BISWESWAR MAJHI

Others


5.0  

BISWESWAR MAJHI

Others


ଦାସରାଜାଙ୍କ ବଂଶଧର

ଦାସରାଜାଙ୍କ ବଂଶଧର

3 mins 7.9K 3 mins 7.9K

ସମଗ୍ର ପୃଥିବୀ ପ୍ରଳୟ ଜଳରେ ଭାସୁଥିବାବେଳେ ପ୍ରଭୁ ସ୍ଵୟଂ ଏକ ବଟ ପୁଟରେ ଯୋଗନିଦ୍ରାରେ ଶୟନ କରିଥିଲେ । ଉତ୍ତୁଙ୍ଗ ଲହରୀ ଉଠି ବଟ ପୁଟକୁ ଅସ୍ଥିର କରିବାରୁ, ପ୍ରଭୁ କର୍ଣ୍ଣ ମୂଳରୁ ଚଂଦନ ମଳି ଟିକେ କାଢି, ତାକୁ ଏକ କୃଷ୍ଣକାୟ, ସବଳ, ସାହସୀ, ପରାକ୍ରମୀ, ସତ୍ୟ ବଦ୍ଧ ପୁରୁଷ ରୂପ ଦେଲେ ଏବଂ ସେହି ପୁରୁଷକୁ ଦାସ ନାମ ଦେଇ ବଟ ପୁଟ ସ୍ଥିର କରାଇବାକୁ ଆଦେଶ ଦେଲେ । ଦାସ କୈବର୍ତ୍ତର ସେବା ଓ ଭକ୍ତି ଭାବରେ ସନ୍ତୁଷ୍ଟ ହୋଇ ଈଶ୍ଵର ସେହି ବଟ ଶୃଙ୍ଗକୁ ଏକ ବଳବାନ ଅଶ୍ୱରେ ପରିଣତ କଲେ। ପ୍ରଭୁଙ୍କ ଆଦେଶ ଥିଲା "ଏହି ଅଶ୍ୱରେ ସିଂହଳ ଦ୍ୱୀପକୁ ଯିବ ଏବଂ ସେଠାରେ ରାଜା ହେବ। ଏହି ଅଶ୍ୱ ତୁମ ବଂଶର ଇଷ୍ଟଦେବ ଭାବେ ଚୈତ୍ର ପୂର୍ଣ୍ଣିମାରେ ପୂଜା ପାଇବ ।" କୈବର୍ତ୍ତ ପୁରାଣ ଅନୁସାରେ: "ଏହାକୁ ପୂଜିବ ଜନ୍ମେ ଜନ୍ମେ ଅବତରି ଏହାର ନାମ ଅଟେ ଅଶ୍ୱନୀ ବାସେଳୀ ।" ତ୍ରେତୟା ଯୁଗରେ କୈବର୍ତ୍ତ ଯେତେବେଳେ ଶୁଣିବାକୁ ପାଇଲେ ବିଶ୍ୱାମିତ୍ର ମୁନି ରାମ ଲକ୍ଷ୍ମଣଙ୍କୁ ଧରି ଗଂଗା ପାର ହେବାକୁ ଆସୁଛନ୍ତି, ଶ୍ରୀରାମଙ୍କ ପଦଧୂଳି ଦ୍ୱାରା ପାଷାଣୀ ଅହଲ୍ୟା ଉଦ୍ଧାରର ବାହାନା କରି ଶ୍ରୀରାମଙ୍କ ପାଦ ଧୋଇ ନଦେଲେ ସେ କେବେବି ତାଙ୍କୁ ନୌକାରେ ବସାଇ ଦେବେ ନାହିଁ କହିଲେ । " ..ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବ ବିଷାଦ ନପାଇ ଚରଣାମୃତ ପାନକୁ ଇଛି । ବିଜ୍ଞାନୀ କୈବର୍ତ୍ତ ଧୋଇଲା ବିଶ୍ଵେ ପତିତପାବନ ନାମ ବହିଲା ।" 'ବୈଦେହୀଶ ବିଳାସ' ଗଂଗାପାର ହୋଇ ଶ୍ରୀରାମ ଯେତେବେଳେ କୈବର୍ତ୍ତକୁ ଘାଟ କଉଡି ଯାଚିଛନ୍ତି ସେ ଉତ୍ତର ଦେଇଛି ଜାତି ଭାଇଠାରୁ କଉଡି ନିଆ ଯାଏ ନାହିଁ ବୋଲି । ଏହାର ଯଥାର୍ଥତା ପ୍ରମାଣ ଦେବାକୁ ଯାଇ କୈବର୍ତ୍ତ କହିଛି ସେ ସଂସାର ମଧ୍ୟରେ ନଦୀ ନାଳରେ ସମସ୍ତଙ୍କୁ ପାରି କରେ ଏବଂ ଭଗବାନ ସଂସାର ସାଗରରୁ ସମସ୍ତ ପ୍ରାଣୀ ମାନଙ୍କୁ ପାରି କରନ୍ତି । କୈବର୍ତ୍ତ ମାଛ ଧରିବା ପାଇଁ ଜାଲ ବ୍ୟବହାର କରୁଥିବା ବେଳେ ପ୍ରଭୁ ମାୟାଜାଲର ଅଧିକାରୀ । ତେଣୁ କୈବର୍ତ୍ତ ପ୍ରଭୁଙ୍କୁ ସଂସାର ସାଗରରୁ ଭଲରେ ପାରି କରାଇ ଦେବାକୁ ଅନୁରୋଧ କରିଛନ୍ତି । ଦ୍ୱାପର ଯୁଗରେ ଦାସ ରାଜାଙ୍କ ଅନୁଢା କନ୍ୟା ମତ୍ସ୍ୟଗଂଧା ଯିଏ ସତ୍ୟବତୀ ନାମରେ ପରିଚିତ, ପରାଶର ମୁନିଙ୍କୁ ନଦୀ ପାର କରାଇବା ବେଳେ ତାଙ୍କ ଔରସରୁ ଜନ୍ମ ଦେଇଥିଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ରାହ୍ଣଣ ବ୍ରହ୍ମବେତ୍ତା ବାଦରାୟଣ କୃଷ୍ନ ଦୌପାୟନ ବ୍ୟାସଦେବଙ୍କୁ । ପରେ ହସ୍ତିନାର ଚନ୍ଦ୍ରବଂଶୀ ମହାରାଜ ଶାନ୍ତନୁଙ୍କୁ ବିବାହ କରି ସତ୍ୟବତୀ ବ୍ରାହ୍ମଣ-କୈବର୍ତ୍ତ ଓ କ୍ଷତ୍ରିୟ-କୈବର୍ତ୍ତ ମହା ମିଳନର ସୂତ୍ରପାତ କରିଥିଲେ ଏବଂ ବ୍ୟାସ ଭୀଷ୍ମ ପରି ଦୁଇ ଯୁଗପୁରୁଷଙ୍କ ମା ହେବାର ଅପୂର୍ବ ସୁଯୋଗ ଲାଭ କରିଥିଲେ । ଶ୍ରୀ ମନ୍ଦିରରେ ଭୋଗ ପାଇଁ ଲାଗୁଥିବା ଚୁଡା କୈବର୍ତ୍ତ ନିଯୋଗ ସୁତ୍ରରେ ଯୋଗାଇ ଦେଇଥାଏ ଯାହା କୈବର୍ତ୍ତର ଏକ ଉଦ୍ଭାବନ । ବାଣିଜ୍ୟ କରିବା ପାଇଁ ସାଧବ ମାନେ ବୋଇତ ଯାତ୍ରା କଲାବେଳେ ସମୁଦ୍ର ମଧ୍ୟରେ ବିନା ରୋଷେଇରେ ଖାଦ୍ୟ ଖାଇବା ପାଇଁ ଉଦ୍ଭାବନ କରିଥିବା ଚୁଡା ଏକ ଅତି ଉପାଦେୟ ଓ ପୁଷ୍ଟିକର ତଥା ତୁରନ୍ତ ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ । ସେହିପରି ସମୁଦ୍ର ମଧ୍ୟରେ ପରିବା ଅଭାବ ପୂରଣ କରିବା ପାଇଁ କୈବର୍ତ୍ତ ଆବିଷ୍କାର କରିଥିଲା ମାଛ, ଶରୀର ପାଇଁ ପୁଷ୍ଟିକର ଏକ ବ୍ୟଂଜନ ସାମଗ୍ରୀ । ପୃଥିବୀ ତିନିଭାଗ ଜଳ, ଏକ ଭାଗ ସ୍ଥଳ ଯାହାର ଅଧିଶ୍ୱର ଏକା କୈବର୍ତ୍ତ(କେ ଅବର୍ତ୍ତୟତି ଇତି) । ଆମେରିଗୋ ଭେସପୁସି ଭୁଅନ୍ତୁ କି ଭାଷ୍କୋଡାଗାମା ହୁଅନ୍ତୁ ବିଶ୍ୱକୁ ଆବିଷ୍କାର କୈବର୍ତ୍ତ ହିଁ କରେ !! ସମ୍ରାଟ ଅଶୋକଙ୍କ ପୁତ୍ର ରାହୁଳ, କନ୍ୟା ସଙ୍ଘମିତ୍ରା ଏବଂ ଅନ୍ୟ ପ୍ରଚାରକ ମାନଙ୍କୁ ଜାଭା, ସୁମାତ୍ରା, ସିଂହଳ, ଜାପାନ, ଥାଇଲ୍ୟାଣ୍ଡ, କୋରିଆ, ଇତ୍ୟାଦି ଦରିଆ ପାରି ଦେଶକୁ ନେଇ ଯାଇ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ କୈବର୍ତ୍ତ ତା'ର ଶ୍ରେଷ୍ଠ ଯୋଗଦାନ କରିଛି । ନୌବାଣିଜ୍ୟ କରି ଦେଶକୁ ସମୃଦ୍ଧ କରିବା ବ୍ୟତିରେକେ ଧର୍ମ, ଭାଷା, ସାହିତ୍ୟ ଓ ସଂସ୍କୃତିର ଆଦାନ ପ୍ରଦାନରେ କୈବର୍ତ୍ତ ମାଝୀ ମାଳଦାଙ୍କ ଯୋଗଦାନ ଅନସ୍ୱୀକାର୍ଯ୍ୟ । ସୃଷ୍ଟି ଜଳମୟ । "ଏଇ ସମୁଦ୍ର ହେଉଛି ଜନ୍ମ ଆଉ ମରଣର ଜଳ ଛବି, ହରଷ ଗଦଗଦ ଜୁଆର ହେଉଛି ଜନ୍ମ, ଅଜଣା ଥାନକୁ ଭିଡି ହୋଇ ଯାଉଥିବା ଭଟ୍ଟା ହେଉଛି ମରଣ ।. ସିନ୍ଧୁରୁ ଜନମ ସିନ୍ଧୁରେ ଲୀନ, ଏଇ ପୃଥିବୀର, ମଣିଷର, କୈବର୍ତ୍ତର ।" 'ମଗ୍ନ ମାଟି'(ପ୍ରତିଭା ରାୟ) ପୃ- 600 । ପାଣ୍ଡବ ମାନେ ଏକ ବର୍ଷ ଅଜ୍ଞାତ ବାସ କଟାଇଥିବା ମତ୍ସ୍ୟ ଦେଶ(ଓଡିଶାର ମୟୁରଭଂଜ)ର ରାଜା ବିରାଟ କୈବର୍ତ୍ତ । ଉତ୍କଳୀୟ କୈବର୍ତ୍ତ ରାଜକନ୍ୟା କାରୁବାକୀର ରୂପ ଲାବଣ୍ୟ ବୀରତ୍ଵରେ ଆକୃଷ୍ଟ ହୋଇ ଅଶୋକ କରିଥିଲେ କଳିଙ୍ଗ ଆକ୍ରମଣ । ପ୍ରତିଭା ରାୟଙ୍କ 'ମଗ୍ନ ମାଟି'ରେ ଉଲ୍ଲେଖ ଅଛି ପ୍ରଳୟ ସମୟ ଉପନୀତ ହେଲେ ସତ୍ୟ ସଂଧ କୈବର୍ତ୍ତ ଆଗାମୀ ପୀଢି ପାଇଁ ଶସ୍ୟ ବୀଜ ଓ ଅନ୍ୟ ଆବଶ୍ୟକୀୟ ଉପାଦାନ ସହିତ ଏକ ବୃହଦାକାର ବୋଇତ ନିର୍ମାଣ କରିଥାଏ ଯାହା ଦ୍ଵାରା ପ୍ରଳୟ ପରେ ସୃଷ୍ଟି ରକ୍ଷା ହୋଇପାରିବ । ସିଂଗାପୁର ଇତିହାସରେ କୈବର୍ତ୍ତ ଆଦିମ ଅଧିବାସୀ ଭାବେ ଗୃହୀତ ଏବଂ ମର୍-ଲାୟନ ବା ଅଧା ମାଛ ଅଧା ସିଂହ ସେ ଦେଶର ରାଷ୍ଟ୍ରୀୟ ସଂକେତ ମଧ୍ୟ । କୈବର୍ତ୍ତର ଚଇତି ଘୋଡା ନାଚ ଏକ ପ୍ରାଚୀନ ଲୋକ କଳା ଯାହା ଲୋକ ସାହିତ୍ୟକୁ ବଂଚାଇ ରଖିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛି । ପାଲା, ଦାସ କାଠିଆ, ଯାତ୍ରା, ଚଳଚ୍ଚିତ୍ର ସବୁର ମୂଳ ହେଉଛି ଘୋଡା ନାଚ । ଏହା ଦେଶ ବିଦେଶରେ ଆଦୃତି ଲାଭ କରିଛି । କୈବର୍ତ୍ତ ଖାଲି ବିଜ୍ଞାନୀ କୈବର୍ତ୍ତ ତଥା ଦାସ ରାଜାଙ୍କ ବଂଶଧର ନୁହେଁ ବରଂ ଡଂଗା ଓ କୁ ଚୁଡାର ଉଦ୍ଭାବକ ଭାବେ ବିଶ୍ୱର ପ୍ରଥମ ବୈଜ୍ଞାନିକ ମଧ୍ୟ ।

ବିଶ୍ୱେଶ୍ୱର ମାଝୀ


Rate this content
Originality
Flow
Language
Cover Design