Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Sahoo

Others

2  

Jagannath Sahoo

Others

ପହିଲି ପ୍ରେମ

ପହିଲି ପ୍ରେମ

4 mins
737


ପ୍ରେମ ଏମିତି ଏକ ସୁନ୍ଦର ଅନୁଭବ ତାକୁ ବର୍ଣ୍ଣନା କରିବା ସହଜ ନୁହେଁ !! ସାହିତ୍ୟିକ ହିସାବ ରେ କହିଲେ ମର୍ମସ୍ପର୍ଶୀ ବେଦନା ଟିଏ !!

ଆଉ ଇଂରାଜୀ ରେ କହିଲେ ବିନା adjetiv ଶବ୍ଦ ଟିଏ ଓ ସଂସ୍କୃତ ରେ କ୍ରିୟା ଓ ପ୍ରତିକ୍ରିୟା ଥିବା ସରଳାର୍ଥ,

ଆଉ ଅଙ୍କ ରେ ଅବୁଝା ପଣକିଆ ଟିଏ ଏ ପ୍ରେମ !! ସେଭଳି ଏକ ସ୍ପର୍ଶ ରୁ ସ୍ୱୟଂ ଭଗବାନ ବି ତ୍ରାହି ପାଇ ନଥିଲେ, ମୁଁ କିପରି ବା ବାଦ ପଡିଯିବି !! ପ୍ରେମର ପହିଲି କିରଣ ମୋର ମହାବିଦ୍ୟାଳୟ ରେ ହିଁ ପଡିଥିଲା, ଯଦିଓ ମୁଁ ଟିକେ ଲାଜକୁରା ସ୍ଵଭାଵ ର କିନ୍ତୁ କେଉଁ ଗୋଟେ ଗଳା ବାଟ ଦେଇ ମୋ ହୃଦୟ ରେ ଏ ପ୍ରେମ ଟା ଘୁରି ବୁଲୁଥିଲା !! ଅବଶ୍ୟ ପ୍ରେମ ଲାଜକୁଳା କି ଖୋଲା ଵାଲା ଦେଖେନି କିନ୍ତୁ ନେଇ ଆଣି ଥୋଇ ଜାଣିବା ଟା ହେଉଛି ପ୍ରେମ ବିଦ୍ୟା !!

## ଶୁଭଦର୍ଶିନୀ ଡାକ ନାଁ ରିଙ୍କି !ଚମତ୍କାର ଭାବରେ ଗଢ଼ିଛନ୍ତି ତାକୁ ଠାକୁର !ଅବଶ୍ୟ ସବୁ ପ୍ରେମିକ ଙ୍କ ଆଖିରେ ତାଙ୍କ ପ୍ରେମିକା ସୁନ୍ଦର !! ହେଲେ ରିଙ୍କି ସୁନ୍ଦର ର ସୁନ୍ଦର !! ଯୁକ୍ତ ଦୁଇ ର ପ୍ରଥମ ବର୍ଷ ରୁ ତାକୁ ଦେଖିଥିଲି, କଲେଜ ସ୍ବାଗତଂ ଉତ୍ସବ ରେ ଦେଖା ହୋଇଥିଲା !!ଉଭୟ କଳା ରେ ନାଁ ଲେଖେଇଥିଲୁ !! ଏମିତି ଦୁଇ ବର୍ଷ ବିତିଗଲା !! ବିଏ ର ପ୍ରଥମ ବର୍ଷ ଯେବେ ଆମେ ପଢ଼ିଲୁ, ମୁଁ ଇତିହାସ ସମ୍ମାନ ନେଇ ପଢ଼ିଲି ସେ,ବି ଆମର ଡିପାର୍ଟମେଣ୍ଟ ରେ ନାଁ ଲେଖି ପଢିଲା !! ଯଦିଓ ଆଗରୁ ଦୁଇ ବର୍ଷ ଏକାଠି ପଡ଼ିଛୁ କିନ୍ତୁ ସେତେ ପରିଚୟ ହୋଇନଥିଲା କିନ୍ତୁ ଏକା ଡିପାର୍ଟମେଣ୍ଟ ପଢିଲା ପରେ ଯେବେ ଆମେ ପୁଣି ଆମର ତଳ ଶ୍ରେଣୀ ର ପିଲାଙ୍କୁ ସ୍ବାଗତଂ କରିବାର ଯୋଜନା ପ୍ରସ୍ତୁତ କରୁଥିଲୁ ସେଠାରେ ମୋର ନେତାଗିରି ଦେଖି ସେଇ ଆଲୋଚନା ରେ ମୋର ପରିଚୟ ତା ସହିତ ବଢିଗଲା !!ତାକୁ ଝିଅ ମାନଙ୍କ ଟଙ୍କା ଆଦାୟ ର ମୁଁ ଦାୟିତ୍ୱ ଦେଲି !! ସେଇ ସ୍ବାଗତଂ ପରିଚାଳନା ରେ ତାର ମୋର ଘନିଷ୍ଠ ତା ବଢିଗଲା !!

ଏବଂ ଆମେ ଭଲ ବନ୍ଧୁ ହୋଇଗଲୁ !!

### କଲେଜ ରେ ସମୟ ବଢିବା ସହିତ ମୋର ନଲେଜ ମଧ୍ୟ ବଢ଼ିଲା !! ସେଇ ବନ୍ଧୁତା ର ସମ୍ପର୍କ ଭିତରେ କେତେବେଳେ ପ୍ରେମ ସମ୍ପର୍କ ଟା ମୋ ମନ ଭିତରେ ଘୁରି ବୁଲୁଥିଲା !! ତିନି ବର୍ଷ ବିତିଗଲା କେତେ ହସ ଖୁସି ରେ ସମୟ ବିତିଗଲା ଜାଣିବି ହେଲାନି, ମନ ଭିତରେ ଥିବା ଏ ପ୍ରେମ ଗଛ ରେ କଢ ରୁ ଫୁଲ ହୋଇ ସାରିଥିଲା !! ବନ୍ଧୁତା ର ଚମକ ଟା ବି ସେମିତି, ପ୍ରେମ ଫୁଲ ମଉଳି ଯିବ ପଛେ କିନ୍ତୁ ବନ୍ଧୁତା ର ଫୁଲ ଟା ଫଳ ହେବ ହିଁ ହେବ !!କିନ୍ତୁ କେବେ ଖୋଲିକି ରିଙ୍କି କୁ କହି ପାରିଲିନି ମୁଁ ତତେ ଭଲ ପାଏ !! ଏହି ଶବ୍ଦ ଟା ଯେମିତି ମୋ ପାଟିରେ ଉଚ୍ଚାରଣ ହେଇପାରୁନଥିଲା, କେତେଥର ଚେଷ୍ଟା କରିଛି କିନ୍ତୁ କହି ପାରିନି !!

#### ଏମିତି ଚାରି ପାଞ୍ଚ ବର୍ଷ କଟିଗଲା !ହଠାତ ଦିନେ ରିଙ୍କି କଟକ ରେ ଦେଖାହେଲା, ମୁଁ କିଛି କାମରେ ଯାଇଥିଲି !! ଚାଲି ଚାଲି ଯାଉଥିଲି ଜଣେ କିଏ ନାଁ ଧରି ଡାକିଲା ଭଳି ଶୁଭିଲା, ଏତେ ବଡ ସହର ମୋ ନାଁ କିଏ ଜାଣିଛି, ତଥାପି ଅଟକି ଗଲି , ପଛକୁ ବୁଲି ଚାହେଁ ତ ଗୋଟିଏ ସୁନ୍ଦର ଝିଅ !!

ଆରେ ଏ ତ ରିଙ୍କି !!

ଓଃ ରିଙ୍କି କଲେଜ ବେଳ ଠାରୁ ଆହୁରି ସୁନ୍ଦର ଦେଖା ଯାଉଥିଲା !!

କହିଲା ମୋଟୁ ମତେ ଜାଣି ପାରୁନୁ !!

@ ମନେମନେ ଭାବିଲି କୋଉ ପ୍ରେମିକ ତାର ପ୍ରେମିକା କୁ ଜାଣି ପାରିବନି !! ପାଞ୍ଚ ବର୍ଷ ଏକାଠି କାଟି ଥିବା ସେଇ ଅଭୁଲା ମୁହୂର୍ତ୍ତ କୁ କିଏ ଅବା ଭୁଲି ପାରିବ !! ରିଙ୍କି?? ମୋଟି ତୁ !!

@ ଯଦିଓ ଦରକାର ଠୁ ବେଶୀ ମୋଟା ସିଏ ନଥିଲା, କିନ୍ତୁ ମତେ ମୋଟା କହିଥିବାରୁ ତାର ପ୍ରତିଉତ୍ତର ମୁଁ ଦେଇ ଦେଲି !!

##### ଆରେ କଟକ କାହିଁକି ଆସିଥିଲୁ?

ଆଉ ସବୁ ଭଲ ତ??

ଦୀପକ, ସୁବ୍ରତ, ସମୀର ସବୁ ଭଲ ଅଛନ୍ତି???

ରିତା, ଶ୍ୱେତା, ମାନସୀ ବାହା ହେଲେଣି କି ନାହିଁ????

@ ଏତେ ସବୁ ପ୍ରଶ୍ନ ର ଉତ୍ତର ଯଦିଓ ମୋ ପାଖରେ ଥିଲା ମୁଁ କିନ୍ତୁ କହିପାରିନଥିଲି !! ତାର ମଥାରେ ସିନ୍ଦୁର ଆଉ ହାତରେ ଶଙ୍ଖା ଦେଖି ମୁଁ ଯେମିତି ନିର୍ଜୀବ ପାଲଟି ଯାଇଥିଲି !!

@ ଆରେ ଶୁଣ ଆମେ ଏଇ ପାଖରେ ରହୁଛୁ!! ସିଏ କଲେକ୍ଟର ଅଫିସ ରେ ଚାକିରୀ କରୁଛନ୍ତି !! ତତେ ପଚାରିଲେ କିଛି କହୁନୁ, ବ୍ୟସ୍ତ ଅଛୁ ବୋଧେ ହଉ କେବେ ଘର ଆଡେ ଆସିବୁ !! ଏହା କହି ସେ ଚାଲିଗଲା !!

###### ଯଦିଓ କର୍ମ ବ୍ୟସ୍ତତା ଭିତରେ ମୁଁ ପ୍ରେମ କୁ ଭୁଲି ଯାଇଥିଲି କିନ୍ତୁ ରିଙ୍କି କୁ ନୁହେଁ, ଜୀବନରେ କେବେ ଦେଖା ହେବ ମୁଁ ଭାବି ବି ନଥିଲି !! କାହିଁକି ନାଁ କଲେଜ ସରୁ ସରୁ ସେ ପିଜି କରିବାକୁ ଭୁବନେଶ୍ୱର ପଳାଇଥିଲା !! ହଠାତ ଏମିତି ଦେଖା ହେଲା ପୁଣି ବାହା ହେଇଯାଇଛି !! ମୋତେ ତ ବିଶ୍ୱାସ ହେଉ ନଥିଲା, ପୁଣି ଭାବିଲି ଏଥିରେ ଅବିଶ୍ୱାସ କରିବାର କଣ ଅଛି, ମୁଁ ତ ତାକୁ କେବେ ମନଖୋଲି ମୋ ମନର କଥା କହିନି !!ତାର ବା ଭୁଲ କଣ?? ମନକୁ ସିନା ବୁଝାଇ ଦେଲି କିନ୍ତୁ ହୃଦୟ ଭିତରେ ଥିବା ସେ ପହିଲି ପ୍ରେମ କୁ ମୁଁ ବୁଝାଇ ପାରିଲିନି, ସତରେ କଣ ପହିଲି ପ୍ରେମ ଏତେ ନିଆରା

@ ପହିଲି ପ୍ରେମ ର କଣ ଶେଷ ନାହିଁ?

ପହିଲି ପ୍ରେମ କୁ ଜାବୁଡି ଧରି ଏବେବି ଅନେଇ ବସିଛି ରିଙ୍କି ପୁଣି ଫେରି ଆସନ୍ତାନି, ତାକୁ ଏବେ ମୋ ମନ କଥା ଖୋଲି କହି ପକାନ୍ତି !!

ଏତେ ସବୁ ପ୍ରଶ୍ନ ର ଉତ୍ତର ଖୋଜୁଖୋଜୁ କେତେବେଳେ ରେଳ ଷ୍ଟେସନ ରେ ପହଂଚିଲି ଜାଣି ପାରିଲିନି !! ମନେମନେ ହସିଲି ସତରେ ସେଇଟା ପହିଲି ପ୍ରେମ ନାଁ

ଅକୁହା ପ୍ରେମ !!!!


Rate this content
Log in