୍ୱପ୍ନିଲ ଆଉ ଶରତ ଉଷା ସମସ୍ତେ ପାଳନ କରିବାକୁ ଯେପରି ଉତ୍ସୁକ ଏହି ପାଶ୍ଚାତ୍ୟ ପର୍ବଟିକୁ ।
ରୋଜ ଡେ ପ୍ରପୋଜ ଡେ ଚକୋଲେଟ୍ ଡେ ଟେଡି ଡେ ପ୍ରୋମିଜ ଡେ ହଗ୍ ଡେ କିସ୍ ଡେ,ଆଉ ଚଉଦ ଫ୍ରେବୃୟାରୀ ଭାଲେଣ୍ଟାଇନ ଡେ।
ଯେମିତି ପ୍ରେମର ପରିଭାଷା ବୁଝାପଡେନା ବୁଝେଇବାକୁ ପଡେ ଅନୁଭବି ହୁଏନା ଦେଖେଇବାକୁ ପଡେ।
ଗେଟ୍ ଟୁଗେଦର ରଖାସାଇଛି ଆସନ୍ତା ରବିବାର ମାନେ ସତର ପେବୃୟାରୀ ।ସେଦିନ ସନ୍ଧାରେ ସମସ୍ତେ ରହିବେ ଘରେ ମାନେ ବାପା ମାଆ ଶରତ ଉଷା ଆଉ ଲିସା ସ୍ୱପ୍ନିଲ,କରିବେ,କ୍ୟାଣ୍ଡଲେ ଲାଇଟ ଡିନର୍ ଆଉ ସେୟାର କରିବେ ନିଜେ ନିଜର ବିତେଇ ଥିବା ଭାଲେଣ୍ଟାଇନ ଉଇକର ଇତିହାସ ।
ରଂଗବେରଂଗ ବେଲୁନରେ ସଜାହେଲା ଘର।ସଜ ଫୁଲର ମହକକୁ ବିଦେଶୀ ଅତର।ଗାଡି ପଠେଇ ଅଣାଗଲା ବାପାମାଆଙ୍କୁ ବୃଦ୍ଧାଶ୍ରମରୁ।ପିଲାମାନେ ଆସିଲେ ବୋଡିଂରୁ।ସାମ୍ପେନ ବି ସଜାହେଲା ସେଣ୍ଟର ଟେବୁଲରେ।ଖୀଣ ସ୍ୱରରେ ରକ୍ ମ୍ୟୁଜିକ୍।ବ୍ରୋଡଲାଇଟ ଅଫ୍ କରିଦିଆଗଲା ।ନୀଳ ଜିରୋ ଲାଇଟ୍ ସନ୍ଧ୍ୟାକୁ ଆହୁରି ମତୁଆଲା କରୁଥିଲା।ସାଇଡ ଟେବୁଲରୁ ଜେଜେମା ଉଠିଲେନି ସାମ୍ପେନ ସେଲିବ୍ରେସନ ପାଇଁ।ବାଧ୍ୟହୋଇ ଜେଜେ ଠିଆହେଲେ ଯେତେବେଳେ ବୋହୁ ଉଷା ସାମ୍ପେନ ଖୋଲିଲେ ପାଖରେ ସରତ ପୁଣି ନାତିନାତୁଣି ଲିସା ଆଉ ସ୍ୱପ୍ନିଲ ସମସ୍ତେ ସେଲିବ୍ରେସନ କଲେ ସାମ୍ପେନ ଢୋକେ ଢୋକେ ନେଇ ଫାମିଲ ଡେ।ତାପରେ ଏଲିଡ ପରଦାରୁ ଉଷା ସରତଙ୍କର ଛବି,ରୋଜ ଦେଲାବେଳେ ସରତ ,କଣ୍ଟା ଫୁଟିଗଲା ଉଷାଙ୍କ ହାତରେ,ସରତଙ୍କ ପ୍ରପୋଜ ସେମିତି ସେକ୍ସି ହେଲାନି,ଚକୋଲେଟ୍ ରିସିଭ କଲାବେଳେ ଉଷାଥିଲେ ଅନ୍ୟମନସ୍କ, ଟେଡି ପସନ୍ଦ ହେଲାନି ବୋଲି କହିବାରୁ ସରତ ରାଗିକି ପଳେଇଲେ,ନିରସ ହଗ୍ ଦୃଶ୍ୟ ବୟାନ କରୁଥିଲା ଆଉ ଯେପରି ଆଗ ଆଟ୍ରାକସନ୍ ସରିଯାଇଛି ଉଭୟଙ୍କର,କିସ୍ କିନ୍ତୁ ଠିକ୍ ଥିଲା କହିଲା ଲିସା ,ମମି ୟୁ ଆର୍ ଓ୍ୱଣ୍ଡରଫୁଲ।ଭାଲେନ୍ଟାଇନ ଦିନର ଛବି ତଳେ ଅନେକ କିଛି ଲେଖା ଯାଇଥିଲା ଯାହାକୁ ଜେଜେ ମା ମୁହଁ ଲୁଚେଇଲେ ହାତେ ଲମ୍ବର ଓଢଣୀରେ।ତାପରେ ଲିସା ଆଉ ସ୍ୱପ୍ନିଲ ର ପେନ୍ ଡ୍ରାଇଭ୍ ଦେଖେଇଲା ସେମାନଙ୍କର ଭାଲେଣ୍ଚାଇନ ଉଇକ ଅବଜରଭେସନ୍।ସରତ କହିଲେ,ଏ କଣ ଲିସା ଆରବର୍ଷ ଯେଉଁ ପିଲା ଆଇ ମିନ୍ ରାକେଶତ ଏ ନୁହେଁ ।ଏ ବୟ ଫ୍ରେଣ୍ଡ ତୋର କିଏ।ଡାଡ୍ ଏ ହେଉଛି ରକି ଫ୍ରମ ଡେଲି।
ଉଷା କହିଲେ, ଚେଞ୍ଜଡ୍ ହାଓ ନାଇସ।ଜିରୋ ଲାଇଟରେ ବି ତାଙ୍କ ଉତ୍ସୁକତା ଧରା ପଡି ଯାଉଥିଲା।ଲିସା କହିଲା ମମି ଦେଖ ସ୍ୱପ୍ନିଲ ସହ ଯେଉଁ ଝିଅ ସିଏ,ଏବେ ଏବେ ସ୍ୱପ୍ନିଲକୁ ଭଲ ପାଉଛି।
ପିଜା ସ୍ନାକ୍ସ ଆଇସକ୍ରିମ ସଜା ଟେବୁଲ ଧିରେ ଧିରେ ଡଷ୍ଟବିନ୍ ପରି ଲାଗିବାକୁ ଆରମ୍ଭ କଲେଣି।
ଶେଷରେ ସ୍ୱପ୍ନିଲ ଉତ୍ସୁକତା ଭରା କଣ୍ଠରେ ପଚାରିଲା ଜେଜେ ଆଉ ଜେଜେମାଙ୍କୁ।ପ୍ଲିଜ କୁହ ତୁମ ଭାଲେଣ୍ଟାଇନ ଡେ କିପରି କଟେଇଲ ,ସରମି ଗଲେ ଜେଜେମା, ବାଧ୍ୟକଲେ ସ୍ୱପ୍ନିଲ ସହ ଲିସା ମଧ୍ୟ।
ଜେଜେ କହିଲେ ଆମ ପାଇଁ ସବୁଦିନ ରୋଜ ଡେ ପ୍ରପୋଜ ଡେ ଚକୋଲେଟ୍ ଡେ ଟେଡି ଡେ ପ୍ରୋମିଜ ଡେ ହଗ୍ ଡେ କିସ୍ ଡେ ଆଉ ଭାଲେଣ୍ଟାଇନ ଡେ।
ମାନେ
ହଁରେ ସ୍ୱପ୍ନିଲ ଏମିତି କେଉଁ ଦିନ ନାହିଁ ତୋ ଜେଜେମା ମୋ ଠାରୁ ଗୋଲାପ ଫୁଲ ପରି ସ୍ନେହ ବୋଳା ଫୁଲ ଟିଏ ନପାଇଛି,ସବୁଦିନେ ଅଭିମାନ ପୁଣି ସବୁଦିନେ ମୋର ପ୍ରପୋଜ କହି ହସିଦେଲେ ଜେଜେ।
ପାଟିରେ ହାତ ଦେଲେ ଜେଜେମା ।
ରୁହ ପିଲା ଯଦି ଯାଣିବାକୁ ଚାହୁଁଛନ୍ତି ତୁମେ ମତେ ଅଟକୋଉଛ କାହିଁକି।
ତୁମକୁ ସରମ ଲାଗୁନି।
ହଉ ରୁହ କହିସାରେ ସରମ ଲାଗିବ।
ପୁଣି ଜେଜେ କହିଲେ, ଚକୋଲେଟ ନହେଲା ନାହିଁ ପ୍ରତିଦିନ ଗୁଡିଆ ଘରୁ ଅଣାଯାଇଥିବା ଉଖୁଡା ହେଉ କି ଫେଣି କି ଘିପିଠା କି ପଣସ କଠା ଅବା ନଡିଆକୋରା ପ୍ରଥମେ ଲିଚେଇ ଅଣ୍ଟିରେ ଲୁଗାମିଶା ନିଏ ତୁମ ଜେଜେମାଆ ଆଉ ଶରତ ଜନ୍ମ ହେଲାପରେ ଭାଗବସେ ତାର ,କଣ କହୁଛୁ ସର...
ହସିଦେଲେ ଶରତ
ଟେଡି ଯଦିଓ ନୁହଁ ,ବର୍ଷସାରା ଆମର ଗିଫ୍ଟ ଦିଆନିଆ ଚାଲିଥାଏ,ଏଇ ଯେମିତି ନାକ ଫୁଲ ଗୋଡ ମୁଦି ପାଣିକାଚ ଏମିତି କେତେ କଣ.......
ହେ ରୁହମ ପିଲାଙ୍କ ଆଗରେ ପିଲା ହେଇ ଯାଉଛ।
ଆଉ ଦିପଦ କହିଦିଏ ତାପରେ ରହିବି ହେଲା .....
ସ୍ୱପ୍ନିଲର ଆକାଂକ୍ଷା ଦୁଇଗୁଣିତ ହୋଇ ସାରିଥାଏ।
ପ୍ରତି ରାତିରେ ମୋ ଗୋଡ ଘସିଦେଲାବେଳେ ତୁମ ଜେଜେମାଆ କେତେ ଯେ ପ୍ରୋମିଜ ନିଏ,ମୋ ଠୁ ତାକୁ ପଚାର, ପୁଣି ତାପରେ ସେଇଠି ହଗ୍ ସେଇଠି କିସ୍ ଆଉ ସେଇଠି ତୁମ ଭାଷାରେ ଭାଲେଣ୍ଟାଇନ.....
ହେଇ ଦେଖୁନ ମୋ ବାମହାତକୁ କିପରି ତା ଡାହଣ ହାତରେ ଚାପିକି ଧରିଛି,ଏ କଣ ଭାଲେଣ୍ଟାଇନ ନୁହଁ ??
ଲିସା ଆଉ ସ୍ୱପ୍ନିଲ ତମେ ଯେଉଁ ପଚାରୁଥିଲ ଆମ ସମୟର ଭାଲେଣ୍ଟାଇନ ଡେ ପାଳନ ବିଷୟରେ ତାହାର ଯୌକ୍ତିକତା ନଥିଲା ସେତେବେଳେ, ତୁମେମାନେ ଏବେ ପ୍ରକୃତ ଭଲ ପାଇବା ଭୁଲିଗଲଣି ଏଣୁ ବର୍ଷକରେ ଥରେ ତୁମର ଭାଲେଣ୍ଟାଇନ ଉଇକ ଓ ଭାଲେଣ୍ଟାଇନ ଡେ ପାଳିବା ଆବଶ୍ୟକ ହେଉଛି।
ଜେଜେଙ୍କ ହାତ ପାପୁଲିରୁ ନିଜ ପାପୁଲିକି ଅଲଗା କରିବାକୁ ଚାହୁଁ ନଥିଲେ ଜେଜେମାଆ। ସରତ ଉଷା ଲିସା ଆଉ ସ୍ୱପ୍ନିଲଙ୍କ ସ୍ୟାମ୍ପେନ ଗ୍ଲାସ ଖାଲି ହୋଇ ସାରିଥିଲା ଆଉ ସେମାନଙ୍କ ମନ ଭିତରେ ଉଂକି ମାରୁଥିଲା ଚଢାନିଶାରେ ଭାଲେଣ୍ଟାଇନ ଡେ ଅବଜର୍ଭ ହେବାର ପ୍ରାଥମିକତା ଅଛି ନା ନାହିଁ।
ରକ୍ ମ୍ୟୁଜିକ୍ ବନ୍ଦକରି ସରତ କହଲେ ବହୁତ ହେଇଗଲା ଭାଲେଣ୍ଟାଇନ ଡେ ପାଳନ।ବାପାମା ଆଉ ବୃଦ୍ଧାଶ୍ରମ ଯିବା ଆବଶ୍ୟକ ନାହିଁ,ତୁମେ ପିଲାମାନେ ଏଇ ବର୍ଷ ବୋଡିଂ ସାରି ଚାଲିଆସ ଘରେ ରହି ପଢିବ ।
ଉଷା କହିଲେ ମୋର ଆଉ ହୋଟେଲ ପାର୍ଟି ମିଟିଂ ଯିବା ଦରକାର ନାହିଁ।ଏଥର ପ୍ରତିଦିନ ଆମଘରେ ଫ୍ୟାମିଲ ଡେ ପାଳନ କରାଯିବ ଆଉ ଭାଲେଣ୍ଟାଇନ ଡେ ମଧ୍ୟ।
ସମସ୍ତେ ଏକ ସ୍ୱରରେ ହସି ଉଠିଲେ,ଜେଜେମା ମୁରୁକି ହସିଦେଇ ଜେଜେଙ୍କ ପାପୁଲିକି ସମସ୍ତଙ୍କ ଅଜଣାତରେ ଟିକେ ଜୋରରେ ଚିପିଦେଲେ।ଜେଜେ ବି ମୁରୁକି ହସ ଓଠରେ ଖେଳେଇ ଜେଜେମାଆଙ୍କ ଓଠରେ ଗାଢ ଚୁମ୍ବନ ଆଂକୁଥିବା ବେଳେ
ସ୍ୱପ୍ନିଲ ବ୍ରୋଡ ଲାଇଟ ଅନ୍ କରୁଥିଲା।