ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ
ଆଜି ବିଶ୍ଵ ବନ୍ଧୁତା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ।
ପ୍ରଶ୍ନ ହେଲା-- ପ୍ରକୃତ ବନ୍ଧୁ କିଏ?
ପ୍ରକୃତ ବନ୍ଧୁ ଉପରକୁ ଆସିବା ପୂର୍ବରୁ ଜାଣିବା ବନ୍ଧୁ କିଏ?
ସମାନ ଚିନ୍ତାଧାରା ବା କିଛି ସମାନତା ଥିଲେ ହିଁ ଆମେ ଅପର ମଣିଷକୁ ବନ୍ଧୁ ଭାବରେ ସ୍ଵୀକାର କରୁ। ଯେମିତି କି, ଏକା ସ୍କୁଲ, କଲେଜ କିମ୍ବା ଏକା ଟିୟୁସନରେ ପଢ଼ୁଥିବା ପିଲା। କୌଣସି ଗୋଷ୍ଠୀ, କିମ୍ବା ଗ୍ରୁପ ସହ ସଂଶ୍ଳିଷ୍ଟ ଲୋକ ଇତ୍ୟାଦି। ତା ଭିତରୁ ବି ସମାନ ଚିନ୍ତାଧାରା ନଥିଲେ ଆମେ ତାକୁ ବନ୍ଧୁ ବୋଲି ଗ୍ରହଣ କରୁନି। କାରଣ ସେ ଆସ୍ତେ ଆସ୍ତେ ସେ ଶତ୍ରୁ ହୋଇଯାଏ। ତେବେ ବନ୍ଧୁ ମାନେ ଆମ ସହ ସମାନ ଚିନ୍ତାଧାରା ରଖୁଥିବା ବ୍ୟକ୍ତିତ୍ୱଟିଏ।
ଏବେ ଆସିବା ପ୍ରକୃତ ବନ୍ଧୁ ଉପରକୁ।
ଜଣେ ଲୋକ ତା ଜୀବନ କାଳ ଭିତରେ ଗୋଟିଏ ପ୍ରକୃତ ବନ୍ଧୁ ପାଇବା ବଡ଼ ଭାଗ୍ୟର କଥା। ବହୁତ ବନ୍ଧୁ କେବଳ ହାଏ, ବାଏରେ ସୀମିତ ରହନ୍ତି, କେତେକ କେବେ କେମିତି ଫୋନ କରନ୍ତି, କେତେକ ଫରୱାର୍ଡ ମେସେଜଟିଏ ଦିଅନ୍ତି। କିଏ କିଏ ସପ୍ତାହକୁ ଥରେ କଥା ହୁଅନ୍ତି। ବାକି whatsaap କିମ୍ବା facebook ରେ ସୀମିତ।
ଅଧିକ ଦେଖିବାକୁ ଗଲେ ଆମ ଘର ପାଖ , ସାହି ପଡ଼ିଶା ଭିତରୁ ହିଁ କିଛି ବନ୍ଧୁ ବିପଦରେ ସାହାର୍ଯ୍ୟ ପାଇଁ ଆଗେଇ ଆସନ୍ତି, ଆଉ କିଛି କେବଳ "ସମ୍ପଦେ ସର୍ବ ସଖା, ବିପଦେ ନ ଦିଅନ୍ତି ଦେଖା" ନ୍ୟାୟରେ କେବଳ ପଇସା ଥିଲେ ପାଖରେ ଥାଆନ୍ତି।
ତେବେ ଏସବୁ ଭିତରେ ଆମେ ପ୍ରକୃତ ବନ୍ଧୁଟିଏ ପାଇବା କଷ୍ଟ। ଛୋଟ ବେଳେ ଏକ କାହାଣୀ ପଢ଼ିଥିଲି।
ପୁଅଟି ସବୁବେଳେ କହେ ମୁଁ ସାଙ୍ଗ ସହ ଭୋଜି କରୁଛି, ବାହାରକୁ ଯାଉଛି କିମ୍ବା ସାଙ୍ଗ ମାନଙ୍କ ସହ ମଜା କରୁଛି। ଦିନେ ବାପା ପଚାରି ଦେଲେ,"ଆଛା କହିଲୁ, ତୋର ପ୍ରକୃତ ସାଙ୍ଗ କେତେ ଜଣ?"
ପୁଅ କହିଲା, "ସମସ୍ତେ"
ବାପା- ଆଜି ଯାଏଁ ମୋ ଜୀବନ କାଳ , ପ୍ରାୟ 65 ବର୍ଷ ଭିତରେ ମୁଁ ମାତ୍ର ଦେଢଟି ବନ୍ଧୁ ପାଇଛି ଆଉ ତୁ କହୁଛୁ ତୋର ସମସ୍ତେ ପ୍ରକୃତ ବନ୍ଧୁ?
ଚାଲ ପରୀକ୍ଷା କରିବା।
ପୁଅ ରାଜି ହୋଇଗଲା।
ପରଦିନ ସକାଳୁ, ପୁଅ ତା ବନ୍ଧୁ ମାନଙ୍କୁ ଯାଇ କହିଲା," ଭାଇ, କାଲି ରାତିରେ ମଦ ପିଇ ମୁଁ ରାଗରେ ଗୋଟେ ମଣିଷ ମାରି ଦେଇଛି। ଏବେ ମୋତେ ସାହାର୍ଯ୍ୟ କର, ଲାସକୁ ଠିକଣା ଜାଗାରେ ଲଗେଇବାର ଅଛି। ପୋଲିସ ମୋତେ ଖୋଜୁଛି। କାର ଡ଼ିକିରେ ଲାସ ଅଛି, ଚାଲ ମୋ ସହ ତାକୁ କେଉଁ ନଦୀରେ ଫିଙ୍ଗିଦେବା ନଚେତ ଜଙ୍ଗଲ ଭିତରେ ପୋଡି ଦେବା।
କହିବା ବାହୁଲ୍ୟ ସବୁ ସାଙ୍ଗ ମନା କଲେ, ଓଲଟା ପୋଲିସ ପାଖକୁ ଯାଇ ସରେଣ୍ଡର କର ବୋଲି କହିଲେ। ପୁଅ ଲାଜରେ ଫେରି ଆସିଲା। ଏବେ ବାପାଙ୍କ ପାଳି।
ବାପା ପ୍ରଥମେ ଅଧା ବନ୍ଧୁ ଘରକୁ ଗଲେ। ଅଧା ବନ୍ଧୁ ସବୁ ଶୁଣି କହିଲେ,"ଚିନ୍ତା କରନାହିଁ। ମୋ ବାଡ଼ି ବହୁତ ବଡ଼। ସେ ଲୋକକୁ ଏଇଠି ମାଟି ଖୋଳି ପୋତିଦେବା।
ଏବେ ବାପା ପୁରା ବନ୍ଧୁ ପାଖକୁ ଗଲେ। ପୁରା ବନ୍ଧୁ କହିଲେ, ରହ। ବ୍ୟସ୍ତ ହେବାର କିଛି ନାହିଁ, ଚାଲ ପୋଲିସ ପାଖକୁ ଯିବା। ମୁଁ କହିବି ମୋ ପୁଅ ମାରି ଦେଇଛି।
ଏତକ ଶୁଣିଲା ପରେ ପୁଅର ମୁଣ୍ଡ ଆପେ ଆପେ ତଳକୁ ହୋଇ ଯାଇଥିଲା।
ତେବେ , ଏଥର ଆସିବା ପ୍ରଶ୍ନ ଉପରକୁ। ଆମେ ଏବେ ପ୍ରକୃତ ବନ୍ଧୁ ପାଇବା କି? ପାଇବା କଥା ଛାଡ, ଆମେ ନିଜେ ଏବେ ଜଣେ ପ୍ରକୃତ ବନ୍ଧୁ ହୋଇ ପାରିବା କି? ଉତ୍ତର ଆସିବ -- ନା....
କିନ୍ତୁ ଉତ୍ତର ହେବକଥା -- ହଁ। କାରଣ ଆଜିବି ଆମର ଦୁଇ ଜଣ ପ୍ରକୃତ ବନ୍ଧୁ ଅଛନ୍ତି ସବୁ ସମୟରେ। ବାପା ଓ ମା।
ବାପା-- 16 ବର୍ଷ ପରେ ବାପା ପାଲଟି ଯାଆନ୍ତି ବନ୍ଧୁ। ବାପା ଆମର ଜଣେ ପ୍ରକୃତ ବନ୍ଧୁ। ବେଳେବେଳେ କଠୋର ହେଲେ ବି ଦରକାର ବେଳେ ସବୁଠୁ ଆଗରେ ସେ ଠିଆ ହୋଇଯାଆନ୍ତି। ସେଥିପାଇଁ ତ କହନ୍ତି, ବାପା ଥିଲା ପୁଅ ସଭାରେ ହାରେନି। (ବାପାଙ୍କ ବିଷୟରେ ଲେଖିଲେ, ବୋଧହୁଏ ଦୁନିଆଁର ସବୁ କାଗଜ ସରିଯିବ)
ମା-- ଜନ୍ମ ହେବା ପରଠୁ, ଛୁଆର ମା’ ହୋଇଯାଏ ବନ୍ଧୁ। ପ୍ରତିଟି କଥା, କାମ, ସଂସ୍କାର, ବ୍ୟବହାର, ଏପରିକି କଥା ବାର୍ତ୍ତାର ଶୈଳୀ ବି ମା’ ଶିଖାଇଥାଏ। ସେଥିପାଇଁ ଆମେ ଆମ ଭାଷାକୁ mother tounge ବୋଲି କହୁ। (ମା’ ବିଷୟ ରେ ଲେଖିଲେ ସମୁଦ୍ର ଏତିକି କାଳି ବି କମ ପଡିବ)
ତେବେ ଏ ଦୁଇ ଜଣଙ୍କୁ ଛାଡି ଆହୁରି ଜଣେ ବି ପ୍ରକୃତ ବନ୍ଧୁ ଅଛନ୍ତି, ଯିଏ ତୁମର ସବୁ ସମୟରେ ତୁମ ପାଖରେ ଠିଆ ହୁଅନ୍ତି। ସୁଖ, ଦୁଃଖ, ହସ, କାନ୍ଦରେ ଭାଗିଦାର ହୁଅନ୍ତି। ନିଜେ କଷ୍ଟ କରି ତୁମ ମୁହଁରେ ଟିକେ ହସ ଦେଖିବାକୁ ପ୍ରୟାସ କରନ୍ତି। ସେ ହେଲେ ସ୍ବାମୀ କିମ୍ବା ସ୍ତ୍ରୀ। ଏ ବିଷୟରେ କିଛି କହିବାର ନାହିଁ। ସମସ୍ତ ବିବାହିତ ପୁରୁଷ ବା ମହିଳା ଅଙ୍ଗେ ନିଭେଇଥିବେ। (ଏହା ବିବାହିତ ମାନଙ୍କ ପାଇଁ ପ୍ରଯୁଜ୍ୟ। ମୁଁ ବାହା ହୋଇନି ସିନା କିନ୍ତୁ ବରଯାତ୍ରୀ ତ ଯାଇଛି)
ଓଃ....ଏବେ ଆଉ ଗୋଟିଏ ପ୍ରଶ୍ନ, ଆଜିର ଏ ବିଶ୍ଵ ବନ୍ଧୁତା ଦିବସରେ ଆମେ ଆମ ବାପା, ମା କିମ୍ବା ସ୍ବାମୀ/ସ୍ତ୍ରୀକୁ "happy friendship day" ର wish କରିଛେ କି? ଯଦି ନା, ତେବେ ଆମେ ଖାଲି ଲୋକ ଦେଖାଣିଆ ଭାବେ ବନ୍ଧୁତ୍ୱ ଦିବସ ପାଳୁନେ କି??
ଏ ଲେଖା ପଢ଼ୁଥିବା ସମସ୍ତଙ୍କୁ ଅନୁରୋଧ, ଯଦି ଏବେ ଯାଏଁ ଆପଣମାନେ ବାପା, ମା କିମ୍ବା ସ୍ଵାମୀ/ସ୍ତ୍ରୀ ଙ୍କୁ wish କରି ନାହାନ୍ତି, ତେବେ ଏବେ ବି ସମୟ ଅଛି। ଫୋନ ଟିଏ କରନ୍ତୁ କିମ୍ବା ପାଖରେ ଠିଆ ହୋଇ wish ଟିଏ କରନ୍ତୁ। ଆପଣ ନିଜେ ଅନୁଭବ କରିପାରିବେ କଣ ଘଟିବ.....
ଅଶେଷ ଧନ୍ୟବାଦ ର ସହ.....Happy Friendship Day...
ସୁବଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା