Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational

3  

Amiya Bej

Inspirational

ପ୍ରେମ ପ୍ରେମରେ

ପ୍ରେମ ପ୍ରେମରେ

3 mins
7.8K


(୧)

ସବୁଦିନ ପ୍ରେମଦିନ। ସଡକସୁରକ୍ଷା ସପ୍ତାହ ପରି , ପ୍ରେମ ସପ୍ତାହ ଗୋଟେ କଣ ଯେ' ?

ସମାଜ ବୋଧେ କ୍ରମଶଃ ପ୍ରେମହୀନତା ଆଡକୁ ମୁହାଁଉଥିବାରୁ, ଏଇ ପ୍ରକାର ସଚେତନତା ମୂଳକ ଆୟୋଜନ କୁ ସ୍ୱାଗତ କରାଯାଇପାରେ। ବଜରଙ୍ଗ ଦଳ ବିରୋଧୀ ,କିନ୍ତୁ ବଜରଙ୍ଗୀ ମାନଙ୍କୁ ଅପ୍ରେମୀ , କୁହାଯାଇନପାରେ।

(୨)

ଠିକ୍ ପ୍ରେମସପ୍ତାହ ପୂର୍ବରୁ ଆମଘରେ, କଳି ଲାଗିଗଲା । ସାମ୍ପୁ ଟା ଆଣିଲି କିନ୍ତୁ କଣ୍ଡିସନର୍ ଭୂଲିଗଲି। ଏତିକି କଥା ମାତ୍ର ।

- ମାତ୍ର! ଭୂଲିବା ଆଉ ଠକିବା ଏକାପରି। ୟା' ପଛରେ ଅନେକ କାରଣ ଥାଇପାରେ। ଯେମିତିକି, ସ୍ତ୍ରୀ କୁ ଆଦୌ ଗୁରୁତ୍ୱ ନଦେବା ।

ବାସ୍ କଥାଟା କଣ୍ଡିସନର୍ ପାଉଚ୍ ପରି ଛୋଟ , କିନ୍ତୁ ପୁଞ୍ଜିଭୂତ ଅନେକ ପୁରୁଣା କାରଣ ସବୁ ଜମାଟ ବାନ୍ଧି , ମଉକା ଖୋଜୁଥିଲା ଯେପରି । ଅଯଥା କଥାକୁନେଇ ସ୍ତ୍ରୀ ଲୋକଟିଏ , ପ୍ରଳୟଙ୍କରୀ ବନିଯିବାର ଅନେକ ଦୃଷ୍ଟାନ୍ତ ଅଛି।

ମୁଁ ମୋ ଥଣ୍ଡାପଣ କୁ ସମ୍ମାନ ଦେଇ ସବୁ ଗରଳକୁ ପିଇଗଲି। ପ୍ରସ୍ତୁତ ବି ହୋଇଗଲି।

ଏବେ ସବୁଥର ପରି ଚାଲିବ , ମାସାଧିକ ଅପଡ' !

ସାମ୍ନା ଜଣକ ଅବାନ୍ତର ହେଉଥିଲେ , ତୁମକୁ ଚୁପ୍ ରହିବାକୁ ହେବ।

ଠିକ୍ ପରଦିନ "ରୋଜ୍ ଡେ"

(୩)

Feb :7

- ପାପା ! ହାପି ରୋଜ୍ ଡେ ।

- ଓଃ ! ବିୟୁଟିଫୁଲ୍। ଥାଙ୍କୁ।

ଗୋଟେ ରଙ୍ଗୀନ ଜରିଗୁଡା , କଣ୍ଟାଶୂନ୍ୟ ରକ୍ତଗୋଲାପ ମୋ' ଆଡକୁ ବଢାଇଦେଲା ମାମୁନି। ପିଲାଟାକୁ ବାଆର ହେଲାଣି। ଜାଣୁ ଏସବୁ। ଘର ଭିତର କଥା। ବାହାରେ ସିନା ଅପସଂସ୍କୃତି ।

ସଂଧ୍ୟାରେ ଅଫିସ୍ ରୁ ଫେରିଲାବେଳେ , ମାମୁନିର ମନପସନ୍ଦ ଖାଇବା ନେଇ ଆସିଥିଲି। ଭାରି ଖୁସିହେଲା ପିଲାଟା।

(୪)

Feb : 8

- ପାପା ! ଉଠ ! ଗୁଡମର୍ଣୀଂ।

- ଉଁ! ହଁ।

- ଆଜି ପ୍ରପୋଜ ଡେ।

- ସେଠୁ ?

- ତୁମେ ମୋ'ଲାଗି ଦୁନିଆର ସର୍ବଶ୍ରେଷ୍ଠ ବାପା ହୋଇପାରିବ?

- କାଇଁ? ଏବେ ନୁହେଁ କି?

- ହଁ ଯେ !

- ଯେ ?

- ହେବ କି ନାହିଁ କୁହ ?

- ଓକେ। ଚେଷ୍ଟା କରିବି ଆଉରି। ଯା ସ୍କୁଲ ପାଇଁ ରେଡି ହେ। ମାମାକୁ କହିବୁ ,ଆଜି ମୋର ଫେରିବାରେ ଲେଟ୍ ହେବ। ମିଟିଂ ଅଛି।

(୫)

Feb : 9

ଜଳଖିଆ ଟେବୁଲ ରେ ଅପେକ୍ଷା କରିକରି ମୁଁ କାନ୍ଥଘଣ୍ଟା ଆଡକୁ ଚାହିଁଲି। ଅଫିସ୍ ଲେଟ୍ ହେଉଥିଲା। ଅପଡ ଯୋଗୁଁ, ସୌମ୍ୟାକୁ କିଛି କହିପାରୁନଥିଲି।

ମାମୁନି ଗୋଟେ ପ୍ଲେଟରେ ଦୁଇଟା ଚକୋଲେଟ୍ ଆଣି କହିଲା -

- ଆଜି ଟିଫିନ୍ ରେ ଏତିକି।

- ଆଁ?

- ହଁ! ହାପି ଚକୋଲେଟ୍ ଡେ ପାପା।

- ଓକେ ଓକେ।

(୬)

Feb : 10

ସେକେଣ୍ଡ ସଟର୍ଡେ ପାଇଁ ଅଧିକା ଶୋଇବାର ଇଛା ରଖି , ଅଣ୍ଡାଳୁଅଣ୍ଡାଳୁ ସକାଳ। ସୌମ୍ୟା ଅପଡ ଥିବାରୁ, ତାକୁ ଖଟରେ ପାଇବା ଏବେ ଦୁଃସ୍ୱପ୍ନ। ତେବେ ହାତରେ ବାଜିଲା କଅଁଳ ନରମ ଜିନିଷ ଟେ। ମାମୁନି ହସି ହସି କହିଲା -

- ପାପା ଗୁଡମର୍ଣୀଂ। ଦେଖ କିଏ ତୁମ ପାଖରେ!

- କିଏ ?

- ଟେଡି ବିୟର।

- ଇୟେ ଏଠି କାହିଁକି?

- ଆଜି ପା ଟେଡି ଡେ !!

- ଓଃ ! କଣ ଏସବୁ ଯେ ??

(୭)

Feb : 11

ସନ୍ଡେ ସନ୍ଧ୍ୟାରେ ଆମେ ବାପଝିଅ ସପିଙ୍ଗ କଲାବେଳେ, ମାମୁନି କହିଲା -

- ପାପା ! ଆଜି ପ୍ରୋମିଜ୍ ଡେ।

- ଆଛା

- ତୁମେ ଗୋଟେ ପ୍ରୋମିଜ୍ କର।

- କଣ ?

- ମାମାଙ୍କୁ କବେ ହର୍ଟ କରିବନି ।

- ମୁଁ ତ ମାମାକୁ କେବେ ଗାଳିକରେନି?

- ତଥାପି ସେ କଷ୍ଟ ପା'ନ୍ତି।

ବାର ବର୍ଷ ର ପିଲାଟେ ଏତେକଥା ବୁଝିପାରୁଛି !!

ମୁଁ ଖୁସି ହେଲି।

(୮)

Feb : 12

ସକାଳୁ ମାମୁନି ଆସି ମୋତେ କୁଣ୍ଢେଇ ପକାଇ କହିଲା -

- ୟୁ ଆର ଠୁ ଗୁଡ୍ ପାପା।

- ୟୁ ଠୁ ବେଟୀ।

- କାଲିର ପ୍ରମିସ୍ ମନେଅଛି ?

- ୟେସ୍ ୟେସ୍ । ମାମା କାଇଁ ?

- ବାଥରୁମ।

- ଓକେ । ଅଫିସ୍ ଡେରି ହେଲାଣି। ବାଏ।

ଏଇ ଏବେଏବେ ସଂଧ୍ୟାରେ ଅଫିସ୍ ରୁ ଫେରୁଫେରୁ , ଘର ଭିତରୁ ପାଟି ଶୁଣି , ମୁଁ ଦୁଆର ପାଖରେ କାନେଇଲି। ମାମୁନି କହୁଥିଲା -

- ଆଇ କ୍ୟାଣ୍ଟ୍ ମାମା।

- ପ୍ଲିଜ ମାମୁନୁ।

- ତୁମ କଥାମାନି , ମୁଁ ପାପାଙ୍କୁ ରୋଜ୍ , ପ୍ରପୋଜ, ଚକୋଲେଟ୍, ଟେଡି,ପ୍ରମିସ୍, ହଗ୍ କଲି। ଏଥର ୟୁ ଡୁ ୟୋର୍ ଜବ୍।

- ମାମୁନି ପ୍ଲିଜ୍ ପ୍ଲିଜ୍।

- ନୋ ୱେ ମାମା। ଆମ୍ ଏ ବେବି ଗର୍ଲ। ପ୍ଲିଜ ୟୁ କିସ୍ ୟୋର୍ ହବି ଟୁମୋରୋ..... ।

ମୁଁ ଆଉଟିକେ କଳି ଶୁଣିବାକୁ ଚାହୁଁଥିଲି। ବାର ବର୍ଷ ର ଝିଅ ମୋର ତା ମାମାକୁ କଥାରେ ହରାଇ ସାରିଥିଲା।

କାଲିପାଇଁ ମୋ ମନ ଭାରି ......

■ ଅମୀୟ ବେଜ୍, ଘଟଗାଁ, କେନ୍ଦୁଝର ■


Rate this content
Log in

Similar oriya story from Inspirational