Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Drama

3  

Aravinda Das

Drama

ବାପାଙ୍କ ଜନ୍ମଦିନ

ବାପାଙ୍କ ଜନ୍ମଦିନ

2 mins
7.6K


"ଆଜି ବାପାଙ୍କ ଜନ୍ମଦିନ ପାଇଁ ଫାଇଭ ଷ୍ଟାର ହୋଟେଲରେ ପାର୍ଟି ହେବ।"

ସ୍ତ୍ରୀ ମିନି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ପ୍ରକାଶ ।

"କିଏ ପାର୍ଟି ଦେବ ? ବାପା ତ ଏସବୁ ପସନ୍ଦ କରନ୍ତି ନାହିଁ ବୋଲି ଏତେ ବର୍ଷ ହେଲାଣି ଜେଜେମା ଅମଳରୁ ଚାଲିଆସୁଛି ସେଇ ସରୁ ଚକୁଳି,ବୁଢ଼ା ଚକୁଳି ଓ ଖିରୀ । ଆମ ସୋନୁ ଜିଦି ଲଗାଇ ବାପାଙ୍କୁ କେକ୍ କାଟିବା ପାଇଁ ରାଜି କରାଇବା ପରେ ମୁଁ କେକ୍ ଆଣୁଛି।ଆଜି ବି ଏଗଲେସ ପାଇଁ ବରାଦ ଦେଇଛି।"

ଚା କପ ପ୍ରକାଶକୁ ବଢ଼ାଇ ମିନି କହିଲା,"କିଏ ପାର୍ଟି ଦେଉଛି,ସେଥିରେ ତମେ କାହିଁକି ମୁଣ୍ଡ ଖେଳାଉଛ ? ମୋ ଜନ୍ମଦିନ ତ ତୁମର ମନେ ନଥାଏ । ଦିନେ ଓଳିଏ ମୋତେ ରୋଷେଇରୁ ମୁକ୍ତି ମିଳିବା କଥା ଶୁଣିଲେ ତମକୁ ଅସୁବିଧା ହେଉଛି ? କ୍ୟାନସଲ କରିଦିଅ କେକ୍ ଅର୍ଡର । ସନ୍ଧ୍ୟାରେ ଆମ ସମସ୍ତଙ୍କୁ ହୋଟେଲ ଯିବାକୁ ହେବ।ଲକରରୁ ମୋର କିଛି ଗହଣା ଆଣିବ । ୩୦୦ /୪୦୦ ଗେଷ୍ଟ ।"

"ଏତେ ଲୋକ ? ବାହାଘର ଭୋଜି ନା କଣ ? କିଏ ଦେଉଛି ?"

ଘର ଭିତରୁ ମନୋରମା ଦେବୀ ବାହାରି ଆସି କହିଲେ, "ତୋ ବାପାଙ୍କ କିଛି ଲେଖକ ସାଙ୍ଗ ଓ ସପୋର୍ଟର ମାନେ ବାର୍ଥଡ଼େ ପାର୍ଟି ଆଜି ଆୟୋଜନ କରୁଛନ୍ତି । ତୋ ବାପା ରାଜି ହେଉନଥିଲେ । ମୁଁ ବିରକ୍ତ ହେଲି ଓ ଆୟୋଜକ ଲୋକଙ୍କୁ ହଁ କରିଦେଲି।"

ବୋଉ କଥା ଶୁଣି ପ୍ରକାଶ ପାଟିରୁ ବାହାରି ପଡ଼ିଲା, "ବାପା ତ ଏତେ ବର୍ଷ ହେଲାଣି ଲେଖାଲେଖି କରୁଛନ୍ତି ।ସମସ୍ତେ ତାଙ୍କୁ ଚିହ୍ନିଛନ୍ତି । କେବେ ତ ଜନ୍ମଦିନ ପାର୍ଟି କରିନାହାନ୍ତି । ଏବର୍ଷ ହଠାତ୍ ?"

ଧୀର ସ୍ୱରରେ ମନୋରମା କହିଲେ,ତୋ ବାପା ପରା, ତାଙ୍କର ସେଇ କମିଟି'ର ସଭାପତି ଭାବେ ଗତକାଲି ନିର୍ବାଚିତ ହୋଇଛନ୍ତି ।"

ପଛପଟୁ ମିନି କହିଉଠିଲା ,"ବାପା କହୁଥିଲେ ଆଗକୁ ନିଜ କାମ ହାସଲ କରିବାକୁ ଲବି କରିବାର ଏହା କାଳେ କିଛି ଲୋକଙ୍କ ବାହାନା ।"

"ଓଃ,ସେଇଥିପାଇଁ ବାପା ରାଜି ହେଇନଥିଲେ ବୋଧେ ।"

ଖିଙ୍କାରି ଉଠି ମନୋରମା କହିଉଠିଲେ, "ତୋ ବାପା'ଙ୍କ ମୁଣ୍ଡରେ ଗୋବର ପଶିଛି । କିହୋ,ଆସୁଥିବା ସୁଯୋଗକୁ କିଏ ଗୋଇଠା ମାରେ ? ନିଜ କାମ ନିଜ ବିବେକ ଅନୁଯାୟୀ କର । କିଏ କାହିଁକି ତୁମକୁ ଦୋଷ ଦେବ ? ଠିକ୍ ସନ୍ଧ୍ୟା ସାତଟା ବେଳକୁ ହୋଟେଲରେ ପହଞ୍ଚିବାକୁ ପଡିବ । "ଭିତରକୁ ଚାଲିଗଲେ ମନୋରମା ।

"ବୋଉ ଠିକ୍ କହିଛନ୍ତି । ତମେ କେଉଁ ଦିନେ ଆମକୁ ଫାଇଭ ଷ୍ଟାର ହୋଟେଲରେ ଖୁଆଇଛ ? ସକାଳୁ ପିଠା,ଖିରୀ ସବୁ ତ କରିଛି । ରାତିରେ ତ ମୋତେ ଟିକେ ଆରାମ ମିଳିବ । ଆଛା ଆଜି ତ ବାପାଙ୍କ ତିଥି ନକ୍ଷତ୍ର ଅନୁଯାୟୀ ଜନ୍ମଦିନ । ଏଇ ଆୟୋଜକମାନେ ବାପାଙ୍କ ଅଫିସିଆଲ ବାର୍ଥଡେରେ ବି ପାର୍ଟି କରିବେ କି ?"

ମନୋରମା ବେଡ଼ ରୁମରୁ ବାହାରି ଆସି ହସହସ ସ୍ୱରରେ କହିଲେ,"ମୁଁ ସେମାନଙ୍କୁ ଆସନ୍ତା ମାସ ୧୨ ତାରିଖରେ ଆମ ଆନିଭର୍ସରୀ ପଡୁଛି ବୋଲି କହିଦେଇଛି।"

(ଅରବିନ୍ଦ ଦାସ)


Rate this content
Log in

Similar oriya story from Drama