Quotes New

Audio

Forum

Read

Contests


Write

Sign in
Wohoo!,
Dear user,
‘ଖପରା କଣ୍ଢେଇ”
‘ଖପରା କଣ୍ଢେଇ”
★★★★★

© Satyajit Samal

Inspirational

2 Minutes   7.1K    11


Content Ranking

ତାରା’ର ଆଗମନ ଦୃଶ୍ୟରେ ସାମାନ୍ୟ ଅନ୍ଧକାର ହୋଇଯାଇଥାଏ ଘର ଆଗ ଅଗଣାଟି । ଖପରାକୁ ପକାଇ କିତି କିତି କିତି.. କହି କଣ୍ଢେଇ ଏକ ରାହାରେ ଗୋଟେ ଘରକୁ ଗୋଟେ ଘର ପାଦ ଥାପୁଥାଏ । ଏତିକି ବେଳେ ଘରୁ ବାପାଙ୍କ ପାଟି ଆସିଲା, କଣ୍ଢେଇ ଘରୁକୁ ଆସେ ସଂଧ୍ୟା ହେଲାଣି । ଗୋଡ ହାତ ଧୁଆ ଧୁଇ ହେଇକି ପାର୍ଥନା କରେ । ଏହା ଶୁଣି ସଙ୍ଗେ ସଙ୍ଗେ କଣ୍ଢେଇ ଖପରାକୁ ଗୋଟାଇ ମୁଣ୍ଡିଆ ମାରି ଘରେ ଥିବା ପଥର ଶିଳ ପାଖରେ ରଖିଦେଲା । କାହିଁକି ନା ବାପା କହିଥିଲେ ସାନ ହଉ କି ବଡ, ଗୋଡ ବାଜିଲେ ବିଷ୍ଣୁ କହି ମୁଣ୍ଡିଆ ମାରିବା ଉଚିତ । ଏମିତିରେ ବି ଖପରାକୁ ବହୁତ ପସନ୍ଦ କରୁଥିଲା କଣ୍ଢେଇ । ଘରେ ଏକା ଥିଲାବେଳେ କେତେ ଯେ ସମୟ କାଟିଛି ଏହି ଖପରା ସହ । ଏହା ପରେ ସେ ଚାଲିଗଲା ପାର୍ଥନା କରିବାକୁ । 


ଏପଟେ ବାପା ଡିବି ଲାଗାଇ ମିଞ୍ଜି ମିଞ୍ଜି ଆଲୁଅରେ ଗଢିବାକୁ ଲାଗିଲେ ମାଟି ଯୁକ୍ତ କଣ୍ଢେଇ । କାରଣ,କଣ୍ଢେଇର ବାପା ଥିଲେ କଣ୍ଢେଇ କାରିଗର । ମାଟିରେ ନିର୍ମିତ କଣ୍ଢେଇ ବିକି ପେଟ ପାଇଁ ଦାନା କିଣୁଥିଲେ । ଘରେ ପରିବାର କହିଲେ ଝିଅ କଣ୍ଢେଇ ଆଉ ସେ । କଣ୍ଢେଇକୁ ସେ ସାତ ବର୍ଷ ତଳେ ଏକ ଖତ ଗଦାରୁ ପାଇଥିଲେ । ପାଖ ଗାଁ ମେଲଣ ସମୟରେ କଣ୍ଢେଇ ବିକିବାକୁ ଯାଇଥିଲାବେଳେ କୁଆଁ କୁଆଁ କାନ୍ଦ ଶୁଣି ତାକୁ ଘରକୁ ନେଇ ଆସିଥିଲେ । ସେଦିନ ସବୁ ମାଟି କଣ୍ଢେଇ ବିକା ସରିଯାଇଥିବାରୁ ସେ ନିଜ ଝୁଡିକୁ ଖାଲି କରିବାକୁ ଚାହୁଁ ନଥିଲେ । ସେଥିପାଇଁ ସେ ଝିଅ ନାଁ ବି କଣ୍ଢେଇ ଦେଇଥିଲେ ।

ଏତିକିବେଳେ କଣ୍ଢେଇର ପାଟି ଶୁଣାଗଲା, ବାପା ଦେଖିବ ଆସ ମୁଁ କଣ କରିଛି । ବାପା ଦୌଡି ଆସି ଦେଖନ୍ତି ତ ! ଠାକୁର ଘରେ ଥିବା ମାଟି ହାଣ୍ଡି ଉପରେ ତିଆରି ହୋଇଛି ଆଉ ଏକ କଣ୍ଢେଇର ଚିତ୍ରଣ । ଏହି ସମୟରେ କଣ୍ଡେଇ ପାଖରେ ନିଜ ଗୁଣ ଦେଖି ବାପାଙ୍କ ଆଖିରୁ ଧାର ଧାର ଲୁହ ବାହାରି ପଡିଲା । ସେ ମନେପକେଇଛନ୍ତି ନିଜର ପିଲାବେଳ କଥା । ଦିନେ ସେ ବି ଅନାଥାଶ୍ରମରେ ବଡ ହୋଇଥିଲେ । ଗାଁରେ ବନ୍ୟା ସମୟରେ ଗାଁରେ ପାଣି ନପଶିବା ପାଇଁ ବାଲି ବାଡ ଦେଉଥିଲେ । ବାଲି ବସ୍ତା’ର କରେ କରେ ପଟୁ ମାଟି ରହିଯାଉଥିଲା । ସେ ପ୍ରଥମ କରି ସେଦିନ ହାତରେ ଗୋଲ କରୁକରୁ ତିଆରି ହୋଇଯାଇଥିଲା ଏକ କଣ୍ଢେଇ । ବାସ୍ ସେହିଦିନ ଠାରୁ ହିଁ “କଣ୍ଢେଇ ନେବ” ଡାକରା ଆରମ୍ଭ କରିଥିଲେ । ହଠାତ୍ ବାପାଙ୍କ ଲୁହ ଝିଅର ଶରୀରରେ ପଡିଯିବାରୁ କଣ୍ଢେଇ କହଲା, ବାପା ମୁଁ ବି ଏଥର ତମ ସହ କଣ୍ଢେଇ ବିକିବାକୁ ଯିବି । ଆଉ ମୋ କଣ୍ଢେଇର ନାଁ ହେବ “ଖପରା କଣ୍ଢେଇ” .. ।

ଖପରା କଣ୍ଢେଇ

Rate the content


Originality
Flow
Language
Cover design

Comments

Post

Some text some message..