Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakhi Mohanta

Abstract

3.1  

Rakhi Mohanta

Abstract

ସାଥି ଆଜି ମିଳିଗଲା ମୋ ପିଲା ଦିନର

ସାଥି ଆଜି ମିଳିଗଲା ମୋ ପିଲା ଦିନର

6 mins
576


ଦୁନିଆ ରେ ଆମ ମାନଙ୍କର ନିଜ ପରିବାର ଆଉ ସଂର୍ପକୀୟ ମାନଙ୍କୁ ଛାଡିଦେଲା ପରେ ବି ଆହୁରି ଗୁଡାଏ ସଂର୍ପକ ରହିଯାଏ ଏଇ ଯେମିତି ପଡିଶା ଘର ମାଉସୀ ହୁଅନ୍ତୁ କି ଚାକିରୀ କରୁଥିବା ଜାଗାର ମାଡାମ୍ ହୁଅନ୍ତୁ। ନିଜ ପରିବାର ର ଲୋକ ନହେଲେ ବି ଗୋଟେ ଆପଣାର ଭାବ ଆସିଯାଏ ସେମାନଙ୍କ ସହିତ ଆଉ ଆମରଏଇ ସବୁ ଅଲଗା ନିଜ ତିଆରି ସଂର୍ପକ ଭିତରୁ ଗୋଟାଏ ସଂର୍ପକ ଅଛି ଯଉଟା ଆମ ସମସ୍ତଙ୍କର ହୃଦୟର ବହୁତ ପାଖରେ ଆଉ ବହୁତ ଖାସ୍ ଆଉ ସେ ହେଉଛି ବନ୍ଧୁତା ଆଉ ସେ ସଂର୍ପକୀୟ କୁ ସମ୍ବୋଧନ କରିବା ପାଇଁ ବି ଅନେକ ନାଁ ରହିଛି ଯେମିତି କି ବନ୍ଧୁ, ସଖା,ମିତ୍ର ଏମିତି ବହୁତ କିଛି।


ମାତ୍ର ସାଙ୍ଗ ଶବ୍ଦଟି ସରଳ ଯେମିତି ମଧୁର ବି ସେମିତି ଆଉ ନା ସେଥିରେ ପୁଅକୁ କଣ କୁହାଯିବ ଆଉ ଝିଅକୁ କଣ କୁହାଯିବ ତାର ବି କିଛି ଚିନ୍ତା ନଥାଏ।ମୋର ସେମିତି ଗୁଡାଏ ସାଙ୍ଗ ନାହାନ୍ତି ମାତ୍ର ଯେତିକି ବି ଜଣ ଅଛନ୍ତି ତାଙ୍କୁ ପାଇ ମୁଁ ବହୁତ ଖୁସି।ହେଲେ କିଛି ଦିନ ଆଗରୁ କିଛି ଦିନ ନୁହେଁ ଏଇ ଧରି ନିଅନ୍ତୁ ଗୋଟେ ମାସ ଆଗରୁ ମୁଁ ଯେବେ ବି ସାଙ୍ଗ ମାନଙ୍କର ତାଲିକା କରେ ଗୋଟେ ନାଁ ସେ ତାଲିକା ରେ ଆଗ ଆସେ ସୌମ୍ୟା। ତା ଚେହେରା ବି ମୋର ପୁରା ମନେ ନଥିଲା ଝାପ୍ସା ଝାପ୍ସା ମନେ ପଡୁଥିଲା ତଥାପି ବି ମୁଁ ତାକୁ ଆଜି ମନେ ରଖିଥିଲି।ଏମିତି ନୁହଁ କି ମୁଁ ତାକୁ ଖୋଜି ନଥିଲି କେମିତି ଆଉ କେତେ ଖୋଜିଛି ସେଇଟା ପରେ କହିବି ମାତ୍ର ବହୁତ ଖୋଜିଥିଲି କହିବାକୁ ଗଲେ ଖୋଜି ଖୋଜି ଥକି ଯାଇଥିଲି ହେଲେ କଣ କରିବା କହିଲେ ମଣିଷ ମନ ପରା ଆଶା କେବେ ବି ମରେନି ଲାଗୁଥିଲା କେବେ ନା କେବେ ତ ନିଶ୍ଚୟ ଦେଖା ହେବ।


ସୌମ୍ୟା ସହ ଦେଖା ହୋଇଥିଲା ମୋର ୧୯୯୮ ରେ।ବାପା ସେତେବେଳେ ଦେବଗଡ ରେ ଚାକିରୀ କରୁଥିଲେ।ମୋ ପାଠପଢା ସେଇଠି ଆରମ୍ଭ ହେଇଥିଲା ଶିଶୁମନ୍ଦିର ରେ।ସେ ଆସିଥିଲା ଦ୍ଵିତୀୟ ଶ୍ରେଣୀରେ।ଘରେ ମୁଁ ଏକୁଟିଆ ବଢିଥିବାରୁ କାହା ସାଙ୍ଗ ରେ ବେଶି ମିଶି ପାରୁନଥିଲି। ହେଲେ ସେ ଆସିଲା ପରେ ମୋର ମନେ ଅଛି ମୁଁ ତା ସହ ଟିଫିନ୍ ବି ଶେୟାର୍ କରୁଥିଲି।ତାର ଆଉ ମୋର ସ୍ୱଭାବ ବହୁତ ଅଲଗା।ସେ ଭଲ ଖେଳାଳି ଥିଲା,ଦଉଡା,ଡିଆଁ ରୁ ଆରମ୍ଭ କରି ସବୁ ଖେଳରେ ମାହିର୍ ଥିଲା।ସ୍କୁଲ୍ ରୁ ଆସିବା ଯାଏଁ ଆମେ ଦିହେଁ ଏକା ସାଙ୍ଗରେ ରହୁଥିଲୁ।ମୋର ମନେ ବି ନାହିଁ କି ଆମେ କଣ କଥା ହେଉଥିଲେ ଲାଗୁଛି ସେଇ ଶ୍ରୀକୃଷ୍ଣାରେ କଣ ଦେଲା,ଶକ୍ତିମାନ୍ ରେ କଣ ହେଲା ଏୟା କଥା ହେଉଥିବୁ।


ଯେବେ ବି sports day ହୁଏ ମୁଁ ତାକୁ ତାଳି ମାରି cheer up କରୁଥିଲି। ହେଲେ ତୃତୀୟ ଶ୍ରେଣୀରେ ପରିକ୍ଷା ସରିଲା ପରେ ଆମକୁ ଅଲଗା ହେବାକୁ ପଡିଲା।ବାପା ବଦଳି ହୋଇଗଲେ କେଉଁଝରକୁ ଆଉ ମଉସା ବଦଳି ହୋଇ ଚାଲିଗଲେ ପୁରୀକୁ।ମୋର ଏବେ ବି ମନେ ଅଛି ୨୦ ତାରିଖ ସେମାନେ ଦେବଗଡ ଛାଡିଥିଲେ।ଯିବା ଆଗଦିନ ତାକୁ ଡାକିଥିଲି ଘରକୁ। ଦିନ ଯାକ ଆମେ ଏକାଠି ଥିଲୁ।କିଛି ସେମିତି କଥା ନଥିଲା କି କାମ ନଥିଲା କିନ୍ତୁ ସେଦିନ ଲାଗୁଥିଲା କି ସମୟ ଏତେ ଜଲ୍ ଦି କାହିଁକି ବିତି ଯାଉଛି।ସେତେବେଳେ ତ ଆଉ ମୋବାଇଲ୍ ର ଯୁଗ ନଥିଲା ସେଥିପାଇଁ ବିନା ଫୋନ୍ ନମ୍ବର ଆଉ ବିନା ଫୋଟୋ ରେ ଆମେ ଅଲଗା ହୋଇଥିଲୁ ଗୋଟେ ଆଶା ଆଉ ଅପେକ୍ଷାରେ କି କେବେ ନା କେବେ ନିଶ୍ଚୟ ଦେଖା ହେବ ଆମର ବୋଲି।ଆମେ ବଦଳି ହୋଇ ଆସିଥିଲୁ ହରିଚନ୍ଦନପୁର ବୋଲି ଗୋଟାଏ ଜାଗାକୁ,ଘଟଗାଁ-ତାରିଣୀ ପାଖାପାଖି।ସେଠି ମୋତେ ଓଡିଆ ଏମ.ଇ ସ୍କୁଲ୍ ରେ ପଢିବାକୁ ପଡିଲା।ବିଶ୍ୱାସ କରନ୍ତୁ ମୋର ଆଜି ବି ମନେ ଅଛି ପ୍ରଥମ ଦିନ ସ୍କୁଲ୍ ରୁ ଆସି ବହୁତ କାନ୍ଦି ଥିଲି।ଏଠି ସମସ୍ତେ ତୁ-ତା,ବେ-ବା,ଶଳା ଏମିତି ଶବ୍ଦ କଥା ହେଲା ବେଳେ କହୁଛନ୍ତି, ମୋତେ ଏ ଜାଗା ଭଲ ଲାଗୁନି,ଏ ପିଲା ଗୁଡାକ ଭଲ ନୁହନ୍ତି।ଶିଶୁମନ୍ଦିର ରେ ପାଠପଢା ସହ ନୈତିକ ଶିକ୍ଷା ଟା ବି ଦିଆଯାଏ ହେଲେ ମୋତେ ତ ସେଇଠି ହିଁ ପଢିବାକୁ ଥିଲା।କେହି ସାଙ୍ଗ ନଥିବାରୁ ସ୍କୁଲ୍ ରୁ ଆସି ବାହାର ପିଣ୍ଡାରେ ବସି ରାସ୍ତାକୁ ଅନାଇ ଲୋକମାନଙ୍କୁ ଦେଖେ।ସେତେବେଳେ ସୌମ୍ୟା କଥା ମୋର ବହୁତ ମନେପଡେ।ଆମେ କେମିତି ସାଙ୍ଗ ହୋଇ ବସୁଥିଲୁ,ଏକାଠି ଟିଫିନ୍ ଖାଉଥିଲୁ,ଗୀତ ଗାଉଥିଲୁ ସବୁ କିଛି କୁ ମୁଁ ମନେ ପକାଉଥିଲି। ବେଳେ ବେଳେ ଘରେ ବି କହେ ଏବେ ତ ସୌମ୍ୟା ଭଉଣୀ ଘରେ ଲ୍ୟାଣ୍ଡ ଲାଇନ୍ ଫୋନ୍ ଆସିଯିବଣି ତାଙ୍କ ନମ୍ବର୍ ମିଳିପାରିବନି।ହୁଏତ ଏବେ କା ସମୟରେ ଜାଗା ନା ଆଉ ଲୋକ ନାଁ ରେ ଖୋଜି ହେବ ହେଲେ କୋଡିଏ ବର୍ଷ ତଳେ ଘରେ ମୋ ପିଲାଳିଆମି କହି ଆଡେଇ ଦେଉଥିଲେ।


କଥାରେ ଅଛି କି 'ଯେ ଦେଶ ଯାଇ ସେ ଫଳ ଖାଇ'।ମୁଁ ବି ଧିରେ ଧିରେ ସେଠିକାର ରହଣି-ଚଳଣି ରେ ମିଶିଗଲି। ଯାହା ସାଙ୍ଗରେ ଯେତେ ମିଶିଲେ ବି ମୁଁ ସୌମ୍ୟା କୁ ମନେ ପକାଇବା ଟା କେବେ ଭୁଲି ପାରିନଥିଲି।ସମୟ ଗଡିଲା ମୁଁ ବି ମୋ ଜୀବନରେ ଆଗକୁ ବଢିଲି।ମୁଁ +୨ ରେ ପଢିବା ବେଳେ ମୋର ଗୋଟେ ସାଙ୍ଗ ନିମାପଡାର ଥିଲା।ମୁଁ ତା ସହ ମିଶିଲା ପରେ ତାକୁ ଅନେକ ଥର ପଚାରିଛି 'ଆଚ୍ଛା ତମ ନିମାପଡାର କେହି ପଟ୍ଟନାୟକ ଜେଲର୍ ଥିଲେ ପୁରୀରେ ଜାଣିଛୁକି?ତା'ର ମୋ ପାଖରେ ସେତିକି ହିଁ ଖବର ଥିଲା।ସେ ସବୁଥରକ କହେ ତା ବାପାଙ୍କ ନାଁ ଟା ହେଲେ କହିଥାନ୍ତୁ ଏମିତି କହିଲେ କେମିତି ଜାଣିବି? ନିମାପଡା ଟା କଣ ଛୋଟ ଜାଗା ଯେ ଜଣା ପଡିବ?ମୁଁ ସେତେବେଳ କୁ ମଉସାଙ୍କ ନାଁ ସୁରେନ୍ଦ୍ର ପଟ୍ଟନାୟକ ବୋଲି ଭୁଲିସାରିଥାଏ।ତାପରେ ବି ମୁଁ ଯଦି ପୁରୀ ରୁ ଅଛି କେହି ଶୁଣିଦେଲି ତାଙ୍କୁ ବି ଶୁଣାଏ ମୋର ଗୋଟେ ଏମିତି ସାଙ୍ଗ ଥିଲା।ସମସ୍ତେ ପିଲାଳିଆମି କହି କଥା ଆଡେଇ ଦିଅନ୍ତି।୨୦୧୦ରେ ଫେସ୍ ବୁକ୍ ରେ ଜଏନ୍ କଲାପରେ ତାକୁ ବହୁତ ଖୋଜିଛି।ବହୁତ ପୁରୁଣା ଲୋକଙ୍କୁ ପାଇଗଲି ହେଲେ ତାକୁ ପାଇନଥିଲି।ତା ପୁରା ନାଁ ଥିଲା ସୌମ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ।ଏଇ ୩ ଟା ଶବ୍ଦର ପୁରା permutation and combination କରି ମୁଁ ତାକୁ ଖୋଜିଛି।ଯେମିତି କି ସୌମ୍ୟା ପ୍ରିୟଦର୍ଶିନୀ,ପ୍ରିୟା ସୌମ୍ୟା,ପଟ୍ଟନାୟକ ସୌମ୍ୟା।ଏଇଟା ଖାଲି କିଛି ଟା ଉଦାହରଣ ଥିଲା ଏମିତି ଯାହା ସମ୍ବବ ମୁଁ ସବୁ ଦେଇ ଚେଷ୍ଟା କରିଥିଲି ହେଲେ ମିଳିଲାନି।


ମୋର ପ୍ରଥମ ଚାକିରୀ ଯେବେ ହେଲା ସେଠି ଜଣେ ମାଡାମ୍ ଥିଲେ ନିମାପଡାରୁ।ମୁଁ ତାଙ୍କୁ କହିଲା ରୁ ସେ ବି ମୋ କଥା ପିଲାଳିଆମି କହି ହସି କି ଆଡେଇ ଦେଲେ ହେଲେ ମୁଁ ଜାଣିଥିଲି କି ମୁଁ ମଜାକ୍ କରୁନଥିଲି।ଫେସ୍ ବୁକ୍ ରେ ଯେତେବେଳେ ମୁଁ search କରେ ଅନେକ profile ଆସେ ଯଉଥିରେ କି ହିରୋଇନଙ୍କ ଫୋଟୋ ଥାଏ ସେଗୁଡାକ ଦେଖିଲେ ମୋତେ ଆହୁରି ବିରକ୍ତ ଲାଗୁଥିଲା।ମୁଁ ଭାବୁଥିଲି ସେ ଏବେ କେମିତି ଦିଶୁଥିବ।ମୁଣ୍ଡ ଚୁଟି ଲମ୍ବା ହେଇଯାଇଥିବ ବୋଧେ।ଏମିତି ସବୁ ଉଦ୍ଭଟ କଳ୍ପନା ମୋ ମୁଣ୍ଡରେ ଆସେ ବେଳେ ବେଳେ।ମୁଁ ନିଜେ ବି ଜାଣୁଥିଲି କି ଏମିତି କିଛି ବି ତଥ୍ୟ ନଥାଇ ଖୋଜିବା ଟା ନଖୋଜିବା ସହ ସମାନ ହେଲେ ମନ ବୁଝୁନଥିଲା ମୋର।ମଝିରେ ମଝିରେ ଚିଡି ଯାଇ ତାକୁ ଖୋଜିବା ବନ୍ଦ କରିଦେଉଥିଲି।ହେଲେ ପୁଣି ମୋତେ ଝୁ୍ଂକ୍ ଉଠେ।ଦିନେ ଭାବିଲି ଫେସ୍ ବୁକ୍ ରେ କିଛି ଜଣଂକୁ ମେସେଜ୍ କରିକି ଦେଖେ କାଳେ କିଛି ଜଣାପଡିବ।ଆଉ ଯଉ ୨ ୩ ଜଣଙ୍କ ର ମୁହଁ ମିଶିଲା ପାଖାପାଖି ତାଂକୁ ମେସେଜ୍ କଲି।ଆଉ ସେଥିରେ ପ୍ରଥମ line ଥିଲା sorry please don't mind ତାପରେ ମୁଁ ମୋର ରାମାୟଣ ଗାଥା ଆଉ ୫-୬ ଲାଇନ୍ ରେ ଲେଖୁଥିଲି।ଆଉ ମେସେଜ୍ ର ଥିଲା ଖାଲି ପ୍ରଶ୍ନ surname ପଟ୍ଟନାୟକ କି? ତୁମ ଘର ନିମାପଡାରେ କି? ବାପା ଜେଲର୍ ଥିଲେ କି?ମଝିରେ ଭାବିଲି କି ଗୁଗୁଲ୍ କରିକି ଦେଖେ ପୁରୀ ଜେଲର୍ ସରକାରୀ appointment order ଟା ମିଳିଗଲେ ମୋତେ ମଉସାଙ୍କ ନାଁ ମିଳିଯିବ।ବାକି ଯେତେବେଳେ ବଦଳି ହେଲା ସେତେବେଳେ internet ର ବ୍ୟବହାର ସରକାରୀ କାର୍ଯ୍ୟାଳୟରେ ଆରମ୍ଭ ହୋଇନଥିଲା।ମୋତେ ସେଥିପାଇଁ କିଛି ମିଳି ନଥିଲ।ମନ କଥାରେ ମନରେ ମାରି ଥିଲି।ସତ କହିବାକୁ ଗଲେ ମୁଁ ତାକୁ google plus,orkut ରୁ ନେଇ facebook,linkedin ସବୁଠି ଖୋଜିସାରିଥିଲି।ସବୁ କଥା ଆଉ ମୁଁ ଲେଖିନି।


ହଠାତ୍ ଦିନେ ମୋ ବି.ଟେକ୍ ସାଙ୍ଗ ଶୃତି ର ଗୋଟେ ମେସେଜ୍ ଆସିଲା କି ତୋର କେହି ସ୍କୁଲ୍ ସାଙ୍ଗ ଥିଲା କି ସୌମ୍ୟା ବୋଲି।ଗୋଟେ ସେକେଣ୍ଡ୍ ପାଇଁ ଲାଗିଲା କି ମୋତେ କଣ ସତରେ ତା' ଠିକଣା ମିଳିଗଲା, ସେ କଣ ସତରେ ମୋତେ ମନେ ରଖିଛି।ମୁଁ ସଙ୍ଗେ ସଙ୍ଗେ ଶୃତି କୁ କହିଲି ଆରେ ତା surname କଣ ପଟ୍ଟନାୟକ? ତା ବାପା ପୋଲିସ୍ ରେ ଥିଲେ?ତା ଘର କଣ ନିମାପଡା?ଶୃତି କହିଲା ରହ ଟିକେ ଧୈର୍ଯ୍ୟ ରଖ ମୁଁ ଫୋନ୍ ଲଗାଉଛି କଥା ହେଇଜା ନିଜେ ତୁ।ମୋତେ ସେତେବେଳେ ଲାଗୁଥିଲା ସତରେ ଯେମିତି କିଛି miracle ହଉଛି ମୋ ସାଙ୍ଗରେ।ସେ ଯେତେବେଳେ ମୋ ସାଙ୍ଗରେ କଥା ହେଲା ମୋ ପାଟି ରୁ ତୁ ବୋଲି ହିଁ ଡାକ ବାହାରିଲା ଯେବେକି ସାନ ବେଳେ ମୁଁ ସୌମ୍ୟା ଭଉଣୀ ଡାକି ତୁମେ ବୋଲି କହୁଥିଲି।କେମିତି ଅଛୁ କଣ କରୁଛୁ କେତେ ଖୋଜିଛି ତାକୁ ଏମିତି ପ୍ରଶ୍ନ ର ପାହାଡ ଛିଡା କରିଦେଇଥିଲି।ସେ କହିଲା ତୁ ଏବେ କଉଠି ଅଛୁ ଲକ୍ଷ୍ମୀସାଗର ପାଖରେ ଜୁଗାଡ୍ ଜଂକ୍ସନ୍ ଅଛି ସେଠିକୁ ଆସ ଦେଖାହେବା।ମୁଁ ଟାଇମ୍ ଦେଖିଲା ବେଳକୁ ୬ଟା ପାରେଇଲାଣି।ଏତେ ଡେରି ହେଲାଣି ,ପୁଣି କେବେ ସେପଟେ ଯାଇନି।କଣ କରିବି ଭାବିଲି?ମା କୁ କହିଲେ ମା ମନା କରିବେ late ହେଲାଣି ବୋଲି ଆଉ ନଗଲେ ବି ମୋତେ ରାତି ଜାକ ନିଦ ହେବନି।ସେଇଠୁ ଠିକ୍ କଲି ଶୃତି ସହ ଯିବି ଆଉ ରାତିରେ ତା ପାଖରେ ରହିଯିବି ବୋଲି।ଆଶା,ଆକାଂକ୍ଷା,ଆଶ୍ଚର୍ଯ୍ୟ ସହ ମନରେ ଖୁସି ବି ଥିଲା।ସେ ମୋତେ ବତାଇଥିବା ଠିକଣା ରେ ମୁଁ ଆଉ ଶୃତି ପହଁଚିଲୁ।ମୁଁ ଶୃତି ସହ ଗପି ଗପି wait କରି କରି resturant entrance ଆଡକୁ ଦେଖୁଥାଏ କେତେବେଳେ ସେ ଆସିବ ବୋଲି।ପାଖା ପାଖି ଗୋଟେ ଘଣ୍ଟା ଆମେ ଅପେକ୍ଷା କରିଥିବୁ ଆଉ ମୁଁ ସେଇ ସମୟରେ ଶୃତି କୁ ମୋ ପିଲାବେଳ କାହାଣୀ ଗପି ଗପି ତାକୁ ବୋର୍ ବି କରିଦେଇଥାଏ।ହଠାତ୍ ପଛପଟୁ କିଏ ଜଣେ hug କଲା।ମୁଁ ବୁଲି ଦେଖିଲା ବେଳକୁ ସୌମ୍ୟା ଥିଲା।ତାର half pant-boy cut ଅବତାର ରୁ କାନ୍ଧ ଯାଏଁ ଲମ୍ବା ଚୁଟି ଆଉ ଶାଢିରେ ଦେଖି ବହୁତ ଖୁସି ଆଉ ଆଶ୍ଚର୍ଯ୍ୟ ଲାଗିଥିଲା।


ପାଖାପାଖି ଦୁଇ ଘଣ୍ଟା ବସିକି ଖାଲି କଥା ହୋଇଥିଲୁ।ଶିଶୁ ମନ୍ଦିର ଦିନରୁ ନେଇ ନିଜର ଆଜିକା ଜୀବନ ବିଷୟରେ,ମନଖୋଲା ଗପି ଥିଲୁ।କଥା ବହୁତ ଥିଲା ହେଲେ ସମୟ ନଥିଲା।୧୦.୩୦ ରାତିରେ ତା ପାଖରୁ ବିଦାୟ ନେଇ ଆସିଲି।ସେଦିନ ଥିଲା ୭ ଜୁନ୍ ୨୦୧୮।ଦେଖା ହେବାର ଦୁଇ ଦିନ ଯାଏଁ ବିଶ୍ୱାସ ହେଉନଥିଲା କି ସତରେ ଆମର ଦେଖାହେଲା।ଆଜିକୁ ମାସେ ଉପରେ ହେଇଗଲାଣି।ଆଉ ଏବେ ସେ ବି ମୋ ଜୀବନରେ ଅନ୍ୟ ସାଙ୍ଗ ମାନଙ୍କ ଭଳି ଅଛି।ମୁଁ ବହୁତ ଖୁସି କି ଯାହା ନା ମୋର ସାଙ୍ଗ କହିଲା ମାନେ ମନେ ପଡୁଥିଲା ତାକୁ ମୁଁ ଏତେ ଦିନ ଖୋଜିଲା ପରେ ସେ ମିଳିଯାଇଥିଲା।ଆଉ ସେଦିନ ଶୋଇଲାବେଳେ youtube ରେ ଗୋଟେ ପୁରୁଣା ଗୀତର cover version ଟା ଶୁଣୁଥିଲି ଆଉ ଗୀତ ଟା ହେଲା ଶଂଶାକ ଶେଖର ଆଉ ଅମ୍ରିତା ଭାରତୀ ଗାଇଥିବା ଗୀତ "ସାଥି ଆଜି ମିଳିଗଲା ମୋ ପିଲାଦିନର"।


Rate this content
Log in

Similar oriya story from Abstract